ଚାରି ଦଶନ୍ଧି ଧରି ପଡି ରହିଥିବା ପ୍ରକଳ୍ପ ଚାରି ବର୍ଷରେ ସମ୍ପୂର୍ଣ୍ଣ ହେଲା
ଦୀର୍ଘ ଦିନ ଧରି ପଡି ରହିଥିବା ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ପ୍ରାଥମିକତା ଭିତିରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଥିବା ଲକ୍ଷ୍ୟ ଏବଂ କୃଷକ କଲ୍ୟାଣ ଓ ସଶକ୍ତିକରଣ ନିମନ୍ତେ ପ୍ରତିବଦ୍ଧତାର ଫଳ
ଏହି ପ୍ରକଳ୍ପ ୧୪ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବ ଏବଂ ପୂର୍ବ ଉତରପ୍ରଦେଶର ୬୨,୦୦୦ ଗ୍ରାମର ୨୯ ଲକ୍ଷ କୃଷକ ଏହା ଦ୍ୱାରା ଲାଭବାନ୍ ହେବେ ।
ଏହି ଅଂଚଳର କୃଷକମାନେ ଏବେ କୃଷି- ସାମର୍ଥ୍ୟକୁ ଅଧିକତର କରିବାରେ ସକ୍ଷମ ହେବେ ।
ଏହି ପ୍ରକଳ୍ପ ମଧ୍ୟ ପାଂଚଟି ନଦୀ- ଘାଗରା, ସରଯୁ, ରାପ୍ତି, ବନଗଙ୍ଗା ଏବଂ ରୋହିିଣୀର ସଂଯୋଗକୁ ଅନ୍ତର୍ଭୁକ୍ତ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୧୧ ଡିସେମ୍ବରରେ ଉତରପ୍ରଦେଶର ବଳରାମପୁରକୁ ଗସ୍ତ କାର୍ଯ୍ୟକ୍ରମ ରହିଛି ଏବଂ ସେ ସେଠାରେ ପାଖାପାଖି ଅପରାହ୍ନ ଗୋଟାଏରେ ସରଯୁ ନହର ଜାତୀୟ ପ୍ରକଳ୍ପର ଉଦ୍‌ଘାଟନ କରିବେ ।

ଏହି ପ୍ରକଳ୍ପ ୧୯୭୮ରେ ଆରମ୍ଭ ହୋଇଥିଲା । କିନ୍ତୁ ଆର୍ଥିକ ଅନୁଦାନ ମିଳିବାରେ ନିରବଚ୍ଛିନ୍ନତାର ଅଭାବ, ଅନ୍ତର୍ବିଭାଗୀୟ ସମନ୍ୱୟ ଏବଂ ପର୍ଯ୍ୟାପ୍ତ ତଦାରଖ ଅଭାବରୁ ଏହା ବିଳମ୍ବ ହୋଇଥିଲା ଏବଂ ପ୍ରାୟ ଚାରି ଦଶନ୍ଧି ପରେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇ ପାରି ନଥିଲା । କୃଷକ ମାନଙ୍କର କଲ୍ୟାଣ ଏବଂ ସଶକ୍ତିକରଣର ଲକ୍ଷ୍ୟ ଏବଂ ଜାତୀୟ ସ୍ତରରେ ଗୁରୁତ୍ୱ ଭିତିରେ ଦୀର୍ଘ ଦିନ ଧରି ଅସମ୍ପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଉପରେ ପ୍ରାଥମିକତା ଦେବା ନିମନ୍ତେ ତାଙ୍କର ପ୍ରତିବଦ୍ଧତା ଏହି ପ୍ରକଳ୍ପ ଉପରେ ଆବଶ୍ୟକୀୟ ଧ୍ୟାନ କେନ୍ଦ୍ରିତ କରିଥିଲା । ପରିଣତି ସ୍ୱରୂପ, ୨୦୧୬ରେ ଏହି ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରଧାନମନ୍ତୀ କୃଷି ସିଂଚାଇ ଯୋଜନା ଅଧୀନକୁ ଅଣା ଯାଇଥିଲା । ଏହି ପ୍ରୟାସରେ ନୂତନ କେନାଲ ଗୁଡିକର ନିର୍ମାଣ ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ଯେଉଁ ବିଳମ୍ବ ଘଟିଛି, ସେହି ସମୟର ବ୍ୟବଧାନକୁ ପୂରଣ କରିବା ପାଇଁ ଏବଂ ପୂର୍ବ ଜମି ଅଧିଗ୍ରହଣ ସହିତ ସମ୍ବନ୍ଧିତ ଦୀର୍ଘ ସମୟ ଧରି ପଡ଼ି ରହିଥିବା ମୋକଦ୍ଦମାଗୁୂଡ଼ିକ ଭଳି ସମସ୍ୟାର ସମାଧାନ ନିମନ୍ତେ ନୂତନ ସମାଧାନର ବାଟ ଫିଟିଲା । ପ୍ରକଳ୍ପ ଉପରେ ନୂତନ ଭାବେ ଧ୍ୟାନ କେନ୍ଦ୍ରିତ କରିବାର ପରିଣାମ ସ୍ୱରୂପ ଏହି ପ୍ରକଳ୍ପ ମାତ୍ର ଚାରି ବର୍ଷରେ ସମ୍ପୂର୍ଣ୍ଣ ହୋଇଗଲା ।

ସରଯୁ ନହର ଜାତୀୟ ପ୍ରକଳ୍ପ ନିମନ୍ତେ ସମୁଦାୟ ୯୮୦୦ କୋଟିରୁ  ଅଧିକ ଟଙ୍କା ଖର୍ଚ୍ଚ ହୋଇଛି, ଯାହା ମଧ୍ୟରୁ ଗତ ଚାରି ବର୍ଷରେ ୪୬୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପରେ ସମ୍ପୃକ୍ତ ଅଂଚଳକୁ ଜଳ ସମ୍ବଳର ସର୍ବାଧିକ ଉପଯୋଗକୁ ସୁନିଶ୍ଚିତ କରିବା ନିମନ୍ତେ ମଧ୍ୟ ପାଂଚଟି ନଦୀର ସଂଯୋଗୀକରଣ ହୋଇଛି– ଘାଘରା, ସରଯୁ, ରାପ୍ତି, ବନଗଙ୍ଗା ଏବଂ ରୋହିଣୀ ନଦୀକୁ ପରସ୍ପର ସହିତ ସଂଯୋଗ କରାଯାଇଛି ।

ଏହି ପ୍ରକଳ୍ପ ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ନିମନ୍ତେ ସୁନିଶ୍ଚିତ ଜଳ ଯୋଗାଇବ ଏବଂ ୬୨୦ରୁ ଅଧିକ ଗ୍ରାମର ପାଖାପାଖି ୨୯୦୦ କୃଷକଙ୍କୁ ଲାଭାନ୍ୱିତ କରିବ । ଏହା ଉତରପ୍ରଦେଶର ପୂର୍ବାଂଚଳର ୯ଟି ଜିଲ୍ଲା– ବାହାରିଚ୍‌, ଶ୍ରାବସ୍ତୀ, ବଳରାମପୁର, ଗୋଣ୍ଡା, ସିଦ୍ଧାର୍ଥନଗର, ବସ୍ତି, ସନ୍ଥ କବୀର ନଗର, ଗୋରଖପୁର ଏବଂ ମହାରାଜଗଞ୍ଜକୁ ଲାଭାନ୍ୱିତ କରିବ । ଏହି ଅଂଚଳର କୃଷକ, ଯେଉଁମାନେ ଏହି ପ୍ରକଳ୍ପର ଅତ୍ୟଧିକ ବିଳମ୍ବ ଯୋଗୁଁ ଅଧିକ ପୀଡିତ, ସେମାନେ ଏହି ଉନ୍ନତ ଜଳସେଚନ ସାମର୍ଥ୍ୟବିଶିଷ୍ଟ ପ୍ରକଳ୍ପ ଯୋଗୁଁ ତୁରନ୍ତ ଲାଭବାନ୍ ହେବେ । ସେମାନେ ଏବେ ଅଧିକ ପରିମାଣରେ ଫସଲ ଚାଷ କରି ପାରିବେ ଏବଂ ଅଂଚଳର କୃଷି ସାମର୍ଥ୍ୟକୁ ଅଧିକ କରିବା ପାଇଁ ସକ୍ଷମ ହେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour