ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ସ୍ମାରକୀ ଡାକଟିକଟ ଏବଂ ମୁଦ୍ରାର ଉନ୍ମୋଚନ କରିବେ
ଶତବାର୍ଷିକୀ ପାଳନରେ ଆରଏସଏସର ଐତିହ୍ୟ, ସାଂସ୍କୃତିକ ଅବଦାନ ଏବଂ ଭାରତର ଏକତାରେ ଥିବା ଭୂମିକା ଉପରେ ଆଲୋକପାତ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଅକ୍ଟୋବର ୨୦୨୫ରେ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ସକାଳ ୧୦:୩୦ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ର ପ୍ରତି ଆରଏସଏସର ଅବଦାନକୁ ଦର୍ଶାଇ ଏକ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ ଏବଂ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

୧୯୨୫ ମସିହାରେ ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କ ଦ୍ୱାରା ମହାରାଷ୍ଟ୍ରର ନାଗପୁରରେ ପ୍ରତିଷ୍ଠିତ, ଆରଏସଏସ ଏକ ସ୍ୱେଚ୍ଛାସେବୀ-ଆଧାରିତ ସଂଗଠନ ଭାବରେ ପ୍ରତିଷ୍ଠିତ ହୋଇଥିଲା ଯାହାର ଲକ୍ଷ୍ୟ ନାଗରିକମାନଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା, ଶୃଙ୍ଖଳା, ସେବା ଏବଂ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା।

ଆରଏସଏସ ଜାତୀୟ ପୁନଃନିର୍ମାଣ ପାଇଁ ଏକ ଅନନ୍ୟ ଲୋକ-ପାଳିତ ଆନ୍ଦୋଳନ। ଏହାର ଆରମ୍ଭକୁ  ଶତାବ୍ଦୀର ବିଦେଶୀ ଶାସନର ପ୍ରତିକ୍ରିୟା ଭାବରେ ଦେଖାଯାଇଛି, ଏହାର ନିରନ୍ତର ଅଭିବୃଦ୍ଧି  ଭାରତର ଧର୍ମରେ ଥିବା  ଜାତୀୟ ଗୌରବ ଦୃଷ୍ଟିକୋଣର ଭାବପ୍ରବଣ  ପ୍ରତିଫଳନକୁ ଦାୟୀ  କରାଯାଇଛି।

ସଂଘର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦେଶପ୍ରେମ ଏବଂ ଜାତୀୟ ଚରିତ୍ରକୁ ବିକଶିତ କରିବା। ଏହା ମାତୃଭୂମି ପ୍ରତି ଭକ୍ତି, ଶୃଙ୍ଖଳା, ସଂଯମ, ସାହସ ଏବଂ ବୀରତ୍ୱ ସୃଷ୍ଟି କରେ। ସଂଘର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ଭାରତର "ସର୍ବାଙ୍ଗ ପ୍ରଗତି", ଯାହା ପାଇଁ ପ୍ରତ୍ୟେକ ସ୍ୱେଚ୍ଛାସେବୀ ନିଜକୁ ଉତ୍ସର୍ଗ କରିଥାନ୍ତି ।

ଗତ ଶତାବ୍ଦୀରେ, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ ଏବଂ ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ଆରଏସଏସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆରଏସଏସ ସ୍ୱେଚ୍ଛାସେବକମାନେ ବନ୍ୟା, ଭୂମିକମ୍ପ ଏବଂ ଘୂର୍ଣ୍ଣିବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି। ଏହା ବ୍ୟତୀତ, ବିଭିନ୍ନ ଆରଏସଏସ ସହଯୋଗୀ ସଂଗଠନ ଯୁବ, ମହିଳା ଏବଂ କୃଷକଙ୍କୁ ସଶକ୍ତ କରିବା, ଜନ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ସୁଦୃଢ଼ ​​କରିବା ପାଇଁ ଅବଦାନ ଦେଇଛନ୍ତି।

ଶତବାର୍ଷିକୀ ପାଳନ କେବଳ ଆରଏସଏସର ଐତିହାସିକ ସଫଳତାକୁ ସମ୍ମାନ କରେ ନାହିଁ ବରଂ ଭାରତର ସାଂସ୍କୃତିକ ଯାତ୍ରା ଏବଂ ଜାତୀୟ ଏକତାର ବାର୍ତ୍ତାରେ ଏହାର ସ୍ଥାୟୀ ଅବଦାନକୁ ମଧ୍ୟ ସମ୍ମାନିତ କରେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-KUSUM 2.0 aims to help farmers generate RE alongside crops: Joshi

Media Coverage

PM-KUSUM 2.0 aims to help farmers generate RE alongside crops: Joshi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings for well-being, wisdom and prosperity
September 10, 2026

The Prime Minister, Shri Narendra Modi, shared a Sanskrit Subhashitam invoking blessings for the well-being, auspiciousness, protection, peace, wisdom and prosperity of all. The Subhashitam seeks the blessings of Lord Indra, Lord Surya, Lord Garuda and Lord Brihaspati.

The Prime Minister shared a Sanskrit Subhashitam-

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”

The Subhashitam conveys that May the glorious Lord Indra bless us with well-being. May Lord Surya, the knower of the entire universe and the sustainer of all, bring auspiciousness to us. May Lord Garuda, the destroyer of obstacles, protect us all. May Lord Brihaspati, the lord of knowledge, bless us with peace, wisdom and prosperity.

The Prime Minister wrote on X;

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”