ଦୁଇ ନେତା ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଭାରତ-ଫ୍ରାନ୍ସ ନବାଚାର ବର୍ଷ ୨୦୨୬ ଉଦ୍‌ଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଫେବୃଆରୀ ୨୦୨୬ରେ ମୁମ୍ବାଇ ଗସ୍ତ କରିବେ, ଯେଉଁଠାରେ ସେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ୍ ମାକ୍ରନଙ୍କୁ‌ ଭେଟିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ୧୭ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ । ଭାରତ ଦ୍ୱାରା ଆୟୋଜିତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ ଏବଂ ମୁମ୍ବାଇରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ମଧ୍ୟ ଭାଗ ନେବେ । ଏହା ରାଷ୍ଟ୍ରପତି ମାକ୍ରନଙ୍କ ଚତୁର୍ଥ ଭାରତ ଏବଂ ପ୍ରଥମ ମୁମ୍ବାଇ ଗସ୍ତ ହେବ ।

୧୭ ଫେବୃଆରୀ ଅପରାହ୍ନ ପ୍ରାୟ ୩:୧୫ରେ ଦୁଇ ନେତା ମୁମ୍ବାଇର ଲୋକ ଭବନରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହି ଆଲୋଚନା ସମୟରେ, ସେମାନେ ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବେ । ସେମାନଙ୍କର ଆଲୋଚନା ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ଏହାକୁ ନୂତନ ତଥା ଉଦୀୟମାନ କ୍ଷେତ୍ରରେ ଆହୁରି ସମ୍ପ୍ରସାରିତ କରିବା ଉପରେ କେନ୍ଦ୍ରିତ ରହିବ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିବେ ।

ସନ୍ଧ୍ୟା ପ୍ରାୟ ୫:୧୫ ସମୟରେ ଦୁଇ ନେତା ଭାରତ-ଫ୍ରାନ୍ସ ନବଚାର ବର୍ଷ ୨୦୨୬ ଉଦ୍‌ଘାଟନ କରି ଉଭୟ ଦେଶର ବ୍ୟବସାୟିକ ନେତା, ଷ୍ଟାର୍ଟଅପ୍‌, ଗବେଷକ ଏବ ଅନ୍ୟାନ୍ୟ ଉଦ୍ଭାବକମାନଙ୍କୁ ସମ୍ବୋଧିତ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future