ଏହି ଅଞ୍ଚଳର ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଏବଂ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ "ବନସ ଡାଏରୀ ସଙ୍କୁଲ” ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ପ୍ରଧାନମନ୍ତ୍ରୀ ୟୁପିର ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଗ୍ରାମୀଣ ଆବାସିକ ଜମି ଅଧିକାର ପଟ୍ଟା ‘ଘରଉଣି’ ବଣ୍ଟନ କରିବେ
ପ୍ରଧାନମନ୍ତ୍ରୀ ବାରଣାସୀରେ ୮୭୦ ଟଙ୍କାରୁ ଅଧିକ ମୂଲ୍ୟର ୨୨ ଟି ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‍ଘାଟନ କରିବେ
ପ୍ରକଳ୍ପଗୁଡିକ ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ସଡକ ଭିତ୍ତିଭୂମି ଏବଂ ପର୍ଯ୍ୟଟନ ସହିତ ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରୁଛି
ପ୍ରକଳ୍ପଗୁଡିକ ବାରାଣାସୀରେ ଜାରି ରହିଥିବା ୩୬୦ ଡିଗ୍ରୀ ପରିବର୍ତ୍ତନକୁ ଆହୁରି ମଜବୁତ କରିବ

ପ୍ରଧାନମନ୍ତ୍ରୀ ତାଙ୍କ ର୍ନିବାଚନମଣ୍ଡଳୀ ବାରାଣାସୀର ବିକାଶ ତଥା ଅର୍ତନୈତିକ ପ୍ରଗତି ପାଇଁ ନିରନ୍ତର ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦିଗରେ ଆହୁରି ଆଗକୁ ବଢି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀ ପରିଦର୍ଶନ କରିବେ ଏବଂ ୨୩ ଡିସେମ୍ବର ୨୦୨୧ ରେ ଅପରାହ୍ନ ପ୍ରାୟ ୧ ଟା ସମୟରେ ଏକାଧିକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ବାରାଣାସୀର ଉତ୍ତରପ୍ରଦେଶ ରାଜ୍ୟ ଶିଳ୍ପ ବିକାଶ ପ୍ରାଧିକରଣ ଫୁଡ୍ ପାର୍କରେ " ବନସ ଡାଏରୀ ସଙ୍କୁଲ” ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୩୦ ଏକର ଜମିରେ ବ୍ୟାପିଥିବା ଏହି ଦୁଗ୍ଧ ପ୍ଲାଣ୍ଟ ପ୍ରାୟ ୪୭୫ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବ ଏବଂ ପ୍ରତିଦିନ ଏଠାରେ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ସୁବିଧା ରହିବ । ଏହା ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବ ଏବଂ ସେମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରି ଅଞ୍ଚଳର କୃଷକମାନଙ୍କୁ ସାହାଯ୍ୟ କରିବ । ବନସ ଡାଏରୀ ସହିତ ଜଡିତ ୧.୭ ଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ ମଧ୍ୟ ଡିଜିଟାଲ୍ ମୋଡ୍‍ରେ ୩୫ କୋଟି ଟଙ୍କାର ବୋନସ୍ ଅର୍ଥ ପଠାଇବେ ।

ପ୍ରଧାନମନ୍ତ୍ରୀ ବାରଣାସୀର ରାମନଗର ଠାରେ ଥିବା ଦୁଗ୍ଧ ଉତ୍ପାଦକ ସମବାୟ ମହସଂଘର ବାୟୋଗ୍ୟାସ୍ ଆଧାରିତ ବିଦ୍ୟୁତ୍‍ ଉତ୍ପାଦନ କାରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଦୁଗ୍ଧ ଉତ୍ପାଦକ ସମବାୟ ମହାସଂଘର ପ୍ଲାଣ୍ଟକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍‍ଡିଡିବି) ସହାୟତାରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‍) ଦ୍ୱାରା ଦୁଗ୍ଧଜାତ ଦ୍ରବ୍ୟର ସୁନିଶ୍ଚିତ ଆକଳନ ଯୋଜନା ପାଇଁ ଉତ୍ସର୍ଗୀକୃତ ଏକ ପୋର୍ଟାଲ୍ ଏବଂ ଲୋଗୋ ଉନ୍ମୋଚନ କରିବେ । ଏହି ସାର୍ବଜନୀନ ଲୋଗୋ, ଉଭୟ ବିଆଇଏସ୍‍ ଏବଂ ଏନ୍‍ଡିଡିବି ଗୁଣବତ୍ତା ଚିହ୍ନର ଲୋଗୋ ସହିତ ଦୁଗ୍ଧ କ୍ଷେତ୍ର ପାଇଁ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିବ ଏବଂ ଦୁଗ୍ଧ ଉତ୍ପାଦର ଗୁଣ ବିଷୟରେ ଜନସାଧାରଣଙ୍କୁ ସୁନିଶ୍ଚିତ କରିବ ।

ଅନ୍ୟ ଏକ ପ୍ରୟାସରେ ତୃଣମୂଳ ସ୍ତରରେ ଜମି ମାଲିକାନା ସମସ୍ୟାକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ୨୦ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତ ଗ୍ରାମୀଣ ଆବାସିକ ଅଧିକାର ପଟ୍ଟା "ଘରଉଣି”  ବଣ୍ଟନ କରିବେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବାରଣାସୀରେ ୮୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ ଟି ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‍ଘାଟନ କରିବେ । ଏହା ବାରାଣାସୀର ଚାଲିଥିବା ୩୬୦ ଡିଗ୍ରୀ ପରିବର୍ତ୍ତନକୁ ଆହୁରି ମଜବୁତ କରିବ ।

ପ୍ରଧାନମନ୍ତ୍ରୀ ବାରାଣାସୀରେ ଏକାଧିକ ସହରୀ ବିକାଶ ପ୍ରକଳ୍ପର ଉଦଘାଟନ କରିବେ । ଏଥିରେ ପୁରୁଣା କାଶୀ ୱାର୍ଡର ପୁନଃ ବିକାଶ ପ୍ରକଳ୍ପ, ବେନିଆବାଗରେ ଏକ ପାର୍କିଂ ଏବଂ ପାର୍କ, ଦୁଇଟି ପୋଖରୀର ସୌନ୍ଦର୍ଯ୍ୟକରଣ, ରାମନା ଗାଁରେ ଗୋଟିଏ ମଳ ପରିଚାଳନା ପ୍ଲାଣ୍ଟ ଏବଂ ସ୍ମାର୍ଟ ସିଟି ମିଶନ୍ ଅଧୀନରେ ୭୨୦ ସ୍ଥାନରେ ଉନ୍ନତ ସିସିଟିଭି କ୍ୟାମେରା ଯୋଗାଣ ଅନ୍ତର୍ଭୁକ୍ତ ।

ଶିକ୍ଷା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଉଦ୍‍ଘାଟନ ମଧ୍ୟରେ ପ୍ରାୟ ୧୦୭ କୋଟି ଟଙ୍କା ବ୍ୟୟରେ ର୍ନିମିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଇଣ୍ଟର ୟୁନିଭରସିଟି ସେଣ୍ଟର ଫର ଟିଚର୍ସ ଏଡୁକେଶନ ଏବଂ ୭କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମାଣ ହୋଇଥିବା ଉଚ୍ଚ ତିବ୍ଦତୀୟ ଅଧ୍ୟୟନ ପାଇଁ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟରେ ଶିକ୍ଷକ ଶିକ୍ଷା କେନ୍ଦ୍ର ଅନ୍ତର୍ଭୁକ୍ତ । ଏହାଛଡା କରାଉଣ୍ଡି ଠାରେ ବିଏଚୟୁ ଏବଂ ଆଇଟିଆଇ ପାଇଁ ଥିବା ଆବାସିକ ଫ୍ଲାଟ ଏବଂ ଷ୍ଟାଫ୍ କ୍ୱାର୍ଟର୍ସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ମହାତ୍ମା ପଣ୍ଡିତ ମଦନ ମୋହନ ମାଲବ୍ୟ କର୍କଟ କେନ୍ଦ୍ରରେ ୧୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡାକ୍ତର ମାନଙ୍କ ପାଇଁ ହଷ୍ଟେଲ, ନର୍ସଙ୍କ ପାଇଁ ହଷ୍ଟେଲ ଏବଂ ଆଶ୍ରୟ ଗୃହ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ସେ ଭଦ୍ରାସିରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ଉଦଘାଟନ କରିବେ । ସେ ଆୟୁଷ ମିଶନରେ ପିନ୍ଦ୍ରା ତହସିଲ ଠାରେ ୪୯ କୋଟି ଟଙ୍କା ବ୍ୟୟରେ ନିର୍ମର୍ାଣ ହେବାକୁ ଥିବା ସରକାରୀ ହୋମିଓପାଥିକ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ସଡକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ଏବଂ ଭଦୋହି ରାସ୍ତା ପାଇଁ ଦୁଇଟି  " ୪ ରୁ ୬ ଲେନ୍‍”  ରାସ୍ତା ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ବାରାଣାସୀ ସହିତ ଯୋଗାଯୋଗକୁ ସୁଦୃଢ କରିବ ଏବଂ ସହରର ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ଏକ ପଦକ୍ଷେପ ହେବ ।

ପବିତ୍ର ସହରର ପର୍ଯ୍ୟଟନ ସମ୍ଭାବନାକୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ   ବାରଣାସୀର ଶିର୍‍ ଗୋବର୍ଦ୍ଧନ ଠାରେ ଥିବା ଶ୍ରୀ ଗୁରୁ ରବିଦାସ ଜୀ ମନ୍ଦିର ସମ୍ବନ୍ଧୀୟ ପର୍ଯ୍ୟଟନ ବିକାଶ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଉଥିବା ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଦ୍ର୍ରୁତ ପ୍ରଜନନ ସୁବିଧା, ବାରଣାସୀ ଠାରେ ଦକ୍ଷିଣ ଏସିଆ ଆଞ୍ଚଳିକ କେନ୍ଦ୍ର, ପାୟକପୁର ଠାରେ ଏକ ଆଞ୍ଚଳିକ ରେଫରେନ୍ସ ଷ୍ଟାଣ୍ଡାର୍ଡ ପରୀକ୍ଷାଗାର ଏବଂ ପିନ୍ଦ୍ରେ ତହସିଲ ଠାରେ ଏକ ଆଇନ୍‍ଜୀବୀ ଭବନ ଅନ୍ତର୍ଭୁକ୍ତ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI expands to 11 countries as July transactions touch Rs 29.87 lakh crore

Media Coverage

UPI expands to 11 countries as July transactions touch Rs 29.87 lakh crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister invites citizens to share their UPI experiences as UPI completes a decade
August 25, 2026

The Prime Minister, Shri Narendra Modi recalled the transformative journey of the Unified Payments Interface (UPI), which was rolled out a decade ago and marked a major turning point in India’s digital payments journey.

Highlighting the scale and reach achieved by UPI over the past ten years, Shri Modi said that its remarkable journey is something every Indian can be proud of. The Prime Minister invited citizens to share their experiences of using UPI and how it has impacted their daily lives.

The Prime Minister posted on X:

A decade ago, UPI was rolled out, marking a major turning point in India’s digital payments journey.

The sheer scale and reach of UPI are something every Indian must be proud of.

Tell me about your UPI experience and how it impacted your life...

#10YearsOfUPI