ଆଂଚଳିକ କ୍ଷେତ୍ର ସହ ଯୋଗାଯୋଗ ସ୍ଥାପନ ଓ ଗମନାଗମନ କ୍ଷେତ୍ରରେ ସୁବିଧା
ସହିବାବାଦରୁ ନ୍ୟୁ ଅଶୋକ ନଗର ଯାଏ ନମୋ ଭାରତ କରିଡରର ଉଦଘାଟନ
ଦିଲ୍ଲୀ ମେଟ୍ରୋ ଫେଜ-୪ର ଜନକପୁରୀ-କ୍ରିଷ୍ଣା ପାର୍କ ସେକ୍ସନର ଉଦଘାଟନ
ଦିଲ୍ଲୀ ମେଟ୍ରୋ ଫେଜ-୪ର ରୈଥଲା-କୁଣ୍ଡଲୀ ସେକ୍ସନର ଶିଳାନ୍ୟାସ
ଦିଲ୍ଲୀ ରୋହିଣୀରେ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ
ଦିଲ୍ଲୀ ରୋହିଣୀରେ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀରେ ଜାନୁଆରୀ ୫ ତାରିଖରେ ୧୨ ହଜାର ୨୦୦ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ପୂର୍ବାହ୍ନ ୧୧ଟା ୧୫ ମିନିଟ ବେଳକୁ ନମୋ ଭାରତ ଟ୍ରେନରେ ପ୍ରଧାନମନ୍ତ୍ରୀ ମୋଦୀ ସାହିବାବାଦ ଆରଆରଟିଏସ ଷ୍ଟେସନଠାରୁ ନ୍ୟୁ ଅଶୋକନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରାୟ ୪ ହଜାର ୬ ଶହ କୋଟି ଟଙ୍କାର ୧୩ କିଲୋମିଟର ବ୍ୟାପୀ ଦିଲ୍ଲୀ-ଗାଜିଆବାଦ-ମିରଟ ନମୋ ଭାରତ କରିଡରକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ ।

ଏହି ଉଦଘାଟନ ପରେ ଦିଲ୍ଲୀ ଭଳି ସହରକୁ ନମୋ ଭାରତ ଟ୍ରେନର ସଂଯୋଗୀକରଣ କରାହେବ । ଦିଲ୍ଲୀ ଓ ମିରଟ ଭିତରେ ଦୂରତା କମିବା ସହ ଯାତ୍ରୀମାନେ ନିରାପଦରେ ଓ ଖୁବ କମ ସମୟ ଭିତରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି ।

ଦିଲ୍ଲୀ ମେଟ୍ରୋ ଫେଜ-୪ ଅଧୀନରେ ୨.୮ କିଲୋମିଟର ବ୍ୟାପୀ ଏକ ହଜାର ଦୁଇ ଶହ କୋଟି ଟଙ୍କାର ଜନକପୁରୀ ଓ କ୍ରିଷ୍ଣା ପାର୍କ କରିଡରକୁ ବି ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ଦିଲ୍ଲୀ ମେଟ୍ରୋ ଫେଜ-୪ର ପ୍ରଥମ ପରିବର୍ଦ୍ଧିତ ସଂସ୍କରଣ ବୋଲି କୁହାଯାଏ । ଏହା ଦ୍ୱାରା ପଶ୍ଚିମ ଦିଲ୍ଲୀ, କ୍ରିଷ୍ଣା ପାର୍କ, ବିକାଶପୁରୀ, ଜନକପୁରୀ ଅଂଚଳରେ ବସବାସ କରୁଥିବା ଲୋକେ ଉପକୃତ ହେବେ ।

ଦିଲ୍ଲୀ ମେଟ୍ରୋ ଫେଜ-୪ର ୬ ହଜାର ୨୩୦ କୋଟି ଟଙ୍କାର ୨୬.୫ କିଲୋମିଟର ବ୍ୟାପୀ ରୈଥଲା-କୁଣ୍ଡଲୀ ସେକ୍ସନର ବି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଦିଲ୍ଲୀର ରୈଥାଲା ସହ ହରିୟାଣାର ନାଥୁପୁର (କୁଣ୍ଡଲୀ) ଭିତରେ ଏହି କରିଡର ଦୂରତା କମାଇବ । ଏହାଦ୍ୱାରା ରୋହିଣୀ, ବବାନା, ନରେଲା, କୁଣ୍ଡଲୀ ଅଂଚଳର ଲୋକେ ଉପକୃତ ହେବା ସହ ବିଭିନ୍ନ ଆବାସିକ, ବ୍ୟାବସାୟିକ ଓ ଶିଳ୍ପ ଜୋନକୁ ଏହା ସଂଯ୍ଧେଜ୍ଞ କରିବ । ରେଡ ଲାଇନର ସମ୍ପ୍ରସାରଣ ହେବା ଫଳରେ ଦିଲ୍ଲୀ, ହରିୟାଣା ଓ ଉତରପ୍ରଦେଶ ପରି ବିଭିନ୍ନ ଅଂଚଳକୁ ଯୋଗାଯୋଗ ସୁଗମ ହୋଇପାରିବ ।

ନୂଆଦିଲ୍ଲୀର ରୋହିଣୀରେ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏଆରଆଇ)ର ଭିତିପ୍ରସ୍ତର ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାପନ କରିବେ । ୧୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯିବ । ଏହି କ୍ୟାମ୍ପସରେ ଔଷଧ ଓ ହେଲଥ କେୟାରର ଭିତିଭୂମି ରହିବ । ଉଭୟ ରୋଗୀ ଓ ଗବେଷକମାନଙ୍କ ପାଇଁ ନୂଆ ଭିତିଭୂମିରେ ପ୍ରଶାସନିକ ବ୍ଲକ, ଓପିଡି ବ୍ଲକ, ଆଇପିଡି ବ୍ଲକ ଓ ଟ୍ରିଟମେଂଟ ବ୍ଲକ ରହିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Nanded
September 11, 2026
Prime Minister announces ex-gratia from PMNRF

The Prime Minister, Shri Narendra Modi has expressed grief over the loss of lives due to a mishap in Nanded, Maharashtra.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

In a post on X, the Prime Minister’s Office said;

“Saddened by the loss of lives due to a mishap in Nanded, Maharashtra. My thoughts are with the bereaved families in this hour of grief. Praying for the speedy recovery of the injured.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”