ପ୍ରଧାନମନ୍ତ୍ରୀ ୩୫ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩୫ଟି ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟକୁ ଉତ୍ସର୍ଗ କରିବେ
ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟ ବର୍ତ୍ତମାନ ଦେଶର ସମସ୍ତ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୭ତାରିଖ ପୂର୍ବାହ୍ନ ୧୧ଟାରେ ଉତ୍ତରାଖଣ୍ଡରେ ଋଷିକେଶ ସ୍ଥିତ ଏମ୍‍ସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୩୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପିଏମ୍‍ କେୟାର୍ସ ଅଧିନରେ ପ୍ରତିଷ୍ଠା ହୋଇଥିବା ୩୫ଟି ପ୍ରେସର ସ୍ୱିଙ୍ଗ ଆଡସର୍ପସନ୍ (ପିଏସ୍‍ଏ) ଅକ୍ସିଜେନ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ସହିତ ଦେଶର ସମସ୍ତ ଜିଲ୍ଲା ବର୍ତ୍ତମାନ ପିଏସ୍‍ଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ବର୍ତ୍ତମାନ ପର୍ଯ୍ୟନ୍ତ, ସାରା ଦେଶରେ ପିଏମ କେୟାର୍ସ ଅଧୀନରେ ମୋଟ୍‍ ୧୨୨୪ ପିଏସଏ ଅକ୍ସିଜେନ ପ୍ଲାଣ୍ଟକୁ ଅର୍ଥ ପ୍ରଦାନ କରାଯାଇଛି, ସେଥିମଧ୍ୟରୁ ୧୧୦୦ ରୁ ଅଧିକ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି, ଯାହା ପ୍ରତିଦିନ ୧୭୫୦ ମେଟ୍ରିକ ଟନ୍‍ ଅକ୍ସିଜେନ ଉତ୍ପାଦନ କରିଥାଏ । କୋଭିଡ -୧୯ ଆସିବା ପରଠାରୁ ଭାରତର ମେଡିକାଲ ଅକ୍ସିଜେନ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଭାରତ ସରକାର ନେଇଥିବା ସକ୍ରିୟ ପଦକ୍ଷେପଗୁଡ଼ିକର ଏହା ଏକ ଉଦାହରଣ ।

ଦେଶର ପ୍ରତ୍ୟେକ ଜିଲ୍ଲାରେ ଏକ ପିଏସ୍‍ଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ଯେତେବେଳେ ପାହାଡିଆ ଅଞ୍ଚଳ, ଦ୍ୱୀପପୁଞ୍ଜ ଏବଂ ସୀମାନ୍ତ ଅଞ୍ଚଳଗୁଡିକ ଜଟିଳ ଆହ୍ୱାନର ମୁକାବିଲା କରାଯାଇଥିଲା ।

୭,୦୦୦ ରୁ ଅଧିକ କର୍ମଚାରୀଙ୍କୁ ତାଲିମ ଦେଇ ଏହି ପ୍ଲାଣ୍ଟଗୁଡିକର କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ନିଶ୍ଚିତ କରାଯାଇଛି ।  ଗୋଟିଏ ଏକୀଭୂତ ୱେବ୍ ପୋର୍ଟାଲ୍ ମାଧ୍ୟମରେ ସେମାନଙ୍କର କାର୍ଯ୍ୟକଳାପ ଏବଂ କାର୍ଯ୍ୟଦକ୍ଷତା ଉପରେ ପ୍ରକୃତ ସମୟ ମନିଟରିଂ ପାଇଁ ସେମାନେ ଏକ ଦୃଢ ହୋଇଥିବା ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଏଲଓଟି) ଉପକରଣ ସହିତ ଆସିଥାନ୍ତି ।

ଏହି ଅବସରରେ ଉତ୍ତରାଖଣ୍ଡର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 16, 2026
July 16, 2026

Atmanirbhar to Inclusive: PM Modi’s Blueprint for a Self-Reliant, Empowered & Culturally Rooted Bharat