ଏହି ଯୋଜନା ଅଧୀନରେ ୧ ଲକ୍ଷ ରାସ୍ତାକଡ଼ ବୁଲାବିକଳାୀଙ୍କୁ ବଣ୍ଟନ କରିବେ ଋଣ
ଦିଲ୍ଲୀ ମେଟ୍ରୋ ଫେଜ୍ -୪ର ଦୁଇଟି ଅତିରିକ୍ତ କରିଡୋରର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ
ଏହିସବୁ କରିଡୋର ଲଜପତ ନଗରଠାରୁ ସାକେତ-ଜି ବ୍ଲକ୍ ଏବଂ ଇନ୍ଦରଳେଶାକ ଠାରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ନିର୍ମାଣ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୪ ତାରିଖ ଦିନ ଅପରାହ୍ନ ୫ଟାବେଳେ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡ଼ିୟମ୍‌ଠାରେ ପିଏମ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କରିବେ । ଏହି ଅବସରରେ ସେ ଦେଶର ୧ ଲକ୍ଷ ରାସ୍ତାକଡ଼ ବୁଲାବିକାଳୀଙ୍କୁ ପିଏମ ସ୍ୱନିଧି ଋଣ ବଣ୍ଟନ କରିବେ ଏବଂ ସେଥି ମଧ୍ୟରେ ଦିଲ୍ଲୀର ୫,୦୦୦ ସ୍ୱନିଧି ରାସ୍ତାକଡ଼ ବୁଲାବିକାଳୀ ସାମିଲ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦିଲ୍ଲୀ ମେଟ୍ରୋ ଫେଜ୍ -୪ର ଦୁଇଟି ଅତିରିକ୍ତ କରିଡୋରର ଆଧାରଶିଳା ରଖିବେ ।

ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ଦେଶର ସଂଖ୍ୟାଲଘୁ ବର୍ଗର ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପିଏମ ସ୍ୱନିଧି ଯୋଜନା ବୈଶ୍ୱିକ ମହାମାରୀ ସମୟରେ ଆର୍ଥିକ ସଂକଟ ସମୟରେ ୨୦୨୦ ମସିହା ଜୁନ୍ ୧ ତାରିଖ ଦିନ ଶୁଭାରମ୍ଭ କରାଯାଇଥିଲା । ସମାଜର ଅବହେଳିତ ବର୍ଗର ରାସ୍ତାକଡ଼ ବୁଲାବିକାଳୀମାନଙ୍କ ନିମନ୍ତେ ଏହା ବେଶ୍ ପଟ୍ଟ ପରିବର୍ତ୍ତନକାରୀ ଭାବରେ ସାବ୍ୟସ୍ତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୮୨ ଲକ୍ଷ ରାସ୍ତାକଡ଼ ବୁଲାବିକାଳୀଙ୍କୁ ଋଣ ଯୋଗାଇ ଦିଆଯାଇଛି । ସାରା ଦେଶର ୬୨ ଲକ୍ଷ ରାସ୍ତାକଡ଼ ବୁଲାବିକାଳୀଙ୍କୁ ମୋଟ ୧୦,୯୭୮ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । କେବଳ ଦିଲ୍ଲୀରେ ପ୍ରାୟ ୨ ଲକ୍ଷ ଆବେଦନକାରୀଙ୍କୁ ଋଣ ଯୋଗାଇ ଦିଆଯାଇଛି ଯାହାର ପରିମାଣ ୨୩୨ କୋଟି ଟଙ୍କା । ଏହି ଯୋଜନା ଯେଉଁମାନେ ଏପର୍ଯ୍ୟନ୍ତ ଅବହେଳିତ ହୋଇ ରହି ଆସିଥିଲେ ଆର୍ଥିକ ସମାଯୋଜନ ଏବଂ ସାମଗ୍ରିକ କଲ୍ୟାଣ ସାଧନ ପାଇଁ ଆଲୋକବର୍ତ୍ତିକ ଭାବରେ ସାବ୍ୟସ୍ତ ହୋଇଛି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଦୁଇଟି ଅତିରିକ୍ତ କରିଡୋର ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହି ଦୁଇଟି କରିଡୋର ଲଜପତ ନଗର ଠାରୁ ସାକେତ-ଜି ବ୍ଲକ୍ ପର୍ଯ୍ୟନ୍ତ ଏବଂ ଇନ୍ଦରଲୋକ ଠାରୁ ଇନ୍ଦ୍ରପ୍ରସ୍ତ ପର୍ଯ୍ୟନ୍ତ । ଏହି ଦୁଇଟିଯାକ କରିଡୋରର ମୋଟ ଦୈର୍ଘ୍ୟ ୨୦ କିଲୋମିଟରରୁ ଅଧିକ ଏବଂ ଏହା ସଂଯୋଗୀକରଣକୁ ସହାୟକ ହେବା ସହିତ ଟ୍ରାଫିକ୍ ଭିଡ଼ କମାଇବାରେ ମଧ୍ୟ ସହାୟକ ହେବ ।

ଲଜପତନଗର ଠାରୁ ସାକେତ ଜି ବ୍ଲକ୍ କରିଡୋର ମଧ୍ୟରେ ଯେଉଁ ଷ୍ଟେସନଗୁଡ଼ିକ ପଡ଼ିବ ସେଗୁଡ଼ିକ ହେଲା ଲଜପତ ନଗର, ଆଣ୍ଡ୍ରୁ ଗଞ୍ଜ, ଗ୍ରେଟର କୈଳାଶ-୧, ଚିରା ଦିଲ୍ଲୀ, ପୁଷ୍ପ ଭବନ, ସାକେତ ଡିଷ୍ଟ୍ରିକ୍ଟ ସେଣ୍ଟର, ପୁଷ୍ପ ବିହାର, ସାକେତ ଜି ବ୍ଲକ୍ । ସେହିଭଳି ଇନ୍ଦରଲୋକ ଏବଂ ଇନ୍ଦ୍ରପ୍ରସ୍ଥ କରିଡୋର ମଧ୍ୟରେ ଥିବା ଷ୍ଟେସନଗୁଡ଼ିକ ହେଲା – ଇନ୍ଦରଲୋକ, ଦୟା ବସ୍ତି, ସରାଇ ରୋହିଲ୍ଲା, ଅଜମଲ ଖାନ୍ ପାର୍କ, ନବୀ କରିମ, ନୂଆଦିଲ୍ଲୀ, ଏଲଏନଜେପି ହସପିଟାଲ, ଦିଲ୍ଲୀ ଗେଟ୍‌, ଦିଲ୍ଲୀ ସଚିବାଳୟ ଏବଂ ଇନ୍ଦ୍ରପ୍ରସ୍ଥ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains fastest-growing major economy, domestic investors power market resilience

Media Coverage

India remains fastest-growing major economy, domestic investors power market resilience
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 15, 2026
March 15, 2026

Empowering Bharat: From Loans to Global Leadership Under PM Modi