ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଦୁଇ ଦିନିଆ ସମ୍ମେଳନ ଆୟୋଜିତ ହେଉଛି
ଶ୍ରମ ଓ ଶ୍ରମିକ କଲ୍ୟାଣ ସମ୍ପର୍କିତ ପ୍ରସଙ୍ଗଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ସୃଷ୍ଟି ପାଇଁ ଏହି ସମ୍ମେଳନ ଉଦ୍ୟମ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫, ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଜାତୀୟ ଶ୍ରମ ସମ୍ମେଳନରେ ଉଦବୋଧନ ଦେବେ । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଅଗଷ୍ଟ୨୫-୨୬, ୨୦୨୨ରେ ଏହି ଦୁଇଦିନିଆ ସମ୍ମିଳନୀ ଆୟୋଜିତ ହେବ ।

ସହଭାଗୀ ସଂଘୀୟ ବ୍ୟବସ୍ଥା ଭାବନା ଆଧାରରେ ଗୁରୁତ୍ୱପୂର୍ଣ୍ଣ ଶ୍ରମ ସମ୍ପର୍କିତ ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ଶ୍ରମିକ କଲ୍ୟାଣ ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ସୃଷ୍ଟି କରି ସଫଳ ନୀତି ପ୍ରଣୟନ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଯୋଜନାଗୁଡିକର ସଫଳ ରୂପାୟନ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ ।

ଏହି ସମ୍ମିଳନୀରେ ଚାରିଟି ବିଷୟ ଆଧାରିତ ଅଧିବେଶନ ରହିବ । ସାମାଜିକ ସୁରକ୍ଷା ଯୋଜନାଗୁଡିକର ପଞ୍ଜିକରଣ ଇ-ଶ୍ରମ ପୋର୍ଟାଲରେ ଉପଲବ୍ଧ କରାଇ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଇଏସଆଇ ଡାକ୍ତରଖାନାର ସ୍ୱାସ୍ଥ୍ୟ ସେ ସମୃଦ୍ଧି ଯୋଜନା ଓ ପିଏମଜେଏୱାଇ ସହ ମିଶ୍ରଣ, ଚାରିଟି ଶ୍ରମ ସଂହିତା ଅନ୍ତର୍ଗତ ନିୟମ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନର ପଦ୍ଧତି, ସମାନ ଓ ଉପଯୁକ୍ତ କାମ କରିବାର ସ୍ଥିତି, ଭିଜନ ସତ୍ୟମେବ ଜୟତେ @ 2047ରେ ସମସ୍ତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ତଥା ଅସଂଗଠିତ ଓ ପ୍ଲାଟଫର୍ମ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା, କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଆଦି ପ୍ରସଙ୍ଗରେ ଆଲୋଚନା ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives phone call from President Emmanuel Macron, discusses situation in West Asia and maritime security
April 16, 2026

The Prime Minister, Shri Narendra Modi, received a phone call from the President of France, Emmanuel Macron.

During the conversation, the two leaders discussed the prevailing situation in West Asia. They agreed on the urgent need to restore safety and ensure freedom of navigation in the Strait of Hormuz.

Both leaders reiterated their commitment to continue close cooperation in advancing peace and stability in the region and beyond.

The Prime Minister wrote on X;

“Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.

We will continue our close cooperation to advance peace and stability in the region and beyond.

@EmmanuelMacron”