‘‘ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେବାର ଏକ ଅନୁଷ୍ଠାନ ଏବଂ ଜନସାଧାରଣଙ୍କୁ ସମର୍ପିତ ହେବା ଉଚିତ’’
‘‘ଏହି ଦଳ ଉପରେ ସମଗ୍ର ଦେଶର ବିଶ୍ୱାସ ରହିଛି’’
‘ଆମେ ସମସ୍ତେ ମିଶି ବିକଶିତ ଭାରତ ୨୦୪୭ ଉଦ୍ଦେଶ୍ୟର ସହ ‘ରାଷ୍ଟ୍ର ପ୍ରଥମ’ର ଲକ୍ଷ୍ୟ ହାସଲ କରିବୁ’’
‘‘ଆମକୁ ଦେଶକୁ ସେହି ଉଚ୍ଚତାରେ ପହଞ୍ଚାଇବାକୁ ହେବ ଯାହା ଅନ୍ୟ କୌଣସି ଦେଶ ହାସଲ କରିନାହାନ୍ତି’’
‘‘ଏହି ନିର୍ବାଚନ ସରକାରୀ କର୍ମଚାରୀଙ୍କ ପ୍ରୟାସ ଉପରେ ମୋହର ମାରିଛି’’

ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେବାର ଅନୁଷ୍ଠାନ ଏବଂ ଜନସାଧାରଣଙ୍କୁ ସମର୍ପିତ ଏକ କାର୍ଯ୍ୟାଳୟ ବା ପିପୁଲ୍ସ ପିଏମ୍ଓରେ ପରିଣତ କରିବା ପାଇଁ ଆରମ୍ଭରୁ ପ୍ରୟାସ ଚାଲିଛି। ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆମେ ପିଏମଓକୁ ଏକ ଏପରି ମାଧ୍ୟମ ଭାବରେ ବିକଶିତ କରିବାକୁ ଚେଷ୍ଟା କରିଛୁ ଯାହା ନୂତନ ଶକ୍ତି ଏବଂ ପ୍ରେରଣାର ଉତ୍ସ ପାଲଟିଛି।’’

 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସରକାର ର ଅର୍ଥ ହେଉଛି - ଶକ୍ତି, ସମର୍ପଣ ଏବଂ ସଂକଳ୍ପର ନୂତନ ଶକ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଷ୍ଠାର ସହ ଲୋକଙ୍କ ସେବା କରିବାକୁ ସକ୍ଷମ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। କେବଳ ମୋଦୀ ନୁହଁନ୍ତି ବରଂ ହଜାର ହଜାର ମନ ଏକାଠି ହୋଇ ଦାୟିତ୍ୱ ତୁଲାଉଛନ୍ତି ଏବଂ ଏହାର ପରିଣାମ ସ୍ୱରୂପ ନାଗରିକମାନେ ହିଁ ଏହାର ସାମର୍ଥ୍ୟର ସାକ୍ଷୀ ପାଲଟିଛନ୍ତି ବୋଲି ସେ ଆଲୋକପାତ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ଦଳର ସହଯୋଗୀମାନଙ୍କ ପାଖରେ କୌଣସି ସମୟ ଅଭାବ ନାହିଁ, ଚିନ୍ତା କରିବାର ସୀମା ନାହିଁ କିମ୍ବା ପ୍ରୟାସ ପାଇଁ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ । ଏହି ଦଳ ଉପରେ ସମଗ୍ର ଦେଶର ବିଶ୍ୱାସ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯେଉଁମାନେ ତାଙ୍କ ଦଳର ଅଂଶ ବିଶେଷ ଅଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଆଗାମୀ ୫ ବର୍ଷ ପାଇଁ ବିକଶିତ ଭାରତର ଯାତ୍ରାରେ ସାମିଲ ହେବାକୁ ଚାହୁଁଥିବା ଏବଂ ଦେଶ ନିର୍ମାଣରେ ନିଜକୁ ଉତ୍ସର୍ଗ କରିବାକୁ ଚାହୁଁଥିବା ଲୋକମାନଙ୍କୁ ମଧ୍ୟ ଏହି ଯାତ୍ରାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଆମେ ମିଳିମିଶି ବିକଶିତ ଭାରତ ୨୦୪୭ର ଏକମାତ୍ର ଉଦ୍ଦେଶ୍ୟ ନେଇ ‘ରାଷ୍ଟ୍ର ପ୍ରଥମ’ର ଲକ୍ଷ୍ୟ ହାସଲ କରିବୁ। ତାଙ୍କ ପ୍ରତ୍ୟେକ ମୁହୂର୍ତ୍ତ ଦେଶର ବୋଲି ସେ ଦୋହରାଇଥିଲେ।

 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଇଚ୍ଛା ଏବଂ ସ୍ଥିରତାର ମିଶ୍ରଣ ସଂକଳ୍ପ ଆବଶ୍ୟକ କରେ ଏବଂ କଠିନ ପରିଶ୍ରମ ଦ୍ୱାରା ସଂକଳ୍ପ ପୂରଣ ହେଲେ ସଫଳତା ମିଳିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କାହାର ଇଚ୍ଛା ସ୍ଥିର ଥାଏ, ତେବେ ଏହା ଏକ ସମାଧାନର ରୂପ ନେଇଥାଏ ଏବଂ ଯେଉଁ ଇଚ୍ଛା କ୍ରମାଗତ ଭାବରେ ନୂତନ ରୂପ ଧାରଣ କରେ ତାହା କେବଳ ଏକ ତରଙ୍ଗ ଅଟେ ।

 

ପ୍ରଧାନମନ୍ତ୍ରୀ ଦେଶକୁ ନୂତନ ଉଚ୍ଚତାକୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଭବିଷ୍ୟତରେ ବିଗତ ୧୦ ବର୍ଷ ଧରି କରାଯାଇଥିବା କାର୍ଯ୍ୟକୁ ଅତିକ୍ରମ କରି ବିଶ୍ୱସ୍ତରୀୟ ମାନଦଣ୍ଡ ଠାରୁ ଆଗକୁ ବଢ଼ିବା ଲାଗି ସେ ତାଙ୍କ ଦଳକୁ ଆହ୍ୱାନ ଦେଇଥିଲେ । ‘‘ଆମକୁ ଦେଶକୁ ସେହି ଉଚ୍ଚତାକୁ ନେବାକୁ ହେବ ଯାହା ଅନ୍ୟ କୌଣସି ରାଷ୍ଟ୍ର ହାସଲ କରିନାହାନ୍ତି’’, ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ‘‘ସଫଳତା ପାଇଁ ପ୍ରାଥମିକ ଆବଶ୍ୟକତା ହେଉଛି ଚିନ୍ତାଧାରାର ସ୍ପଷ୍ଟତା, ଦୃଢ଼ ସଂକଳ୍ପ ଏବଂ କାମ କରିବା ଲାଗି ଆବଶ୍ୟକ ଚରିତ୍ର। ଯଦି ଆମର ଏହି ତିନୋଟି ଜିନିଷ ଅଛି, ତେବେ ବିଫଳତା ନିକଟତର ହେବ ବୋଲି ମୁଁ ବିଶ୍ୱାସ କରେ ନାହିଁ।’’

 

ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ସେହି କର୍ମଚାରୀମାନଙ୍କୁ ଶ୍ରେୟ ଦେଇଥିଲେ ଯେଉଁମାନେ ନିର୍ଦ୍ଦିଷ୍ଟ ଏକ ଦୃଷ୍ଟିକୋଣ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ଏଥିସହିତ ସେ କହିଥିଲେ ଯେ ସେମାନେ ସରକାରଙ୍କ ସଫଳତାରେ ଏକ ବଡ଼ ଅଂଶବିଶେଷ ହେବା ଲାଗି ହକଦାର । ଏହି ନିର୍ବାଚନ ସରକାରୀ କର୍ମଚାରୀଙ୍କ ପ୍ରୟାସ ଉପରେ ମୋହର ମାରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ନୂତନ ଚିନ୍ତାଧାରା ବିକଶିତ କରିବା ଏବଂ ବର୍ତ୍ତମାନ କରାଯାଉଥିବା କାର୍ଯ୍ୟର ବ୍ୟାପକତାକୁ ବଢ଼ାଇବା ପାଇଁ ସେ ତାଙ୍କ ଦଳକୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ଅଭିଭାଷଣ ଶେଷରେ ନିଜ ସାମର୍ଥ୍ୟର ରହସ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, ନିଜ ଭିତରେ ଥିବା ଛାତ୍ରଙ୍କୁ ବଞ୍ଚାଇ ରଖିଲେ ଜଣେ ବ୍ୟକ୍ତି ସଫଳ ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s maternal mortality drops nearly 80% since 1990: Global study

Media Coverage

India’s maternal mortality drops nearly 80% since 1990: Global study
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 29, 2026
March 29, 2026

Citizens Praise PM Modi for The Visionary Shift: Empowering Every Citizen in an Uncertain World