ଭିତ୍ତିଭୂମି, ନିବେଶ, ନବସୃଜନ ଏବଂ ସମାବେଶନର ୪ସ୍ତମ୍ଭ ସମସ୍ତ କ୍ଷେତ୍ରରେ ସୁଶାସନକୁ ସମୃଦ୍ଧ କରିବା ଲାଗି ଆମ ପ୍ରୟାସ ଗୁଡ଼ିକୁ ଆଗକୁ ବଢ଼ାଇବ
ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ଗୁଣବତ୍ତା ଜରୁରି
ଅବୋଧ୍ୟ ଅନୁପାଳନ ଏବଂ ପୁରୁଣା ନିୟମଗୁଡ଼ିକୁ ସମାପ୍ତ କରାଯାଉ
ପିଏମ ଗତିଶକ୍ତିର ସାକାର କରିବା ନିମନ୍ତେ ତାଳମେଳ ରଖିବାକୁ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ରାଜ୍ୟ ଗୁଡ଼ିକର ମୁଖ୍ୟ ସଚିବମାନଙ୍କ ଦୁଇ ଦିନିଆ ସମ୍ମିଳନୀରେ ଯୋଗ ଦେଇଥିଲେ, ଯାହା ଆଜି ସମାପ୍ତ ହୋଇଛି।

ଗୋଟିଏ ଟ୍ୱିଟ ଥ୍ରେଡରେ, ପ୍ରଧାନମନ୍ତ୍ରୀ ମୁଖ୍ୟ ସଚିବମାନଙ୍କ ସହ କଥାବାର୍ତ୍ତା ବେଳେ ଯେଉଁ ସବୁ ବିଷୟ ଉପରେ ଗୁରୁତ୍ୱ ଦେଇଥିଲେ, ତାହା ଉପରେ ବର୍ଣ୍ଣନାକରିଛନ୍ତି।

ସେ ଟ୍ୱିଟ କରିଛନ୍ତି: 

‘‘ଗତ ଦୁଇ ଦିନରେ, ଆମେ ଦିଲ୍ଲୀରେ ମୁଖ୍ୟ ସଚିବମାନଙ୍କ ସମ୍ମିଳନୀରେ ବ୍ୟାପକ ଆଲୋଚନା ଦେଖିବାକୁ ପାଇଛୁ। ଆଜି ମୋର ବକ୍ତବ୍ୟ ବେଳେ, ସେହି ବିଷୟ ଗୁଡ଼ିକର ଏକ ବିସ୍ତୃତ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଥିଲି, ଯାହା ଲୋକମାନଙ୍କ ଜୀବନକୁ ଉନ୍ନତ କରିପାରିବ ଏବଂ ଭାରତର ବିକାଶପଥକୁ ମଜବୁତ କରିପାରିବ।

ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଥିବା ବେଳେ ଆମର ଯୁବଗୋଷ୍ଠୀଙ୍କ ସମୃଦ୍ଧ ପ୍ରତିଭା ସହିତ, ଆଗାମୀ ବର୍ଷ ଗୁଡ଼ିକ ଆମ ଦେଶର ହେବାକୁ ଯାଉଛି। ଏଭଳି ସମୟରେ ଭିତ୍ତିଭୂମି, ନିବେଶ, ନବସୃଜନ ଏବଂ ସମାବେଶନର ୪ସ୍ତମ୍ଭ, ସମସ୍ତ କ୍ଷେତ୍ରରେ ସୁଶାସନକୁ ସମୃଦ୍ଧ କରିବା ଲାଗି ଆମ ପ୍ରୟାସଗୁଡ଼ିକୁ ଆଗକୁ ବଢ଼ାଇବ।

ମୋର ଦୃଢ଼ ବିଶ୍ୱାସ ଯେ ଆମକୁ ନିଜ ଏମଏସଏମଇ କ୍ଷେତ୍ରକୁ ଲଗାତର ମଜଭୁତ କରିବାକୁହେବ। ଆତ୍ମନିର୍ଭର ହେବା ଏବଂ ଅର୍ଥନୈତିକ ବିକାଶ ଲାଗି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥି ସହ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ଲୋକପ୍ରିୟ କରାଇବା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ଏହା ସହିତ ସେହି ବିଷୟ ଉପରେ ଗୁରୁତ୍ୱ ଦେଇଥିଲି ଯେ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ଗୁଣବତ୍ତା କାହିଁକି ଆବଶ୍ୟକ।

ମୁଖ୍ୟ ସଚିବ ମାନଙ୍କୁ ଅବୋଧ୍ୟ ଅନୁପାଳନ ଏବଂ ପୁରୁଣା ହୋଇଯାଇଥିବା ସେହି ଆଇନଗୁଡ଼ିକୁ ସମାପ୍ତ କରିବା ନେଇ ଧ୍ୟାନ କେନ୍ଦ୍ରିତ କରିବାକୁ ଆହ୍ୱାନ ଦେଇଥିଲି। ଏଭଳି ସମୟରେ ଯେତେବେଳେ ଭାରତ ଅନନ୍ୟ ସଂସ୍କାର ଆରମ୍ଭକରୁଛି, ଅତ୍ୟଧିକ ନିୟମ ଏବଂ ଅବୋଧ୍ୟ ପ୍ରତିବନ୍ଧକଗୁଡ଼ିକ ପାଇଁ କୌଣସି ସୁଯୋଗ ରହିନାହିଁ।

ଯେଉଁ କେତେକ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ମୁଁ ଆଲୋକପାତ କରିଥିଲି, ସେଥିରେ ପିଏମ ଗତିଶକ୍ତି ଏବଂ ଏହି ଭିଜନକୁ ସାକାର କରିବା ଲାଗି କିଭଳି ତାଳ ମେଳ ରଖାଯାଇପାରିବ, ତାହା ସାମିଲ ଥିଲା। ମିଶନ ‘ଲାଇଫ’ରେ ଉତ୍ସାହ ଭରିବା ଏବଂ ବୃହତମାତ୍ରାରେ ସାମୂହିକ ଭାଗୀଦାରି ସହ ମିଲେଟର ଅନ୍ତର୍ଜାତୀୟ ବର୍ଷକୁ ଚିହ୍ନିତ କରିବାପାଇଁ ଆହ୍ୱାନ ଦେଇଥିଲି।’’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt sets up six sector groups to fast-track ‘Make in India 2.0’ push

Media Coverage

Govt sets up six sector groups to fast-track ‘Make in India 2.0’ push
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.