ଇରାନର ରାଷ୍ଟ୍ରପତି ଡା. ସଇଦ୍ ଇବ୍ରାହିମ୍ ରାୟସୀଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଉଭୟ ନେତା ଦ୍ବିପାକ୍ଷୀୟ ଓ କ୍ଷେତ୍ରୀୟ ମହତ୍ତ୍ବ ବିଷୟରେ ଆଲୋଚନା କରିଛନ୍ତି
ଆଗାମୀ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ଉଭୟ ନେତା ନିଜର ବୈଠକକୁ ନେଇ ଉତ୍ସୁକ ଅଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନର ରାଷ୍ଟ୍ରପତି ଡା. ସଇଦ୍ ଇବ୍ରାହିମ୍ ରାୟସୀଙ୍କ ସହିତ ଟେଲିଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ଉଭୟ ନେତା ଦ୍ବିପାକ୍ଷୀୟ ଏବଂ କ୍ଷେତ୍ରୀୟ ମହତ୍ତ୍ବ ବିଷୟ ଉପରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ବିଷୟ ଉପରେ ଆଲୋକପାତ କରିଛନ୍ତି ଯେ ଭାରତ-ଇରାନ୍ ସମ୍ପର୍କ ଲୋକମାନଙ୍କ ମଧ୍ୟରେ ମଜବୁତ୍ ସମ୍ପର୍କ  ସହିତ ନିକଟତମ ଐତିହାସିକ ଏବଂ ଅଭ୍ୟାସଗତ ସମ୍ପର୍କ ଉପରେ ଆଧାରିତ।

ଉଭୟ ନେତା କନେକ୍‌ଟିଭିଟି ହବ୍ ଭାବରେ ଚାବହାର ବନ୍ଦରର ସମ୍ପୂର୍ଣ୍ଣ କ୍ଷମତାର ଉପଯୋଗ କରିବା ସହିତ ଦ୍ବିପାକ୍ଷୀୟ ସହଯୋଗକୁ ଆହୁରି ମଜବୁତ୍ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି।

ଉଭୟ ନେତା ବ୍ରିକ୍‌ସର ବିସ୍ତାର ସହିତ ବହୁପକ୍ଷୀୟ ମଞ୍ଚରେ ସହଯୋଗ ବିଷୟରେ ମଧ୍ୟ  ଆଲୋଚନା କରିଛନ୍ତି ଏବଂ ସେ ଦକ୍ଷିଣ ଆଫ୍ରିକାରେ ଆଗାମୀ ବ୍ରିକ୍‌ସ ଶିଖର ସମ୍ମିଳନୀ ସମୟରେ ନିଜର ବୈଠକକୁ ଉତ୍ସୁକତା ସହିତ ଅପେକ୍ଷା କରୁଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Bows To ‘Jana Shakti’ As BJP Forms First-Ever Government In West Bengal

Media Coverage

PM Modi Bows To ‘Jana Shakti’ As BJP Forms First-Ever Government In West Bengal
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi