ଭାରତର ଯୁବକମାନେ ଦେଶକୁ ବିଶ୍ୱ ଷ୍ଟାର୍ଟଅପ ଇକୋସିଷ୍ଟମର ଶ୍ରେଷ୍ଠ ତିନୋଟି ସ୍ଥାନରେ ପହଁଚାଇ ଦେଇଛନ୍ତି : ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 77ତମ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲାର ପ୍ରାଚୀରରୁ କହିଛନ୍ତି, ଭାରତର ରପ୍ତାନି ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବିଶ୍ୱ କହୁଛି ଯେ, ଭାରତ ଏବେ ଆଉ ଅଟକିବ ନାହିଁ । ସେ କହିଛନ୍ତି ଯେ, ବିଶ୍ୱ ରେଟିଂ ସଂସ୍ଥାଗୁଡିକ ଭରତର ପ୍ରଶଂସା କରୁଛନ୍ତି ଆଉ କରୋନା ପରେ ନୂତନ ବିଶ୍ୱ ବ୍ୟବସ୍ଥାରେ ଭାରତୀୟ ମାନଙ୍କର କ୍ଷମତାକୁ ମାନ୍ୟତା ପ୍ରଦାନ କରାଯାଉଛି । ସେ କହିଛନ୍ତି, ଏଭଳି ସମୟରେ ଯେତେବେଳେ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଯାଇଛି, ଆମେ ବିଶ୍ୱ ସମ୍ମୁଖରେ ପ୍ରଦର୍ଶୀତ କରିଛୁ ଯେ, ସମାଧାନ କେବଳ ମାନବୀୟ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରୀତ କରି ହିଁ କରାଯାଇ ପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ବିକାଶଶୀଳ ଦେଶଗୁଡିକ (ଗ୍ଲୋବାଲ ସାଉଥ)ର ସ୍ୱର ପାଲଟି ଯାଇଛି ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ହେଉଛି ଏବେ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ଅଂଶ, ଯାହା ଏହାକୁ ସ୍ଥିରତା ପ୍ରଦାନ କରୁଛି ।

ଷ୍ଟାର୍ଟଅପ ବିଷୟରେ ଚର୍ଚ୍ଚା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଯୁବକମାନେ ଦେଶକୁ ବିଶ୍ୱ ଷ୍ଟାର୍ଟଅପ ଇକୋସିଷ୍ଟମର ଶ୍ରେଷ୍ଠ ତିନୋଟି ସ୍ଥାନରେ ପହଁଚାଇ ଦେଇଛନ୍ତି । ସେ କହିଛନ୍ତି ଯେ, ବିଶ୍ୱର ଯୁବକମାନେ ଏହି ବିକାଶକୁ ଦେଖି ଆଚମ୍ଭିତ ହୋଇ ଯାଇଛନ୍ତି, ଭାରତର ଯୁବକମାନଙ୍କର କ୍ଷମତା ଦେଖିକରି ଆଶ୍ଚର୍ଯ୍ୟ ଚକତି ହୋଇ ଯାଇଛନ୍ତି । ଆଜିର ବିଶ୍ୱ ପଯୁକ୍ତିବିଦ୍ୟା ଦ୍ୱାରା ପ୍ରେରିତ ହୋଇଛି ଏବଂ ଭାରତ ପାଖରେ ପଯୁକ୍ତିବିଦ୍ୟା କ୍ଷେତ୍ରରେ ଯେଉଁ ପ୍ରତିଭାମାନ ଅଛନ୍ତି, ତାହାକୁ ଦେଖି ଆମକୁ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ହେବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସବୁଠାରୁ ବିକଶିତ ଦେଶମାନଙ୍କର ବୈଶ୍ୱିକ ନେତୃବୃନ୍ଦ ଡିଜିଟାଲ ଇଣ୍ଡିଆର ସଫଳତାକୁ ସ୍ୱୀକାର କରିଛନ୍ତି, ଏବଂ ଏହି ପଦକ୍ଷେପ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Housing for all' by 2029: Centre approves Rs 10,021 crore fund for PMAY-G in 12 states

Media Coverage

'Housing for all' by 2029: Centre approves Rs 10,021 crore fund for PMAY-G in 12 states
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 3, 2026
June 03, 2026

One Vision, Many Fronts: How PM Modi is Building Viksit Bharat Across Tech, Defense, Green Energy & Welfare