ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ଦେଇ କହିଛନ୍ତି ବିଗତ ପାଞ୍ଚ ବର୍ଷ ସରକାର ଶାସନ ବ୍ୟବସ୍ଥାରେ ନୂତନ ଦୃଷ୍ଟିଭଙ୍ଗୀ ଓ ନୂତନ ଚିନ୍ତାଧାରା ଆଣିଛନ୍ତି । ଡିଜିଟାଲ ଇଣ୍ଡିଆକୁ ନୂଆ ଚିନ୍ତାଧାରା ଓ ନୂଆ ଦୃଷ୍ଟିଭଙ୍ଗୀର ଉଦାହରଣ ବୋଲି ସେ ଦର୍ଶାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2014 ପୂର୍ବରୁ ମାତ୍ର 59ଟି ପଞ୍ଚାୟତରେ ବ୍ରଡ ବ୍ୟାଣ୍ଡ ସଂଯୋଗ ଥିଲା । କିନ୍ତୁ ଗତ ପାଞ୍ଚ ବର୍ଷରେ 1.25 ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତକୁ ବ୍ରଡ ବ୍ୟାଣ୍ଡ ସେବା ଯୋଗାଇ ଦିଆଯାଇଛି ।

2014ରେ ଦେଶରେ 80 ହଜାର ଜନ ସେବା କେନ୍ଦ୍ର ଥିଲା, ହେଲେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ 3 ଲକ୍ଷ 65 ହଜାରରୁ ଅଧିକ ହୋଇଛି । 12 ଲକ୍ଷରୁ ଅଧିକ ଗ୍ରାମୀଣ ଯୁବକ ଯୁବତୀ ଅନଲାଇନ ଡେଲିଭରି ମାଧ୍ୟମରେ ସରକାରଙ୍କ ବିଭିନ୍ନ ସେବାକୁ ଏସବୁ କେନ୍ଦ୍ରରେ ସୁନିଶ୍ଚିତ କରୁଛନ୍ତି ।

ବିଶ୍ୱ ସ୍ତରରେ ଭୀମ ଆପକୁ ସୁରକ୍ଷିତ ଡିଜିଟାଲ ନେଣଦେଣ ପ୍ଲାଟଫର୍ମ ଭାବେ ସ୍ୱୀକୃତି ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜାନୁଆରୀ ମାସରେ ରେକର୍ଡ 2 ଲକ୍ଷ 16 ହଜାର କୋଟି ଟଙ୍କାରୁ ଅଧିକ ନେଣଦେଶ ଭୀମ ଆପ ମାଧ୍ୟମରେ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରୂପେ କାର୍ଡ ମଧ୍ୟ ବିଭିନ୍ନ ଦେଶରେ ସ୍ୱୀକୃତ ହେଲାଣି ବୋଲି ସେ କହିଛନ୍ତି ।

ଜଳ ଜୀବନ ମିଶନ

ଜଳ ଜୀବନ ମିଶନ ସରକାରଙ୍କ ଆଭିମୁଖ୍ୟର ଆଉ ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତି ପରିବାରକୁ ପାଇପ ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ଏହି ମିଶନ ସ୍ଥାନୀୟ ଶାସନର ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଏହି ମିଶନ ଆରମ୍ଭ କରିଥିଲେ ବି ଏହାର ପରିଚାଳନା ଗ୍ରାମୀଣ ସ୍ତରରେ ହେବ । ଗାଁ କମିଟି ଏହାର ରୂପାୟନ କରିବ, ଅର୍ଥ ପରିଚାଳନା ଓ ପାଇପ ଲାଇନ, ଟାଙ୍କି ନିର୍ମାଣ ଆଦି ସମ୍ପର୍କରେ ନିଷ୍ପତ୍ତି ନେବ ।

ସହଯୋଗୀ ସଂଘୀୟ ବ୍ୟବସ୍ଥାର ଶ୍ରେଷ୍ଠ ଉଦାହରଣ: ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ

କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଦେଶର 100ରୁ ଅଧିକ ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ କାମ କରୁଛନ୍ତି । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ଜିଲ୍ଲାଗୁଡ଼ିକ କାର୍ଯ୍ୟାନ୍ୱୟନ ସଂସ୍ଥା ଭାବେ କାମ କରିବା ସହଯୋଗୀ ସଂଘୀୟ ବ୍ୟବସ୍ଥାର ଉତ୍କୃଷ୍ଟ ଉଦାହରଣ । ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଦରିଦ୍ର, ଆଦିବାସୀଙ୍କ ବିକାଶ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମାଜର ସବୁବର୍ଗଙ୍କ ପାଇଁ ସମ୍ବେଦନଶୀଳ ଭାବେ କାମ କରୁଛୁ

ଦେଶର ଆଦିବାସୀ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ବିଗତ ପାଞ୍ଚ ବର୍ଷ ହେଲା ପ୍ରୟାସ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ସଂଗ୍ରହାଳୟ, ଗବେଷଣା ସଂସ୍ଥାନ ସ୍ଥାପିତ ହୋଇଛି ଓ ଆଦିବାସୀ କଳା, ସାହିତ୍ୟକୁ ଡିଜିଟାଇଜ୍ କରାଯାଉଛି । ଆଦିବାସୀ ଅଞ୍ଚଳର ପ୍ରତିଭାବାନ ପିଲାମାନଙ୍କୁ ଗୁଣବତ୍ତା ସମ୍ପନ୍ନ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯାଇଛି । ଏହାବ୍ୟତୀତ ଜଙ୍ଗଲ ଜାତ ଉତ୍ପାଦରୁ ଅଧିକ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ 3 ହଜାର ଜଙ୍ଗଲ ସମ୍ପଦ କେନ୍ଦ୍ର ସ୍ଥାପନ କରାଯାଉଛି । ଏଥିରେ 30 ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହେବେ । ଏଥିରୁ 900 କେନ୍ଦ୍ର ସ୍ଥାପିତ ହୋଇସାରିଛି ଓ 2.5 ଲକ୍ଷରୁ ଅଧିକ ଆଦିବାସୀ ସହଯୋଗୀ ଏଥିରେ ଜଡିତ ହୋଇଛନ୍ତି ବୋଲି ସେ କହିଛନ୍ତି ।

ମହିଳା ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ମହିଳା ସଶକ୍ତିକରଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଦେଶର ଇତିହାସରେ ପ୍ରଥମ ଥର ସୈନିକ ସ୍କୁଲଗୁଡ଼ିକରେ ଝିଅମାନଙ୍କ ନାମଲେଖାକୁ ମଞ୍ଜୁରି ମିଳିଛି । ସେନାବାହିନୀରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ମହିଳାମାନଙ୍କ ସୁରକ୍ଷା ପାଇଁ 6 ଶହରୁ ଅଧିକ ୱାନ ଷ୍ଟପ କେନ୍ଦ୍ର ସ୍ଥାପିତ ହୋଇଛି । ଦେଶର ପ୍ରତ୍ୟେକ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଝିଅଙ୍କୁ ଆତ୍ମରକ୍ଷା ତାଲିମ ଦିଆଯାଉଛି । ଯୌନ ଅପରାଧୀଙ୍କୁ ଚିହ୍ନଟ କରିବା ଓ ନଜର ରଖିବା ପାଇଁ ଜାତୀୟ ଡାଟାବେସ ପ୍ରସ୍ତୁତ ହୋଇଛି । ଦେଶର ପ୍ରତ୍ୟେକ ଜିଲ୍ଲାରେ ମାନବ ଚାଲାଣ ନିରୋଧ ୟୁନିଟ ସ୍ଥାପନ ପାଇଁ ଯୋଜନା ରହିଛି । ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ଯୌନ ଅପରାଧ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋକ୍ସୋ ଆଇନରେ ସଂଶୋଧନ କରାଯାଇ ଅପରାଧ ପରିସୀମା ବିସ୍ତାର କରାଯାଇଛି । ସମୟୋଚିତ ନ୍ୟାୟ ପାଇଁ ଦେଶରେ ଏକ ହଜାରରୁ ଅଧିକ ଫାଷ୍ଟ ଟ୍ରାକ ଅଦାଲତ ପ୍ରତିଷ୍ଠା ହୋଇଛି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect