ବିପର୍ଯ୍ୟୟ ସହନକ୍ଷମତାକୁ ସୁଦୃଢ଼ କରିବା ପାଇଁ ୫ଟି ପ୍ରମୁଖ ବିଶ୍ୱ ପ୍ରାଥମିକତା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ଭାରତ ଏକ ସୁନାମି ଚେତାବନୀ ବ୍ୟବସ୍ଥା ପ୍ରତିଷ୍ଠା କରିଛି ଯାହା ୨୯ ଦେଶକୁ ଉପକୃତ କରୁଛି : ପ୍ରଧାନମନ୍ତ୍ରୀ
ଭାରତ କ୍ଷୁଦ୍ର ବିକାଶଶୀଳ ଦ୍ୱୀପ ରାଜ୍ୟଗୁଡ଼ିକୁ ବୃହତ ମହାସାଗରୀୟ ଦେଶ ଭାବରେ ମାନ୍ୟତା ଦେଇଛି ଏବଂ ସେମାନଙ୍କର ଦୁର୍ବଳତା ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତାକୁ ସ୍ବୀକାର କରୁଛି : ପ୍ରଧାନମନ୍ତ୍ରୀ
ଆଗୁଆ ଚେତାବନୀ ବ୍ୟବସ୍ଥା ଏବଂ ସମନ୍ୱୟକୁ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ବିପର୍ଯ୍ୟୟ ପୁନର୍ନିର୍ମାଣ କ୍ଷେତ୍ରରେ ସର୍ବୋତ୍ତମ ଜ୍ଞାନ ଓ ଅଭ୍ୟାସର ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ଭଣ୍ଡାର ସମଗ୍ର ବିଶ୍ୱ ପାଇଁ ଲାଭଦାୟକ ହେବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିପର୍ଯ୍ୟୟ ସହନକ୍ଷମ ଭିତ୍ତିଭୂମି ସମ୍ପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କରିଥିଲେ। ସମାବେଶକୁ ସମ୍ବୋଧିତ କରି, ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବିପର୍ଯ୍ୟୟ ସହନକ୍ଷମ ଭିତ୍ତିଭୂମି ସମ୍ପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ୨୦୨୫କୁ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ୟୁରୋପରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ ପାଇଁ ସେ ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରନ ଏବଂ ଫ୍ରାନ୍ସ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଆଗାମୀ ମିଳିତ ଜାତିସଂଘ ମହାସାଗର ସମ୍ମିଳନୀ ପାଇଁ ମଧ୍ୟ ଶୁଭକାମନା ଜଣାଇଥିଲେ।

ସମ୍ମିଳନୀର ବିଷୟବସ୍ତୁ 'ଉପକୂଳ କ୍ଷେତ୍ର ପାଇଁ ଏକ ସୁଦୃଢ ଭବିଷ୍ୟତ ଗଠନ' ଉପରେ ଆଲୋକପାତ କରି, ଶ୍ରୀ ମୋଦୀ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତି ଉପକୂଳ ଅଞ୍ଚଳ ଏବଂ ଦ୍ୱୀପପୁଞ୍ଜର ଦୁର୍ବଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଭାରତ ଏବଂ ବାଂଲାଦେଶରେ ଘୂର୍ଣ୍ଣିବାତ୍ୟା ରାମେଲ, କାରିବିଆନରେ ଘୂର୍ଣ୍ଣିବାତ୍ୟା ବେରିଲ୍, ଦକ୍ଷିଣ-ପୂର୍ବ ଏସିଆରେ ଟାଇଫୁନ୍ ୟାଗି, ଆମେରିକାରେ ଘୂର୍ଣ୍ଣିବାତ୍ୟା ହେଲେନ୍, ଫିଲିପାଇନ୍ସରେ ଟାଇଫୁନ୍ ଉସାଗି ଏବଂ ଆଫ୍ରିକାର କିଛି ଅଂଶରେ ଘୂର୍ଣ୍ଣିବାତ୍ୟା ଚିଡୋ ସମେତ ବିଭିନ୍ନ ସାମ୍ପ୍ରତିକ ପ୍ରାକୃତିକ ବିପର୍ଯ୍ୟୟର ଉଦାହରଣ ଦେଇଥିଲେ। ଶ୍ରୀ ମୋଦୀ ଗୁରୁ୍ତ୍ବ ଦେଇ କହିଥିଲେ ଯେ ଏହି ବିପର୍ଯ୍ୟୟଗୁଡ଼ିକ ଧନଜୀବନର ବିପୁଳ କ୍ଷତି କରିଛି, ଯାହା ଫଳରେ ବିପର୍ଯ୍ୟୟ ସହନକ୍ଷମ ଭିତ୍ତିଭୂମି ଏବଂ ସକ୍ରିୟ ବିପର୍ଯ୍ୟୟ ପରିଚାଳନାର ଆବଶ୍ୟକତାକୁ ବଢାଇ ଦେଇଛି ।

 

୧୯୯୯ ମସିହାର ବିନାଶକାରୀ ବାତ୍ୟା ଏବଂ ୨୦୦୪ ମସିହାର ସୁନାମି ସମେତ ବିଭିନ୍ନ ବିନାଶକାରୀ ବିପର୍ଯ୍ୟୟ ସହିତ ଥିବା ଭାରତର ଅତୀତର ଅଭିଜ୍ଞତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ କିପରି ଦୃଢତାର ସହ ଖାପ ଖୁଆଇଥିଲା ଏବଂ ବିଭିନ୍ନ ଦୁର୍ବଳ ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଥିଲା ଏବଂ ସୁନାମି ଚେତାବନୀ ପ୍ରଣାଳୀ ନିର୍ମାଣରେ ଯୋଗଦାନ ଦେଇଥିଲା ଯାହାକି ୨୯ଟି ଦେଶକୁ ଲାଭ ଦେଇଚାଲଛି ।

୨୫ଟି କ୍ଷୁଦ୍ର ବିକାଶଶୀଳ ଦ୍ବୀପରାଜ୍ୟରେ ବିପର୍ଯ୍ୟୟ ସହନକ୍ଷମ ଗୃହ, ହସ୍ପିଟାଲ, ସ୍କୁଲ, ଶକ୍ତି ବ୍ୟବସ୍ଥା, ଜଳ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ନିର୍ମାଣ ନିମନ୍ତେ ବିପର୍ଯ୍ୟୟ ସହନକ୍ଷମ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ଦ୍ବାରା କରାଯାଉଥିବା କାର୍ଯ୍ୟ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶାନ୍ତ ମହାସାଗରୀୟ, ଭାରତ ମହାସାଗର ଏବଂ କାରିବିଆନ କ୍ଷେତ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରିଥିଲେ ଏବଂ ମେଣ୍ଟରେ ଆଫ୍ରିକୀୟ ସଂଘର ଅଂଶଗ୍ରହଣକୁ ସ୍ୱାଗତ କରିଥିଲେ। ପ୍ରମୁଖ ବିଶ୍ୱ ପ୍ରାଥମିକତା ପ୍ରତି ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ ୫ଟି ପ୍ରମୁଖ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ପ୍ରଥମତଃ, ଭବିଷ୍ୟତର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଏକ ଦକ୍ଷ କର୍ମଶକ୍ତି ପ୍ରସ୍ତୁତ କରିବା ପାଇଁ ଉଚ୍ଚ ଶିକ୍ଷାରେ ବିପର୍ଯ୍ୟୟ ସହନକ୍ଷମ ପାଠ୍ୟକ୍ରମ, ମଡ୍ୟୁଲ୍ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ସମନ୍ୱିତ କରିବାର ଉପରେ ସେ ଗୁରୁତ୍ୱ ଦେଇଥିଲେ।

 

ଦ୍ୱିତୀୟତଃ, ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଏବଂ ସହନକ୍ଷମ ଭିତ୍ତିଭୂମି ପୁନଃନିର୍ମାଣ କରିଥିବା ଦେଶଗୁଡ଼ିକରେ ପ୍ରଚଳିତ ସର୍ବୋତ୍ତମ ଜ୍ଞାନ ଓ ଅଭ୍ୟାସକୁ ସଂରକ୍ଷିତ ରଖିବା ପାଇଁ ଏକ ବିଶ୍ୱ ଡିଜିଟାଲ୍ ଭଣ୍ଡାର(ରିପୋଜିଟୋରି)ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତୃତୀୟ ପ୍ରାଥମିକତା ଭାବେ ଶ୍ରୀ ମୋଦୀ ବିପର୍ଯ୍ୟୟ ସହନକ୍ଷମତା ପାଇଁ ଅଭିନବ ପାଣ୍ଠି ଯୋଗାଣର ଆବଶ୍ୟକତା ଓ ବିକାଶଶୀଳ ଦେଶଗୁଡ଼ିକୁ ଆବଶ୍ୟକୀୟ ପାଣ୍ଠି ପ୍ରଦାନ କରିବା ପାଇଁ କାର୍ଯ୍ୟଯୋଗ୍ୟ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ ।

ଚତୁର୍ଥତଃ, ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବିକାଶଶୀଳ ଦ୍ୱୀପରାଜ୍ୟଶଗୁଡ଼ିକୁ ବଡ଼ ମହାସାଗରୀୟ ଦେଶ ଭାବରେ ମାନ୍ୟତା ଦେବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ସେମାନଙ୍କର ଦୁର୍ବଳତା ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପଞ୍ଚମ ପ୍ରାଥମିକତା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି, ଶ୍ରୀ ମୋଦୀ ଆଗୁଆ ସତର୍କତା ପ୍ରଣାଳୀ ଏବଂ ସମନ୍ୱୟକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ସମୟୋଚିତ ନିଷ୍ପତ୍ତି ଗ୍ରହଣ ଏବଂ ପ୍ରଭାବଶାଳୀ ଶେଷ ମାଇଲ ଯୋଗାଯୋଗକୁ ସୁଗମ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି ସମ୍ମିଳନୀରେ ଆଲୋଚନା ଏହିସବୁ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ସମ୍ବୋଧିତ କରିବ।

ସମୟ ସହ ଦୃଢଭାବେ ତିଷ୍ଠି ରହିପାରୁଥିବା ଭିତ୍ତିଭୂମି ନିର୍ମାଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ କଠିନ ପରିସ୍ଥିତିକୁ ସହ୍ୟ କରିପାରୁଥିବା ଭିତ୍ତିଭୂମି ନିର୍ମାଣ ପାଇଁ ଆହ୍ୱାନ କରିଥିଲେ। ସେ ବିଶ୍ୱ ପାଇଁ ଏକ ଦୃଢ଼ ଏବଂ ବିପର୍ଯ୍ୟୟ-ସହନକ୍ଷମ ଭବିଷ୍ୟତ ଗଠନ ପାଇଁ ବିଶ୍ୱସ୍ତରୀୟ ପ୍ରୟାସ ନିମନ୍ତେ ଆହ୍ୱାନ କରି ତାଙ୍କ ଭାଷଣ ଶେଷ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 4, 2026
July 04, 2026

PM Modi’s Viksit Bharat Vision in Action: Modern Infrastructure, Strategic Strength & Economic Progress