ବିପର୍ଯ୍ୟୟ ସହନକ୍ଷମତାକୁ ସୁଦୃଢ଼ କରିବା ପାଇଁ ୫ଟି ପ୍ରମୁଖ ବିଶ୍ୱ ପ୍ରାଥମିକତା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ଭାରତ ଏକ ସୁନାମି ଚେତାବନୀ ବ୍ୟବସ୍ଥା ପ୍ରତିଷ୍ଠା କରିଛି ଯାହା ୨୯ ଦେଶକୁ ଉପକୃତ କରୁଛି : ପ୍ରଧାନମନ୍ତ୍ରୀ
ଭାରତ କ୍ଷୁଦ୍ର ବିକାଶଶୀଳ ଦ୍ୱୀପ ରାଜ୍ୟଗୁଡ଼ିକୁ ବୃହତ ମହାସାଗରୀୟ ଦେଶ ଭାବରେ ମାନ୍ୟତା ଦେଇଛି ଏବଂ ସେମାନଙ୍କର ଦୁର୍ବଳତା ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତାକୁ ସ୍ବୀକାର କରୁଛି : ପ୍ରଧାନମନ୍ତ୍ରୀ
ଆଗୁଆ ଚେତାବନୀ ବ୍ୟବସ୍ଥା ଏବଂ ସମନ୍ୱୟକୁ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ବିପର୍ଯ୍ୟୟ ପୁନର୍ନିର୍ମାଣ କ୍ଷେତ୍ରରେ ସର୍ବୋତ୍ତମ ଜ୍ଞାନ ଓ ଅଭ୍ୟାସର ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ଭଣ୍ଡାର ସମଗ୍ର ବିଶ୍ୱ ପାଇଁ ଲାଭଦାୟକ ହେବ: ପ୍ରଧାନମନ୍ତ୍ରୀ

ମହାମହିମ,

ବିଶିଷ୍ଟ ପ୍ରତିନିଧିଗଣ, ପ୍ରିୟ ସାଥିମାନେ, ନମସ୍କାର।

ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି 2025 ଉପରେ ଅନ୍ତର୍ଜାତୀୟ ସମ୍ମିଳନୀକୁ ଆପଣଙ୍କୁ ସ୍ୱାଗତ। ପ୍ରଥମ ଥର ପାଇଁ ୟୁରୋପରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ମୁଁ ମୋର ବନ୍ଧୁ, ରାଷ୍ଟ୍ରପତି ମାକ୍ରୋନ୍ ଏବଂ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଆଗାମୀ ମିଳିତ ଜାତିସଂଘ ମହାସାଗର ସମ୍ମିଳନୀ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଉଛି।

ସାଥିମାନେ,

ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି 'ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏକ ସୁଦୃଢ ଭବିଷ୍ୟତକୁ ଆକାର ଦେବା"। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଦ୍ୱୀପପୁଞ୍ଜ ବହୁ ମାତ୍ରାରେ  ବିପଦରେ ଅଛନ୍ତି। ନିକଟ ଅତୀତରେ, ଆମେ ଦେଖିଛୁ:  ଭାରତ ଏବଂ ବାଂଲାଦେଶରେ ବାତ୍ୟା ରିମାଲ, କାରିବିଆନରେ ଘୂର୍ଣ୍ଣିବାତ୍ୟା ବେରିଲ, ଦକ୍ଷିଣ-ପୂର୍ବ ଏସିଆରେ ତୋଫାନ ୟାଗି, ଆମେରିକାରେ ଘୂର୍ଣ୍ଣିବାତ୍ୟା ହେଲେନ, ଫିଲିପାଇନ୍ସରେ ତୋଫାନ ଉସାଗି ଏବଂ ଆଫ୍ରିକାର କିଛି ଅଂଶରେ ଘୂର୍ଣ୍ଣିବାତ୍ୟା ଚିଡୋ ଭଳି  ଘଟିଥିବା ଘଟଣା ସାକ୍ଷୀ ରହିଛି । ଏଭଳି ବିପର୍ଯ୍ୟୟ ଜୀବନ ଏବଂ ସମ୍ପତ୍ତିର କ୍ଷତି ଘଟାଇଥିଲା।

ସାଥିମାନେ,

1999ର ସୁପର-ସାଇକ୍ଲୋନ ଏବଂ 2004ର ସୁନାମି ସମୟରେ ମଧ୍ୟ ଭାରତ ଏହି ଯନ୍ତ୍ରଣାକୁ ଅନୁଭବ କରିଥିଲା। ଆମେ ସ୍ଥିରତାକୁ ଧ୍ୟାନରେ ରଖି ଅନୁକୁଳନ ଏବଂ ପୁନଃ ନିର୍ମାଣ କରିଥିଲୁ, ସ୍ଥିତିସ୍ଥାପକତା ଉପରେ ଧ୍ୟାନ ଦେଉଛୁ। ସମ୍ବେଦନଶୀଳ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ଆମେ 29ଟି ଦେଶ ପାଇଁ ସୁନାମି ଚେତାବନୀ ବ୍ୟବସ୍ଥା ନିର୍ମାଣ କରିବାରେ ମଧ୍ୟ ସହାୟତା କରିଥିଲୁ।

 

ସାଥିମାନେ,

ବିପର୍ଯ୍ୟୟ ପ୍ରଶମନକାରୀ ଭିତ୍ତିଭୂମି ପାଇଁ ମେଣ୍ଟ 25ଟି କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଜ୍ୟ ସହିତ କାର୍ଯ୍ୟ କରୁଛି। ମଜବୁତ ଗୃହ, ଡାକ୍ତରଖାନା, ବିଦ୍ୟାଳୟ, ଶକ୍ତି, ଜଳ ସୁରକ୍ଷା ଏବଂ ଆଗୁଆ ଚେତାବନୀ ବ୍ୟବସ୍ଥା ନିର୍ମାଣ କରାଯାଉଛି। ଏହି ସମ୍ମିଳନୀର ବିଷୟବସ୍ତୁକୁ ଦୃଷ୍ଟିରେ ରଖି, ଏଠାରେ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ କେରିବିୟନର ବନ୍ଧୁମାନଙ୍କୁ ଏଠାରେ ମୁଁ ଦେଖି ଆନନ୍ଦିତ। ଏହା ବ୍ୟତୀତ, ମୁଁ ଖୁସି ଯେ ଆଫ୍ରିକୀୟ ସଂଘ ମଧ୍ୟ ସି. ଡି. ଆର. ଆଇ. ରେ ସାମିଲ ହୋଇଯାଇଛି।

ସାଥିମାନେ,

ମୁଁ କେତେକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରାଥମିକତା ପ୍ରତି ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି।

ପ୍ରଥମ: ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ  ପାଠ୍ୟକ୍ରମ, ମଡ୍ୟୁଲ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଉଚ୍ଚ ଶିକ୍ଷାର ଏକ ଅଂଶବିଶେଷ ହେବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଏକ କୁଶଳୀ କାର୍ଯ୍ୟବଳ ସୃଷ୍ଟି ହେବ, ଯାହା ଭବିଷ୍ୟତର ଆହ୍ୱାନର ମୁକାବିଲା କରିପାରିବ।

ଦ୍ୱିତୀୟ: ଅନେକ ଦେଶ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଏବଂ ସ୍ଥିରତା ସହିତ ପୁନଃନିର୍ମାଣ କରୁଛନ୍ତି। ସେମାନଙ୍କ ଶିକ୍ଷା ଏବଂ ସର୍ବୋତ୍ତମ ଅଭ୍ୟାସର ଏକ ବିଶ୍ୱସ୍ତରୀୟ ଡିଜିଟାଲ ଭଣ୍ଡାର ଲାଭଦାୟକ ହେବ।

 

ତୃତୀୟ:  ବିପର୍ଯ୍ୟୟ ପ୍ରଶମନ ପାଇଁ ଅଭିନବ ଅର୍ଥର ଆବଶ୍ୟକତା ରହିଛି। ଆମକୁ କାର୍ଯ୍ୟକ୍ଷମ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଆର୍ଥିକ ସୁବିଧା ସୁନିଶ୍ଚିତ କରିବାକୁ ହେବ।

ଚତୁର୍ଥ: ଆମେ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ବୃହତ ମହାସାଗରୀୟ ଦେଶ ଭାବେ ବିବେଚନା କରୁ। ସେମାନଙ୍କର ଦୁର୍ବଳତା ହେତୁ, ସେମାନେ ସ୍ୱତନ୍ତ୍ର ଧ୍ୟାନ ପାଇବାକୁ ଯୋଗ୍ୟ |

ପଞ୍ଚମ: ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଏବଂ ସମନ୍ୱୟକୁ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ। ଏହା ସମୟୋଚିତ ନିଷ୍ପତ୍ତି ଏବଂ ପ୍ରଭାବଶାଳୀ ଶେଷ-ମାଇଲ ଯୋଗାଯୋଗରେ ସାହାଯ୍ୟ ମିଳିଥାଏ | ମୁଁ ନିଶ୍ଚିତ ଯେ ଏହି ସମ୍ମିଳନୀରେ ଏହି ଦିଗଗୁଡ଼ିକ ଉପରେ ବିଚାର ଆଲୋଚନା କରିଜୀବ ।

ସାଥିମାନେ.

ଆସନ୍ତୁ ଆମେ ଏପରି ଭିତ୍ତିଭୂମି ନିର୍ମାଣ କରିବା,  ଯାହା ସମୟ ଏବଂ ଜୁଆର ବିରୁଦ୍ଧରେ ଦୃଢ ଭାବରେ ଛିଡ଼ା ହେବ। ଆସନ୍ତୁ, ଆମେ ବିଶ୍ୱ ପାଇଁ ଏକ ସୁଦୃଢ଼ ଏବଂ ନମନୀୟ ଭବିଷ୍ୟତ ନିର୍ମାଣ କରିବା।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch