“ଦୁର୍ନୀତି ନିବାରଣ ସମ୍ଭବ ବୋଲି ଗତ ୬-୭ ବର୍ଷରେ ସରକାର ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଛନ୍ତି”
“ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ରାଜନୈତିକ ଇଚ୍ଛାଶକ୍ତି ରହିଛି ଏବଂ ପ୍ରଶାସନିକ ସ୍ତରରେ ନିରନ୍ତର ସୁଧାର ଅଣାଯାଉଛି”
“ନୂତନ ଭାରତ ନବୋନ୍ମେଷ, ଯୋଜନା ପ୍ରସ୍ତୁତି ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଉଛି। ଦୁର୍ନୀତିକୁ ବ୍ୟବସ୍ଥାର ଅଂଶବିଶେଷ ବୋଲି ଗ୍ରହଣ କରିବା ଲାଗି ନୂତନ ଭାରତ ଏବେ ପ୍ରସ୍ତୁତ ନାହିଁ। ଏହା ପାରଦର୍ଶୀ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଏବଂ ସକ୍ରିୟ ପ୍ରଶାସନ ଚାହେଁ”
“ସରକାରୀ ପ୍ରକ୍ରିୟାକୁ ସରଳ କରିବା ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନରୁ ସରକାରୀ ହସ୍ତକ୍ଷେପ କମାଇବା ଲାଗି ସରକାର ଲକ୍ଷ୍ୟ ଆଧାରିତ ପଦକ୍ଷେପ ଗ୍ରହଣ କରିଛନ୍ତି”
“ବିଶ୍ବାସ ଓ ପ୍ରଯୁକ୍ତି ଅନୁକୂଳ ମନୋଭାବ କାରଣରୁ ଦକ୍ଷ ପ୍ରଶାସନ ଏବଂ ବ୍ୟବସାୟିକ ସୁଗମତା ଅଧିକ ସୁଦୃଢ଼ ହୋଇଛି”
“ପ୍ରଯୁକ୍ତି ଓ ସତର୍କତା ସହିତ- ସରଳ, ସ୍ପଷ୍ଟ, ପାରଦର୍ଶୀ ପ୍ରକ୍ରିୟା ଦୁର୍ନୀତି ନିବାରଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ। ଏହା ଆମ କାର୍ଯ୍ୟକୁ ସରଳ କରିବା ସହିତ ଦେଶର ସମ୍ବଳକୁ ସୁରକ୍ଷିତ ରଖିବ”
ଦେଶ ଓ ଦେଶବାସୀଙ୍କ ସହ ବିଶ୍ବାସଘାତକତା କରୁଥିବା କୌଣସି ବ୍ୟକ୍ତିଙ୍କୁ ଯେପରି କୌଣସି ସ୍ଥାନରେ ସୁରକ୍ଷିତ ସ୍ଥାନ ନମିଳିବ ତାହା ସୁନିଶ୍ଚିତ କରାଯିବା ଉଚିତ୍”
“ନୂତନ ଭାରତ ନିର୍ମାଣରେ ବାଧା ସୃଷ୍ଟି କରୁଥିବା ପ୍ରକ୍ରିୟା ଦୂର କରିବା ଦିଗରେ ସିଭିସି, ସିବିଆଇ ଓ ଅନ୍ୟ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ପଦକ୍ଷେପ ଗ୍ରହଣ କରିବା ଉଚିତ୍”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମିଳିତ ସମ୍ମିଳନୀରେ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀ ଗୁଜରାଟର କେଓଡ଼ିଆ ଠାରେ ଅନୁଷ୍ଠିତ ହେଉଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସର୍ଦ୍ଦାର ପଟେଲଙ୍କ ସ୍ମୃତି ସହ ଜଡ଼ିତ ସ୍ଥାନ କେଓଡ଼ିଆରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ସର୍ଦ୍ଦାର ପଟେଲ ସବୁବେଳେ ପ୍ରଶାସନକୁ ଭାରତର ପ୍ରଗତି, ଜନସାଧାରଣଙ୍କ ଚିନ୍ତା ଏବଂ ଲୋକକଲ୍ୟାଣର ଆଧାରରେ ପରିଣତ କରିବା ପ୍ରତି ପ୍ରାଥମିକତା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ ଏ ଅମୃତ କାଳରେ ଏକ ବିଶାଳ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି। ଆଜି ଯେତେବେଳେ ଆମେ ଲୋକାଭିମୁଖି ଏବଂ ସକ୍ରିୟ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ହୋଇଛୁ, ଆପଣମାନଙ୍କର କାର୍ଯ୍ୟ ତତ୍ପରତା ସର୍ଦ୍ଦାର ସାହେବଙ୍କ ଆଦର୍ଶକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ମୋଦୀ କହିଥିଲେ।

ରାଷ୍ଟ୍ରୀୟ ଜୀବନର ସମସ୍ତେ କ୍ଷେତ୍ରରେ ଦୁର୍ନୀତି ନିବାରଣ ପାଇଁ ନିଜକୁ ସମର୍ପି ଦେବା ଲାଗି ପ୍ରଧାନମନ୍ତ୍ରୀ ସିବିଆଇ ଏବଂ ସିଭିସି ଅଧିକାରୀମାନଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ, ଦୁର୍ନୀତି ଲୋକମାନଙ୍କର ଅଧିକାରକୁ ଛଡ଼ାଇ ନେଇଥାଏ ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ। ଏହା ରାଷ୍ଟ୍ରୀୟ ପ୍ରଗତିରେ ବାଧକ ସାଜିବା ସହିତ ରାଷ୍ଟ୍ରର ମିଳିତ ଶକ୍ତିକୁ ପ୍ରଭାବିତ କରିଥାଏ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଦୁର୍ନୀତି ନିବାରଣ ସମ୍ଭବ ବୋଲି ଗତ ୬-୭ ବର୍ଷରେ ସରକାର ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଛନ୍ତି। ସେ କହିଥିଲେ, ଦଲାଲ ଓ ମଧ୍ୟସ୍ଥଙ୍କ ବିନା ଲୋକମାନେ ସରକାରୀ ଯୋଜନାଗୁଡ଼ିକର ସମ୍ପୂର୍ଣ୍ଣ ସୁବିଧା ପାଇବା ନେଇ ଏକ ବିଶ୍ବାସ ଆଜି ଦେଶରେ ସୃଷ୍ଟି ହୋଇଛି। ଲୋକମାନଙ୍କ ମନରେ ଏବେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହୁଅନ୍ତୁ ପଛେ, ଯୁଆଡ଼େ ଯାଆନ୍ତୁ ପଛେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। “ପୂର୍ବରୁ ସରକାର ଏବଂ ବ୍ୟବସ୍ଥା ଯେପରି ମାର୍ଗରେ ପରିଚାଳିତ ହେଉଥିଲା, ସେଥିରେ ଉଭୟ ରାଜନୈତିକ ଏବଂ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ରହିଥିଲା। ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆଜି ରାଜନୈତିକ ଇଚ୍ଛାଶକ୍ତି ରହିଛି ଏବଂ ପ୍ରଶାସନିକ ସ୍ତରରେ ନିରନ୍ତର ସୁଧାର ଅଣାଯାଉଛି”, ପ୍ରଧାନମନ୍ତ୍ରୀ କହିଥିଲେ। ପରିବର୍ତ୍ତିତ ଭାରତ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକବିଂଶ ଶତାବ୍ଦୀର ଭାରତ, ଆଧୁନିକ ଚିନ୍ତାଧାରା ସହିତ ମାନବଜାତିର କଲ୍ୟାଣ ପାଇଁ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ବାରୋପ କରୁଛି। “ନୂତନ ଭାରତ ନବୋନ୍ମେଷ, ଯୋଜନା ପ୍ରସ୍ତୁତି ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଉଛି। ଦୁର୍ନୀତିକୁ ବ୍ୟବସ୍ଥାର ଅଂଶବିଶେଷ ବୋଲି ଗ୍ରହଣ କରିବା ଲାଗି ନୂତନ ଭାରତ ଏବେ ପ୍ରସ୍ତୁତ ନାହିଁ। ଏହା ପାରଦର୍ଶୀ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଏବଂ ସକ୍ରିୟ ପ୍ରଶାସନ ଚାହେଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସର୍ବାଧିକ ନିୟନ୍ତ୍ରଣ ଏବଂ ସର୍ବାଧିକ କ୍ଷତି ଠାରୁ ସରକାର ଏବେ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନର ଯାତ୍ରା ଦିଗରେ ଆଗେଇ ଆସିଛନ୍ତି। ସରକାରୀ ପ୍ରକ୍ରିୟାକୁ ସରଳ କରିବା ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନରୁ ସରକାରୀ ହସ୍ତକ୍ଷେପ କମାଇବା ଲାଗି ସରକାର କିଭଳି ଭାବେ ଲକ୍ଷ୍ୟ ଆଧାରିତ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ। ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ବିଶ୍ବାସ ଓ ପ୍ରଯୁକ୍ତି ଉପରେ ସରକାର କିପରି ଭାବେ ଜୋର ଦେଇ ଆସୁଛନ୍ତି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଏ ସରକାର ନାଗରିକଙ୍କୁ ଅବିଶ୍ବାସ କରନ୍ତି ନାହିଁ ଏବଂ ଏହି କାରଣରୁ ବିଭିନ୍ନ ସ୍ତରରେ ବହୁସଂଖ୍ୟକ କାଗଜପତ୍ର ଯାଞ୍ଚ କରିବାର ପ୍ରକ୍ରିୟାକୁ ଉଠାଇ ଦିଆଯାଇଛି। ଫଳରେ ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ବିନା ପ୍ରଯୁକ୍ତି ମାଧ୍ୟମରେ ଜନସାଧାରଣଙ୍କୁ ମିଳିପାରୁଛି। ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସାକ୍ଷାତକାର ପରୀକ୍ଷାକୁ ଉଠାଇ ଦିଆଯାଇଛି। ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଂ ଠାରୁ ଆରମ୍ଭ କରି ଟିକସ ପଇଠ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାରେ ଫେସଲେସ୍ (ବ୍ୟକ୍ତିଗତ ସାକ୍ଷାତକାର ମୁକ୍ତ) ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସବୁ ପଦକ୍ଷେପ ଦୁର୍ନୀତି ହ୍ରାସ କରିବା କ୍ଷେତ୍ରରେ ବିଶେଷ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିଶ୍ବାସ ଓ ପ୍ରଯୁକ୍ତି ଅନୁକୂଳ ମନୋଭାବ କାରଣରୁ ଦକ୍ଷ ପ୍ରଶାସନ ଏବଂ ବ୍ୟବସାୟିକ ସୁଗମତା ଅଧିକ ସୁଦୃଢ଼ ହୋଇଛି। ସେ କହିଥିଲେ, ବ୍ୟବସାୟ ପାଇଁ ଅନୁମତି ଏବଂ ଅନୁପାଳନ ସଂକ୍ରାନ୍ତ କେତେକ ପୁରୁଣା କାଳିଆ ନିୟମ ଉଚ୍ଛେଦ କରାଯାଇଛି। ଏଥିସହିତ ବର୍ତ୍ତମାନ ସମୟରେ ଦେଖାଦେଉଥିବା ସମସ୍ୟାର ସମାଧାନ ଲାଗି କେତେକ କଠୋର ଆଇନ ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁସଂଖ୍ୟକ ଅନୁପାଳନ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି। ଏଥିସହିତ ବିଭିନ୍ନ ଅନୁମତି ଏବଂ ଅନୁପାଳନ ପ୍ରକ୍ରିୟାକୁ ଫେସଲେସ୍ କରାଯାଇଛି। ସେଲ୍ଫ-ଆସେସମେଣ୍ଟ (ଆତ୍ମ-ମୂଲ୍ୟାଙ୍କନ) ଏବଂ ସେଲ୍ଫ ଡିକ୍ଲାରେସନ (ସତ୍ୟପାଠ) ଭଳି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି। ସରକାରୀ ଇ-ମାର୍କେଟପ୍ଲେସ ଜିଇଏମ ଇ-ଟେଣ୍ଡର ପ୍ରଦାନ କ୍ଷେତ୍ରରେ ସ୍ବଚ୍ଛତା ଆଣିଛି। ଡିଜିଟାଲ ବ୍ୟବସ୍ଥା ତଦନ୍ତ ପ୍ରକ୍ରିୟାକୁ ସହଜ କରିଛି। ସେହିପରି ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନିଷ୍ପତ୍ତି ଗ୍ରହଣ କରିବା ପ୍ରକ୍ରିୟାରେ ରହିଥିବା ବହୁ ବାଧା ଦୂର କରିବ। ସେ ଜୋର ଦେଇ କହିଥିଲେ ଯେ ବିଶ୍ବାସ ଏବଂ ପ୍ରଯୁକ୍ତିର ଏହି ଯାତ୍ରାରେ ସିଭିସି ଓ ବିବିଆଇ ଭଳି ସଂସ୍ଥା ପ୍ରତି ଦେଶର  ଭରସା ରହିବା ଅତି ଜରୁରି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରକୁ ପ୍ରାଥମିକତା ଏବଂ ପ୍ରମୁଖ ଗୁରୁତ୍ବ ଦେବା ସବୁବେଳେ ଆମର ଲକ୍ଷ୍ୟ ହେବା ଉଚିତ୍। ଆମର କାର୍ଯ୍ୟ ସର୍ବଦା ଜନକଲ୍ୟାଣ ଏବଂ ଜନସାଧାରଣଙ୍କ ଚିନ୍ତା ପ୍ରତି କେନ୍ଦ୍ରିତ ହେବା ଉଚିତ୍ ବୋଲି ସେ କହିଥିଲେ। ଏହି ନିୟମ ପାଳନ କରୁଥିବା ‘କର୍ମଯୋଗୀ’ଙ୍କୁ ସେ ସବୁବେଳେ ସମର୍ଥନ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

‘ଦୁର୍ନୀତି ନିବାରଣ’ ଉପରେ ପ୍ରଧାନମନ୍ତ୍ରୀ ନିଜର ମତାମତ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ସତର୍କତା ମାଧ୍ୟମରେ ସମ୍ପୂର୍ଣ୍ଣ ଦୁର୍ନୀତି ନିବାରଣ ସମ୍ଭବ। ପ୍ରଯୁକ୍ତି ଏବଂ ଅନୁଭୂତି ମାଧ୍ୟମରେ ଏହାକୁ ସୁଦୃଢ଼ କରାଯାଇପାରିବ। ପ୍ରଯୁକ୍ତି ଓ ସତର୍କତା ସହିତ- ସରଳ, ସ୍ପଷ୍ଟ, ପାରଦର୍ଶୀ ପ୍ରକ୍ରିୟା ଦୁର୍ନୀତି ନିବାରଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ। ଏହା ଆମ କାର୍ଯ୍ୟକୁ ସରଳ କରିବା ସହିତ ଦେଶର ସମ୍ବଳକୁ ସୁରକ୍ଷିତ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ପଛଘୁଞ୍ଚା ନଦେବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ।  ଦେଶ ଓ ଦେଶବାସୀଙ୍କ ସହ ବିଶ୍ବାସଘାତକତା କରୁଥିବା କୌଣସି ବ୍ୟକ୍ତିଙ୍କୁ ଯେପରି କୌଣସି ସ୍ଥାନରେ ସୁରକ୍ଷିତ ସ୍ଥାନ ମିଳିବ ନାହିଁ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ସବୁଠୁ ଗରିବ ଅବହେଳିତ ଲୋକମାନଙ୍କ ମନରୁ ବ୍ୟବସ୍ଥା ପ୍ରତି ରହିଥିବା ଭୟ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଯୁକ୍ତିଜନିତ ଆହ୍ବାନ ଏବଂ ସାଇବର ଠକେଇ ପ୍ରତି ସତର୍କ ଓ ସଜାଗ ରହିବା ଲାଗି ମଧ୍ୟ ସେ ଆହ୍ବାନ କରିଥିଲେ।

ଆଇନ ଓ ପ୍ରକ୍ରିୟାକୁ ସରଳ କରିବା ଲାଗି ନିଜର ସ୍ବାଧୀନତା ଦିବସ ଅଭିଭାଷଣ ଗୁରୁତ୍ବାରୋପ କରିଥିବା ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଭାରତ ନିର୍ମାଣରେ ବାଧା ସୃଷ୍ଟି କରୁଥିବା ପ୍ରକ୍ରିୟା ଦୂର କରିବା ଦିଗରେ ସିଭିସି, ସିବିଆଇ ଓ ଅନ୍ୟ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଶ୍ରୀ ମୋଦୀ କହିଥିଲେ ଯେ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ପାଇଁ ଭାରତର ନୀତିକୁ ଆପଣମାନେ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।  ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ଆପଣମାନେ ଆଇନକୁ ଏପରି ଭାବେ କାର୍ଯ୍ୟକାରୀ କରିବା ଜରୁରି ଯାହାଫଳରେ ଗରିବ ଲୋକମାନେ ବ୍ୟବସ୍ଥାର ଅଧିକ ନିକଟତର ହୋଇପାରିବେ ଏବଂ ଦୁର୍ନୀତିଗ୍ରସ୍ତମାନେ ଏହାଠାରୁ ବାହାରେ ରହିପାରିବେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From a carved table gifted by Putin to PM Modi to selection of Chola bronzes, over 100 artefacts find pride of place in new PMO

Media Coverage

From a carved table gifted by Putin to PM Modi to selection of Chola bronzes, over 100 artefacts find pride of place in new PMO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on sacred Earth as a source of strength to the nation
March 10, 2026

The Prime Minister, Shri Narendra Modi, shared a Sanskrit Subhashitam emphasising on sacred Earth as a source of strength to the nation:

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”

The Subhashitam conveys that, the Earth, which is filled with water within the oceans, and surrounded by water outside, which thoughtful scholars have understood through their wisdom, and whose heart is covered by the eternal truth in the vast sky – may that earth, sustain our energy and strength in a noble nation.

The Prime Minister wrote on X;

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”