ରାଷ୍ଟ୍ରପତିଙ୍କ ଅଭିଭାଷଣ ୧୪୦ କୋଟି ଭାରତୀୟଙ୍କ ଆତ୍ମବିଶ୍ବାସ ଓ ଆକାଂକ୍ଷାକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ
ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଯୁବପିଢ଼ି, ଚାଷୀ ଏବଂ ଉତ୍ପାଦକମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରେ: ପ୍ରଧାନମନ୍ତ୍ରୀ
ଆମ ସରକାର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ ଉପରେ ବିଶ୍ବାସ କରେ; ଦେଶ ସଂସ୍କାର ଏକ୍ସପ୍ରେସ୍ ମାଧ୍ୟମରେ ଦ୍ରୁତ ଗତିରେ ଆଗେଇଚାଲିଛି: ପ୍ରଧାନମନ୍ତ୍ରୀ
ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ
ଏହି ସମୟ ସମାଧାନ, ସଶକ୍ତ ନିଷ୍ପତ୍ତି ଓ ଦ୍ରୁତ ସଂସ୍କାରର : ପ୍ରଧାନମନ୍ତ୍ରୀ

ବଜେଟ୍ ଅଧିବେଶନ ୨୦୨୬ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶର ୧୪୦ କୋଟି ଜନତାଙ୍କ ଆତ୍ମବିଶ୍ବାସର ପରିପ୍ରକାଶ, ସେମାନଙ୍କ କଠିନ ପରିଶ୍ରମର ପ୍ରମାଣ ଓ ଯୁବପିଢିଙ୍କ ଆକାଂକ୍ଷାର ପ୍ରତିଫଳନ। ସେ ଉଲ୍ଲେଖ କରିଥିଲେ ଯେ ଏହି ଅଧିବେଶନ ଆରମ୍ଭରେ ଓ ବର୍ଷ ୨୦୨୬ ଲାଗି ରାଷ୍ଟ୍ରପତି ସମସ୍ତ ସଦସ୍ୟଙ୍କ ଆଗରେ ବିଭିନ୍ନ ମାର୍ଗଦର୍ଶିକା ବିନ୍ଦୁ ରଖିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ରାଷ୍ଟ୍ରମୁଖ୍ୟ ଭାବରେ, ରାଷ୍ଟ୍ରପତି ସରଳ ଭାଷାରେ ଯେଉଁ ଆଶା ରଖିଛନ୍ତି, ସେଗୁଡ଼ିକୁସମସ୍ତ ସାଂସଦଙ୍କ ଦ୍ୱାରା ଗୁରୁତ୍ବର ସହିତ ନିଆଯିବ, ଯାହା ଏହି ଅଧିବେଶନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କରିଥାଏ। ସେ କହିଥିଲେ ଯେ ଏହି ବଜେଟ୍ ଅଧିବେଶନ ଏକବିଂଶ ଶତାବ୍ଦୀର ପ୍ରଥମ ଚତୁର୍ଥାଂଶର ଶେଷ ଏବଂ ଦ୍ୱିତୀୟ ଚତୁର୍ଥାଂଶର ଆରମ୍ଭ। ୨୦୨୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ବଜେଟ୍ ହେଉଛି ଶତାବ୍ଦୀର ଦ୍ୱିତୀୟ ଚତୁର୍ଥାଂଶର ପ୍ରଥମ ବଜେଟ୍। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନବମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ, ଯାହା ଭାରତର ସଂସଦୀୟ ଇତିହାସରେ ଏକ ଗର୍ବର ମୁହୂର୍ତ୍ତ। 
 

ନୂଆବର୍ଷ ଏକ ସକାରାତ୍ମକତାର ସହ ଆରମ୍ଭ ହୋଇଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତ ବିଶ୍ବ ପାଇଁ ଏକ ଆଶାର ଆଲୋକ ଓ ଆକର୍ଷଣ କେନ୍ଦ୍ର ପାଲଟିଛି। ଏହି ଚତୁର୍ଥାଂଶର ଆରମ୍ଭରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତର ଯୁବପିଢିଙ୍କ ପାଇଁ ଉଜ୍ଜଳ ଭବିଷ୍ୟତ ଏବଂ ଆଗାମୀ ଦିଗଦର୍ଶନକୁ ପ୍ରତିଫଳିତ କରେ। ସେ କହିଥିଲେ ଯେ ଏହି ଚୁକ୍ତିନାମା ଏକ ମହତ୍ୱାକାଂକ୍ଷୀ ଭାରତ, ଆକାଂକ୍ଷୀ ଯୁବପିଢ଼ି ଏବଂ ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ମୁକ୍ତ ବାଣିଜ୍ୟକୁ ପ୍ରତିନିଧିତ୍ୱ କରେ। ଭାରତୀୟ ଉତ୍ପାଦକମାନେ ସେମାନଙ୍କର କ୍ଷମତା ବୃଦ୍ଧି କରିବା ପାଇଁ ଏହି ସୁଯୋଗର ସଦବ୍ୟବହାର କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ସେ କହିଥିଲେ ଯେ "ସବୁ ଚୁକ୍ତିନାମାର ଜନନୀ" ବୋଲି କୁହାଯାଉଥିବା ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମା ଯୋଗୁଁ ଏକ ବିଶାଳ ବଜାର ଏବେ ଖୋଲିଯାଇଛି। ଏହା ଫଳରେ ଭାରତୀୟ ସାମଗ୍ରୀଗୁଡ଼ିକ ଅଳ୍ପ ଖର୍ଚ୍ଚରେ ସେଠାରେ ପହଞ୍ଚିପାରିବ। ତେବେ ବ୍ୟବସାୟ ମୁଖ୍ୟ ଓ ନିର୍ମାତାମାନେ ଅଳ୍ପରେ ସନ୍ତୁଷ୍ଟ ନ ହୋଇ ନିଜର ଉତ୍ପାଦର ଗୁଣବତ୍ତା ବୃଦ୍ଧି କରିବାକୁ ସେ ଚେତାଇଦେଇଥିଲେ।  ସେ ଗୁରୁତ୍ୱାରୋପ କରିଥିଲେ ଯେ ସର୍ବୋତ୍ତମ ଗୁଣବତ୍ତା ଉତ୍ପାଦ ସହିତ ଏହି ମୁକ୍ତ ବଜାରରେ ପ୍ରବେଶ କରିବା ଦ୍ୱାରା ୨୭ଟି ୟୁରୋପୀୟ ସଂଘ ଦେଶର କ୍ରେତାମାନେ କେବଳ ଲାଭ ପାଇବେ ନାହିଁ ବରଂ ସେମାନଙ୍କର ବିଶ୍ୱାସ ମଧ୍ୟ ଜିତିହେବ, ଯାହା ଦଶନ୍ଧି ଦଶନ୍ଧି ଧରି ସ୍ଥାୟୀ ପ୍ରଭାବ ପକାଇବ। ସେ କହିଥିଲେ ଯେ ଦେଶର ବ୍ରାଣ୍ଡ୍ ସହିତ କମ୍ପାନୀଗୁଡ଼ିକର ବ୍ରାଣ୍ଡ୍ ମିଳିତ ହେଲେ ଏକ ନୂତନ ପ୍ରତିଷ୍ଠା ମିଳିପାରିବ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ୨୭ଟି ଦେଶ ସହିତ ହୋଇଥିବା ଏହି ଚୁକ୍ତିନାମା ଭାରତର ମତ୍ସ୍ୟଜୀବୀ, ଚାଷୀ, ଯୁବକ ଏବଂ ସେବା କ୍ଷେତ୍ରରେ ସାମିଲ ଥିବା ଲୋକଙ୍କ ପାଇଁ ଅପାର ସୁଯୋଗ ଆଣିଛି ଯେଉଁମାନେ ବିଶ୍ୱ ସ୍ତରରେ ସୁଯୋଗ ସନ୍ଧାନ କରିବାକୁ ଆଗ୍ରହୀ। ଏହା ଏକ ଆତ୍ମବିଶ୍ୱାସୀ, ପ୍ରତିଯୋଗିତାମୂଳକ ଏବଂ ଉତ୍ପାଦନକ୍ଷମ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ । 
 

ସେ କହିଥିଲେ ଜାତୀୟ ଧ୍ୟାନ ବଜେଟ୍ ଆଡ଼କୁ ଆକର୍ଷିତ ହେଉଥିବାବେଳେ ,ସରକାରଙ୍କ ପରିଚୟ ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ ରହିଛି। ଦେଶ ଏବେ ସଂସ୍କାର ଏକ୍ସପ୍ରେସରେ ଆଗକୁ ବଢୁଛି ଓ ଏହି ଯାତ୍ରାକୁ ତ୍ବରାନ୍ବିତ କରିବାକୁ ସକାରାତ୍ମକ ଉର୍ଜ୍ଜା ସଞ୍ଚାର କରିଥିବାରୁ ସେ ସବୁ ସାଂସଦମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ ଦେଶ ଏବେ ଦୀର୍ଘ ମିଆଦୀ ସମସ୍ୟାରୁ ଦୀର୍ଘ ମିଆଦୀ ସମାଧାନ ଆଡ଼କୁ ଗତିକରୁଛି ଓ ଏହା ସମ୍ଭାବ୍ୟତା ଓ ବୈଶ୍ବିକ ଭରସା ସୃଷ୍ଟି କରୁଛି। ଶ୍ରୀ ମୋଦୀ କହିଥିଲେ ଯେ ଜାତୀୟ ପ୍ରଗତି ଲକ୍ଷ୍ୟରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ମାନବ-କୈନ୍ଦ୍ରିକ ହେବ। ଭାରତ ପ୍ରଯୁକ୍ତିବିଦ୍ୟା ସହିତ ପ୍ରତିଯୋଗିତା କରିବ, ତାହାକୁ ବ୍ୟବହାର କରିବ ଏବଂ ଗ୍ରହଣ କରିବ, କିନ୍ତୁ ସରକାର ମାନବ-କୈନ୍ଦ୍ରିକ ବ୍ୟବସ୍ଥା ସହିତ କେବେବି ସାଲିସ କରିବ ନାହିଁ ଏବଂ ସମ୍ବେଦନଶୀଳତା ସହିତ ପ୍ରଯୁକ୍ତିବିଦ୍ୟାକୁ ସନ୍ତୁଳିତ କରିବାର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବ। ସେ କହିଛନ୍ତି ଯେ ସମାଲୋଚକମାନେ ମଧ୍ୟ ସ୍ୱୀକାର କରନ୍ତି ଯେ ସରକାର ଶେଷ ଲୋକଟି ପାଖକୁ ପହଞ୍ଚିବା ଉପରେ ଗୁରୁତ୍ବ ଦିଅନ୍ତି ଏବଂ ନିଶ୍ଚିତ କରନ୍ତି ଯେ ଯୋଜନାଗୁଡ଼ିକୁ ଫାଇଲରେ ସୀମିତ ନ ରହି ଲୋକଙ୍କ ପାଖକୁ ପହଞ୍ଚୁ। ସେ କହିଥିଲେ ଯେ ଏହି ପରମ୍ପରା ପରବର୍ତ୍ତି ପିଢିର ସଂସ୍କାର କ୍ଷେତ୍ରରେ ବି ଜାରି ରହିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ଆଜି ବିଶ୍ୱ ପାଇଁ ଏକ ମହାନ ଆଶାର ପ୍ରତିନିଧିତ୍ୱ କରେ, ଏବଂ ଗଣତନ୍ତ୍ରର ଏହି ମନ୍ଦିରରେ, ଭାରତ ପାଖରେ ଶକ୍ତି, ଗଣତନ୍ତ୍ର ପ୍ରତି ପ୍ରତିବଦ୍ଧତା ତଥା ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ନିଆଯାଇଥିବା ନିଷ୍ପତ୍ତି ପ୍ରତି ସମ୍ମାନର ବାର୍ତ୍ତା ଦେବାର ସୁଯୋଗ ଅଛି - ଏପରି ବାର୍ତ୍ତା ଯାହାକୁ ବିଶ୍ୱ ସ୍ତରରେ ସ୍ୱାଗତ ଏବଂ ଗ୍ରହଣ କରାଯାଏ। ଶ୍ରୀ ମୋଦୀ କହିଥିଲେ ଯେ ଏହା ବାଧା ସୃଷ୍ଟି କରିବାର ସମୟ ନୁହେଁ, ବରଂ ସମାଧାନ ଓ ସଂକଳ୍ପର ସମୟ। ସେ ସମସ୍ତ ସାଂସଦଙ୍କୁ ସମାଧାନର ଯୁଗକୁ ତ୍ୱରାନ୍ୱିତ କରିବା, ନିଷ୍ପତ୍ତିକୁ ସଶକ୍ତ କରିବା ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ସଫଳ ବିତରଣ ସୁନିଶ୍ଚିତ କରିବାରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ସେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଏବଂ ଶୁଭେଚ୍ଛା ଜଣାଇ ତାଙ୍କ ଭାଷଣ ସମାପ୍ତ କରିଥିଲେ। 
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sacred relics of Buddha from National Museum reach Ladakh as Leh marks Buddha Purnima

Media Coverage

Sacred relics of Buddha from National Museum reach Ladakh as Leh marks Buddha Purnima
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.