ରାଷ୍ଟ୍ରପତିଙ୍କ ଅଭିଭାଷଣ ୧୪୦ କୋଟି ଭାରତୀୟଙ୍କ ଆତ୍ମବିଶ୍ବାସ ଓ ଆକାଂକ୍ଷାକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ
ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଯୁବପିଢ଼ି, ଚାଷୀ ଏବଂ ଉତ୍ପାଦକମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରେ: ପ୍ରଧାନମନ୍ତ୍ରୀ
ଆମ ସରକାର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ ଉପରେ ବିଶ୍ବାସ କରେ; ଦେଶ ସଂସ୍କାର ଏକ୍ସପ୍ରେସ୍ ମାଧ୍ୟମରେ ଦ୍ରୁତ ଗତିରେ ଆଗେଇଚାଲିଛି: ପ୍ରଧାନମନ୍ତ୍ରୀ
ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ
ଏହି ସମୟ ସମାଧାନ, ସଶକ୍ତ ନିଷ୍ପତ୍ତି ଓ ଦ୍ରୁତ ସଂସ୍କାରର : ପ୍ରଧାନମନ୍ତ୍ରୀ

ନମସ୍କାର ବନ୍ଧୁଗଣ!

ଗତକାଲି ମହାମାନ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ୧୪୦ କୋଟି ଦେଶବାସୀଙ୍କ ଆତ୍ମବିଶ୍ୱାସର ପ୍ରତିବିମ୍ବ ଥିଲା, ୧୪୦ କୋଟି ଭାରତୀୟଙ୍କ ସାମୂହିକ ପ୍ରୟାସର ଏକ ରେକର୍ଡ ଥିଲା ଏବଂ ୧୪୦ କୋଟି ନାଗରିକ-ବିଶେଷକରି ଯୁବବର୍ଗଙ୍କ ଆକାଂକ୍ଷାଗୁଡ଼ିକର ଅତ୍ୟନ୍ତ ସ୍ପଷ୍ଟ ଅଭିବ୍ୟକ୍ତି ଥିଲା। ଏହା ସହିତ ସମସ୍ତ ମହାନୁଭାବ ସଂସଦ ସଦସ୍ୟମାନଙ୍କ ପାଇଁ କିଛି ମାର୍ଗଦର୍ଶକ ଚିନ୍ତାଧାରା ମଧ୍ୟ ପ୍ରସ୍ତୁତ କରିଥିଲା। ମାନ୍ୟବର ରାଷ୍ଟ୍ରପତି ଗତକାଲି ଗୃହରେ ସମସ୍ତ ସାଂସଦଙ୍କ ପାଇଁ ଅନେକ ମାର୍ଗଦର୍ଶିକା ମଧ୍ୟ ଉପସ୍ଥାପନ କରିଥିଲେ।

 

ଅଧିବେଶନର ଆରମ୍ଭରେ ତଥା ୨୦୨୬ ବର୍ଷର ଆରମ୍ଭରେ, ରାଷ୍ଟ୍ରର ମୁଖ୍ୟ ଭାବେ ମହାମାନ୍ୟ ରାଷ୍ଟ୍ରପତି ଗୃହ ସମ୍ମୁଖରେ ସରଳ ଶବ୍ଦରେ ଯେଉଁ ଆଶାପ୍ରତ୍ୟାଶା ପ୍ରକାଶ କରିଛନ୍ତି, ସେଗୁଡ଼ିକ ଗଭୀର ଭାବନାକୁ ପ୍ରତିବିମ୍ବିତ କରୁଛି। ମୁଁ ସଂପୂର୍ଣ୍ଣ ବିଶ୍ୱାସ କରେ ଯେ, ସମସ୍ତ ମହାନୁଭବ ସଂସଦ ସଦସ୍ୟମାନେ ସେଗୁଡ଼ିକୁ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି। ଏହି ଅଧିବେଶନ ସ୍ୱୟଂ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ଏହା ବଜେଟ୍‌ ଅଧିବେଶନ।

 

ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ବିତିଗଲାଣି, ଏବଂ ଦ୍ୱିତୀୟ ତ୍ରୈମାସିକ ଆରମ୍ଭ ହୋଇସାରିଲାଣି । ଏହା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ୨୫ ବର୍ଷ ଅବଧିର ଆରମ୍ଭ ଏବଂ ଚଳିତ ଶତାବ୍ଦୀର ଦ୍ୱିତୀୟ ତ୍ରୈମାସର ଏହା ହେଉଛି ପ୍ରଥମ ବଜେଟ ଅଧବେଶନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଇତିହାସରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏ କ୍ରମାଗତ ନବମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଭାରତର ସଂସଦୀୟ ଇତିହାସରେ ଏକ ଗୌରବମୟ ମୁହୂର୍ତ୍ତ ଭାବରେ ଲିପିବଦ୍ଧ ହୋଇ ରହିବ ।

 

ବନ୍ଧୁଗଣ,

ଏହି ବର୍ଷଟି ଅତ୍ୟନ୍ତ ସକାରାତ୍ମକ ଭାବରେ ଆରମ୍ଭ ହୋଇଛି। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଭାରତ ଆଜି ବିଶ୍ୱ ପାଇଁ ଆଶାର ଏକ କିରଣ ହୋଇଉଠିଛି ଏବଂ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ତ୍ରୈମାସିକର ଆରମ୍ଭରେ, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଭାରତର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତର ଏକ ଜ୍ୱଳନ୍ତ ଉଦାହରଣ । ଏହା ହେଉଛି ମହତ୍ୱାକାଂକ୍ଷୀ ଭାରତ , ଆକାଂକ୍ଷୀ ଯୁବପିଢ଼ି ଏବଂ ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ମୁକ୍ତ ବାଣିଜ୍ୟ ବୁଝାମଣା । ମୁଁ ବିଶ୍ୱାସ କରୁଛି ଯେ, ବିଶେଷକରି, ଭାରତୀୟ ନିର୍ମାତାମାନେ, ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ନିଶ୍ଚିନ୍ତ ଏହି ସୁଯୋଗକୁ ଗ୍ରହଣ କରିବେ।

 

ମୁଁ ସମସ୍ତ ଉତ୍ପାଦକମାନଙ୍କୁ କହିବାକୁ ଚାହେଁ ଯେ, ବର୍ତ୍ତମାନ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ଚୁକ୍ତିନାମା ଯାହାକୁ ସମସ୍ତ ଚୁକ୍ତିର ଜନନୀ କୁହାଯାଉଛି, ଆମ ଶିଳ୍ପପତି ଓ ଉତ୍ପାଦକମାନେ କେବଳ ଏହା ଭାବି ସନ୍ତୁଷ୍ଟ ରହିବା ଉଚିତ୍ ନୁହେଁ ଯେ, ଏକ ବଡ଼ ବଜାର ଖୋଲିଗଲା ଏବଂ ଏବେ ଶସ୍ତାରେ ସାମଗ୍ରୀ ପଠାଯାଇପାରିବ। 

 

ଏହା ଏକ ବଡ଼ ସୁଯୋଗ। ଏହି ସୁଯୋଗର ପ୍ରାଥମିକ ମନ୍ତ୍ର ହେଉଛି ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା। ଏବେ ବଜାର ଖୋଲିଗଲାଣି, ଆମକୁ ସର୍ବୋଚ୍ଚ ଗୁଣବତ୍ତା ସହିତ ବଜାରରେ ପ୍ରବେଶ କରିବା ଉଚିତ। ଯଦି ଆମେ ସର୍ବୋଚ୍ଚ ଗୁଣବତ୍ତା ଆଣିଥାଉ, ତେବେ ଆମେ କେବଳ ୨୭ ୟୁରୋପୀୟ ସଂଘ ଦେଶର କ୍ରେତାଙ୍କଠାରୁ ଟଙ୍କା ରୋଜଗାର କରିବୁ ନାହିଁ, ବରଂ ଆମର ଗୁଣବତ୍ତା ଯୋଗୁଁ ସେମାନଙ୍କ ହୃଦୟ ମଧ୍ୟ ଜିତିପାରିବୁ। ଏହାର ପ୍ରଭାବ ଦଶନ୍ଧି ଧରି ରହିବ। କମ୍ପାନୀଗୁଡ଼ିକର ବ୍ରାଣ୍ଡ ଦେଶର ବ୍ରାଣ୍ଡ ସହିତ ଏକ ନୂତନ ପରିଚୟ ସୃଷ୍ଟି କରେ ତେଣୁ, ୨୭ ଦେଶ ସହିତ ଏହି ଚୁକ୍ତିନାମା ଆମର ମତ୍ସ୍ୟଜୀବୀ, କୃଷକ, ଯୁବପିଢ଼ି ଏବଂ ବିଶ୍ୱର ବିଭିନ୍ନ ସ୍ଥାନକୁ ଭ୍ରମଣ କରିବାକୁ ଆଗ୍ରହୀ ଲୋକମାନଙ୍କ ପାଇଁ ପ୍ରଚୁର ସୁଯୋଗ ଆଣିଦେଇଛି । ମୁଁ ବିଶ୍ୱାସ କରେ ଯେ, ଏହା ଏକ ଆତ୍ମବିଶ୍ୱାସୀ, ପ୍ରତିଯୋଗିତାମୂଳକ ଏବଂ ଉତ୍ପାଦନଶୀଳ ଭାରତ ଗଢିବା ପାଇଁ ଏକ ପ୍ରମୁଖ ପଦକ୍ଷେପ।

 

ବନ୍ଧୁଗଣ,

ଦେଶର ଧ୍ୟାନ ବଜେଟ୍ ଉପରେ କେନ୍ଦ୍ରିତ ହେବା ସ୍ୱାଭାବିକ, କିନ୍ତୁ ଏହି ସରକାରଙ୍କର ପ୍ରମୁଖ ଲକ୍ଷ୍ୟ ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତର। ଏବେ ଆମେ ସଂସ୍କାର ଏକ୍ସପ୍ରେସରେ ଅଛୁ, ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ଏହି ସଂସ୍କାର ଏକ୍ସପ୍ରେସ୍‌କୁ ତ୍ୱରାନ୍ୱିତ କରିବାରେ ମୋର ସମସ୍ତ ସହକର୍ମୀଙ୍କ ସକାରାତ୍ମକ ଶକ୍ତି ପାଇଁ ମୁଁ ସଂସଦରେ ମୋର ସମସ୍ତ ସହକର୍ମୀଙ୍କୁ କୃତଜ୍ଞତା ଜଣାଉଛି, ଏବଂ ଫଳସ୍ୱରୂପ, ସଂସ୍କାର ଏକ୍ସପ୍ରେସ ନିରନ୍ତର ଗତି ହାସଲ କରୁଛି । ଦେଶ ଏବେ ଦୀର୍ଘକାଳୀନ ସମସ୍ୟାଗୁଡ଼ିକୁ ଦୂର କରୁଛି ଏବଂ ସମାଧାନ ପଥରେ ଦୃଢ଼ ଭାବରେ ଆଗକୁ ବଢ଼ୁଛି। ଯେତେବେଳେ ଦୀର୍ଘକାଳୀନ ସମାଧାନ ସ୍ଥାନିତ ହୁଏ, ସେତେବେଳେ ପୂର୍ବାନୁମାନ ହୁଏ, ଯାହା ବିଶ୍ୱରେ ବିଶ୍ୱାସ ସୃଷ୍ଟି କରେ! ଆମେ ନେଉଥିବା ପ୍ରତ୍ୟେକ ନିଷ୍ପତ୍ତିରେ ଦେଶର ପ୍ରଗତି ଆମର ଲକ୍ଷ୍ୟ, କିନ୍ତୁ ଆମର ସମସ୍ତ ନିଷ୍ପତ୍ତି ମାନବ-କୈନ୍ଦ୍ରିକ। ଆମର ଭୂମିକା, ଆମର ଯୋଜନା, ମାନବ-କୈନ୍ଦ୍ରିକ। ଆମେ ପ୍ରଯୁକ୍ତିବିଦ୍ୟା ସହିତ ପ୍ରତିଯୋଗିତା କରିବୁ, ଆମେ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବୁ, ଆମେ ଏହାର ସମ୍ଭାବନାକୁ ଗ୍ରହଣ କରିବୁ, କିନ୍ତୁ ସେହି ସମୟରେ, ଆମେ ମାନବ-କୈନ୍ଦ୍ରିକ ବ୍ୟବସ୍ଥାକୁ କମ୍ ଆକଳନ କରିବୁ ନାହିଁ। ଆମେ ସମ୍ବେଦନଶୀଳତାର ଗୁରୁତ୍ୱକୁ ବୁଝିବୁ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗରେ ନୂତନ ଦୃଷ୍ଟିକୋଣ ସହିତ ଆଗକୁ ଅଗ୍ରସର ହେବାର ଚିନ୍ତା କରିବୁ। 

 

ଆମର ସହଯୋଗୀ, ଆମର ସମର୍ଥକମାନଙ୍କର ଆମ ପ୍ରତି ନିଜସ୍ୱ ମନୋଭାବ ଥାଇପାରେ, ଏବଂ ଏହା ଏକ ଗଣତନ୍ତ୍ରରେ ସ୍ୱାଭାବିକ। କିନ୍ତୁ ଗୋଟିଏ କଥା ସମସ୍ତେ ସ୍ୱୀକାର କରନ୍ତି ଯେ, ଏହି ସରକାର ‘ଲାଷ୍ଟ-ମାଇଲ୍‌ ଡିଲିଭେରି’ ଉପରେ ବିଶେଷ ଗୁରୁତ୍ୱ ଦେଇଆସିଛି। ଯୋଜନାଗୁଡ଼ିକ କେବଳ ଫାଇଲ୍‌ରେ ସୀମିତ ନ ରହି, ଲୋକମାନଙ୍କ ଜୀବନରେ ପହଞ୍ଚିବାକୁ ନିରନ୍ତର ପ୍ରୟାସ ହୋଇଆସୁଛି। ଏହି ପରମ୍ପରାକୁ ଆଗାମୀ ଦିନଗୁଡ଼ିକରେ ‘ସଂସ୍କାର ଏକ୍ସପ୍ରେସ୍‌’ଉପରେ ଆସୁଥିବା ପରବର୍ତ୍ତୀ ପିଢ଼ିର ସୁଧାରମାନଙ୍କ ମାଧ୍ୟମରେ ଆହୁରି ଆଗକୁ ଆଗକୁ ନେଇଯିବ।

 

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ଆଜି ବିଶ୍ୱ ପାଇଁ ଏକ ବଡ଼ ଆକାଂକ୍ଷା ରଖିଛି। ଗଣତନ୍ତ୍ରର ଏହି ମନ୍ଦିରରେ, ଆମକୁ ବିଶ୍ୱ ସମ୍ପ୍ରଦାୟକୁ ଏକ ବାର୍ତ୍ତା ପଠାଇବାକୁ ପଡିବ: ଆମର ଶକ୍ତି, ଗଣତନ୍ତ୍ର ପ୍ରତି ଆମର ସମର୍ପଣ, ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ନିଆଯାଇଥିବା ନିଷ୍ପତ୍ତି ପ୍ରତି ଆମର ସମ୍ମାନ। ଏହା ଏକ ସୁଯୋଗ, ବିଶ୍ୱ ନିଶ୍ଚିତ ଭାବରେ ଏହାକୁ ସ୍ୱାଗତ ଓ ଗ୍ରହଣ କରେ। 

 

ଯେତେବେଳେ ଦେଶ ଆଗକୁ ଅଗ୍ରସର ହେଉଛି, ସେତେବେଳେ ଏହା ସମସ୍ୟାର ଯୁଗ ନୁହେଁ; ଏହା ସମାଧାନର ଯୁଗ। ଆଜି ପ୍ରାଥମିକତା ବାଧା ନୁହେଁ, ବରଂ ସମାଧାନ। ଆଜି ବାଧା ସୃଷ୍ଟି କରି ବସି ଶୋକ ପ୍ରକାଶ କରିବାର ସମୟ ନୁହେଁ; ଏହା ସାହସିକ, ସମାଧାନମୁଖୀ ସିଦ୍ଧାନ୍ତ ନେବାକୁ ଆବଶ୍ୟକ କରୁଥିବା ଏକ ସମୟ। ମୁଁ ସମସ୍ତ ମାନ୍ୟବର ସାଂସଦଙ୍କୁ ଆଗକୁ ଆସିବାକୁ ଅନୁରୋଧ କରୁଛି, ସେମାନେ ଆଗକୁ ଆସନ୍ତୁ, ଦେଶ ପାଇଁ ଆବଶ୍ୟକ ସମାଧାନଗୁଡ଼ିକର ଏହି ପର୍ଯ୍ୟାୟକୁ ଆହୁରି ତ୍ୱରାନ୍ୱିତ କରନ୍ତୁ, ସିଦ୍ଧାନ୍ତଗୁଡ଼ିକୁ ସଶକ୍ତ କରନ୍ତୁ ଏବଂ ଶେଷ ମାଇଲ୍‌ଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚରେ ସଫଳତାର ସହିତ ଆଗକୁ ବଢ଼ନ୍ତୁ।

 

ବନ୍ଧୁଗଣ, ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଶୁଭକାମନା।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From strategic partnership upgrade to defence roadmap: Key outcomes of PM Modi–Meloni meeting in Rome

Media Coverage

From strategic partnership upgrade to defence roadmap: Key outcomes of PM Modi–Meloni meeting in Rome
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 21, 2026
May 21, 2026

Appreciation by Citizens on Leadership That Delivers: PM Modi's Journey of Development, Diplomacy & Farmer-First Progress