ମହାମହିମଗଣଙ୍କୁ ନମସ୍କାର !

ଚଳିତବର୍ଷ ଆମେ ଆମର ପାରମ୍ପରିକ ସାମୂହିକ ଫଟୋ ଭର୍ଚୁଆଲ ପଦ୍ଧତିରେ ନେଇଛୁ । ମାତ୍ର ଆମେ ଆମର ଭାରତ-ଏସିଆନ ଶିଖର ସମ୍ମିଳନୀର ପରମ୍ପରାକୁ ବଜାୟ ରଖିଛୁ । ୨୦୨୧ ଏସିଆନ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବା ମହାମହିମ ବ୍ରୁନେଇର ସୁଲତାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ମହାମହିମ,

କୋଭିଡ-୧୯ ମହାମାରୀ ଯୋଗୁଁ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛୁ । ଗୋଟେ ଦୃଷ୍ଟିରୁ କହିବାକୁ ଗଲେ ଏପରି ଆହ୍ୱାନମୂଳକ ସମୟ ଭାରତ-ଏସିଆନ ବନ୍ଧୁତ୍ୱ ପାଇଁ ମଧ୍ୟ ସମାନ । ଆମର ଆପୋଷ ସହଯୋଗ ଓ ସମବେଦନା ଯାହା କୋଭିଡ୍ ସମୟରୁ ରହିଆସିଛି ତାହା ବଳବତ୍ତର ରହି ଭବିଷ୍ୟତରେ ଆମର ସମ୍ପର୍କକୁ ଦୃଢ କରିବା ସହ ଆମର ଜନସାଧାରଣଙ୍କ ନିମନ୍ତେ ମଧ୍ୟ ସଦ୍ଦିଛାର ମାଧ୍ୟମ ହେବ । ଭାରତ ଓ ଏସିଆନ ସମ୍ପର୍କ ହଜାର ହଜାର ବର୍ଷର, ଇତିହାସ ତା’ର ମୁକସାକ୍ଷୀ । ଏହା ଆମର ସଂସ୍କୃତି, ପାରସ୍ପରିକ ମୂଲ୍ୟବୋଧ, ପରମ୍ପରା, ଭାଷା, ପୁସ୍ତକ, ସ୍ଥାପତ୍ୟ, ଖାଦ୍ୟପେୟରେ ପ୍ରତିଫଳିତ । ସେ ଦୃଷ୍ଟିରୁ ଭାରତ ପାଇଁ ଏସିଆନ ଏକତା ଆମର ଏକାନ୍ତ କାମ୍ୟ । ଏସିଆନର ସ୍ୱତନ୍ତ୍ର ଭୂମିକା, ଭାରତର ଆକ୍ଟ ଇଷ୍ଟ ନୀତି ଆମର ସୁରକ୍ଷା ଓ ଅଭିବୃଦ୍ଧି ବା ସାମୁଦ୍ରିକ ନୀତି ସହ ସଂଶ୍ଳିଷ୍ଟ । ଭାରତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ ଓ ଏସିଆନ ଭାରତ-ପ୍ରଶାନ୍ତ ମହାସାଗରୀୟ ନୀତିରେ ଏହି ଅଞ୍ଚଳର ଶାନ୍ତି ସହାବସ୍ଥାନ ନେଇ ଅନେକ ସାମାଞ୍ଜସ୍ୟ ରହିଛି ।

ମହାମହିମ ଗଣ,

୨୦୨୨ ମସିହା ଆମ ଭାଗିଦାରୀତାର ୩୦ବର୍ଷ ପୂରଣ କରିବ । ଭାରତ ମଧ୍ୟ ନିଜର ସ୍ୱାଧୀନତାର ୭୫ବର୍ଷ ପୂରଣ କରିବ । ମୁଁ ଖୁବ୍ ଖୁସି ଯେ ଆମେ ଭାରତ-ଏସିଆନ ବନ୍ଧୁତ୍ୱର ସଫତଳାର ମାଇଲଖୁଣ୍ଟ ବର୍ଷକୁ ପାଳନ କରିବା । କାମ୍ବୋଡିଆର ଆଗାମୀ ଅଧ୍ୟକ୍ଷତା ଓ ସଂଯୋଜକ ସିଙ୍ଗାପୁରର ମିଳିତ ଏସିଆନ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ଆମେ ଅଙ୍ଗୀକାରବଦ୍ଧ । ମୁଁ ଆପଣମାନଙ୍କ ମତାମତ ଶୁଣିବା ଅପେକ୍ଷାରେ ରହୁଛି ।

ଅଶେଷ ଧନ୍ୟବାଦ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy