ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 24 ଅଗଷ୍ଟ 2023 ରେ ଜୋହାନ୍ସବର୍ଗ ଠାରେ ବ୍ରିକ୍ସ - ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ ସଂଳାପରେ ଭାଗ ନେଇଥିଲେ।

 

ଏହି ବୈଠକରେ ବ୍ରିକ୍ସ ଦେଶର ନେତା ମାନଙ୍କ ସହ ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ଅତିଥି ଦେଶମାନେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା।

 

ତାଙ୍କ ହସ୍ତକ୍ଷେପ ସମୟରେ ପ୍ରଧାନମନ୍ତ୍ରୀ ବ୍ରିକ୍ସକୁ ଗ୍ଲୋବାଲ ସାଉଥ (ଦକ୍ଷିଣ ବିଶ୍ଵ) ର ସ୍ୱର ହେବାକୁ ଆହ୍ବାନ ଦେଇଛନ୍ତି। ଆଫ୍ରିକା ସହିତ ଭାରତର ଘନିଷ୍ଠ ସହଭାଗୀତା ସମ୍ପର୍କରେ ସେ ସୂଚାଇ ଦେଇଛନ୍ତି ଏବଂ ଏଜେଣ୍ଡା 2063 ଅଧୀନରେ ଏହାର ବିକାଶ ଯାତ୍ରାରେ ଆଫ୍ରିକାକୁ ସମର୍ଥନ କରିବାକୁ ଭାରତର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି।

 

ବହୁଧ୍ରୁବୀ ଦୁନିଆକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅଧିକ ସହଯୋଗ ନିମନ୍ତେ ଆହ୍ୱାନ ଦେଇଥିଲେ ଏବଂ ସେମାନଙ୍କୁ ପ୍ରତିନିଧି ଏବଂ ପ୍ରାସଙ୍ଗିକ ରଖିବା ପାଇଁ ବିଶ୍ୱ ଅନୁଷ୍ଠାନ ଗୁଡ଼ିକର ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆତଙ୍କବାଦ ବିରୋଧୀ, ପରିବେଶ ସଂରକ୍ଷଣ, ଜଳବାୟୁ କାର୍ଯ୍ୟ, ସାଇବର ନିରାପତ୍ତା, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ତଥା ସ୍ଥାୟୀ ଯୋଗାଣ ଶୃଙ୍ଖଳା ପରିପ୍ରେକ୍ଷୀରେ ସହଯୋଗ ପାଇଁ ସେ ନେତା ମାନଙ୍କୁ ଅନୁରୋଧ କରିଥିଲେ। ଆନ୍ତର୍ଜାତୀୟ ସୈ।ର ମେଣ୍ଟ, ୱାନ ସନ୍ ୱାନ ୱାର୍ଲ୍ଡ ୱାନ ଗ୍ରୀଡ (ଏକ ସୂର୍ଯ୍ୟ, ଏକ ବିଶ୍ବ , ଏକ ଗ୍ରୀଡ) ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ମଞ୍ଚ, ଗୋଟିଏ ବିଶ୍ବ , ଗୋଟିଏ ସ୍ବାସ୍ଥ୍ୟ, ବିଗ କ୍ୟାଟ ଆଲାଏନ୍ସ (ବୃହତ୍ ପ୍ରଜାତିର ବିରାଡ଼ି ମାନଙ୍କ ସଂରକ୍ଷଣ ନିମନ୍ତେ ମିଳିତ ମଞ୍ଚ ) ଏବଂ ପାରମ୍ପରିକ ଚିକିତ୍ସା ପାଇଁ ବିଶ୍ବସ୍ତରୀୟ କେନ୍ଦ୍ର ଭଳି ଅନ୍ତର୍ଜାତୀୟ ପଦକ୍ଷେପ ଗୁଡ଼ିକର ଅଂଶ ହେବା ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ସେ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଷ୍ଟାକ ମଧ୍ୟ ବଣ୍ଟନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Healthcare affordability a key priority, duty cuts & GST reductions benefitting citizens: Piyush Goyal

Media Coverage

Healthcare affordability a key priority, duty cuts & GST reductions benefitting citizens: Piyush Goyal
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 12, 2025
November 12, 2025

Bonds Beyond Borders: Modi's Bhutan Boost and India's Global Welfare Legacy Under PM Modi