ପ୍ରାପ୍ତ ବୟସ୍କ ଲୋକଙ୍କ ପାଇଁ ୧୦୦% ପ୍ରଥମ ଡୋଜ୍ ପ୍ରଦାନ ପୂରଣ ଲାଗି ଗୋଆକୁ ପ୍ରଶଂସା କଲେ
ଏହି ଉପଲକ୍ଷେ ଶ୍ରୀ ମନୋହର ପାରିକରଙ୍କ ସେବାଗୁଡ଼ିକୁ ସ୍ମରଣ କଲେ
‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ପ୍ରଦର୍ଶନ କରିଛି ଗୋଆ: ପ୍ରଧାନମନ୍ତ୍ରୀ
ମୁଁ ଅନେକ ଜନ୍ମଦିନ ଦେଖିସାରିଲିଣି ଏବଂ ସେଗୁଡ଼ିକୁ ସର୍ବଦା ସାଧାରଣ ବିବେଚନା କରିଥାଏ କିନ୍ତୁ, ମୋର ସମସ୍ତ ବର୍ଷଗୁଡ଼ିକରେ, ଗତକାଲି ଏଭଳି ଏକ ଦିନ ଥିଲା ଯାହା ମୋତେ ଆବେଗିକ ଭାବେ ପ୍ରଭାବିତ କରିଥିଲା, କାରଣ ୨.୫ କୋଟି ଲୋକଙ୍କ ଟିକାକରଣ ହୋଇଥିଲା: ପ୍ରଧାନମନ୍ତ୍ରୀ
ଗତକାଲି ପ୍ରତି ଘଣ୍ଟାରେ ୧୫ ଲକ୍ଷରୁ ଅଧିକ ଟିକା ଡୋଜ ପରିଚାଳନା କରାଯାଇଥିଲା, ପ୍ରତି ମିନିଟରେ ୨୬ ହଜାରରୁ ଅଧିକ ଏବଂ ପ୍ରତି ସେକେଣ୍ଡରେ ୪୨୫ରୁ ଅଧିକ ଟିକା ଡୋଜ ଦିଆଯାଇଥିଲା: ପ୍ରଧାନମନ୍ତ୍ରୀ
ଗୋଆର ପ୍ରତ୍ୟେକ ଉପଲବ୍ଧି ଯାହା କି ‘ଏକ ଭାରତ- ଶ୍ରେଷ୍ଠ ଭାରତ’କୁ ପ୍ରତିପାଦିତ କରୁଛି, ମୋ ମନରେ ଅନେକ ଆନନ୍ଦ ଭରିଦେଇଛି: ପ୍ରଧାନମନ୍ତ୍ରୀ
ଗୋଆ କେବଳ ଦେଶର ଏକ ରାଜ୍ୟ ନୁହେଁ, ବରଂ ବ୍ରାଣ୍ଡ ଇଣ୍ଡିଆର ଏକ ଶକ୍ତିଶାଳୀ ଚିହ୍ନ: ପ୍ରଧାନମନ୍ତ୍ରୀ

ଗୋଆରେ ସମସ୍ତ ପ୍ରାପ୍ତ ବୟସ୍କ ଲୋକଙ୍କର ୧୦୦% ଟିକାକରଣ ଶେଷ ହେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସ ଜରିଆରେ ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।

 

ସ୍ୱାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କ ସହ ବାର୍ତ୍ତାଳାପ

 

ବାର୍ତ୍ତାଳାପ ସମୟରେ, ପ୍ରଧାନମନ୍ତ୍ରୀ ଗୋଆ ମେଡିକାଲ କଲେଜର ପ୍ରାଧ୍ୟାପକ ଡା. ନୀତିନ ଧୁପଡଲେଙ୍କଠାରୁ ଜାଣିବାକୁ ପାଇଥିଲେ ଯେ ସେ କିଭଳି କୋଭିଡ ଟିକା ନେବା ପାଇଁ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । କୋଭିଡ ଟିକାକରଣ ଅଭିଯାନ ଓ ପୂର୍ବ ଅଭିଯାନ ମଧ୍ୟରେ ଥିବା ପାର୍ଥକ୍ୟ ବାବଦରେ ମଧ୍ୟ ସେ ଆଲୋଚନା କରିଥିଲେ । ଡା. ଧୁପଡଲେ ବିଶେଷକରି ଏହି ଅଭିଯାନର ମିଶନ ମୋଡକୁ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ଦିନକରେ ୨.୫ କୋଟି ଲୋକଙ୍କର ଟିକାକରଣ ପରେ କିଭଳି ବିରୋଧୀ ଦଳଗୁଡ଼ିକ ଟିକା ନେଇଥିବା ଲୋକଙ୍କ ପରିବର୍ତ୍ତେ ଏହା ଉପରେ ନକାରାତ୍ମକ ପ୍ରତିକି୍ରୟା ରଖିଥିଲେ । ପ୍ରଧାନମନ୍ତ୍ରୀ ଗୋଆରେ ପ୍ରାପ୍ତ ବୟସ୍କ ଲୋକଙ୍କର ୧୦୦% ଟିକାକରଣ ଶେଷ ହେବା ପରିପ୍ରେକ୍ଷୀରେ ଡାକ୍ତର ଓ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଥିଲେ । ଏହା ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣ ବୋଲି ସେ ଅଭିହିତ କରିଥିଲେ ।

 

କୋଭିଡ ହିତାଧିକାରୀ ତଥା ସାମାଜିକ କର୍ମୀ ଶ୍ରୀ ନାଜିର ଶେଖଙ୍କ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ ଯେ ସେ କିଭଳି ଟିକା ନେବା ପାଇଁ ଅନ୍ୟମାନଙ୍କୁ ବୁଝାଇବାକୁ ନିଷ୍ପତ୍ତି ନେଇଥିଲେ । ଟିକାକରଣ କେନ୍ଦ୍ରକୁ ଲୋକମାନଙ୍କୁ ନେବା ପାଇଁ ସେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ, ତାହା ସେ ଶ୍ରୀ ନାଜିରକଙ୍କୁ ପଚାରି ବୁଝିଥିଲେ । ଟିକାକରଣ ଅଭିଯାନ ବାବଦରେ ମଧ୍ୟ ସେ ଶ୍ରୀ ନାଜିରଙ୍କ ଅନୁଭୂତି ବାବଦରେ ଜାଣିବାକୁ ଚାହିଁଥିଲେ । ଶ୍ରୀ ନାଜିରଙ୍କ ‘ସବକା ପ୍ରୟାସ’ ଭଳି ଉଦ୍ୟମକୁ ସାମିଲ କରାଯିବା ଦ୍ୱାରା ଏଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନର ସୁଫଳ ପାଇବାରେ କିଭଳି ମହତ୍ତ୍ୱ ରଖେ, ତାହା ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସାମାଜିକ ସଚେତନ ଥିବା ସାମାଜିକ କର୍ମୀମାନଙ୍କୁ ପ୍ରଶଂସା କରିଥିଲେ ।

 

ସୁଶ୍ରୀ ସ୍ୱୀମା ଫର୍ଣ୍ଣାଣ୍ଡିଜଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ ଯେ ତାଙ୍କ ପାଖକୁ ଟିକା ନେବା ପାଇଁ ଆସୁଥିବା ବେଳେ ସେ ସେମାନଙ୍କଠାରୁ କ’ଣ ସବୁ ପଚାରି ବୁଝୁଥିଲେ । ଶୀତଳ ଭଣ୍ଡାର ବଜାୟ ରଖିବାର ପର୍ଯ୍ୟାୟ ବାବଦରେ ସେ ଉଲ୍ଲେଖ କରିଥିଲେ । ସେମାନେ କିଭଳି ଟିକା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥିତ ରଖୁଥିଲେ, ତାହା ସେ ପଚାରି ବୁଝିଥିଲେ । ଟିକା ଆଦୌ ନଷ୍ଟ ନ ହେବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବାବଦରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ପରିବାର ଦେଖାଶୁଣା ପ୍ରତିବଦ୍ଧତା ସତ୍ତ୍ୱେ ସେ ତାଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ ଏବଂ କରୋନା ଯୋଦ୍ଧାଙ୍କ ସମସ୍ତ ପରିବାରକୁ ସେମାନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ ।

 

ଶ୍ରୀ ଶଶିକାନ୍ତ ଭଗତଙ୍କ ସହ କଥା ହେବା ବେଳେ ପ୍ରଧାନମନ୍ତ୍ରୀ ଗତକାଲି ତାଙ୍କ ଜନ୍ମଦିନ ଅବସରରେ କିଭଳି ତାଙ୍କ ପୁରୁଣା ପରିଚିତଙ୍କ ସହ କଥା ହୋଇଥିଲେ, ତାହା ଦୋହରାଇଥିଲେ । ସେ ଦର୍ଶାଇଥିଲେ ଯେ ଯେତେବେଳେ ତାଙ୍କୁ ତାଙ୍କ ବୟସ ବିଷୟରେ ପଚରାଗଲା, ପ୍ରଧାନମନ୍ତ୍ରୀ କହିଥିଲେ, ‘ଅଭି ୩୦ ବାକି ହେଁ (ଆଉ ୩୦ ବାକି ରହିଛି)’ । ଶ୍ରୀ ମୋଦୀ ୭୫ ବର୍ଷୀୟ ଶ୍ରୀ ଭଗତଙ୍କୁ ବିତିଥିବା ୭୫ ବର୍ଷ ସଂକ୍ରାନ୍ତରେ ଚିନ୍ତା ନ କରି ଆଗାମୀ ୨୫ ବର୍ଷ ଉପରେ ଫୋକସ କରିବା ଆବଶ୍ୟକ ବୋଲି କହିଥିେଊ । ଟିକାକରଣ ବେଳେ ସେ କୌଣସି ସମସ୍ୟାର ଶିକାର ହୋଇଥିଲେ କି ନାହିଁ ସେ ବାବଦରେ ସେ ପଚାରି ବୁଝିଥିଲେ । ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଦିଆଯାଇଥିବାରୁ ଶ୍ରୀ ଭଗତ ଏହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହାସହ ଟିକାର ପାଶ୍ୱର୍ ପ୍ରତିକି୍ରୟା ଭୟକୁ ମଧ୍ୟ ସେ ଏଡ଼ାଇଥିଲେ, କାହିଁକି ନା ସେ ଜଣେ ମଧୁମେହ ରୋଗୀ ହୋଇଥିବା ସତ୍ତ୍ୱେ ତାଙ୍କ ଠାରେ କୌଣସି ପ୍ରକାର ପାଶ୍ୱର୍ ପ୍ରତିକି୍ରୟା ନ ଥିଲା । ପ୍ରଧାନମନ୍ତ୍ରୀ ଅବସରପ୍ରାପ୍ତ ସେଲସ ଟ୍ୟାକ୍ସ ଅଧିକାରୀ, ଶ୍ରୀ ଭଗତଙ୍କୁ ତାଙ୍କ ସାମାଜିକ ସେବା ପାଇଁ ପ୍ରଶଂସା କରିଥିଲେ ଏବଂ ଟିକସ କ୍ଷେତ୍ର ସମେତ ଜୀବନକୁ ଆହୁରି ସରଳ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ ସୁଶ୍ରୀ ସ୍ୱିଟି ଏସଏମ ଭେଙ୍ଗୁରଲେକରଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ ସେ ଦୁର୍ଗମ ଅଞ୍ଚଳରେ ଟିକା ଉତ୍ସବ କିଭଳି ଆୟୋଜନ କରିଥିଲେ । ଏହି ଉତ୍ସବ ଆୟୋଜନ ପାଇଁ ସେ କେଉଁ ପ୍ରକାର ଯୋଜନା କରିଥିଲେ ତାହା ସେ ପଚାରିଥିଲେ । କରୋନା ମହାମାରୀ ବେଳେ ନାଗରିକଙ୍କ ପାଇଁ ବ୍ୟବସ୍ଥା ଯଥାସମ୍ଭବ ସହଜ କରିବା ଲାଗି ଗୁରୁତ୍ୱ ଦିଆଯାଇଥିଲା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ । ଏଭଳି ଏକ ବିଶାଳ କାର୍ଯ୍ୟକ୍ରମ ସହ ଜଡ଼ିତ ଲଜିଷ୍ଟିକ୍ସ ବ୍ୟବସ୍ଥାର ଉପଯୁକ୍ତ ଦସ୍ତାବିଜକରଣ ଏବଂ ପ୍ରସାର ନିମନ୍ତେ ସେ ପରାମର୍ଶ ଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଦୃଷ୍ଟି ବାଧିତ ହିତାଧିକାରୀ ସୁଶ୍ରୀ ସୁମେରା ଖାନଙ୍କଠାରୁ ତାଙ୍କ ଟିକକରଣ ଅନୁଭୂତି ବାବଦରେ ଜାଣିବାକୁ ଚାହିଁଥିଲେ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ସୁଶ୍ରୀ ଖାନଙ୍କୁ ପ୍ରଶଂସା କରିଥିଲେ ଏବଂ ଆଇଏଏସ ଅଧିକାରୀ ହେବା ଲାଗି ସେ ରଖିଥିବା ଆକାଂକ୍ଷା ପାଇଁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଦେଶର ଦିବ୍ୟାଙ୍ଗ ନାଗରିକମାନଙ୍କୁ ସେମାନଙ୍କ ଭଳି ଲୋକଙ୍କର ଜୀବନରେ ପ୍ରେରଣା ସାଜିଥିବାରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

 

 

ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣ

 

କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶୁଭ ଗଣେଶ ଉତ୍ସବ ପର୍ବ ବେଳେ ‘ଅନନ୍ତ ସୂତ୍ର(ସୁରକ୍ଷା)’ ହାସଲ କରିଥିବାରୁ ଗୋଆ ଲୋକମାନଙ୍କୁ ପ୍ରଶଂସା କରିଥିଲେ । ଗୋଆରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି କୋଭିଡ ଟିକାର ଅନ୍ତତଃ ଗୋଟିଏ ଡୋଜ ନେଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ, ‘‘କରୋନା ବିରୋଧରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଗୋଆର ପ୍ରତ୍ୟେକ ଉପଲବ୍ଧି, ଯାହା କି ଏକ ଭାରତ- ଶ୍ରେଷ୍ଠ ଭାରତ ଚିନ୍ତାଧାରାକୁ ପ୍ରତିପାଦନ କରୁଛି, ତାହା ମୋ ମନରେ ଖୁସି ଭରିଦେଇଛି ।’’

 

ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଅବସରରେ ଶ୍ରୀ ମନୋହର ପାରିକରଙ୍କ ସେବାଗୁଡ଼ିକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗତ କିଛି ମାସ ମଧ୍ୟରେ ଗୋଆ ଭୀଷଣ ବୃଷ୍ଟିପାତ, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସହ ସାହସର ସହିତ ଲଢ଼ିଛି । ଏହିସବୁ ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ମଧ୍ୟରେ କରୋନା ଟିକାକରଣ ଅଭିଯାନର ଗତିକୁ ବଜାୟ ରଖିଥିବାରୁ ସେ କରୋନା ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଏବଂ ଟିମ୍ ଗୋଆକୁ ପ୍ରଶଂସା କରିଥିଲେ ।

 

ସାମାଜିକ ଓ ଭୌଗୋଳିକ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପ୍ରଦର୍ଶନରେ ଗୋଆ ଦେଖାଇଥିବା ସମନ୍ୱୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ରାଜ୍ୟର ଦୁର୍ଗମ ଅଞ୍ଚଳରେ ଅବସ୍ଥିତ କାନାକୋନା ସବଡିଭିଜନରେ ଟିକାକରଣ ଗତି ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ସାଜିଥିଲା । ସେ କହିଛନ୍ତି, ‘‘ଗୋଆ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ର ମହାନ ଫଳାଫଳକୁ ପ୍ରଦର୍ଶନ କରିପାରିଛି ।’’

 

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏକ ଆବେଗାତ୍ମକ ପ୍ରତିକି୍ରୟା ପ୍ରକାଶ କରିଥିଲେ ଏବଂ କହିଥିଲେ, ‘‘ମୁଁ ଅନେକ ଜନ୍ମଦିନ ଦେଖିସାରିଛି ଓ ସେ ସବୁଗୁଡ଼ିକୁ ନେଇ ସବୁବେଳେ ସ୍ୱାଭାବିକ ରହିଆସିଛି କିନ୍ତୁ, ମୋର ସମସ୍ତ ବର୍ଷରେ, ଗତକାଲି ଏଭଳି ଥିଲା, ଯାହା ମୋତେ ଗଭୀର ଆବେଗାତ୍ମକ ଭାବେ ପ୍ରଭାବିତ କରିଥିଲା ।’’ ଦେଶ ଏବଂ କରୋନା ଯୋଦ୍ଧାମାନଙ୍କ ଉଦ୍ୟମ ଦ୍ୱାରା ଗତକାଲିର ଅବସରକୁ ସ୍ୱତନ୍ତ୍ର କରି ତୋଳିଥିଲା । ୨.୫ କୋଟି ଲୋକଙ୍କର ଟିକାକରଣ ପାଇଁ ଲାଗିଥିବା ଟିମ ଓ ଲୋକମାନଙ୍କର ଉତ୍ସାହ, ସେବା ଓ କର୍ତ୍ତବ୍ୟପରାୟଣତାକୁ ସେ ପ୍ରଶଂସା କରିଥିଲେ । ଏହାକୁ ନେଇ ସମ୍ପୂର୍ଣ୍ଣ ଖୁସି ଜଣା ପଡୁଥିବା ପ୍ରଧାନମନ୍ତ୍ରୀ କହିଥିଲେ, ‘‘ପ୍ରତ୍ୟେକ ଲୋକ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଛନ୍ତି, ଲୋକମାନେ ଏହି ସେବାରେ ଯୋଡ଼ିହୋଇଛନ୍ତି । ଏହା ସେମାନଙ୍କର ଉତ୍ସାହ ଓ କର୍ତ୍ତବ୍ୟ, ଯାହା ଗୋଟିଏ ଦିନରେ ୨.୫ କୋଟି ଟିକାକରଣ ସଫଳତାକୁ ବାସ୍ତବ ରୂପ ଦେଇପାରିଛି ।’’

 

ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା, କରୋନା ବିରୋଧୀ ଲଢ଼େଇରେ ଦେଶବାସୀଙ୍କୁ ସାହାଯ୍ୟ କରୁଥିବା, ବିଗତ ଦୁଇବର୍ଷ ହେଲା ଏହି ସେବାରେ ନିୟୋଜିତ ଥିବା ଲୋକମାନଙ୍କ ଅବଦାନ ଲାଗି, ଗତକାଲି ରେକର୍ଡ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଲୋକମାନେ ଏହାକୁ ଏକ ସେବା ସହ ଯୋଡ଼ିଛନ୍ତି । ଏହା ସେମାନଙ୍କ ଉତ୍ସାହ ଓ କର୍ତ୍ତବ୍ୟ, ଯାହା ଦିନକରେ ୨.୫ କୋଟି ଡୋଜ ପରିଚାଳନାରେ ସହାୟକ ହୋଇଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ହିମାଚଳ, ଗୋଆ, ଚଣ୍ଡିଗଡ଼ ଓ ଲାକ୍ଷାଦ୍ୱୀପ ଯୋଗ୍ୟ ଲୋକଙ୍କର ପ୍ରଥମ ଡୋଜ ପ୍ରଦାନ ସମ୍ପୂର୍ଣ୍ଣ କରିଛନ୍ତି । ଏହାସହ ସିକ୍କିମ, ଆଣ୍ଡାମାନ ନିକୋବର, କେରଳ, ଲଦାଖ, ଉତ୍ତରାଖଣ୍ଡ ଓ ଦାଦ୍ରା ନଗର ହାବେଳି ମଧ୍ୟ ଏ କ୍ଷେତ୍ରରେ ପଛରେ ନାହାନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏହାର ଟିକାକରଣ ଉଦ୍ୟମରେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବି ଗୁରୁତ୍ୱ ଦେଇଛି ଯଦିଓ ଏହା ଉପରେ ପୂର୍ବରୁ ଆଲୋଚନା ହୋଇ ନ ଥିଲା । ଆମର ପର୍ଯ୍ୟଟନସ୍ଥଳୀ ଖୋଲିବା ପାଇଁ ଏହା ଜରୁରି ଥିଲା । ବିଦେଶୀ ପର୍ଯ୍ୟଟକମାନଙ୍କୁ ଉତ୍ସାହିତ ପାଇଁ କେନ୍ଦ୍ର ସରକାର ନିକଟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ଆସୁଥିବା ୫ ଲକ୍ଷ ପର୍ଯ୍ୟଟକଙ୍କୁ ମାଗଣାରେ ଭିସା ଦେବା ପାଇଁ ନିଷ୍ପତ୍ତି ହୋଇଛି, ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଂଶୀଦାରଙ୍କୁ ଏକ ସରକାରୀ ଗ୍ୟାରେଣ୍ଟି ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ପଞ୍ଜୀକୃତ ଟୁରିଷ୍ଟ ଗାଇଡଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବାକୁ ନିଷ୍ପତ୍ତି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଡବଲ ଇଞ୍ଜିନ ସରକାର’ ଗୋଆ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ତ୍ୱରାନ୍ୱିତ କରୁଛି ଏବଂ ରାଜ୍ୟର ଚାଷୀ ଓ ମତ୍ସ୍ୟଚାଷୀଙ୍କୁ ଅଧିକ ସୁବିଧା ଯୋଗାଇ ଦେଉଛି । ୧୨ ହଜାର କୋଟି ଆବଣ୍ଟନରେ ମୋପା ଗ୍ରୀନଫିଲ୍ଡ ବିମାନବନ୍ଦର ଓ ୬ ଥାକିଆ ରାଜପଥ, ଉତ୍ତର ଓ ଦକ୍ଷିଣ ଗୋଆକୁ ସଂଯୋଗ ପାଇଁ ଜୁଆରୀ ସେତୁ ଆଗାମୀ କିଛି ମାସ ମଧ୍ୟରେ ଉଦଘାଟନ ହେବ, ଯାହା ରାଜ୍ୟର ସଂଯୋଗ ବୃଦ୍ଧି କରିବ ।

 

ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଅମୃତ କାଳରେ ଆତ୍ମନିର୍ଭରତା ହାସଲ ପାଇଁ ସ୍ୱୟମ ପୂର୍ଣ୍ଣ ଗୋଆର ଶପଥ ନେଇଛି ଗୋଆ ଏବଂ ୫୦ରୁ ଅଧିକ ଉପକରଣର ବିନିର୍ମାଣ ଆରମ୍ଭ କରିଦେଇଛି । ପାଇଖାନା ବ୍ୟବସ୍ଥା, ଶତପ୍ରତିଶତ ବିଦୁ୍ୟତକରଣ ଏବଂ ‘ହର୍ ଘର୍ ଜଲ୍’ ଅଭିଯାନ ପାଇଁ ଉଦ୍ୟମ ନିମନ୍ତେ ଗୋଆର ଉପଲବ୍ଧି ନେଇ ସେ ଉଲ୍ଲେଖ କରିଛନ୍ତି ।  ୨ ବର୍ଷ ମଧ୍ୟରେ ୫ କୋଟି ପରିବାରକୁ ପାଇପ ଜଳ ସଂଯୋଗ କରିଛି ଦେଶ ଏବଂ ଗୋଆ ଏ କ୍ଷେତ୍ରରେ କରିଥିବା ଉଦ୍ୟମରୁ ସ୍ପଷ୍ଟ ଜଣାପଡୁଛି ଏହା ଉତ୍ତମ ଗଭର୍ଣ୍ଣାନ୍ସ ଓ ସହଜ ଜୀବନ ପାଇଁ ପ୍ରାଥମିକତା ପ୍ରଦାନ କରୁଛି । ଗରିବ ପରିବାରକୁ ରାସନ, ମାଗଣା ଗ୍ୟାସ ସିଲିଣ୍ଡର, ପିଏମ କିଷାନ ସମ୍ମାନ ନିଧି ଆବଣ୍ଟନ, କରୋନା ମହାମାରୀ ବେଳେ ମିଶନ ମୋଡରେ କିଷାନ କ୍ରେଡିଟ କାର୍ଡ ସମ୍ପ୍ରସାରଣ ଓ ରାସ୍ତାପାଶ୍ୱର୍ ବିକ୍ରେତାଙ୍କୁ ସ୍ୱନିଧି ସ୍କିମ୍ ଫାଇଦା ଦେବା କ୍ଷେତ୍ରରେ ଗୋଆର ଉଦ୍ୟମଗୁଡ଼ିକ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ବଖାଣିଛନ୍ତି । ଗୋଆକୁ ଏକ ଅସୀମ ସମ୍ଭାବନାର ରାଜ୍ୟ ବିବେଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଗୋଆ କେବଳ ଦେଶର ଏକ ରାଜ୍ୟ ନୁହେଁ, ବରଂ ବ୍ରାଣ୍ଡ୍ ଇଣ୍ଡିଆର ଏକ ଶକ୍ତିଶାଳୀ ଚିହ୍ନ ମଧ୍ୟ ।’’

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”