“ପ୍ରକୃତି ଏବଂ ଆନନ୍ଦ ବ୍ୟତୀତ ଗୋଆ ବିକାଶର ଏକ ନୂତନ ମଡେଲକୁ ସୂଚୀତ କରେ ଏବଂ ପଞ୍ଚାୟତ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ବିକାଶ ପାଇଁ ସାମୂହିକ ଏକତାର ପ୍ରତିଫଳନ”
“ଓଡିଏଫ୍‍, ବିଦ୍ୟୁତ, ପାଇପ୍‍ ଯୋଗେ ଜଳ ଯୋଗାଣ, ଗରିବ ଲୋକଙ୍କୁ ରାସନ ଭଳି ସମସ୍ତ ପ୍ରମୁଖ ଯୋଜନାରେ ଗୋଆ ୧୦୦% ଲକ୍ଷ୍ୟ ହାସଲ କରିଛି”
“ସ୍ୱୟଂପୂର୍ଣ୍ଣ ଗୋଆ ହେଉଛି ଟିମ୍ ଗୋଆର ନୂତନ ଦଳଗତ ଆବେଗର ଫଳାଫଳ”
“ଗୋଆରେ ବିକାଶ କରାଯାଉଥିବା ଭିତ୍ତିଭୂମି କୃଷକ, ପଶୁପାଳନ ଏବଂ ଆମର ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି”
“ପର୍ଯ୍ୟଟନ ଫୋକସରେ ଥିବା ରାଜ୍ୟଗୁଡିକ ଟୀକାକରଣ ଅଭିଯାନରେ ବିଶେଷ ଧ୍ୟାନ ଦେଇଥିଲେ ଏବଂ ଗୋଆ ଏହା ଦ୍ୱାରା ବହୁ ଲାଭ ପାଇଲା”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଗୋଆ ସରକାରଙ୍କ ଉପ ସଚିବ ଶ୍ରୀମତୀ ଇଶା ସାଭାନ୍ତଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ସ୍ୱୟଂପୂର୍ଣ୍ଣ ମିତ୍ର ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ସଂକ୍ରାନ୍ତରେ ପଚାରିଥିଲେ । ହିତାଧିକାରୀମାନେ ସେମାନଙ୍କ ଦୁଆର ମୁହଁରେ ସେବା ଏବଂ ସମାଧାନ ପାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସେଠାରେ ଏକକ ବାତାୟନ ବ୍ୟବସ୍ଥା ଥିବାରୁ ସହଜତା ଅଛି । ଯେତେବେଳେ ପ୍ରଧାନମନ୍ତ୍ରୀ ଜ୍ଞାନକୌଶଳର ବ୍ୟବହାର ବିଷୟରେ ପଚାରିଲେ, ସେ ସୂଚନା ଦେଇଥିଲେ ଯେ ଜ୍ଞାନକୌଶଳ ବ୍ୟବହାର ମାଧ୍ୟରେ ଏକ ସହଯୋଗୀ ଢଙ୍ଗରେ ତଥ୍ୟ ସଂଗ୍ରହ କରାଯାଇଥିଲା ।  ଏହା ଆବଶ୍ୟକ ସୁବିଧାଗୁଡ଼ିକର ମ୍ୟାପିଂ କରିବାରେ ସକ୍ଷମ ହୋଇଛି ବୋଲି ସେ କହିଛନ୍ତି । ମହିଳା ସଶକ୍ତିକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ତାଲିମ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟବସ୍ଥା ମାଧ୍ୟମରେ ମହିଳାମାନଙ୍କୁ ସୋସିଆଲ ମିଡିଆ ମାର୍କେଟିଂ ଏବଂ ବ୍ରାଣ୍ଡିଂ ସମ୍ବନ୍ଧରେ ଉପକରଣ ଏବଂ ସହାୟତା ଯୋଗାଇ ଦିଆଯାଇଥିଲା । ଅଟଳ ଇନକ୍ୟୁବେସନ ଗୋଷ୍ଠୀ ମଧ୍ୟ ବ୍ୟବହୃତ ହେଉଥିଲା ।  ପ୍ରଧାନମନ୍ତ୍ରୀ ତାଙ୍କ ମୁଖ୍ୟମନ୍ତ୍ରୀ ଦିନକୁ ମନେ ପକାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ଖାଦ୍ୟ ଯୋଗାଇବା, ରୋଷେଇ ଇତ୍ୟାଦି ସେବା ତଥା ତାଲିମ ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବା ବିଷୟରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ ଉତ୍ପାଦ ବ୍ୟତୀତ ସେବାଗୁଡିକର ମଧ୍ୟ ବହୁତ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ଅମଲାତନ୍ତ୍ରକୁ ସମ୍ବେଦନଶୀଳ ଏବଂ ଅଭିନବ ହେବାକୁ ଉତ୍ସାହିତ କରିଥିଲେ ଏବଂ ଏହିପରି ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ ।

ପୂର୍ବତନ ପ୍ରଧାନଶିକ୍ଷକ ତଥା ସରପଞ୍ଚଞ୍ଚ ଶ୍ରୀ କନଷ୍ଟାନସିଓ ମିରାଣ୍ଡା ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଯେ ସ୍ୱୟଂପୂର୍ଣ୍ଣ ଅଭିଯାନ ନୂତନ କାର୍ଯ୍ୟକଳାପ ସହିତ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରତା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଛି । ସେମାନେ ଆବଶ୍ୟକତା ଭିତ୍ତିକ ରାଜ୍ୟ ଏବଂ କେନ୍ଦ୍ରୀୟ ଯୋଜନାଗୁଡିକ ଚିହ୍ନଟ କରିଥିଲେ ଏବଂ ଏକ ସମନ୍ୱିତ ଢଙ୍ଗରେ ସେମାନଙ୍କ ଉପରେ କାର୍ଯ୍ୟ କରିବାକୁ ଲାଗିଲେ । ଦୀର୍ଘ ଦିନ ଧରି ପଡି ରହିଥିବା କାର୍ଯ୍ୟ ସମାପ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସ୍ୱାଧୀନତା ପରେ ଦୀର୍ଘ ଦିନ ଧରି ଅବହେଳା କରାଯାଉଥିବା ଏବଂ ପଡିରହିଥିବା କାର୍ଯ୍ୟ ସମାପ୍ତ କରିବାକୁ ସରକାର ମଧ୍ୟ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ କୁନ୍ଦନ ଫାଲାରୀଙ୍କ ସହ କଥାବାର୍ତ୍ତା କରିଥିଲେ ଯିଏ କି ସୂଚନା ଦେଇଛନ୍ତି ଯେ ସେ ଏବଂ ସ୍ଥାନୀୟ ପ୍ରଶାସନ ଗୋଷ୍ଠିର ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ତାଙ୍କ ଅଞ୍ଚଳରେ ଏସ୍‍ଭିଏନିଧି ଯୋଜନାକୁ ଲୋକପ୍ରିୟ କରିବାର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏହି ରାସ୍ତାକଡର ବ୍ୟବସାୟୀମାନେ ଡିଜିଟାଲ କାରବାରକୁ ବ୍ୟବହାର କରୁଛନ୍ତି କି ନାହିଁ ବୋଲି ପ୍ରଧାନମନ୍ତ୍ରୀ ପଚାରିବା ସହିତ କହିଛନ୍ତି ଯେ ଏହି ଯୋଜନାର ସୁନ୍ଦରତା ହେଉଛି ଡିଜିଟାଲ କାରବାରର ଏକ ଇତିହାସ ସୃଷ୍ଟି କରେ ଯାହା ବ୍ୟାଙ୍କଗୁଡ଼ିକ ସେମାନଙ୍କୁ ଅଧିକ ଆର୍ଥିକ ସହାୟତା ଦେଇଥାଏ । ଗୋଆ ମୁକ୍ତିର ୬୦ ବର୍ଷର ଅଂଶ ଭାବରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗୋଆକୁ କେନ୍ଦ୍ର ସରକାର ପ୍ରତ୍ୟେକ ପଞ୍ଚାୟତ ପାଇଁ ୫୦ ଲକ୍ଷ ଏବଂ ପ୍ରତ୍ୟେକ ପୌରସଂସ୍ଥା ପାଇଁ ୧ କୋଟି ଟଙ୍କା ପ୍ରଦାନ କରୁଛନ୍ତି । ଆର୍ଥିକ ଅର୍ନ୍ତଭୁକ୍ତିର ସରକାରୀ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ସରକାରୀ ଯୋଜନା ପାଇବାକୁ ଲୋକଙ୍କୁ ଉତ୍ସାହିତ କରାଯିବା ଉଚିତ ବୋଲି ଦର୍ଶାଇଥିଲେ ।

ମତ୍ସ୍ୟ ଉଦ୍ୟୋଗୀ ଶ୍ରୀ ଲୁଇସ୍ କାର୍ଡୋଜୋ ସରକାରୀ ଯୋଜନାରୁ ଲାଭ ପାଇବା ଏବଂ ଇନସୁଲେଟେଡ୍ ଯାନ ବ୍ୟବହାର କରିବାର କାହାଣୀ ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ କିସାନ କ୍ରେଡିଟ୍ କାର୍ଡ, ଏନ୍‍ଏଭିଆଇସି ଆପ୍‌, ଡଙ୍ଗା ପାଇଁ ଆର୍ଥିକ ସହାୟତା, ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ସାହାଯ୍ୟ କରୁଥିବା ଯୋଜନା ବିଷୟରେ କହିଥିଲେ । ମତ୍ସ୍ୟଜୀବୀ ଏବଂ କୃଷକମାନଙ୍କ ପାଇଁ ଅଧିକ ଲାଭ ପାଇଁ କଞ୍ଚା ଉତ୍ପାଦ ପରିବର୍ତ୍ତେ ପ୍ରକ୍ରିୟାକୃତ ଖାଦ୍ୟର ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ ।

ସ୍ୱୟଂପୂର୍ଣ୍ଣ ଅଧୀନରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଶ୍ରୀ ରୁକି ଅହମ୍ମଦ ରାଜସାବ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମ୍ମାନ ଏବଂ ସହଜତା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ନିକଟରେ ଅନୁଷ୍ଠିତ ପାରାଲିମ୍ପିକ୍ସରେ ଦିବ୍ୟାଙ୍ଗ କ୍ରୀଡାର ସୁବିଧା ଏବଂ ମାନ୍ୟତା ଭଳି ପ୍ରୟାସକୁ ସେ ମନେ ପକାଇଥିଲେ ।

ସ୍ୱୟଂ ସହାୟିକା ଗୋଷ୍ଠିର ମୁଖ୍ୟ ଶ୍ରୀମତୀ ନିଶିତା ନାମଦେବ ଗାୱାସଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ଗୋଷ୍ଠୀର ଉତ୍ପାଦ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ମାର୍କେଟିଂ କିପରି କରିବେ ସେ ବିଷୟରେ ପଚାରିଥିଲେ । ମହିଳାଙ୍କ ସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସରକାର ଉଜ୍ୱଳା, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ, ଜନଧନ ଭଳି ଯୋଜନା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ କ୍ଷେତ୍ର ଏପରିକି ସଶସ୍ତ୍ର ବାହିନୀ କ୍ରୀଡା କ୍ଷେତ୍ରରେ ମହିଳାମାନେ ପୁରସ୍କାର ଆଣିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ଦୁର୍ଗେଶ ଏମ ଶିରୋଦକରଙ୍କ ସହ ପ୍ରଧାନମନ୍ତ୍ରୀ ତାଙ୍କ ଦଳର ଦୁଗ୍ଧ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ତାଙ୍କ ଗୋଷ୍ଠୀ କିଷାନ କ୍ରେଡିଟ କାର୍ଡର ଲାଭ ଉଠାଇଥିଲେ । ସେମାନେ ଅନ୍ୟ କୃଷକ ଏବଂ ଦୁଗ୍ଧ ଉଦ୍ୟୋଗୀମାନଙ୍କୁ ମଧ୍ୟ ଏହି ସୁବିଧା ବିଷୟରେ ଅବଗତ କରାଇଥିଲେ । କିଷାନ କ୍ରେଡିଟ କାର୍ଡ ଯୋଜନାକୁ ଲୋକପ୍ରିୟ କରିବା ପାଇଁ ଶ୍ରୀ ଶିରୋଦକରଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ସେମାନଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବା ପାଇଁ ବିହନରୁ ବଜାର ପର୍ଯ୍ୟନ୍ତ ଏକ ଇକୋସିଷ୍ଟମ ତିଆରି କରିବାକୁ ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି କିଷାନ କ୍ରେଡିଟ କାର୍ଡ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ନିମ ଯୁକ୍ତ ୟୁରିଆ, ଇ ନାମ, ପ୍ରାମାଣିକ ବିହନ, ଏମଏସପି କ୍ରୟ, ନୂତନ କୃଷି ଆଇନ ଭଳି ଯୋଜନା ସେହି ଦିଗରେ ପ୍ରୟାସ କରୁଛି ।

ଏହି ଉତ୍ସବରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଆ ଆନନ୍ଦକୁ ସୂଚୀତ କରେ, ଗୋଆ ପ୍ରକୃତିକୁ ସୂଚୀତ କରେ, ଗୋଆ ପର୍ଯ୍ୟଟନକୁ ସୂଚୀତ କରେ ।  କିନ୍ତୁ ଆଜି ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଆ ମଧ୍ୟ ବିକାଶର ଏକ ନୂତନ ମଡେଲ, ସାମୂହିକ ପ୍ରୟାସର ପ୍ରତିଫଳନ ଏବଂ ପଞ୍ଚାୟତ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ବିକାଶ ପାଇଁ ଏକତାକୁ ସୂଚିତ କରେ ।

କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ଗୋଆର ଚମତ୍କାର ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖୋଲାରେ ମଳତ୍ୟାଗରୁ ମୁକ୍ତ ହେବା ପାଇଁ ଭାରତ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଗୋଆ ଏହି ଲକ୍ଷ୍ୟକୁ ୧୦୦% ହାସଲ କରିଛି ।  ଦେଶ ପ୍ରତ୍ୟେକ ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଗୋଆ ୧୦୦% ଲକ୍ଷ୍ୟ ହାସଲ କରିଛି । ହର ଘର ଜଳ ଅଭିଯାନରେ - ୧୦୦% କାର୍ଯ୍ୟକାରିତା ହାସଲ କରିବାରେ ଗୋଆ ପ୍ରଥମ ରାଜ୍ୟ ହୋଇପାରିଛି । ଗରିବ ଲୋକଙ୍କୁ ମାଗଣା ରାସନ ଦେବା ପ୍ରସଙ୍ଗରେ - ଗୋଆ ୧୦୦% ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କ ସୁବିଧା ତଥା ସମ୍ମାନ ପାଇଁ ଗୋଆ କେନ୍ଦ୍ର ସରକାରଙ୍କ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରୁଛି ଏବଂ ଏହାକୁ ବିସ୍ତାର କରୁଛିା ଶୌଚାଳୟ, ଉଜ୍ୱଳା ଗ୍ୟାସ ସଂଯୋଗ କିମ୍ବା ଜନ ଧନ ବ୍ୟାଙ୍କ ଆକାଉଣ୍ଟ ଭଳି ସୁବିଧା ଯୋଗାଇବାରେ ଗୋଆ ସରକାରଙ୍କୁ ସେ ବହୁତ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କୁ ସ୍ମରଣ କରିଥିଲେ ଯିଏ ଗୋଆକୁ ପ୍ରଗତି ପଥରେ ଆଗେଇ ନେଇଥିଲେ । ଗୋଆର ଅଭିବୃଦ୍ଧିର ପ୍ରକଳ୍ପକୁ ଆନ୍ତରିକତାର ସହ ନେଇ ଗୋଆକୁ ନୂତନ ଶିଖରରେ ପହଞ୍ଚାଇ ଥିବାରୁ ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଛନ୍ତି । ଆଜି ଗୋଆ ନୂତନ ଆତ୍ମବିଶ୍ୱାସ ସହିତ ଆଗକୁ ବଢୁଛି । ଡବଲ୍ ଇଞ୍ଜିନ୍ ସରକାର ରାଜ୍ୟର ଅଭିବୃଦ୍ଧି ପାଇଁ ଶକ୍ତି ଏବଂ ନିଷ୍ଠା ସହିତ କାର୍ଯ୍ୟ କରୁଛନ୍ତି । ଟିମ୍ ଗୋଆର ଏହି ନୂତନ ଦଳ ଆବେଗର ଫଳାଫଳ ହେଉଛି ସ୍ୱୟଂପୂର୍ଣ୍ଣ ଗୋଆର ସମାଧାନ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଗୋଆରେ ବିକଶିତ ହେଉଥିବା ଭିତ୍ତିଭୂମି କୃଷକ, ପଶୁପାଳନ ଏବଂ ଆମର ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରାମୀଣ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଗୋଆର ପାଣ୍ଠି ପୂର୍ବ ତୁଳନାରେ ଚଳିତ ବର୍ଷ ୫ ଗୁଣ ବୃଦ୍ଧି କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟଜୀବୀଙ୍କ ଡଙ୍ଗାର ଆଧୁନିକୀକରଣ ପାଇଁ ବିଭିନ୍ନ ମନ୍ତ୍ରଣାଳୟରୁ ପ୍ରତ୍ୟେକ ସ୍ତରରେ ପ୍ରୋତ୍ସାହନ ଦିଆଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଆର ମତ୍ସ୍ୟଜୀବୀମାନେ ମଧ୍ୟ ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଅନେକ ସାହାଯ୍ୟ ପାଇଛନ୍ତି ।

ଟୀକାକରଣ ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଆ ସମେତ ଦେଶର ପର୍ଯ୍ୟଟନ ଭିତ୍ତିକ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆଯାଇଛି । ଏଥିରୁ ଗୋଆ ମଧ୍ୟ ବହୁତ ଉପକୃତ ହୋଇଛି । ସମସ୍ତ ଯୋଗ୍ୟ ଲୋକଙ୍କୁ ଟୀକାକରଣର ପ୍ରଥମ ଡୋଜ୍‍ ଦେବାରେ ଦିନରାତି ଉଦ୍ୟମ କରିଥିବାରୁ ସେ ଗୋଆ ସରକାରଙ୍କୁ ପ୍ରଶଂସା କରିଥିଲେ ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years

Media Coverage

‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."