“ପ୍ରକୃତି ଏବଂ ଆନନ୍ଦ ବ୍ୟତୀତ ଗୋଆ ବିକାଶର ଏକ ନୂତନ ମଡେଲକୁ ସୂଚୀତ କରେ ଏବଂ ପଞ୍ଚାୟତ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ବିକାଶ ପାଇଁ ସାମୂହିକ ଏକତାର ପ୍ରତିଫଳନ”
“ଓଡିଏଫ୍‍, ବିଦ୍ୟୁତ, ପାଇପ୍‍ ଯୋଗେ ଜଳ ଯୋଗାଣ, ଗରିବ ଲୋକଙ୍କୁ ରାସନ ଭଳି ସମସ୍ତ ପ୍ରମୁଖ ଯୋଜନାରେ ଗୋଆ ୧୦୦% ଲକ୍ଷ୍ୟ ହାସଲ କରିଛି”
“ସ୍ୱୟଂପୂର୍ଣ୍ଣ ଗୋଆ ହେଉଛି ଟିମ୍ ଗୋଆର ନୂତନ ଦଳଗତ ଆବେଗର ଫଳାଫଳ”
“ଗୋଆରେ ବିକାଶ କରାଯାଉଥିବା ଭିତ୍ତିଭୂମି କୃଷକ, ପଶୁପାଳନ ଏବଂ ଆମର ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି”
“ପର୍ଯ୍ୟଟନ ଫୋକସରେ ଥିବା ରାଜ୍ୟଗୁଡିକ ଟୀକାକରଣ ଅଭିଯାନରେ ବିଶେଷ ଧ୍ୟାନ ଦେଇଥିଲେ ଏବଂ ଗୋଆ ଏହା ଦ୍ୱାରା ବହୁ ଲାଭ ପାଇଲା”

ଆତ୍ମନିର୍ଭର ଭାରତାଚେ ସମନ, ସ୍ୱୟଂପୂର୍ଣ୍ଣ ଗୋଆ ଜେବ ଜଣେ-ଜଲ୍ପେନ, ସାକାର ପରପୀ ଗୋୟାକରଂକ ୟେବକାର । ତୁମଚା ସାରଖ୍ୟା, ଧଡ଼- ପଡ଼- ପରପୀ, ଲୋକାଂକ ଲାଗୁନ, ଗୌୟ ରାଜ୍ୟାଚୋ ଗରଜୋ, ଗୋୟାଂତଚ ଗୋୟାଂପାକ ସୁରୁ ଜାଲ୍ପାତ, ହି ଖୋସୟେଚି ଗଜାଲ ଆସା ।

ଯେତେବେଳେ ସରକାରଙ୍କ ସହିତ ଜନସାଧାରଣଙ୍କ ଶ୍ରମ ମିଳିତ ହୋଇଥାଏ ସେତେବେଳେ କିଭଳି ପରିବର୍ତ୍ତନ ଆସିଥାଏ, କିଭଳି ଆତ୍ମବିଶ୍ୱାସ ଆସିଥାଏ, ଏହା ଆମେ ସଭିଏଁ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ଲାଭାର୍ଥୀମାନଙ୍କ ସହିତ ଚର୍ଚ୍ଚା କରିବା ଅବସରରେ ଅନୁଭବ କରିଛୁ । ଗୋଆକୁ ଏହି ସାର୍ଥକ ପରିବର୍ତ୍ତନର ମାର୍ଗ ପ୍ରଦର୍ଶନ କରିଥିବା ଲୋକପ୍ରିୟ ତଥା ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତଜୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ମୋର ବରିଷ୍ଠ ସହଯୋଗା ଶ୍ରୀପଦ ନାୟକଜୀ, ଗୋଆର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଅଝଗାଓଁକରଜୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ କେବଲେକରଜୀ, ରାଜ୍ୟ ସରକାରଙ୍କର ଅନ୍ୟ ମନ୍ତ୍ରୀବୃନ୍ଦ, ସାଂସଦ, ବିଧାୟକ, ସ୍ଥାନୀୟ ସଂସ୍ଥାର ସମସ୍ତ ପ୍ରତିନିଧି, ଜିଲ୍ଲା ପରିଷଦର ସଦସ୍ୟଗଣ, ପଞ୍ଚାୟତ ସଦସ୍ୟଗଣ ଏବଂ ଅନ୍ୟ ଜନପ୍ରତିନିଧିଗଣ ତଥା ମୋର ପ୍ରିୟ ଗୋଆର ଭାଇ ଓ ଉଭଣୀମାନେ!

କୁହାଯାଏ ଯେ ଗୋଆ, ଅର୍ଥାତ୍‍, ଆନନ୍ଦ, ଗୋଆ ଅର୍ଥାତ୍‍ ପ୍ରକୃତି, ଗୋଆ ଅର୍ଥାତ୍‍, ପର୍ଯ୍ୟଟନ । କିନ୍ତୁ ଆଜି ମୁଁ କେବଳ ଗୋଟିଏ କଥା କହିବି- ଗୋଆ ଅର୍ଥାତ୍‍ ବିକାଶର ନୂତନ ମଡ଼େଲ । ଗୋଆ ଅର୍ଥାତ୍‍ ସାମୂହିକ ପ୍ରୟାସର ପ୍ରତିବିମ୍ବ । ଗୋଆ ଅର୍ଥାତ୍‍, ପଞ୍ଚାୟତ ଠାରୁ ନେଇ ପ୍ରଶାନସନ ପର୍ଯ୍ୟନ୍ତ ବିକାଶ ନିମନ୍ତେ ଏକଜୁଟ ମନୋଭାବ ।

ସାଥୀଗଣ,

ବିଗତ ବର୍ଷମାନଙ୍କରେ ଦେଶ ସମସ୍ୟା ଓ ଅଭାବରୁ ମୁକ୍ତିଲାଭ କରି ନିଜର ଆବଶ୍ୟକତାକୁ, ଆକା„ାକୁ ପୂରଣ କରିବା ଦିଗରେ ନିଜର ଧ୍ୟାନ କେନ୍ଦ୍ରିତ କରିଛି । ଯେଉଁ ଭିତ୍ତିଭୂମି ସୁବିଧା ସୁଯୋଗରୁ ଦେଶର ନାଗରିକମାନେ ଦଶନ୍ଧି ଦଶନ୍ଧି ଧରି ବଞ୍ଚିତ ରହିଆସିଥିଲେ, ସେହିସବୁ ସୁମିଧା ଦେଶବାସୀମାନଙ୍କୁ ଦେବା ଉପରେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଇଛି । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ଦିନ ମୁଁ ଲାଲକିଲ୍ଲାର ମଞ୍ଚ ଉପରେୁ ମଧ୍ୟ ଏହି କଥା କହିଥିଲି ଯେ ଆମେ ଏବେ ଏହିସବୁ ଯୋଜନାଗୁଡ଼ିକର ଲକ୍ଷ୍ୟ ସାଚୁରେସନ୍‍ ଅର୍ଥାତ, ସେଥିରୁ ଶତ ପ୍ରତିଶତ ସୁଫଳ ହାସଲ କରିବା ଉଚିତ । ଏହି ଲକ୍ଷ୍ୟ ପ୍ରାପ୍ତି କରିବାନିମନ୍ତେ ପ୍ରମୋଦ ସାୱନ୍ତଜୀ ଏବଂ ତାଙ୍କର ଟିମ୍‍ଙ୍କ ନେତୃତ୍ୱରେ ଗୋଆ ଅଗ୍ରଣୀ ଭୂମିକା ନିର୍ବାହ କରୁଛି । ଭାରତ ମୁକ୍ତାକାଶ ଶୌଚରୁ ମୁକ୍ତ ହେବା ନିମନ୍ତେ ଲକ୍ଷ୍ୟ ରଖିଥିଲା । ଗୋଆ ଶତ  ଏହି ଲକ୍ଷ୍ୟକୁ ଶତ ପ୍ରତିଶତ ହାସଲ କରିପାରିଛି । ଦେଶର ପ୍ରତ୍ୟେକ ଘରକୁ ବିଜୁଳି  ସଂଯୋଗ କରାଯିବାର ଲକ୍ଷ୍ୟ ରଖା ଯାଇଥିଲା । ଗୋଆ ଏହି ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରିଛି । ପ୍ରତି ଘରକୁ ଜଳ ଯୋଗାଣ ଅଭିଯାନରେ ଗୋଆ ସର୍ବ ପ୍ରଥମେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିପାରିଛି । ଗରିବ ଲୋକମାନଙ୍କୁ ମାଗଣାରେ ରାସନ ଦେବା ଅଭିଯାନରେ ମଧ୍ୟ ଗୋଆ ଶତ ପ୍ରତିଶତ ସଫଳତା ପ୍ରାପ୍ତ ହୋଇଛି ।

ସାଥୀଗଣ,

ଦୁଇ ଦିନ ପୂର୍ବେ ଭାରତ କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମରେ ୧୦୦ କୋଟି ଛୁଇଁଛି । ଏଭଳି ବିରାଟ ଲକ୍ଷ୍ୟକୁ ପାର କରିପାରିଛି । ଏଥିରେ ମଧ୍ୟ ଗୋଆ ପ୍ରଥମ ରାଜ୍ୟ  ଯେ ପ୍ରଥମ ଡ଼ୋଜ ଟିକାରେ ଏହି ରାଜ୍ୟ ଶତ ପ୍ରତିଶତ ସଫଳତା ହାସଲ କରିପାରିଛି । ଗୋଆ ଏବେ ଦ୍ୱିତୀୟ ଡୋଜ୍‍ ଟିକା ଦାନ ନିମନ୍ତେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ଦିଗରେ ନିଜର ସମସ୍ତ ସାମର୍ଥ୍ୟ ଉପଯୋଗ କରୁଛି ।

 

ଭାଇ ଓ ଭଉଣୀଗଣ,

ମୁଁ ଏକଥା କହିଲାବେଳେ ବେଶ୍‍ ଆନନ୍ଦ ଅନୁଭବ କରୁଛି ଯେ ମହିଳାମାନଙ୍କ ସୁବିଧା ଓ ସମ୍ମାନ ନିମନ୍ତେ ଯେଉଁ ଯୋଜନା କେନ୍ଦ୍ର ସରକାର ପ୍ରବର୍ତ୍ତନ କରିଛନ୍ତି, ସେହିସବୁ ଯୋଜନାଗୁଡ଼ିକୁ ଗୋଆ ସରକାର ନିଜ ରାଜ୍ୟରେ ସଫଳତା ସହ ରୂପାୟନ କରିପାରିଛନ୍ତି । ଏହାକୁ ରାଜ୍ୟରେ ସମ୍ପ୍ରସାରିତ କରୁଛନ୍ତି । ତାହା ଶୌଚାଳୟ ନିର୍ମାଣ ଠାରୁ ନେଇ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପର୍ଯ୍ୟନ୍ତ, କିମ୍ବା ଜନ ଧନ ବ୍ୟାଙ୍କ୍‍ ଆକାଉଣ୍ଟ୍‍ ଠାରୁ ନେଇ ଗୋଆରେ ମହିଳାମାନଙ୍କୁ ଯେଉଁସବୁ ସୁବିଧା ସଯୋଗ ପ୍ରଦାନ କରାଯିବା ପର୍ଯ୍ୟନ୍ତ ବ୍ୟାପ୍ତ । ଏହି କାରଣରୁ କରୋନା ଲକଡାଉନ ସମୟରେ ହଜାର ହଜାର ଭଉଣୀମାନଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଥିଲା । ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ୍‍ରେ ଟଙ୍କା ଜମା କରାଯାଇ ପାରିଥିଲା । ପ୍ରତି ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଗୋଆ ସରକାର ମହିଳାମାନଙ୍କ ପାଇଁ ବହୁତ ବଡ଼ ସୁବିଧା କରିପାରିଛନ୍ତି । ଏବେ ଗୋଆ ସରକାର, ଗୃହ ଆଧାର ଏବଂ ଦୀନ ଦୟାଲ ସାମାଜିକ ନିରାପତ୍ତା ଭଳି ଯୋଜନାମାନଙ୍କ ଦ୍ୱାରା ଗୋଆର ମହିଳାମାନଙ୍କ ଜୀବନକୁ ଉତ୍ତମ କରିବା ନିମନ୍ତେ କାର୍ଯ୍ୟ କରୁଛନ୍ତି ।

ଭାଇ ଓ ଭଉଣୀଗଣ,

ଯେତେବେଳେ ସଂକଟର ବେଳା ଚାଲୁଥିବ, ସାମ୍ନାରେ ଅନେକ ଚାଲେଞ୍ଜ୍‍ ଥିବ, ସେତେବେଳେ ଜଣେ ବ୍ୟକ୍ତି ନିଜର ବାସ୍ତବ ସାମର୍ଥ୍ୟକୁ ଜାଣିପାରିଥାଏ । ବିଗତ ଦେଢ଼ବର୍ଷ ଭିତରେ ଗୋଆ ସମ୍ମୁଖରେ ଶହେ ବର୍ଷରେ ସବୁଠାରୁ ବଡ଼ ମହାମାରୀ ଆସି ଠିଆ ହୋଇଥିଲା । ଗୋଆ ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟା ଏବଂ ବନ୍ୟାର ବିଭୀଷିକାକୁ ମଧ୍ୟ ସାମ୍ନା କରିଥିଲା । ମୁଁ ଅନୁଭବ କରିଛି ଯେ ଗୋଆ ପର୍ଯ୍ୟଟନ କ୍ଷେତ୍ରକୁ ଏହିଭଳି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । କିନ୍ତୁ ଏହି ସକଳ ପ୍ରକାର ସମସ୍ୟା ଓ ସଂକଟ ସତେତ୍ୱ ଗୋଆ ସରକାର, କେନ୍ଦ୍ର ସରକାର, ଡବଲ ଶକ୍ତି ଦ୍ୱାରା ଗୋଆର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଏକତ୍ର କାର୍ଯ୍ୟ କରିଚାଲିଛନ୍ତି, ପରସ୍ପର ସହିତ ହାତ ମିଳାଇଛନ୍ତି । ଆମେ ଗୋଆର ବିକାଶ କାର୍ଯ୍ୟକୁ ଅଟକି ଯିବାକୁ ଦେଇନାହୁଁ । ମୁଁ ପ୍ରମୋଦଜୀ ଏବଂ ତାଙ୍କର ସଂପୂର୍ଣ୍ଣ ଟିମ୍‍କୁ ଏଥିପାଇଁ ବଧେଇ ଦେବି ଯେ ସେମାନେ ସ୍ୱୟଂପୂର୍ଣ୍ଣ ଗୋଆ ଅଭିଯାନକୁ ଗୋଆର ବିକାଶର ଆଧାର ଭାବେ ବିକଶିତ କରିଛନ୍ତି । ଏବେ ଏହି ମିଶନକୁ ଆହୁରି ତୀବ୍ର କରିବା ନିମନ୍ତେ “ସରକାର ତୁମଚ୍ଚ୍ୟାଦାରୀ”ର ବିରାଟ ପଦକ୍ଷେପ ଉଠାଇଛନ୍ତି ।

ସାଥୀଗଣ,

ଏହି ଲୋକାଭିମୁଖୀ, ପ୍ରୋଆକ୍ଟିଭ୍‍ ଗଭର୍ଣ୍ଣାନ୍ସର ଭାବନା କିଭଳି ଭାବେ ବିସ୍ତାରିତ ହେବ, ଯାହା ଉପରେ ବିଗତ ସାତ ବର୍ଷ ଧରି କାର୍ଯ୍ୟ ଚାଲିଛି ଏବଂ ଏହା ଫଳରେ ଦେଶକୁ ଆଗକୁ ବଢ଼ିବାରେ ସହାୟତା ମିଳିଛି । ଏଭଳି ଗଭର୍ଣ୍ଣାନ୍ସ ଯାହା ଫଳରେ ସରକାର ନିଜେ ନାଗରିକଙ୍କ ନିକଟକୁ ଯାଉଛନ୍ତି, ସେମାନଙ୍କ ସମସ୍ୟାବଳୀ ସଂପର୍କରେ ଅବଗତ ହେବା ସହ ସେସବୁର ସମାଧାନ କରୁଛନ୍ତି । ଗୋଆ ତ ଗ୍ରାମାଞ୍ଚଳ ସ୍ତରରେ, ପଞ୍ଚାୟତ ସ୍ତରରେ, ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଗୋଟିଏ ଉତ୍ତମ ମଡେଲର ବିକାଶ ଘଟାଇଛନ୍ତି ମୋର ପୂର୍ଣ୍ଣ ବିଶ୍ୱାସ ଯେ ଯେଉଭଳି ଭାବେ କେନ୍ଦ୍ରର ଅନେକ ଅଭିଯାନରେ ଏପର୍ଯ୍ୟନ୍ତ ଗୋଆ ଶତ ପ୍ରତିଶତ ସଫଳ ହୋଇଛି, ଅବଶିଷ୍ଟ ଲକ୍ଷ୍ୟକୁ ମଧ୍ୟ ସମସ୍ତଙ୍କର ପ୍ରୟାସ ବଳରେ ଆପଣମାନେ ଖୁବ୍‍ ଶୀଘ୍ର ହାସଲ କରିପାରିବେ । ଏହା ମୋର ଦୃଢ଼ ବିଶ୍ୱାସ ।

ସାଥୀଗଣ,

ମୁଁ ଗୋଆର କଥା ଉଲ୍ଲେଖ କଲାବେଳେ ଫୁଟବଲ କଥା ନକହିଲେ ମୋର ବକ୍ତବ୍ୟ ଅସଂପୂର୍ଣ୍ଣ ରହିଯିବ । ଏକଥା କଦାପି ହୋଇପାରିବ ନାହିଁ । ଫୁଟବଲ ନିମନ୍ତେ ଗୋଆର ସାମର୍ଥ୍ୟ କିଛି ନିଆରା । ଫୁଟବଲ ପାଇଁ ଗୋଆ ଲୋକଙ୍କ ମନରେ ଉତ୍ସାହ କିଛି ଭିନ୍ନ । ଫୁଟବଲ ଖେଳରେ ଡିଫେନ୍ସ ହୋଇଥାଉ କି ଫରୱାର୍ଡ଼ , ସବୁ ଗୋଲ ଅଭିମୁଖୀ ହୋଇଥାଏ । କାହାକୁ ଗୋଲ ବଞ୍ଚାଇବାର ଅଛି ତ ଆଉ କାହାକୁ ଗୋଲ କରିବାର ଅଛି । ନିଜ ନିଜର ଗୋଟକୁ ହାସଲ କରିବା ନିମନ୍ତେ ଏହି ଭାବନା ଗୋଆରେ କେତେବେଳେ ନ୍ୟୂନ ହେବାର କେହି ଲକ୍ଷ୍ୟ କରିପାରିବେ ନାହିଁ । କିନ୍ତୁ ପୂର୍ବରୁ ଯେଉଁ ସରକାର ରହିଆସିଛନ୍ତି ସେମାନଙ୍କ ଭିତରେ ଏକ ଟିମ୍‍ ସ୍ପିରିଟ୍‍, ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବାର ପ୍ରଚେଷ୍ଟା କମ୍‍ ଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଆ ରାଜନୈତିକ ସ୍ୱାର୍ଥ ସୁଶାସନ ଉପରେ ଚାପ ପକାଇ ଆସୁଥିଲା । ଗୋଆରେ ରାଜନୈତିକ ଅସ୍ଥିରତା ମଧ୍ୟ ରାଜ୍ୟର ବିକାଶକୁ କ୍ଷତି ପହଞ୍ଚାଉଥିଲା । କିନ୍ତୁ ବିଗତ କିଛି ବର୍ଷରେ ଏହି ଅସ୍ଥିରତାକୁ ଗୋଆର ଶିକ୍ଷିତ ଓ ବିଜ୍ଞ ଜନତା ଜାଣିପାରି ସ୍ଥିରତା ଆଣିବା ନିମନ୍ତେ ପ୍ରୟାସ କରିଛନ୍ତି । ଏହାକୁ ସ୍ଥିରତାରେ ପରିବର୍ତ୍ତନ କରିସାରିଛନ୍ତି । ମୋର ବନ୍ଧୁ ସ୍ୱର୍ଗୀୟ ମନୋହର ପାରିକରଜୀ ଗୋଆର ଦ୍ରୁତ ବିକାଶକୁ ଯେଉଁ ବିଶ୍ୱାସର ସହିତ ଆଗକୁ ବଢ଼ାଇ ଚାଲିଥିଲେ ତାହାକୁ ପ୍ରମୋଦଜୀଙ୍କ ଟିମ୍‍ ସଂପୂର୍ଣ୍ଣ ନିଷ୍ଠାର ସହିତ ନୂତନ ବିଶ୍ୱାସ ପ୍ରଦାନ କରିଛନ୍ତି । ଆଜି ଗୋଆ ଏକ ନୂତନ ଆତ୍ମବିଶ୍ୱାସର ସହିତ ଆଗକୁ ଅଗ୍ରସର ହୋଇ ଚାଲିଛି । ଟିମ୍‍ ଗୋଆର ଏହି ନୂତନ ଟିମ୍‍ ସ୍ପିରିଟ୍‍ର ହିଁ ପରିଣାମ ହେଉଛି ସ୍ୱୟଂପୂର୍ଣ୍ଣ ଗୋଆକୁ ସାକାର କରିବାର ସଂକଳ୍ପ ।

ଭାଇ ଓ ଭଉଣୀଗଣ,

ଗୋଆ ପାଖରେ ଏକ ବିରାଟ ବଡ଼ ସମୃଦ୍ଧ ଗ୍ରାମୀଣ ସଂପଦ ରହିଛି ଏବଂ ଏକ ଆକର୍ଷକ ସହରୀ ଜୀବନ ମଧ୍ୟ ଅଛି । ଗୋଆ ନିକଟରେ ଶସ୍ୟକ୍ଷେତ ରହିଛି ଏବଂ ବ୍ଲୁ ଇକୋନୋମିର ଅପାର ସମ୍ଭାବନା ମଧ୍ୟ ଅଛି । ଆତ୍ମନିର୍ଭର ଭାରତର ନିର୍ମାଣ ନିମନ୍ତେ ଯାହା କିଛି ଆବଶ୍ୟକ, ତାହା ଗୋଆ ନିକଟରେ ରହିଛି । ସେଥିପାଇଁ ଗୋଆର ସଂପୂର୍ଣ୍ଣ ବିକାଶ ଲାଗି ଡବଲ ଇଞ୍ଜିନ ସରକାର ଉପରେ ଯଥେଷ୍ଟ ପ୍ରାଥମିକତା ପ୍ରଦାନ କରାଯାଉଛି ।

ସାଥୀଗଣ,

ଡବଲ ଇଞ୍ଜିନ ସରକାର ଗୋଆର ଗ୍ରାମୀଣ, ସହରୀ ଏବଂ ତଟୀୟ ଭିତ୍ତିଭୂମି ଉପରେ ବିଶେଷ ଧ୍ୟାନ ଦେଉଛି । ଗୋଆର ଦ୍ୱିତୀୟ ବିମାନ ବନ୍ଦର ହୋଇଥାଉ, ଲଜିଷ୍ଟକ୍ସ ହବ୍‍ର ନିର୍ମାଣ କାର୍ଯ୍ୟ ହୋଇଥାଉ, ଭାରତର ଦ୍ୱିତୀୟ ସବୁଠାରୁ ବଡ଼ କେବଲ ବ୍ରିଜ୍‍ ହୋଇଥାଉ, ହଜାର ହଜାର କୋଟି ଟଙ୍କାର ରାଷ୍ଟ୍ରୀୟ ରାଜମାର୍ଗ ନିର୍ମାଣ କାର୍ଯ୍ୟ ହୋଇଥାଉ, ଏସବୁ ଗୋଆର ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ କନେକ୍ଟିଭିଟିକୁ ନୂତନ ପରିଚୟ ଓ ଅନୁଭବ ପ୍ରଦାନ କରିବ ।

ଭାଇ ଓ ଭଉଣୀଗଣ,

ଗୋଆରେ ବିକଶିତ ଭିତ୍ତିଭୂମି କୃଷକମାନଙ୍କୁ, ପଶୁପାଳକମାନଙ୍କୁ ଆମର ମତ୍ସ୍ୟଜୀବୀ ସାଥୀମାନଙ୍କୁ ସେମାନଙ୍କ ଉପାର୍ଜନ ବୃଦ୍ଧିରେ ସହାୟକ ହୋଇପାରିବ । ଗ୍ରାମୀଣ ଭିତ୍ତିଭୂମିର ଆଧୁନିକୀକରଣ ନିମନ୍ତେ ଚଳିତ ବର୍ଷ ଗୋଆକୁ ମିଳିବାକୁ ଥିବା ପାଣ୍ଠିର ପ୍ରଥମ କିସ୍ତି ତୁଳନାରେ ୫ ଗୁଣ ବୃଦ୍ଧି ଘଟାଯାଇଛି । ଗୋଆର ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ନିମନ୍ତେ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଗୋଆକୁ ଯୋଗାଇ ଦେଇଛନ୍ତି । ଏହାଦ୍ୱାରା କୃଷି ଓ ପଶୁପାଳନ କ୍ଷେତ୍ରରେ ଗୋଆରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମକୁ ନୂତନ ଦିଶା ମିଳିପାରିବ ।

ସାଥୀଗଣ,

କୃଷକମାନଙ୍କୁ ଏବଂ ମତ୍ସ୍ୟଜୀବୀମାନଙ୍କୁ ବ୍ୟାଙ୍କ ଏବଂ ବଜାର ସହିତ ଯୋଡ଼ିବା ନିମନ୍ତେ ଯେଉଁ ଯୋଜନା କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି, ତାହାକୁ ଜନ ଜନ ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ଗୋଆ ସରକାର ଏବେ ନିଜର ପ୍ରୟାସ ଜାରି ରଖିଛନ୍ତି । ଗୋଆରେ ପ୍ରଚୁର ସଂଖ୍ୟକ କ୍ଷୁଦ୍ର ଚାଷୀ ଅଛନ୍ତି । ସେମାନେ ଫଳ ଓ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି ଅଥବା ମାଛ ବ୍ୟବସାୟ କରିଥାନ୍ତି । ଏହିସବୁ କ୍ଷୁଦ୍ରଚାଷୀମାନଙ୍କୁ ପଶୁପାଳକମାନଙ୍କୁ, ମତ୍ସ୍ୟଜୀବୀମାନଙ୍କୁ କିଭଳି ସହଜରେ ବ୍ୟାଙ୍କ ଋଣ ମିଳିପାରିବ ତାହା ପୂର୍ବରୁ ସେମାନଙ୍କ ପାଇଁ ଏକ ବିରାଟ ସମସ୍ୟା ଥିଲା । ଏହି ସମସ୍ୟାକୁ ଦେଖି କିଷାନ କ୍ରେଡିଟ୍‍ କାର୍ଡ଼ ଯୋଜନାକୁ ବିସ୍ତାରିତ କରାଯାଇଛି । ଏହା ଦ୍ୱାରା ପ୍ରଥମତଃ କ୍ଷୁଦ୍ର ଚାଷୀମାନଙ୍କୁ ମିଶନ ମୋଡରେ କେସିସି ପ୍ରଦାନ କରାଯାଇଥାଏ ଏବଂ ଦ୍ୱିତୀୟରେ ପଶୁପାଳକ ଓ ମତ୍ସ୍ୟଜୀବୀମାନଙ୍କୁ ପ୍ରଥମ ଥର ପାଇଁ ଏହି ଯୋଜନା ସହିତ ଯୋଡ଼ାଯାଉଛି । ଗୋଆରେ ମଧ୍ୟ ଖୁବ୍‍ କମ୍‍ ସମୟରେ ହଜାର ହଜାର କିଷାନ କ୍ରେଡିଟ୍‍ କାର୍ଡ଼ ଜାରି କରାଯାଇଛି ଏବଂ ଏହା ଜରିଆରେ ସେମାନଙ୍କୁ କୋଟି କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ପିଏମ କିଷାନ ସମ୍ମାନ ନିଧି ଦ୍ୱାର ମଧ୍ୟ ଗୋଆର କୃଷକମାନଙ୍କୁ ବହୁତ ବଡ଼ ସହାୟତା ମିଳିପାରିଛି । ଏହିସବୁ କାରଣ ଯୋଗ ଅନେକ ନୂତନ ସାଥୀ ମଧ୍ୟ ଏବେ କୃଷିକାର୍ଯ୍ୟକୁ ନିଜର ପେଶା ଭାବେ ଆଦରି ନେଇଛନ୍ତି ।  ମାତ୍ର ଗୋଟିଏ ବର୍ଷ ଭିତରେଗୋଆ ରେ ଫଳ ଓ ପନିପରିବା ଉତ୍ପାଦନରେ ପାଖାପାଖି ୪୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ଦୁଗ୍ଧ ଉତ୍ପାଦରେ ମଧ୍ୟ ୨୦ପ୍ରତିଶତ ଅଭିବୃଦ୍ଧି ଘଟିଛି । ମୋତେ ସୂଚୀତ କରାଯାଇଛି ଯେ ଗୋଆ ସରକାର ମଧ୍ୟ କୃଷକମାନଙ୍କ ଠାରୁ ଚଳିତ ବର୍ଷ ରେକର୍ଡ଼ ପରିମାଣର ଶସ୍ୟ ଖର୍ଦ୍ଦି କରିଛନ୍ତି ।

ସ୍ୱୟଂପୂର୍ଣ୍ଣ ଗୋଆର ଏକ ବଡ଼ ଶକ୍ତି ଫୁଡ଼ ପ୍ରୋସେସିଂ ଶିଳ୍ପକୁ ମିଳିବାକୁ ଯାଉଛି । ବିଶେଷ କରି ଫିସ୍‍ ପ୍ରୋସେସିଂରେ ଗୋଆ ଭାରତର ଶକ୍ତି ରୂପେ ମୁଣ୍ଡ ଟେକିବାକୁ ଯାଉଛି । ଭାରତ ଦୀର୍ଘ ସମୟ ଧରି କେବଳ କଞ୍ଚା ମାଛ ରପ୍ତାନୀ କରିଆସୁଥିଲା । ଭାରତର ମାଛ ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କୁ ଯାଇ ସେଠାରୁ ପ୍ରୋସେସିଂ ହୋଇ ବିଶ୍ୱ ବଜାର ପର୍ଯ୍ୟନ୍ତ ପହଞ୍ଚୁଥିଲା । ଏଭଳି ସ୍ଥିତିକୁ ବଦଳାଇବା ନିମନ୍ତେ ମତ୍ସ୍ୟ କ୍ଷେତ୍ରକୁ ପ୍ରଥମ ଥର ପାଇଁ ବହୁତ ବଡ଼ ସ୍ତରରେ ସହାୟତା ପ୍ରଦାନ କରାଯାଉଛି । ଏବଂ ତାହା ଏକ ବୃହତ୍‍ ଶିଳ୍ପ କ୍ଷେତ୍ର ଭାବେ ମୁଣ୍ଡ ଟେକିବାକୁ ଯାଉଛି । ମାଛର ବ୍ୟବସାୟିକ କାରବାର ନିମନ୍ତ ଏକ ପୃଥକ୍‍ ମନ୍ତ୍ରଣାଳୟ ଠାରୁ ନେଇ ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗାର ଆଧୁନିକୀକରଣ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦା ଯୋଜନା ଅଧୀନରେ ଗୋଆରେ ଆମର ମତ୍ସ୍ୟଜୀବୀମାନଙ୍କୁ ଖୁବ୍‍ ସହାୟତା ମିଳିପାରୁଛି ।

ସାଥୀଗଣ,

ଗୋଆର ପରିବେଶ ଏବଂ ଗୋଆର ପର୍ଯ୍ୟଟନ, ଏଇ ଦୁଇ କ୍ଷେତ୍ରର ବିକାଶ, ଭାରତର ବିକାଶ ସହିତ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ । ଗୋଆ ଭାରତର ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରମୁଖ କେନ୍ଦ୍ର । ଦ୍ରୁତ ଗତିରେ ପ୍ରଗତିଶୀଳ ଭାରତର ଅର୍ଥ ବ୍ୟବସ୍ଥାରେ ଟୁର୍‍, ଟ୍ରାଭଲ ଏବଂ ହସ୍ପିଟାଲିଟି ଶିଳ୍ପର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଏହା ସ୍ୱାଭାବିକ କଥାଯେ ଏଥିରେ ଗୋଆର ଅଂଶ ମଧ୍ୟ ବେଶ୍‍ ଅଧିକ । ବିଗତ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟନ ଏବଂ ହସ୍ପିଟାଲିଟି କ୍ଷେତ୍ରକୁ ଅଧିକ ଗତି ଦେବା ନିମନ୍ତେ ସବୁ ପ୍ରକାର ସହାୟତା  ଯୋଗାଇ ଦିଆଯାଉଛି । ଭାରତରେ ପହଞ୍ôଚବା ମାତ୍ରେ ଭିସା ପ୍ରଦାନ ସୁବିଧାର ବିସ୍ତାରଣ କରାଯାଉଛି । କନେକ୍ଟିଭିଟି ବ୍ୟତୀତ ଅନ୍ୟ ପ୍ରକାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ଗତ ବର୍ଷ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଗୋଆକୁ ସହାୟତା ଆକାରରେ ଯୋଗାଇ ଦେଇଥିଲେ ।

ସାଥୀଗଣ,

ଭାରତର ଟିକାକରଣ ଅଭିଯାନରେ ମଧ୍ୟ ଗୋଆ ସହିତ ଦେଶର ସେହିସବୁ ରାଜ୍ୟମାନଙ୍କୁ ବିଶେଷ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି ଯେଉଁଠାରେ ପର୍ଯ୍ୟଟନ କେନ୍ଦ୍ର ରହିଛି । ଏହା ଫଳରେ ଗୋଆକୁ ପର୍ଯ୍ୟାପ୍ତ ଫାଇଦା ମିଳିଛି । ଗୋଆ ଦିନ ରାତି ପ୍ରୟାସ କରି, ନିଜର ସମସ୍ତ ଯୋଗ୍ୟ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ସକ୍ଷମ ହୋଇପାରିଛି । ଏବେ ଦେଶ ମଧ୍ୟ ୧୦୦ କୋଟି ଟିକା ଡୋଜ ରେଖା ଅତିକ୍ରମ କରିଛି । ଏହା ଦ୍ୱାରା ଦେଶର ଲୋକମାନଙ୍କର ବିଶ୍ୱାସ ବୃଦ୍ଧି ପାଇଛି, ପର୍ଯ୍ୟଟକମାନଙ୍କ ମନରେ ମଧ୍ୟ ବିଶ୍ୱାସ ସୃଷ୍ଟି ହୋଇଛି । ଏବେ ଯେତେବେଳେ ଆପଣମାନେ ଦୀପାବଳୀ ଉତ୍ସବ ମନାଇବେ, କ୍ରିସମାସ ଉତ୍ସବ ପାଳିବେ, ନୂଆ ବର୍ଷ ପାଇଁ ପ୍ରସ୍ତୁତ ହେବେ, ଉତ୍ସବ ଓ ଛୁଟିର ଏହି ଋତୁରେ ଗୋଆର ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଶକ୍ତି ଦେଖିବାକୁ ମିଳିବ । ଗୋଆରେ ସ୍ୱଦେଶୀ ଓ ବିଦେଶୀ, ଉଭୟ ପର୍ଯ୍ୟଟକଙ୍କ ଆତଯାତ ମଧ୍ୟ ନିଶ୍ଚିତ ଭାବେ ବୃଦ୍ଧି ପାଇବ । ଏହା ଗୋଆର ପର୍ଯ୍ୟଟନ ଶିଳ୍ପ ନିମନ୍ତେ ଏକ ଶୁଭ ସଂକେତ ଅବଶ୍ୟ ।

ଭାଇ ଓ ଭଉଣୀଗଣ,

ଯେତେବେଳେ ଗୋଆ, ବିକାଶର ଏହି ପ୍ରତ୍ୟେକ ସମ୍ଭାବନାର ଶତ ପ୍ରତିଶତ ଉପଯୋଗ କରିବ, ସେତେବେଳେ ଗୋଆ ସ୍ୱୟଂପୂର୍ଣ୍ଣ ହୋଇପାରିବ । ସ୍ୱୟଂପୂର୍ଣ୍ଣ ଗୋଆ, ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ଓ ପ୍ରତ୍ୟାଶାକୁ ସାକାର କରିବାର ସଂକଳ୍ପ । ସ୍ୱୟଂପୂର୍ଣ୍ଣ ଗୋଆ, ମାତା, ଭଉଣୀ, କନ୍ୟାମାନଙ୍କ ସ୍ୱାସ୍ଥ୍ୟ, ସୁବିଧା, ସୁରକ୍ଷା ଓ ସମ୍ମାନର ମଧ୍ୟ ଭରସା । ସ୍ୱୟଂପୂର୍ଣ୍ଣ ଗୋଆରେ ଯୁବକମାନଙ୍କ ନିମନ୍ତେ ରୋଜଗାର ଓ ସ୍ୱରୋଜଗାରର ଅବସର ମିଳିପାରିବ । ସ୍ୱୟଂପୂର୍ଣ୍ଣ ଗୋଆରେ, ଗୋଆର  ସମୃଦ୍ଧ ଭବିଷ୍ୟତର ଝଲକ ନିହିତ ରହିଛି । ଏହା କେବଳ ୫ ମାସ କିମ୍ବା ୫ ବର୍ଷର କାର୍ଯ୍ୟକ୍ରମ ନୁହେଁ । ବରଂ ଏହା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦୂରଦୃଷ୍ଟିର ପ୍ରଥମ ପର୍ଯ୍ୟାୟ। ଏହି ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ôଚବା ନିମନ୍ତେ ଗୋଆର ପ୍ରତି ଜଣନାଗରିକଙ୍କୁ ଏକଜୁଟ ହେବାକୁ ପଡ଼ିବ । ଏଥିପାଇଁ ଗୋଆକୁ ଡବଲ ଇଂଜିନ ବିକାଶର ନିରନ୍ତରତା ଆବଶ୍ୟକ । ଗୋଆକୁ ଏବେ ଯେଉଁଭଳି ସ୍ପଷ୍ଟ ନୀତିର ଆବଶ୍ୟକତା ରହିଛି, ଏବେ ଯେଉଁଭଳି ସ୍ଥିର ସରକାର ଆବଶ୍ୟକତା ଅଛି, ଏବେ ଯେଉଁଭଳି ଶକ୍ତିବାନ ନେତୃତ୍ୱ ଦରକାର ତାହା ମିଳିଛି । ସଂପୂର୍ଣ୍ଣ ଗେ।।ର ପ୍ରଚଣ୍ଡ ଆଶୀର୍ବାଦ ଦ୍ୱାରା ଆମେ ସ୍ୱୟଂପୂର୍ଣ୍ଣ ଗୋଆର ସଂପଳ୍ପକୁ ସିଦ୍ଧ କରିପାରିବା । ଏହି ବିଶ୍ୱାସର ସହିତ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।

 

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up

Media Coverage

Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the values of compassion and contentment
August 24, 2026

The Prime Minister, Shri Narendra Modi, said that compassion brings self-respect and contentment brings true happiness. He noted that this spirit further strengthens the bonds of cooperation and harmony in society.

The Prime Minister shared a Sanskrit Subhashitam-

“कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”

The Subhashitam conveys that self-respect is achieved by showing kindness or compassion to others. Greed is overcome by being satisfied at one's fortune in life. One must conquer laziness, dubious reasoning and indecisiveness by exertion and entrepreneurship.

The Prime Minister wrote on X;

“करुणा से आत्म-सम्मान और संतोष से सच्ची खुशी मिलती है। इसी भाव से समाज में सहयोग और सद्भाव की डोर और सशक्त होती है।

कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”