ଶହ ଶହ ବର୍ଷ ଧରି, ଭାରତ ଏବଂ ଭୂଟାନ ମଧ୍ୟରେ ଗଭୀର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ତେଣୁ, ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଅଂଶଗ୍ରହଣ କରିବା ଭାରତ ଏବଂ ମୋର ପ୍ରତିବଦ୍ଧତା ଥିଲା, କିନ୍ତୁ ଆଜି, ମୁଁ ଏକ ଅତ୍ୟନ୍ତ ଭାରାକ୍ରାନ୍ତ ହୃଦୟ ନେଇ ଏଠାକୁ ଆସିଛି : ପ୍ରଧାନମନ୍ତ୍ରୀ
ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ସମସ୍ତଙ୍କୁ ଚକିତ କରିଛି। ଆମର ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ। ଏହା ପଛରେ ଥିବା ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । ଏଥିପାଇଁ ଦାୟୀ ସମସ୍ତଙ୍କୁ ବିଚାର ପ୍ରକ୍ରିୟା ମଧ୍ୟକୁ ଅଣାଯିବ : ପ୍ରଧାନମନ୍ତ୍ରୀ
ଭାରତ 'ବସୁଧୈବ କୁଟୁମ୍ବକମ୍' : ସମଗ୍ର ବିଶ୍ୱ ଗୋଟିଏ ପରିବାର, ଭଳି ଏହାର ପ୍ରାଚୀନ ଆଦର୍ଶରୁ ପ୍ରେରଣା ନିଏ , ଆମେ ସମସ୍ତଙ୍କ ପାଇଁ ଖୁସି ଉପରେ ଗୁରୁତ୍ୱ ଦେଇଥାଉ : ପ୍ରଧାନମନ୍ତ୍ରୀ
ଭୂଟାନର ମହାମହିମଙ୍କ ଦ୍ୱାରା ପ୍ରସ୍ତାବିତ "ସମଗ୍ର ଜାତୀୟ ଖୁସି" ର ଧାରଣା ସାରା ବିଶ୍ୱରେ ବିକାଶକୁ ପରିଭାଷିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ପାଲଟିଛି : ପ୍ରଧାନମନ୍ତ୍ରୀ
ଭାରତ ଏବଂ ଭୂଟାନ କେବଳ ସୀମା ଦ୍ୱାରା ନୁହେଁ, ବରଂ ସଂସ୍କୃତି ଦ୍ୱାରା ମଧ୍ୟ ଯୋଡି ହୋଇଛନ୍ତି। ଆମର ସମ୍ପର୍କ ମୂଲ୍ୟବୋଧ, ଭାବନା, ଶାନ୍ତି ଏବଂ ପ୍ରଗତି ଉପରେ ଆଧାରିତ : ପ୍ରଧାନମନ୍ତ୍ରୀ
ଆଜି, ଭୂଟାନ ବିଶ୍ୱର ପ୍ରଥମ କାର୍ବନ-ନେଗେଟିଭ୍ ଦେଶ ପାଲଟିଛି, ଏହା ଏକ ଅସାଧାରଣ ସଫଳତା: ପ୍ରଧାନମନ୍ତ୍ରୀ
ଭୂଟାନ ପ୍ରତି ମୁଣ୍ଡପିଛା ନବୀକରଣୀୟ ଶକ୍ତି ଉତ୍ପାଦନରେ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ, ଏହାର ୧୦୦ ପ୍ରତିଶତ ବିଦ୍ୟୁତ ନବୀକରଣୀୟ ଉତ୍ସରୁ ଉତ୍ପାଦନ କରେ। ଏହି ସମ୍ଭାବନାକୁ ବିସ୍ତାର କରି, ଆଜି ଆଉ ଏକ ପ୍ରମୁଖ ପଦକ୍ଷେପ ନିଆଯାଉଛି : ପ୍ରଧାନମନ୍ତ୍ରୀ
ସଂଯୋଗ ସୁଯୋଗ ସୃଷ୍ଟି କରେ, ଏବଂ ସୁଯୋଗ ସମୃଦ୍ଧି ସୃଷ୍ଟି କରେ। ଭାରତ ଏବଂ ଭୂଟାନ ଶାନ୍ତି, ସମୃଦ୍ଧି ଏବଂ ସହଭାଗୀ ପ୍ରଗତି ପଥରେ ଆଗକୁ ବଢ଼ିବେ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂଟାନର ଥିମ୍ପୁର ଚାଙ୍ଗଲିମେଥାଙ୍ଗ ସେଲିବ୍ରେସନ୍ ଗ୍ରାଉଣ୍ଡରେ ଏକ ସମାବେଶରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ୍ ଏବଂ ଚତୁର୍ଥ ରାଜା, ମହାମହିମ ଜିଗମେ ସିଙ୍ଗୟେ ୱାଙ୍ଗଚୁକ୍ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ରାଜପରିବାରର ସମ୍ମାନିତ ସଦସ୍ୟ, ଭୂଟାନର ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀଯୁକ୍ତ ଶେରିଂ ତୋବଗେ ଏବଂ ଉପସ୍ଥିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନର ସହିତ ସ୍ୱାଗତ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭୂଟାନ, ଭୂଟାନର ରାଜପରିବାର ଏବଂ ବିଶ୍ୱ ଶାନ୍ତିରେ ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ସେ ଭାରତ ଏବଂ ଭୂଟାନ ମଧ୍ୟରେ ଶହ ଶହ ବର୍ଷ ଧରି ରହିଥିବା ଗଭୀର ଭାବପ୍ରବଣତାପୂର୍ଣ୍ଣ ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ , ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଅଂଶଗ୍ରହଣ କରିବା ଉଭୟ ଭାରତର  ଏବଂ ତାଙ୍କର ପ୍ରତିବଦ୍ଧତା ଥିଲା। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ସମସ୍ତଙ୍କୁ ଗଭୀର ଭାବରେ ବିଚଳିତ କରିଥିବାରୁ ସେ ଭାରାକ୍ରାନ୍ତ ହୃଦୟରେ ଭୂଟାନରେ ପହଞ୍ଚିଥିଲେ। ପ୍ରଭାବିତ ପରିବାର କେଉଁଭଳି  ଦୁଃଖରେ ଅଛନ୍ତି ତାହା ସେ ବୁଝି ପାରୁଛନ୍ତି ବୋଲି କହିଥିଲେ ଏବଂ ଦୃଢ଼ତାର ସହିତ ପ୍ରକାଶ କରିଥିଲେ ଯେ, ସମଗ୍ର ଦେଶ ସେମାନଙ୍କ ସହିତ ଠିଆ ହୋଇଛି । ଘଟଣାର ତଦନ୍ତରେ ସମ୍ପୃକ୍ତ ସମସ୍ତ ଏଜେନ୍ସି ସହିତ ସେ ରାତିସାରା ନିରନ୍ତର ଯୋଗାଯୋଗରେ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଜୋର ଦେଇ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ , ଭାରତୀୟ ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବେ ଏବଂ ଆଶ୍ୱାସନା ଦେଇଥିଲେ ଯେ, ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ ଛଡ଼ାଯିବ ନାହିଁ। " ଏଥିପାଇଁ ଦାୟୀ ରହିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ନ୍ୟାୟିକ ପ୍ରକ୍ରିୟା ଭିତରକୁ ଅଣାଯିବ" ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥଲେ।
 

ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଆଜି ଗୁରୁ ପଦ୍ମସମ୍ଭବଙ୍କ ଆଶୀର୍ବାଦରେ ଭୂଟାନରେ ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବ ଅନୁଷ୍ଠିତ ହେଉଛି, ଏବଂ ଏହା ସହିତ ଭଗବାନ ବୁଦ୍ଧଙ୍କ ପିପ୍ରାହୱା ଅବଶେଷର ପବିତ୍ର ଦର୍ଶନ ମଧ୍ୟ କରାଯାଉଛି। ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଅବସରରେ ମହାମହିମ ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି, ଯେଉଁଥିରେ ଅନେକ ବ୍ୟକ୍ତିଙ୍କ ମର୍ଯ୍ୟାଦାଜନକ ଉପସ୍ଥିତି ଭାରତ - ଭୂଟାନ ସମ୍ପର୍କର ଶକ୍ତିକୁ ପ୍ରତିଫଳିତ କରୁଛି।
ଭାରତ ‘ବସୁଧୈବ କୁଟୁମ୍ବକମ୍ - ବିଶ୍ୱ ଏକ ପରିବାର,"  ଭଳି ପ୍ରାଚୀନ ଆଦର୍ଶରୁ ପ୍ରେରଣା ନିଏ ବୋଲି ଗୁରୁତ୍ୱାରୋପ କରି " ପ୍ରଧାନମନ୍ତ୍ରୀ "ସର୍ବେ ଭବନ୍ତୁ ସୁଖିନଃ" ମନ୍ତ୍ର ମାଧ୍ୟମରେ ସାର୍ବଜନୀନ ସୁଖ ପାଇଁ ଭାରତର ପ୍ରାର୍ଥନାକୁ ପୁନରାବୃତ୍ତି କରିଥିଲେ ଏବଂ ସ୍ୱର୍ଗ, ଅନ୍ତରୀକ୍ଷ, ପୃଥିବୀ, ଜଳ, ଔଷଧି, ଉଦ୍ଭିଦ ଏବଂ ସମସ୍ତ ଜୀବଜଗତରେ ଶାନ୍ତି ପାଇଁ ଆହ୍ୱାନ କରୁଥିବା ବୈଦିକ ଶ୍ଳୋକଗୁଡ଼ିକୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ ଏହି ଭାବନା ସହିତ, ଭାରତ ଭୂଟାନରେ ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବରେ ଯୋଗ ଦେଉଛି, ଯେଉଁଠାରେ ବିଶ୍ୱର ସନ୍ଥମାନେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଦ୍ଦେଶ୍ୟ ନେଇ ଏକତ୍ରିତ ହୋଇଛନ୍ତି ଏବଂ ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା ଏହି ସାମୂହିକ ଭାବନାର ଅଂଶ ବିଶେଷ। ଶ୍ରୀ ମୋଦୀ କହିଛନ୍ତି , ବହୁତ କମ୍ ଲୋକ ଏହା ଜାଣିଥିବେ ଯେ, ତାଙ୍କ ଜନ୍ମସ୍ଥାନ ଗୁଜରାଟର ଭାଦନଗର ବୌଦ୍ଧ ପରମ୍ପରା ସହିତ ଜଡିତ ଏକ ପବିତ୍ର ସ୍ଥଳ ଏବଂ ତାଙ୍କ କର୍ମକ୍ଷେତ୍ର ଉତ୍ତର ପ୍ରଦେଶର ବାରାଣସୀ ବୌଦ୍ଧ ଶ୍ରଦ୍ଧାର ଏକ ଶୀର୍ଷ ସ୍ଥାନ। ତେଣୁ ଏହି ଉତ୍ସବରେ ଯୋଗଦେବା ବ୍ୟକ୍ତିଗତ ଭାବରେ ତାଙ୍କ ପାଇଁ ଅର୍ଥପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ ଏବଂ କହିଥିଲେ ଯେ, ଶାନ୍ତିର ପ୍ରଦୀପ ଭୂଟାନ ଏବଂ ବିଶ୍ୱର ପ୍ରତ୍ୟେକ ଘରକୁ ଆଲୋକରେ ଉଦଭାସିତ କରିପାରିବ।
ଚତୁର୍ଥ ରାଜାଙ୍କୁ ସମ୍ମାନ ପ୍ରଦର୍ଶନ କରି , ତାଙ୍କ ଜୀବନକୁ ଜ୍ଞାନ, ସରଳତା, ସାହସ ଏବଂ ଦେଶ ପ୍ରତି ନିଃସ୍ୱାର୍ଥପର ସେବାର ସଙ୍ଗମ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ , ମହାମହିମ ୧୬ ବର୍ଷ ବୟସରେ ମହାମହିମ ମହାନ ଦାୟିତ୍ୱ ଗ୍ରହଣ କରିଥିଲେ, ପୈତୃକ ସ୍ନେହ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ସହିତ ଦେଶକୁ ଶାସନ କରିଥିଲେ। ତାଙ୍କ ୩୪ ବର୍ଷର ଶାସନ କାଳରେ ମହାମହିମ ଭୂଟାନର ବିକାଶକୁ ସୁନିଶ୍ଚିତ କରିବା ସହିତ ଏହାର ଐତିହ୍ୟକୁ ସଂରକ୍ଷଣ କରି ଉନ୍ନତ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତିଷ୍ଠା ଠାରୁ ସୀମାନ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପର୍ଯ୍ୟନ୍ତ, ମହାମହିମ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ମହାମହିମଙ୍କ ଦ୍ୱାରା ପ୍ରଚଳିତ "ସମଗ୍ର ଜାତୀୟ ଖୁସି" ଧାରଣା ଅଭିବୃଦ୍ଧିକୁ ପରିଭାଷିତ କରିବା ପାଇଁ ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ମାନଦଣ୍ଡ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ରାଷ୍ଟ୍ର ନିର୍ମାଣ କେବଳ ଜିଡିପି ନୁହେଁ, ବରଂ ମାନବତାର କଲ୍ୟାଣ ଉପରେ ଆଧାରିତ ବୋଲି ମହାମହିମ ପ୍ରଦର୍ଶନ କରିଛନ୍ତି।
ଭୂଟାନର ମହାମହିମ ଚତୁର୍ଥ ରାଜା ଭାରତ ଏବଂ ଭୂଟାନ ମଧ୍ୟରେ ବନ୍ଧୁତାର ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ମହାମହିମଙ୍କ ଦ୍ୱାରା ସ୍ଥାପିତ ମୂଳଦୁଆ ଦୁଇ ରାଷ୍ଟ୍ର ମଧ୍ୟରେ ସମୃଦ୍ଧ ସମ୍ପର୍କକୁ ପରିପୃଷ୍ଟ କରିଚାଲିଛି। ସମସ୍ତ ଭାରତୀୟଙ୍କ ପକ୍ଷରୁ, ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଥିଲେ।
 

ଭାରତ ଏବଂ ଭୂଟାନ କେବଳ ସୀମା ଦ୍ୱାରା ଯୋଡି ହୋଇନାହାନ୍ତି, ସେମାନେ ସଂସ୍କୃତି ଦ୍ୱାରା ମଧ୍ୟ ଯୋଡି ହୋଇଛନ୍ତି। ଆମର ସମ୍ପର୍କ ମୂଲ୍ୟବୋଧ, ଭାବନା, ଶାନ୍ତି ଏବଂ ପ୍ରଗତି କ୍ଷେତ୍ରରେ ଏକ " ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ। ୨୦୧୪ ମସିହାରେ ଦାୟିତ୍ୱ ଗ୍ରହଣ କରିବା ପରେ ଭୂଟାନକୁ ତାଙ୍କର ପ୍ରଥମ ବିଦେଶ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେହି ଗସ୍ତର ସ୍ମୃତି ଏବେ ବି ତାଙ୍କୁ ଭାବପ୍ରବଣତାରେ ଭରି ଦିଏ। ସେ ଭାରତ - ଭୂଟାନ ସମ୍ପର୍କର ଶକ୍ତି ଏବଂ ସମୃଦ୍ଧି ଉପରେ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଥିଲେ ଯେ , ଉଭୟ ଦେଶ କଷ୍ଟ ସମୟରେ ଏକାଠି ଠିଆ ହୋଇଛନ୍ତି, ମିଳିତ ଭାବରେ ଅନେକ ଆହ୍ଵାନର ସମ୍ମୁଖୀନ ହୋଇଛନ୍ତି ଏବଂ ବର୍ତ୍ତମାନ ପ୍ରଗତି ଏବଂ ସମୃଦ୍ଧି ପଥରେ ଏକାଠି ଆଗକୁ ବଢ଼ୁଛନ୍ତି। ମହାମହିମ ରାଜା ଭୂଟାନକୁ ନୂତନ ଉଚ୍ଚତାକୁ ନେଇ ଯାଉଛନ୍ତି, ଏବଂ ଭାରତ ଏବଂ ଭୁଟାନ ମଧ୍ୟରେ ବିଶ୍ୱାସ ଏବଂ ବିକାଶର ସହଭାଗୀତା ସମଗ୍ର କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଡେଲ ଭାବରେ ଠିଆ ହୋଇଛି ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ।
ଭାରତ ଏବଂ ଭୂଟାନ ଦ୍ରୁତ ଗତିରେ ଅଗ୍ରଗତି କରୁଥିବାରୁ, ସେମାନଙ୍କର ଶକ୍ତି ସହଭାଗୀତା ଏହି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଉଭୟ ଭାରତ - ଭୂଟାନ ଜଳବିଦ୍ୟୁତ ସହଯୋଗର ମୂଳଦୁଆ ମହାମହିମ ଚତୁର୍ଥ ରାଜାଙ୍କ ନେତୃତ୍ୱରେ ସ୍ଥାପିତ ହୋଇଥିଲା । ମହାମହିମ ଚତୁର୍ଥ ରାଜା ଏବଂ ମହାମହିମ ପଞ୍ଚମ ରାଜା ଉଭୟ ଭୂଟାନରେ ସ୍ଥାୟୀ ବିକାଶ ଏବଂ ପରିବେଶ ପ୍ରଥମ ଆଭିମୁଖ୍ୟର ଦୃଷ୍ଟିକୋଣକୁ ସମର୍ଥନ କରିଛନ୍ତି। ଏହି ଦୂରଦୃଷ୍ଟିପୂର୍ଣ୍ଣ ଭିତ୍ତିଭୂମି ଭୂଟାନକୁ ବିଶ୍ୱର ପ୍ରଥମ କାର୍ବନ-ନେଗେଟିଭ୍ ଦେଶ ହେବାକୁ ସକ୍ଷମ କରିଛି,  ଏହା ଏକ ଅସାଧାରଣ ସଫଳତା ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭୂଟାନ ପ୍ରତି ମୁଣ୍ଡପିଛା ନବୀକରଣୀୟ ଶକ୍ତି ଉତ୍ପାଦନରେ ବିଶ୍ୱସ୍ତରରେ ସର୍ବୋଚ୍ଚ ସ୍ଥାନରେ ଅଛି ଏବଂ ବର୍ତ୍ତମାନ ନବୀକରଣୀୟ ଉତ୍ସରୁ ଏହା ଶହେ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ କରୁଛି। ଏହି କ୍ଷମତାକୁ ଆହୁରି ବିସ୍ତାର କରି, ଆଜି ୧୦୦୦ ମେଗାୱାଟରୁ ଅଧିକ ଏକ ନୂତନ ଜଳବିଦ୍ୟୁତ ପ୍ରକଳ୍ପ ଆରମ୍ଭ କରାଯାଉଛି, ଯାହା ଭୁଟାନର ଜଳବିଦ୍ୟୁତ କ୍ଷମତାକୁ ୪୦ ପ୍ରତିଶତ ବୃଦ୍ଧି କରିବ। ଏହା ସହିତ, ଆଉ ଏକ ଦୀର୍ଘକାଳୀନ ଜଳବିଦ୍ୟୁତ ପ୍ରକଳ୍ପ ଉପରେ ପୁନଃ କାର୍ଯ୍ୟ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଏହି ସହଭାଗୀତା ଜଳବିଦ୍ୟୁତ ପର୍ଯ୍ୟନ୍ତ ସୀମିତ ନୁହେଁ; ଭାରତ ଏବଂ ଭୂଟାନ ଏବେ ସୌର ଶକ୍ତି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି, ଯାହା ଉପରେ ଆଜି ପ୍ରମୁଖ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
 

ଶକ୍ତି ସହଯୋଗ ସହିତ, ଭାରତ ଏବଂ ଭୁଟାନ ସଂଯୋଗୀକରଣ ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ "ସଂଯୋଗ ସୁଯୋଗ ସୃଷ୍ଟି କରେ, ଏବଂ ସୁଯୋଗ ସମୃଦ୍ଧି ସୃଷ୍ଟି କରେ," ଏବଂ ଏହି ଦୃଷ୍ଟିକୋଣ ଅନୁଯାୟୀ, ଗେଲେଫୁ ଏବଂ ସାମତ୍ସେ ସହରକୁ ଭାରତର ବିଶାଳ ରେଳ ନେଟୱାର୍କ ସହିତ ସଂଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥଲେ ଯେ, ଏହି ପ୍ରକଳ୍ପ ସମାପ୍ତ ହେବା ପରେ,  ଏହା ଭୂଟାନ ଶିଳ୍ପଗୁଡିକ ଲାଗି ଏବଂ କୃଷକମାନଙ୍କ ପାଇଁ ଭାରତର ବୃହତ ବଜାରରେ ପ୍ରବେଶକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରେଳ ଏବଂ ସଡ଼କ ସଂଯୋଗୀକରଣ ବ୍ୟତୀତ, ଉଭୟ ଦେଶ ସୀମାନ୍ତ ଭିତ୍ତିଭୂମିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଉଛନ୍ତି। ମହାମହିମଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦୂରଦୃଷ୍ଟିପୂର୍ଣ୍ଣ ଗେଲେଫୁ ମାଇଣ୍ଡଫୁଲନେସ୍ ସିଟି ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାର ବିକାଶ ପାଇଁ ଭାରତର ପୂର୍ଣ୍ଣ ସମର୍ଥନକୁ ନିଶ୍ଚିତ କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ, ପରିଦର୍ଶକ ଏବଂ ନିବେଶକମାନଙ୍କୁ ଆହୁରି ସୁବିଧା ଯୋଗାଇବା ପାଇଁ ଭାରତ ଖୁବ୍ ଶୀଘ୍ର ଗେଲେଫୁ ନିକଟରେ ଏକ ଇମିଗ୍ରେସନ୍ ଚେକ ପୋଷ୍ଟ୍ ସ୍ଥାପନ କରିବ ।
"ଭାରତ ଏବଂ ଭୂଟାନର ପ୍ରଗତି ଏବଂ ସମୃଦ୍ଧି ଗଭୀର ଭାବରେ ପରସ୍ପର ସହିତ ଜଡିତ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଭାବନା ଅନୁସାରେ, ଭାରତ ସରକାର ଗତ ବର୍ଷ ଭୂଟାନର ପଞ୍ଚବାର୍ଷିକ ଯୋଜନା ପାଇଁ ୧୦,୦୦୦ କୋଟି ଟଙ୍କାର ଏକ ସହାୟତା ପ୍ୟାକେଜ ଘୋଷଣା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଏହି ପାଣ୍ଠିକୁ ରାସ୍ତା ଠାରୁ କୃଷି, ଆର୍ଥିକ ସହାୟତା ଠାରୁ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି , ଯାହା ଭୂଟାନ ନାଗରିକଙ୍କ ଜୀବନଧାରଣର ସହଜତାକୁ ବୃଦ୍ଧି କରୁଛି। ଶ୍ରୀ ମୋଦୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ , ଭୂଟାନର ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଭାରତ ଅନେକ ପଦକ୍ଷେପ ନେଇଛି। ଭୂଟାନରେ ୟୁପିଆଇ ଦେଣନେଣର ପରିସର ବିସ୍ତାର ହେଉଛି, ଏବଂ ଭୂଟାନ ନାଗରିକମାନେ ଭାରତ ଗସ୍ତରେ ଆସିଲେ ୟୁପିଆଇ ସେବା ପାଇବାକୁ ଯେପରି ସକ୍ଷମ ହୋଇ ପାରିବେ ସେଥିପାଇଁ ପ୍ରୟାସ ଚାଲିଛି ବୋଲି ସେ ଉଲ୍ଲେଖ କରିଥିଲେ।
 

ଭାରତ - ଭୂଟାନ ମଧ୍ୟରେ ଦୃଢ଼ ସହଭାଗୀତାର ସବୁଠାରୁ ସଶକ୍ତ ଲାଭାର୍ଥୀ ଉଭୟ ଦେଶର ଯୁବକ ଯୁବତୀ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଜାତୀୟ ସେବା, ସ୍ୱେଚ୍ଛାକୃତ ସେବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବାରେ ମହାମହିମଙ୍କ ଉଦାହରଣୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ମହାମହିମଙ୍କ ଦୂରଦୃଷ୍ଟିପୂର୍ଣ୍ଣ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ,  ଭୂଟାନର ଯୁବକ ଯୁବତୀମାନେ ଏହି ଦୃଷ୍ଟିକୋଣ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ, ଏବଂ ଶିକ୍ଷା, ନବସୃଜନ, ଦକ୍ଷତା ବିକାଶ, କ୍ରୀଡା, ମହାକାଶ ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ଭାରତ ଏବଂ ଭୁଟାନର ଯୁବକ ଯୁବତୀଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଉଛି। ସେ କହିଛନ୍ତି ଯେ ଉଭୟ ଦେଶର ଯୁବକ ଯୁବତୀମାନେ ବର୍ତ୍ତମାନ ଏକ ସାଟେଲାଇଟ୍ ନିର୍ମାଣ ପାଇଁ ଏକାଠି କାମ କରୁଛନ୍ତି, ଏହାକୁ ଭାରତ ଏବଂ ଭୂଟାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।
 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତ - ଭୂଟାନ ସମ୍ପର୍କର ଏକ ପ୍ରମୁଖ ଶକ୍ତି ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ଗଭୀର ଭାବପ୍ରବଣ ବନ୍ଧନରେ ନିହିତ। ସେ ଭାରତର ରାଜଗିରରେ ସମ୍ପ୍ରତି ହୋଇଥିବା ରୟାଲ ଭୂଟାନିଜ୍ ମନ୍ଦିରର ଉଦଘାଟନ ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ଏହି ପଦକ୍ଷେପ ବର୍ତ୍ତମାନ ଦେଶର ଅନ୍ୟାନ୍ୟ ଅଂଶକୁ ବିସ୍ତାରିତ ହେଉଛି। ଭୂଟାନିଜ୍ ଲୋକଙ୍କ ଆକାଂକ୍ଷା ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ଭାରତ ସରକାର ବାରାଣସୀରେ ଏକ ଭୂଟାନିଜ୍ ମନ୍ଦିର ଏବଂ ଅତିଥି ଭବନ ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଯୋଗାଇ ଦେଉଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ମନ୍ଦିରଗୁଡ଼ିକ ଭାରତ ଏବଂ ଭୂଟାନ ମଧ୍ୟରେ ମୂଲ୍ୟବାନ ଏବଂ ଐତିହାସିକ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରୁଛି। ନିଜର ବକ୍ତବ୍ୟ ସମାପ୍ତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ, ଉଭୟ ଦେଶ ଶାନ୍ତି, ସମୃଦ୍ଧି ଏବଂ ସହଭାଗୀ ପ୍ରଗତି ପଥରେ ଆଗକୁ ବଢ଼ିବେ ଏବଂ ଉଭୟ ଦେଶ ଉପରେ ଭଗବାନ ବୁଦ୍ଧ ଏବଂ ଗୁରୁ ରିନପୋଚେଙ୍କ ନିରନ୍ତର ଆଶୀର୍ବାଦ ପାଇଁ ପ୍ରାର୍ଥନା କରିଥିଲେ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"