ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବାଙ୍ଗୀନ ବିକାଶ ଦିଗରେ କାମ ଜାରି ରଖିବା ଏବଂ ପ୍ରତି ଭାରତୀୟଙ୍କ ପାଇଁ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
ସେ ଆଜି ନୀତି ଆୟୋଗ ଦ୍ୱାରା ଦାରିଦ୍ର୍ୟତା ଉପରେ ପ୍ରକାଶିତ ଏକ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ରିପୋର୍ଟରେ କୁହାଯାଇଛି, ୨୦୦୫-୦୬ ପରଠାରୁ ଭାରତରେ ଏମ୍ପିଆଇରେ ଉଲ୍ଲେଖନୀୟ ହ୍ରାସ ହୋଇଛି । ୨୦୧୩-୧୪ରେ ଏମ୍ପିଆଇ ୨୯.୧୭% ଥିବାବେଳେ ୨୦୨୨-୨୩ରେ ୧୧.୨୮% ଥିଲା । ଏଥିରେ ଏବେ ୧୭.୮୯% ହ୍ରାସ ପାଇଛି । ଫଳରେ ଗତ ୯ ବର୍ଷରେ ୨୪.୮୨ କୋଟି ଲୋକ ଦାରିଦ୍ର୍ୟତାରୁ ମୁକୁଳିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ବେଶ୍ ଉତ୍ସାହଜନକ, ସମାବେଶୀ ବିକାଶକୁ ଆଗକୁ ବଢ଼ାଇବା ଏବଂ ଆମ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଦିଗରେ ଆମ ପ୍ରତିବଦ୍ଧତାକୁ ଏହା ଦର୍ଶାଏ । ଆମେ ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବା ଜାରି ରଖିବୁ ଏବଂ ପ୍ରତି ଭାରତୀୟଙ୍କ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବୁ ।’
Very encouraging, reflecting our commitment towards furthering inclusive growth and focussing on transformative changes to our economy. We will continue to work towards all-round development and to ensure a prosperous future for every Indian. https://t.co/J20mVQbqSA
— Narendra Modi (@narendramodi) January 15, 2024


