ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣବର୍ମାଙ୍କ ଦୀର୍ଘଦିନର ଇଚ୍ଛାକୁ ପୂରଣ କରିବାକୁ ଦୁଇ ଦଶନ୍ଧି ତଳେ ହୋଇଥିବା ଅତ୍ୟନ୍ତ ସନ୍ତୋଷଜନକ ଜାତୀୟ ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋକପାତ କରିଛନ୍ତି ।

୧୯୩୦ ମସିହାରେ ଶ୍ୟାମଜୀ କୃଷ୍ଣବର୍ମା ପରଲୋକ ଗମନ କରିଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା ଦିନେ ତାଙ୍କ ଚିତାଭସ୍ମ ସ୍ୱାଧୀନ ଭାରତକୁ ଫେରିବ । ୨୦୦୩ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ଦଶନ୍ଧି ଧରି ତାଙ୍କର ଏହି ଇଚ୍ଛା ଅପୂର୍ଣ୍ଣ ରହିଥିଲା, ଯେତେବେଳେ କି ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଜରଲାଣ୍ଡର ଜେନେଭାରୁ ତାଙ୍କର ଚିତାଭସ୍ମ ଆଣିବା ଦିଗରେ ଐତିହାସିକ ପଦକ୍ଷେପ ନେଇଥିଲେ ।

ସେ ଉଲ୍ଲେଖ କରିଛନ୍ତି, ଏହି ପଦକ୍ଷେପ ମା ଭାରତୀଙ୍କ ସାହସୀ ସୁପୁତ୍ରର ସ୍ମୃତିକୁ ସମ୍ମାନ ଦେଇଥିଲା ଏବଂ ନିଜ ସ୍ୱାଧୀନତା ସଂଗ୍ରାମର ଲିଗାସୀକୁ ସଂରକ୍ଷିତ ରଖିବାରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲା ।

ପ୍ରଧାନମନ୍ତ୍ରୀ ଏହି ଆଶା ପ୍ରକାଶ କରିଛନ୍ତି, ଅଧିକରୁ ଅଧିକ ଯୁବା ଭାରତୀୟ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଜୀବନୀ, ନ୍ୟାୟର ନିର୍ଭୀକ ଅନୁସନ୍ଧାନ ଏବଂ ଭାରତର ସ୍ୱାଧୀନତା ଦିଗରେ ଅତୁଟ ସମର୍ପଣ ସମ୍ପର୍କରେ ପଢ଼ନ୍ତୁ ।

ମୋଦୀ ଆର୍କାଇଭ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ ହୋଇଥିବା ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦୁଇ ଦଶନ୍ଧି ତଳେ ନିଆଯାଇଥିବା ଏକ ସନ୍ତୋଷଜନକ ପଦକ୍ଷେପ, ଯାହାକି ଶ୍ୟାମଜୀ କୃଷ୍ଣବର୍ମାଙ୍କ ଇଚ୍ଛାକୁ ପୂରଣ କରିବା ସହ ମା ଭାରତୀଙ୍କ ସାହସୀ ସୁପୁତ୍ରର ସ୍ମୃତିକୁ ସମ୍ମାନ ଦେଇଥିଲା, ସେ ସଂକ୍ରାନ୍ତରେ ଏହି ଥ୍ରେଡ ଆଲୋକପାତ କରିଛି ।

ଏହି ମହାନତା ଏବଂ ସାହସିକତା ସମ୍ପର୍କରେ ଅଧିକ ଯୁବା ଭାରତୀୟ ପଢ଼ନ୍ତୁ!”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership