ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ସେରା ୱିକ୍ ଗ୍ଲୋବାଲ ଏନର୍ଜି ଆଣ୍ଡ ଏନଭାଇରନମେଣ୍ଟ ଲିଡରସିପ ପୁରସ୍କାର
ଭାରତର ଜନସାଧାରଣ ଓ ପରମ୍ପରାକୁ ସମର୍ପିତ କଲେ ପୁରସ୍କାର
ମହାତ୍ମା ଗାନ୍ଧୀ ଥିଲେ ମାନବ ଜାତିର ଅନ୍ୟତମ ମହାନ ପରିବେଶ ଚାମ୍ପିଅନ : ପ୍ରଧାନମନ୍ତ୍ରୀ
ଅଭ୍ୟାସଗତ ପରିବର୍ତ୍ତନ ହେଉଛି ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବାର ସବୁଠୁ ଶକ୍ତିଶାଳୀ ମାର୍ଗ : ପ୍ରଧାନମନ୍ତ୍ରୀ
ବର୍ତ୍ତମାନ ଯୁକ୍ତିଯୁକ୍ତ ଏବଂ ପରିବେଶଗତ ଭାବରେ ଚିନ୍ତା କରିବାର ସମୟ ଆସିଛି। ଏହା ମୋର କିମ୍ବା ଆପଣଙ୍କ କଥା ନୁହେଁ। ଏହା ଆମ ଗ୍ରହର ଭବିଷ୍ୟତ ସହ ଜଡ଼ିତ : ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସେରା ୱିକ 2021ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କୁ ‘ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେ କହିଥିଲେ ଯେ “ମୁଁ ଅତ୍ୟନ୍ତ ନମ୍ରତାର ସହିତ ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର ଗ୍ରହଣ କରୁଛି। ମୁଁ ଏହି ପୁରସ୍କାର ଆମର ମହାନ ମାତୃଭୂମି, ଭାରତର ଜନସାଧାରଣଙ୍କୁ ସମର୍ପିତ କରୁଛି। ମୁଁ ଆମ ଦେଶର ମହାନ ପରମ୍ପରାକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କାରଣ ପରିବେଶର ସୁରକ୍ଷା ପାଇଁ ଏହା ଆମକୁ ମାର୍ଗ ଦେଖାଇ ଆସିଛି।” ବହୁ ଶତାବ୍ଦୀ ଧରି ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତୀୟମାନେ ଅଗ୍ରଣୀ ରହିଆସିଛନ୍ତି। ଆମର ସଂସ୍କୃତି, ପ୍ରକୃତି ଏବଂ ଦେବତ୍ୱ ପରସ୍ପର ସହ ଯୋଡ଼ି ହୋଇ ରହିଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନବ ଜାତିର ମହାନତମ ପରିବେଶ ଚାମ୍ପିଅନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଅଗ୍ରଗଣ୍ୟ ଥିଲେ। ଯଦି ସମଗ୍ର ମାନବ ସମାଜ ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରେ ତା’ହେଲେ ବର୍ତ୍ତମାନ ସମୟରେ ଆମେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ। ସେ ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ସହର ଗୁଜରାଟର ପୋରବନ୍ଦର ଗସ୍ତ କରିବା ଲାଗି ଅନୁରୋଧ କରିଥିଲେ, ଯେଉଁଠି ବର୍ଷା ଜଳ ସଂରକ୍ଷଣ ପାଇଁ ଭୂତଳ ଟାଙ୍କି ନିର୍ମାଣ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ କେବଳ ଦୁଇଟି ମାର୍ଗ ରହିଛି। ଗୋଟିଏ ହେଉଛି ନୀତି, ଆଇନ, ନିୟମ ଏବଂ ଆଦେଶ ଆଧାରିତ। ପ୍ରଧାନମନ୍ତ୍ରୀ ଉଦାହରଣ ଦେଇ ଏହାର ବର୍ଣ୍ଣନା କରିଥିଲେ। ଭାରତରେ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସ ଉପଯୋଗ କରିବାର ଅଂଶଧନ 38 ପ୍ରତିଶତକୁ ବୃଦ୍ଧି ପାଇଛି। ଏପ୍ରିଲ 2020 ଠାରୁ ଭାରତ-6 ନିର୍ଗମନ ନିୟମକୁ କାର୍ଯ୍ୟକାରୀ କରାଯାଇଛି ଯାହାକି ୟୁରୋ-6 ଇନ୍ଧନ ସହିତ ସମାନ। 2030 ସୁଦ୍ଧା ଭାରତ ପ୍ରାକୃତିକ ବାଷ୍ପ ଉପଯୋଗ ପରିମାଣକୁ ବର୍ତ୍ତମାନର 6%ରୁ ବୃଦ୍ଧି କରି 15% କରିବା ଲାଗି ଲକ୍ଷ୍ୟ ରଖିଛି। ଏଲଏନଜିକୁ ଇନ୍ଧନ ରୂପରେ ପ୍ରୋତ୍ସାହନ ଦିଆଯାଉଛି। ସେ ମଧ୍ୟ ନିକଟରେ ଆରମ୍ଭ ହୋଇଥିବା ନ୍ୟାସନାଲ ହାଇଡ୍ରୋଜେନ ମିଶନ ଏବଂ ପିଏମ କୁସୁମର ଅବତାରଣା କରିଥିଲେ ଯାହାକି ସୌର ଶକ୍ତି ସୃଷ୍ଟିର ସମାନତାପୂର୍ଣ୍ଣ ଏବଂ ବିକେନ୍ଦ୍ରୀକୃତ ମଡେଲକୁ ପ୍ରୋତ୍ସାହିତ କରିବ। କିନ୍ତୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ସବୁଠାରୁ ଶକ୍ତିଶାଳୀ ମାର୍ଗ ହେଉଛି ଅଭ୍ୟାସଗତ ପରିବର୍ତ୍ତନ ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ଆହ୍ୱାନ କରି କହିଥିଲେ ଯେ ଆମେ ନିଜକୁ ପ୍ରସ୍ତୁତ କରିବା ଯାହାଫଳରେ ବିଶ୍ୱ ଏକ ଉତ୍ତମ ସ୍ଥାନ ହୋଇପାରିବ। ସେ କହିଥିଲେ ଯେ ଅଭ୍ୟାସଗତ ପରିବର୍ତ୍ତନ ହେଉଛି ଆମ ପାରମ୍ପରିକ ଅଭ୍ୟାସର ଏକ ପ୍ରମୁଖ ଅଂଶବିଶେଷ ଯାହାକି ଆମକୁ ସହାନୁଭୂତି ସହିତ ଉପଯୋଗ ନିମନ୍ତେ ଶିକ୍ଷା ଦେଇଥାଏ। ମୂର୍ଖତାପୂର୍ଣ୍ଣ ଭାବେ ନଷ୍ଟ କରିବାର ସଂସ୍କୃତି ଆମ ଲୋକାଚାରର ଅଂଶବିଶେଷ ନୁହେଁ। ଲଗାତାର ଭାବେ ଜଳସେଚନର ଆଧୁନିକ ଜ୍ଞାନକୌଶଳ ଉପଯୋଗ କରୁଥିବା ଭାରତୀୟ ଚାଷୀଙ୍କୁ ନେଇ ସେ ଗର୍ବ ଅନୁଭବ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ କୀଟନାଶକ ବ୍ୟବହାର ହ୍ରାସ କରିବା ଉପରେ ସଚେତନତା ଦିନକୁ ଦିନ ବୃଦ୍ଧି ପାଉଛି।


ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ଯେ ଆଜି ବିଶ୍ୱ ଫିଟନେସ୍ ଏବଂ ସୁସ୍ଥତା ଉପରେ ଧ୍ୟାନ ଦେଉଛି। ସୁସ୍ଥ ଏବଂ ଜୈବିକ ଖାଦ୍ୟ ପାଇଁ ଚାହିଦା ବଢ଼ୁଛି। ଆମର ମସଲା ଏବଂ ଆୟୁର୍ବେଦ ଉତ୍ପାଦ ମାଧ୍ୟମରେ ଭାରତ ଏହି ବିଶ୍ୱସ୍ତରୀୟ ପରିବର୍ତ୍ତନକୁ ଆଗେଇ ନେଇପାରିବ। ସେ ଏହି ଅବସରରେ ଘୋଷଣା କରି କହିଥିଲେ ଯେ, ସରକାର ପରିବେଶ ଅନୁକୂଳ ପରିବହନ ନିମନ୍ତେ ଭାରତର 27ଟି ସହର ଏବଂ ନଗରରେ ମେଟ୍ରୋ ରେଳ ନେଟୱର୍କଗୁଡ଼ିକ ଉପରେ କାର୍ଯ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟାପକ ଅଭ୍ୟାସଗତ ପରିବର୍ତ୍ତନ ଲାଗି ଆମକୁ ଅଭିନବ, ସୁଲଭ ଏବଂ ଜନସାଧାରଣଙ୍କ ସହଭାଗିତା ଦ୍ୱାରା ପରିଚାଳିତ ସମାଧାନ ଯୋଗାଇ ଦେବାକୁ ହେବ। ଏହି ଅବସରରେ ସେ ଲୋକମାନଙ୍କର ଏଲଇଡି ବଲ୍ବ ଉପଯୋଗ, ଗିଭ୍ ଇଟ୍ ଅପ୍ ଆନ୍ଦୋଳନ, ଏଲପିଜି କଭରେଜର ବୃଦ୍ଧି, ସୁଲଭ ପରିବହନ ଯୋଜନା ଆଦି ବିଷୟରେ ଉଦାହରଣ ଦେଇଥିଲେ। ସାରା ଭାରତରେ ଇଥାନଲର ବର୍ଦ୍ଧିତ ଗ୍ରହଣୀୟତାକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ସାତ ବର୍ଷ ହେବ ଭାରତରେ ଜଙ୍ଗଲ ଘନତ୍ୱ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି, ସିଂହ, ବାଘ, ଚିତା ଏବଂ ଜଳପକ୍ଷୀଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସକାରାତ୍ମକ ଅଭ୍ୟାସଗତ ପରିବର୍ତ୍ତନର ଏସବୁ ହେଉଛି ବଡ଼ ସୂଚକାଙ୍କ ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କ ସଂରକ୍ଷଣ ନୀତି ଉପରେ ଆଲୋକପାତ କରିଥିଲେ। ସଂରକ୍ଷଣ ଭାବନାର ମୂଳରେ ସାମଗ୍ରିକତା, କରୁଣା ଏବଂ ଦାୟିତ୍ୱ ରହିଛି। ସଂରକ୍ଷଣ ଭାବନାର ଅର୍ଥ ହେଉଛି ଦାୟିତ୍ୱସମ୍ପନ୍ନ ଭାବେ ସମ୍ବଳର ଉପଯୋଗ। ଶେଷରେ ଶ୍ରୀ ମୋଦୀ କହିଥିଲେ, ବର୍ତ୍ତମାନ ଯୁକ୍ତିଯୁକ୍ତ ଏବଂ ପରିବେଶଗତ ଭାବେ ଚିନ୍ତା କରିବାର ସମୟ ଆସିଛି। କାରଣ ଏହା ମୋ କିମ୍ବା ଆପଣଙ୍କ କଥା ନୁହେଁ। ଏହା ଆମ ଗ୍ରହର ଭବିଷ୍ୟତ କଥା। ଭବିଷ୍ୟତ ପିଢ଼ି ପାଇଁ ଏହାକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ।”

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy set for robust growth, stronger markets after May 1: WTC

Media Coverage

Indian economy set for robust growth, stronger markets after May 1: WTC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister marks opening of Shri Kedarnath Dham and commencement of Chardham Yatra
April 22, 2026
Prime Minister conveys his sentiments through a letter addressed to all devotees

The Prime Minister today expressed deep reverence on the sacred occasion of the opening of the doors of Shri Kedarnath Dham in Devbhoomi Uttarakhand, marking the commencement of this year’s Chardham Yatra. On the occasion, the Prime Minister shared his heartfelt sentiments through a letter addressed to all devotees visiting Uttarakhand for the Yatra, and extend his best wishes and prayers for their well-being.

Highlighting the spiritual significance of the occasion, Shri Modi noted that the journey to Kedarnath Dham and the Chardham is a divine celebration of India’s enduring faith, unity, and rich cultural traditions. He emphasized that such pilgrimages offer a glimpse into the country’s eternal heritage and spiritual consciousness.

The Prime Minister posted on X:

"देवभूमि उत्तराखंड की पवित्र धरती पर आज श्री केदारनाथ धाम के कपाट पूरे विधि-विधान के साथ हम सभी श्रद्धालुओं के लिए खोल दिए गए हैं।

केदारनाथ धाम और चारधाम की यह यात्रा हमारी आस्था, एकता और समृद्ध परंपराओं का दिव्य उत्सव है। इन यात्राओं से हमें भारत की सनातन संस्कृति के दर्शन भी होते हैं।

इस वर्ष चारधाम यात्रा के आरंभ उत्सव पर, उत्तराखंड आने वाले सभी श्रद्धालुओं के लिए मैंने एक पत्र के माध्यम से अपनी भावनाएं व्यक्त की हैं।

मेरी कामना है कि बाबा केदार सभी पर अपनी कृपा बनाए रखें और आपकी यात्राओं को शुभ करें।

हर-हर महादेव!"