ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମନାଥର କାଳଜୟୀ ମହତ୍ତ୍ଵକୁ ଦୋହରାଇ ଏହାକୁ ଭାରତର ଆଧ୍ୟାତ୍ମିକ ଶକ୍ତି ଏବଂ ଅଟଳ ବିଶ୍ୱାସର ଏକ ଚିରନ୍ତନ ପ୍ରତୀକ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସୋମନାଥ କେବଳ ଏକ ପବିତ୍ର ତୀର୍ଥସ୍ଥଳ ଭାବେ ନୁହେଁ, ବରଂ ଭାରତର ସଭ୍ୟତାର ଧାରାବାହିକତାର ଏକ ଆଲୋକବର୍ତ୍ତିକା ଭାବେ ମଧ୍ୟ ଉଭା ହୋଇଛି, ଯାହା ନିଜର ବିଶ୍ୱାସ, ସହନଶୀଳତା ଏବଂ ଏକତାର ବାର୍ତ୍ତା ସହିତ ପିଢି ପରେ ପିଢ଼ିକୁ ଅନୁପ୍ରାଣିତ କରୁଛି।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ପ୍ରଭୁ ଶ୍ରୀ ସୋମନାଥ ସୃଷ୍ଟିର ପ୍ରତ୍ୟେକ କଣିକାରେ ବାସ କରନ୍ତି। ତାଙ୍କର ଅଟଳ ବିଶ୍ୱାସ ଅନନ୍ତକାଳରୁ ନିରନ୍ତର ପ୍ରବାହିତ ହୋଇଆସୁଛି। ସେ ସର୍ବଦା ଭାରତର ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ହୋଇ ରହିବେ।"
भगवान श्री सोमनाथ सृष्टि के कण-कण में विराजते हैं। उनकी अखंड आस्था अनंत काल से निरंतर प्रवाहित हो रही है। वे सदैव भारत की आध्यात्मिक ऊर्जा के प्रतीक रहेंगे। pic.twitter.com/XounUARIFb
— Narendra Modi (@narendramodi) January 9, 2026


