ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲ୍ୟାଣକାରୀ ବିକାଶ ପ୍ରତି ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଏହା ସୁନିଶ୍ଚିତ କରୁଛି ଯେ, ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକ ସର୍ବାଧିକ ସଂଖ୍ୟାରେ ନାଗରିକଙ୍କ ନିକଟରେ ପହଞ୍ଚିବ। ଏହି ପଦକ୍ଷେପଗୁଡିକର ପ୍ରଭାବଶୀଳତା ଏବଂ ପ୍ରସାରରେ ହୋଇଥିବା ପ୍ରଶଂସନୀୟ ଅଭିବୃଦ୍ଧିକୁ ସେ ପ୍ରଶଂସା କରିଛନ୍ତି ।
ଏକ୍ସରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟାଙ୍କର ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି;
“ଏହା ଏକ ପ୍ରଶଂସନୀୟ ବୃଦ୍ଧି, ଯାହା କଲ୍ୟାଣକାରୀ ବିକାଶ ପ୍ରତି ଆମର ପ୍ରତିବଦ୍ଧତା ଦର୍ଶାଇବା ସହ ଆମର ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକୁ ସର୍ବାଧିକ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚାଇବା ସୁନିଶ୍ଚିତ କରୁଛି ।”
This is a commendable rise, indicating our commitment towards welfare-driven development and ensuring our various pro-people schemes reach maximum number of people. https://t.co/pxVNxXf51k
— Narendra Modi (@narendramodi) June 11, 2025


