“ଶେଷତମ ବ୍ୟକ୍ତିଙ୍କ ପାଖରେ ସବୁ ସରକାରୀ ଲାଭ ପହଂଚାଇବାକୁ ଆମେ ସୁନିଶ୍ଚିତ କରିବୁ; ‘ମୋଦୀ କି ଗ୍ୟାରେଣ୍ଟି’ ଯାନ’ ପ୍ରତ୍ୟେକ ଗାଁକୁ ଯିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଜାମ୍ମୁର ସୀମାନ୍ତ ଅଞ୍ଚଳ ରଙ୍ଗପୁରର ଜଣେ ମହିଳା ସରପଞ୍ଚ ବଲବୀର କୌର ଓ ଜଣେ ଚାଷୀଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ । ତାଙ୍କର ଜନସେବା ଓ ସମର୍ପିତ କାର୍ଯ୍ୟ ବିଷୟରେ ଶୁଣିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । 

ଶ୍ରୀମତୀ ବଲବୀର କୌର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେ ସୀମନ୍ତବର୍ତ୍ତୀ ଆର୍ଣ୍ଣିଆ ଅଂଚଳର ଜଣେ ମହିଳା ଚାଷୀ । ଏବେ ସେ ରଙ୍ଗପୁରର ସରପଞ୍ଚ ଅଛନ୍ତି । ନିଜ ପଞ୍ଚାୟତର ବିକାଶ ପାଇଁ ସେ ବିଭିନ୍ନ ସରକାରୀ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରୁଛନ୍ତି । ସେ ନିଜେ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ଯଥା କିିଷାନ କ୍ରେଡିଟ କାର୍ଡ, କୃଷି ଯନ୍ତ୍ରପାତି ଋଣ ଯୋଜନା ଓ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ । ତାଙ୍କର ନିଜର ଏକ ଟ୍ରାକ୍ଟର ଅଛି ଓ ତାହାକୁ ସେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ କିଣିଛନ୍ତି । ସେ ସୀମାନ୍ତ ଅଞ୍ଚଳରେ ହୋଇଥିବାରୁ ଓ ନିଷ୍ଠାପର ତଥା ସମର୍ପିତ ଭାବେ ସରପଞ୍ଚ ଦାୟିତ୍ୱ ନିର୍ବାହ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ବଲବୀର କୌରଙ୍କୁ ପ୍ରଶଂସା କରିଥିଲେ । । 

ବଲବୀର କୌରଙ୍କୁ ପ୍ରଧାନମନ୍ତ୍ର ଯେତେ ସବୁ ପ୍ରଶ୍ନ ପଚାରିଥିଲେ ତାହାର ସବୁ ଉତ୍ତର ସେ ନିର୍ଭୁଲ ଭାବରେ ଦେଇଥିଲେ । ସେହି ଅଞ୍ଚଳର ସବୁ ତଥ୍ୟ ତାଙ୍କ ଆଙ୍ଗୁଳି ଅଗରେ ଥିଲା । ଏତେ କଥା କିପରି ମନେ ରଖୁଛ ଓ ନିଷ୍ଠାପର ଭାବେ କାମ କରୁଛ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିବାରୁ ବଲବୀର କହିଥିଲେ “ସମାଜର ତଳସ୍ତରରେ କିପରି କାମ କରିବାକୁ ହୁଏ ଆପଣଙ୍କଠାରୁ ତାହା ଶିଖିଛି । ସବୁ କଥା ଟିକିନିଖି ମନେ ରଖିଛି ।” ବିଭିନ୍ନ ସରକାରୀ ଯୋଜନାର ଲାଭ ସମ୍ପର୍କରେ ଆଖାପାଖ ଗ୍ରାମରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଏହି ମହିଳା ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀଙ୍କ ଠାରୁ ସେମାନଙ୍କ ଅନୁଭୂତି ସଂଗ୍ରହ କରାଯାଉଛି । ଯେଉଁମାନେ ଏସବୁ ସୁବିଧା ପାଇ ନାହାନ୍ତି ସେମାନଙ୍କୁ ଏହାର ଲାଭ ଦେବାକୁ ଉଦ୍ୟମ କରାଯାଉଛି । “ଶେଷତମ ବ୍ୟକ୍ତିଙ୍କ ପାଖରେ ସବୁ ସରକାରୀ ଲାଭ ପହଂଚାଇବାକୁ ଆମେ ସୁନିଶ୍ଚିତ କରିବୁ; ‘ମୋଦୀ କି ଗ୍ୟାରେଣ୍ଟି’ ଯାନ’ ପ୍ରତ୍ୟେକ ଗାଁକୁ ଯିବ” ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi