ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ପୁରୁଷ ଶଟ୍ ପୁଟରେ ସ୍ୱର୍ଣ୍ଣ ଜିତିଥିବା ତାଜିନ୍ଦର ପାଲ ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ତାଜିନ୍ଦର ସିଂଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ଏସୀୟ କ୍ରୀଡ଼ାରେ ଶଟ୍ ପୁଟ୍ ପ୍ରତିଯୋଗିତାରେ ଲଗାତର ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କ ପ୍ରଦର୍ଶନ ଅସାଧାରଣ, ଯାହା କି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ତାଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’
The phenomenal @Tajinder_Singh3 at his best.
— Narendra Modi (@narendramodi) October 1, 2023
Congratulations on a consecutive Gold Medal in the Shot Put event at the Asian Games. His performance is exceptional, leaving us all spellbound. All the best for the endeavours ahead. pic.twitter.com/cdtmomGgbM


