ମହାମହିମ ପ୍ରଧାନମନ୍ତ୍ରୀ ରାବୁକା ,

ଉଭୟ ଦେଶର ପ୍ରତିନିଧିଗଣ,

ସାମ୍ବାଦିକ ବନ୍ଧୁମାନେ,

ନମସ୍କାର!

ବୁଲା ବିନାକା!

ମୁଁ ପ୍ରଧାନମନ୍ତ୍ରୀ ରାବୁକା ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରୁଛି।

୩୩ ବର୍ଷ ପରେ ୨୦୧୪ ମସିହାରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଫିଜି ମାଟିରେ ପାଦ ଦେଇଥିଲେ। ମୁଁ ବହୁତ ଖୁସି ଏବଂ ଗର୍ବିତ ଯେ ମୋତେ ଏହି ସୌଭାଗ୍ୟ  ମିଳିଥିଲା।

 

ସେହି ସମୟରେ, ଆମେ ଭାରତ - ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଫୋରମ୍, ଅର୍ଥାତ୍ 'ଫିପିକ' ଆରମ୍ଭ କରିଥିଲୁ। ସେହି ପଦକ୍ଷେପ କେବଳ ଭାରତ-ଫିଜି ସମ୍ପର୍କକୁ ନୁହେଁ ବରଂ ସମଗ୍ର ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସହିତ ଆମର ସମ୍ପର୍କକୁ ଏକ ନୂତନ ଶକ୍ତି ଦେଇଛି। ଆଜି ପ୍ରଧାନମନ୍ତ୍ରୀ ରାବୁକାଜୀଙ୍କ ଏହି ଗସ୍ତ ସହିତ, ଆମେ ଆମର ପାରସ୍ପରିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ   ଯୋଡୁଛୁ।

 

ବନ୍ଧୁଗଣ,

ଭାରତ ଏବଂ ଫିଜି ମଧ୍ୟରେ ଗଭୀର ଘନିଷ୍ଠତା ରହିଛି। ଊନବିଂଶ ଶତାବ୍ଦୀରେ, ଭାରତର ଷାଠିଏ ହଜାରରୁ ଅଧିକ ଚୁକ୍ତିବଦ୍ଧ ଭାବେ କାମ କରୁଥିବା  ଭାଇ ଓ ଭଉଣୀମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ ଝାଳ ବୁହାଇ  ଫିଜିର ସମୃଦ୍ଧିରେ ଯୋଗଦାନ ଦେଇଛନ୍ତି। ଫିଜିର ସାମାଜିକ ଏବଂ ସାଂସ୍କୃତିକ ବିବିଧତାରେ ନୂତନ ରଙ୍ଗ ଭରିଛନ୍ତି। ଫିଜିର ଏକତା ଏବଂ ଅଖଣ୍ଡତାକୁ ସେମାନେ ନିରନ୍ତର ଶକ୍ତିଶାଳୀ କରିଛନ୍ତି।

ଏସବୁ ମଧ୍ୟରେ, ସେମାନେ ନିଜର ସଂସ୍କୃତି ସହିତ ମଧ୍ୟ ଯୋଡ଼ି ହୋଇ ରହିଥିଲେ। ସେମାନେ ସେମାନଙ୍କର ସଂସ୍କୃତିକୁ ଜୀବନ୍ତ ରଖିଥିଲେ। ଫିଜିର ରାମାୟଣ ମଣ୍ଡଳୀର ପରମ୍ପରା ଏହାର ଏକ ଜୀବନ୍ତ ପ୍ରମାଣ ଅଟେ। ପ୍ରଧାନମନ୍ତ୍ରୀ ରାବୁକାଙ୍କ ଦ୍ୱାରା 'ଗିରମିଟ୍ ଦିବସ' ଘୋଷଣାକୁ ମୁଁ ସ୍ୱାଗତ କରୁଛି। ଏହା ଆମର ଐତିହାସିକ ସହଭାଗିତା ପ୍ରତି ଶ୍ରଦ୍ଧାଞ୍ଜଳି। ଏହା ଆମର ପୂର୍ବ ପିଢ଼ିର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି।

ବନ୍ଧୁଗଣ,

ଆଜି ଆମର ବ୍ୟାପକ ଆଲୋଚନାରେ ମଧ୍ୟରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ଆମେ ବିଶ୍ୱାସ କରୁଛୁ ଯେ, କେବଳ ଏକ ସୁସ୍ଥ ରାଷ୍ଟ୍ର ହିଁ ଏକ ସମୃଦ୍ଧ ରାଷ୍ଟ୍ର ହୋଇପାରିବ। ତେଣୁ, ଆମେ ନିଷ୍ପତ୍ତି ନେଇଛୁ ଯେ ସୁବାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରାଯିବ। ଡାଏଲିସିସ୍ ୟୁନିଟ୍ ଏବଂ ସାମୁଦ୍ରିକ ଆମ୍ବୁଲାନ୍ସ ପଠାଯିବ ଏବଂ, ଜନ ଔଷଧି କେନ୍ଦ୍ର ଖୋଲାଯିବ, ଯାହା ଦ୍ୱାରା ଶସ୍ତା ଓ  ଉଚ୍ଚମାନର ଔଷଧ ପ୍ରତ୍ୟେକ ଘରେ ପହଞ୍ଚିପାରିବ। ଆମେ ଚାହୁଁଛୁ ଯେ ସ୍ୱପ୍ନର ଦୌଡ଼ରେ କାହାର ପାଦ ଅଟକି ନ ଯାଉ, ତେଣୁ ଫିଜିରେ ଏକ 'ଜୟପୁର ଫୁଟ' ଶିବିରର ମଧ୍ୟ ଆୟୋଜନ କରାଯିବ।

କୃଷି କ୍ଷେତ୍ରରେ, ଭାରତରୁ ପଠାଯାଇଥିବା ଗୋମାତା ଖତ ଫିଜିର ମାଟିରେ ବହୁତ ଭଲ  ଲାଭଦାୟକ  ହେଉଛି। ଭାରତ ଏବେ ୧୨ ଟି କୃଷି-ଡ୍ରୋନ୍ ଏବଂ ୨ ଟି ଭ୍ରାମ୍ୟମାଣ ମାଟି ପରୀକ୍ଷାଗାର ମଧ୍ୟ ଉପହାର ଦେବ। ଭାରତୀୟ ଘିଅକୁ ଫିଜିରେ ମାନ୍ୟତା ଦେବା ପାଇଁ ଆମେ ଫିଜି ସରକାରଙ୍କୁ ଅଭିନନ୍ଦନ ଜଣାଉଛୁ।

ବନ୍ଧୁଗଣ,

ଆମେ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ସୁଦୃଢ଼ ​​କରିବାକୁ ନିଷ୍ପତ୍ତି ନେଇଛୁ। ଏଥିପାଇଁ ଏକ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ଫିଜିର ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ, ଭାରତ ତାଲିମ ଏବଂ ଉପକରଣ ସହାୟତା ଯୋଗାଇବ। ଆମେ ସାଇବର ସୁରକ୍ଷା ଏବଂ ତଥ୍ୟ ସୁରକ୍ଷା କ୍ଷେତ୍ରରେ ଆମର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ଅଛୁ।

 

ଆମେ ଏକମତ ଯେ, ଆତଙ୍କବାଦ ସମଗ୍ର ମାନବଜାତି ପାଇଁ ଏକ ବଡ଼ ଆହ୍ୱାନ। ଆତଙ୍କବାଦ ବିରୁଦ୍ଧରେ ଆମର ଲଢ଼େଇରେ ସହଯୋଗ ଏବଂ ସମର୍ଥନ ପାଇଁ ଆମେ ପ୍ରଧାନମନ୍ତ୍ରୀ ରାବୁକା ଏବଂ ଫିଜି ସରକାରଙ୍କ ପ୍ରତି ଆମର କୃତଜ୍ଞତା ପ୍ରକାଶ କରୁଛୁ।

ବନ୍ଧୁଗଣ,

କ୍ରୀଡା ହେଉଛି ଏକ କ୍ଷେତ୍ର ଯାହା କ୍ରୀଡାକ୍ଷେତ୍ରରୁ ହୃଦୟ ପର୍ଯ୍ୟନ୍ତ ଲୋକଙ୍କୁ ସଂଯୋଗ କରିଥାଏ। ଫିଜିରେ ରଗ୍ବି ଏବଂ ଭାରତରେ କ୍ରିକେଟ୍ ଏହାର ଏକ ଜ୍ୱଳନ୍ତ ଉଦାହରଣ। “ଷ୍ଟାର୍ ଅଫ୍ ରଗ୍ବି ସେଭେନ୍ସ”, ବାଇସେଲେ ସେରେବି ଭାରତର ରଗ୍ବି କ୍ଷେତ୍ରକୁ ପ୍ରଶିକ୍ଷଣ ଦେଇଥିଲେ। ବର୍ତ୍ତମାନ ଭାରତୀୟ ପ୍ରଶିକ୍ଷକ ଫିଜି କ୍ରିକେଟ୍ ଦଳକୁ ଏକ ନୂଆ ଶିଖରରେ ପହଞ୍ଚାଇବେ।

ଆମେ ନିଷ୍ପତ୍ତି ନେଇଛୁ ଯେ, ଫିଜି ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଏବଂ ସଂସ୍କୃତ ପଢ଼ାଇବା ପାଇଁ ଭାରତୀୟ ଶିକ୍ଷକମାନଙ୍କୁ ପଠାଯିବ। ଫିଜି ପଣ୍ଡିତମାନେ ତାଲିମ ପାଇଁ ଭାରତ ଆସିବେ ଏବଂ ଗୀତା ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିବେ। ଅର୍ଥାତ୍, ଭାଷାରୁ ସଂସ୍କୃତି ପର୍ଯ୍ୟନ୍ତ ସମ୍ପର୍କ ଆହୁରି ଗଭୀର ହେବ।

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ଫିଜି ପାଇଁ ଏକ ଗୁରୁତର ବିପଦ। ଏହି ପରିପ୍ରେକ୍ଷୀରେ, ଆମେ ନବୀକରଣୀୟ ଶକ୍ତି, ବିଶେଷକରି ସୌର ଶକ୍ତି କ୍ଷେତ୍ରରେ ଏକାଠି କାମ କରୁଛୁ। ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ଏବଂ ଗ୍ଲୋବାଲ୍ ଜୈବ ଇନ୍ଧନ ମେଣ୍ଟରେ ଏକତ୍ରିତ ହୋଇ ଅଛୁ। ଏବେ ଆମେ ବିପର୍ଯ୍ୟୟ ପ୍ରତିକ୍ରିୟାରେ ଫିଜିର କ୍ଷମତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବୁ।

 

ବନ୍ଧୁଗଣ,

ପ୍ରଶାନ୍ତ ଦ୍ୱୀପ ଦେଶମାନଙ୍କ ସହଯୋଗରେ ଆମେ ଫିଜିକୁ ଏକ ହବ୍ ଭାବରେ ଦେଖୁ। ଆମେ ଦୁହେଁ ଏକ ମୁକ୍ତ, ଖୋଲା, ଅନ୍ତର୍ଭୂକ୍ତ, ନିରାପଦ ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍କୁ ସମର୍ଥନ କରୁ। ପ୍ରଧାନମନ୍ତ୍ରୀଙ୍କ 'ଶାନ୍ତି ମହାସାଗର'ର ଦୃଷ୍ଟିକୋଣ ଅତ୍ୟନ୍ତ ସକରାତ୍ମକ। ଭାରତର, ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପରେ ଯୋଗଦେବାକୁ ଆମେ ଫିଜିକୁ ସ୍ୱାଗତ କରୁଛୁ।

 

ଭାରତ ଏବଂ ଫିଜି ମଧ୍ୟରେ ସାମୁଦ୍ରିକ ଦୂରତା ଥାଇପାରେ , କିନ୍ତୁ ଆମର ଆକାଂକ୍ଷା ସମାନ ଡଙ୍ଗାରେ ଯାତ୍ରା କରେ।

ଆମେ ଗ୍ଲୋବାଲ୍ ସାଉଥର ବିକାଶ ଯାତ୍ରାରେ ମଧ୍ୟ ସହଯାତ୍ରୀ। ଆମେ ଏପରି ଏକ ବିଶ୍ୱ ଶୃଙ୍ଖଳା ନିର୍ମାଣରେ ଅଂଶୀଦାର ଅଟୁ ଯେଉଁଠାରେ ଗ୍ଲୋବାଲ୍ ସାଉଥର ସ୍ୱାଧୀନତା, ଚିନ୍ତାଧାରା ଏବଂ ପରିଚୟକୁ ସମ୍ମାନ  କରାଯାଏ।

ଆମେ ବିଶ୍ୱାସ କରୁ ଯେ, କୌଣସି ସ୍ୱରକୁ ଅଣଦେଖା କରାଯିବା ଉଚିତ୍ ନୁହେଁ, ଏବଂ କୌଣସି ରାଷ୍ଟ୍ରକୁ ପଛରେ ପକାଇ ଦିଆଯିବା ଉଚିତ୍ ନୁହେଁ!

ମହାମହିମ,

ଭାରତ ମହାସାଗରଠାରୁ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଆମର ସହଭାଗୀତା ସମୁଦ୍ର ପାର୍ଶ୍ୱରେ ଏକ ସେତୁ ଅଟେ। ଏହାର ମୂଳ ଭେଲୋମାନିରେ ଅଛି  ଏବଂ ଏହା  ବିଶ୍ୱାସ ଓ  ସମ୍ମାନ ଉପରେ ନିର୍ମିତ।

ଆପଣଙ୍କ ଗସ୍ତ ଏହି ସ୍ଥାୟୀ ବନ୍ଧୁତ୍ଵକୁ ଆହୁରି ସୁଦୃଢ କରିବ। ଆପଣଙ୍କ ବନ୍ଧୁତା ପାଇଁ ଆପଣଙ୍କୁ ବହୁତ  ବହୁତ ଧନ୍ୟବାଦ।

 

ବିନାକା ଭାକାଲେଭୁ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"