ଜବଲପୁର ଠାରେ 'ବୀରାଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ' ର ଭୂମି ପୂଜନ
ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ଅବସରରେ ସ୍ମାରକୀ ମୁଦ୍ରା ଓ ଟିକଟ ଉନ୍ମୋଚନ
ପିଏମଏୱାଇ - ଅର୍ବାନ ଅଧୀନରେ ଇନ୍ଦୋର ଠାରେ ଲାଇଟ୍ ହାଉସ୍ ପ୍ରକଳ୍ପ ଅଧୀନରେ ନିର୍ମିତ ୧୦୦୦ ରୁ ଅଧିକ ଗୃହ ଉଦ୍ଘାଟନ
ମାଣ୍ଡଲା, ଜବଲପୁର ଏବଂ ଡିଣ୍ଡୋରି ଜିଲ୍ଲାରେ ଏକାଧିକ ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସିଓନି ଜିଲ୍ଲାରେ ଜଳ ଜୀବନ ମିଶନ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି
ମଧ୍ୟପ୍ରଦେଶରେ ସଡ଼କ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ୪୮୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ
୧୮୫୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ଗୁଡିକୁ ଲୋକାର୍ପଣ
ବିଜୟପୁର - ଓରିଆନ - ଫୁଲପୁର ପାଇପ ଲାଇନ ପ୍ରକଳ୍ପର ଲୋକାର୍ପଣ
ମୁମ୍ବାଇ ନାଗପୁର ଝାରସୁଗୁଡା ପାଇପଲାଇନ ପ୍ରକଳ୍ପର ନାଗପୁର ଜବଲପୁର ସେକ୍ସନ (୩୧୭ କିଲୋମିଟର)ର ଶିଳାନ୍ୟାସ ଏବଂ ଜବଲପୁର ଠାରେ ନୂତନ ବଟଲିଂ ପ୍ଲାଣ୍ଟ ଲୋକାର୍ପଣ
ରାଣୀ ଦୁର୍ଗାବତୀ ଆମକୁ ଅନ୍ୟର ହିତ ପାଇଁ ବଞ୍ଚିବାକୁ ଶିଖାଇଛନ୍ତି ଏବଂ ମାତୃଭୂମି ପାଇଁ କିଛି କରିବାକୁ ପ୍ରେରଣା ଦେଇଛନ୍ତି
ଗତ କିଛି ସପ୍ତାହ ମଧ୍ୟରେ ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦୦ ଟଙ୍କା ହ୍ରାସ କରାଯାଇଛି
ଜନଧନ, ଆଧାର ଓ ମୋବାଇଲ ଭ
ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିବା ସହ ବୀରଙ୍ଗନା ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଆଦିବାସୀ ସମାଜ, ମଧ୍ୟପ୍ରଦେଶବାସୀ ଏବଂ ଦେଶର ୧୪୦ କୋଟି ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତର ସ୍ୱାଧୀନତା ପରେ ଏହି ଭୂମିର ପୂର୍ବପୁରୁଷ ମାନଙ୍କୁ ଯେଉଁ ସମ୍ମାନ ଦିଆଯିବା କଥା ତାହା ଦିଆ ଯାଇନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଭୂମିର ବୀରମାନଙ୍କୁ ଆମେ ଭୁଲି ଯାଇଥିଲେ ।
୧୦ ବର୍ଷ ପୂର୍ବର ଶୀର୍ଷକ ଗୁଡ଼ିକୁ ଅନଲାଇନରେ ଯାଞ୍ଚ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ, ଯେଉଁଥିରେ ବିଭିନ୍ନ ଦୁର୍ନୀତି ବିଷୟରେ ଖବର ଭରି ରହିଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଜବଲପୁର ଠାରେ ୧୨,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳ, ଗ୍ୟାସ ପାଇପଲାଇନ୍‌, ଗୃହ ନିର୍ମାଣ ଏବଂ ବିଶୁଦ୍ଧ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ପର୍କିତ ବିକାଶ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଶ୍ରୀ ମୋଦୀ ଜବଲପୁର ଠାରେ  'ବୀରାଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ' ପ୍ରକଳ୍ପର ଭୂମି ପୂଜନ କରିଥିଲେ ।

 ଇନ୍ଦୋର ଠାରେ ଲାଇଟ୍ ହାଉସ୍ ପ୍ରକଳ୍ପ ଅଧୀନରେ ନିର୍ମିତ ୧୦୦୦ରୁ ଅଧିକ ଗୃହର ଉଦ୍‌ଘାଟନ, ମାଣ୍ଡଲା, ଜବଲପୁର ଏବଂ ଡିଣ୍ଡୋରି ଜିଲ୍ଲାରେ ଏକାଧିକ ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ ଏବଂ ସିଓନି ଜିଲ୍ଲାରେ ଜଳ ଜୀବନ ମିଶନ ପ୍ରକଳ୍ପର ଲୋକାର୍ପଣ, ମଧ୍ୟପ୍ରଦେଶରେ ସଡ଼କ ଭିତ୍ତିଭୂମିରେ ଉନ୍ନତି ପାଇଁ ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ , ୧୮୫୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ, ବିଜୟପୁର - ଓରାଇୟାନ୍ - ଫୁଲପୁର ପାଇପଲାଇନ ପ୍ରକଳ୍ପ ଏବଂ ଜବଲପୁର ଠାରେ ଏକ ନୂତନ ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଏବଂ ମୁମ୍ବାଇ ନାଗପୁର ଝାରସୁଗୁଡ଼ା ପାଇପଲାଇନ ପ୍ରକଳ୍ପର ନାଗପୁର ଜବଲପୁର ସେକ୍ସନ (୩୧୭ କିଲୋମିଟର) ର ଶିଳାନ୍ୟାସ ଆଦି ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ।

ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିବା ସହ ବୀରଙ୍ଗନା ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ମାଆ ନର୍ମଦାଙ୍କ ପୁଣ୍ୟଭୂମି ଆଗରେ ପ୍ରଣାମ କରି କହିଥିଲେ ଯେ ସେ ଜବଲପୁରକୁ ଏକ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖୁଛନ୍ତି କାରଣ ଏହି ସହର ଉତ୍ସାହ, ଆବେଗ ଏବଂ ଉଦ୍ଦୀପନାରେ ପରିପୂର୍ଣ୍ଣ ଯାହା ସହରର ଭାବନାକୁ ପ୍ରତିଫଳିତ କରୁଛି । ବୀରଙ୍ଗନା ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀକୁ ସମଗ୍ର ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଣୀ ଦୁର୍ଗାବତୀ ଗୌରବ ଯାତ୍ରାର ସମାପନ ସମୟରେ ପ୍ରଧାନମନ୍ତ୍ରୀ ସୂଚିତ କରିଥିଲେ ଯେ ସେ ଜାତୀୟ ସ୍ତରରେ ତାଙ୍କ ଜୟନ୍ତୀ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଆଜିର ସମାବେଶ ସେହି ଭାବନାର ପ୍ରତୀକ । "ଭାରତର ପୂର୍ବପୁରୁଷ ମାନଙ୍କୁ ଆମର ଋଣ ପରିଶୋଧ କରିବା ପାଇଁ ଆମେ ଏଠାରେ ଏକାଠି ହୋଇଛୁ" ବୋଲି  ପ୍ରଧାନମନ୍ତ୍ରୀ କହିଥିଲେ । ବୀରଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ ପ୍ରକଳ୍ପ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଦେଶର ପ୍ରତ୍ୟେକ ମାଆ ଏବଂ ଯୁବକ ମାନେ ଏହି ସ୍ଥାନକୁ ଯିବାକୁ ଚାହିଁବେ ଏବଂ ଏହା ଏକ ତୀର୍ଥଯାତ୍ରାରେ ପରିଣତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ରାଣୀ ଦୁର୍ଗାବତୀଙ୍କ ଜୀବନ ଆମକୁ ଅନ୍ୟର ହିତ ପାଇଁ ବଞ୍ଚିବାକୁ ଶିଖାଏ ଏବଂ ମାତୃଭୂମି ପାଇଁ କିଛି କରିବାକୁ ପ୍ରେରଣା ଦେଇଥାଏ ବୋଲି ସେ ଆଲୋକପାତ କରିଥିଲେ । ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଆଦିବାସୀ ସମାଜ, ମଧ୍ୟପ୍ରଦେଶବାସୀ ଏବଂ ଦେଶର ୧୪୦ କୋଟି ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତର ସ୍ୱାଧୀନତା ପରେ ଏହି ଭୂମିର ପୂର୍ବପୁରୁଷ ମାନଙ୍କୁ ଯେଉଁ ସମ୍ମାନ ଦିଆଯିବା କଥା ତାହା ଦିଆ ଯାଇନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଭୂମିର ବୀରମାନଙ୍କୁ ଆମେ ଭୁଲି ଯାଇଥିଲେ ।

ପାଖାପାଖି ୧୨,୦୦୦ କୋଟି ଟଙ୍କାର ଆଜିର ଏହି ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କୃଷକ ଏବଂ ଯୁବକ ମାନଙ୍କ ସମେତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ । "ଏହି ଅଞ୍ଚଳରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବା ପରେ, ଯୁବକମାନେ ବର୍ତ୍ତମାନ ଏଠାରେ ନିଯୁକ୍ତି ପାଇବେ" ବୋଲି ସେ କହିଥିଲେ ।

ମାଆ ଓ ଭଉଣୀଙ୍କ ପାଇଁ ରୋଷେଇ ଘରେ ଧୂଆଁମୁକ୍ତ ପରିବେଶ ଯୋଗାଇବା ବର୍ତ୍ତମାନର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏକ ଗବେଷଣା ଅଧ୍ୟୟନକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ , ଧୂଆଁ ନିର୍ଗତ ଚୁଲା ୨୪ ଘଣ୍ଟାରେ ୪୦୦ ସିଗାରେଟ୍ ପିଇବା ସହ ସମାନ ଧୂଆଁ ଉତ୍ପାଦନ କରିଥାଏ । ମହିଳା ମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ଯୋଗାଇବା ନିମନ୍ତେ ପୂର୍ବ ସରକାରଙ୍କ ତରଫରୁ କୌଣସି ପ୍ରୟାସ କରା ଯାଉନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ଉଜ୍ଜ୍ୱଳା ଯୋଜନା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ପୂର୍ବରୁ ଗ୍ୟାସ ସଂଯୋଗ ପାଇବାରେ ହୋଇଥିବା ଅସୁବିଧାକୁ ମନେ ପକାଇଥିଲେ । ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡର ୪୦୦ ଟଙ୍କା ଶସ୍ତା କରିବା ନିମନ୍ତେ ବର୍ତ୍ତମାନର ସରକାର ରକ୍ଷାବନ୍ଧନର ପର୍ବ ସମୟରେ ଗ୍ୟାସ ଦର ହ୍ରାସ କରିଥିବା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ । ଆଗାମୀ ପାର୍ବଣ ଋତୁ ଆରମ୍ଭ ହେବା ସହିତ ଗ୍ୟାସ ସିଲିଣ୍ଡର ଦର ଆହୁରି ୧୦୦ ଟଙ୍କା ହ୍ରାସ କରିବାକୁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି । "ଗତ କିଛି ସପ୍ତାହ ମଧ୍ୟରେ ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦୦ ଟଙ୍କା ହ୍ରାସ କରାଯାଇଛି" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଜ୍ୟରେ ଗ୍ୟାସ ପାଇପଲାଇନ ବିଛାଇବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର ସରକାର ପାଇପଲାଇନ ମାଧ୍ୟମରେ ଶସ୍ତା ରନ୍ଧନ ଗ୍ୟାସ ଯୋଗାଣ ଦିଗରେ ବ୍ୟାପକ ପଦକ୍ଷେପ ନେଉଛନ୍ତି ।

ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଗରିବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠି ଦୁର୍ନୀତିଗ୍ରସ୍ତଙ୍କ କୋଷ ପୂରଣ କରୁଛି । ୧୦ ବର୍ଷ ପୂର୍ବର ଶୀର୍ଷକ ଗୁଡ଼ିକୁ ଅନଲାଇନରେ ଯାଞ୍ଚ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ, ଯେଉଁଥିରେ ବିଭିନ୍ନ ଦୁର୍ନୀତି ବିଷୟରେ ଖବର ଭରି ରହିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପରେ ବର୍ତ୍ତମାନର ସରକାର ଦୁର୍ନୀତିକୁ ଦୂର କରିବା ପାଇଁ  'ସ୍ୱଚ୍ଛତା' ଅଭିଯାନ ଚଳାଇଛନ୍ତି । ୧୧ କୋଟି ନକଲି ହିତାଧିକାରୀ ମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରି ସରକାରୀ ତାଲିକାରୁ ହଟାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିବା ସହିତ, "୨୦୧୪ ପରେ ଗରିବଙ୍କ ପାଇଁ ଥିବା ପାଣ୍ଠିକୁ ଯେପରି କେହି ଲୁଟିବେ ନାହିଁ ମୋଦି ତାହା ସୁନିଶ୍ଚିତ କରିଛନ୍ତି । ଜନ ଧନ, ଆଧାର ଓ ମୋବାଇଲ ଭଳି ତ୍ରିଶକ୍ତି ସୃଷ୍ଟିକୁ ସେ ଦୁର୍ନୀତି ବ୍ୟବସ୍ଥାର ଉଚ୍ଛେଦ ପାଇଁ ଶ୍ରେୟ ଦେଇଛନ୍ତି । ଆଜି ଏହି ତ୍ରିଶକ୍ତି ଯୋଗୁଁ ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଭୁଲ ହାତକୁ ଯିବାରୁ ବଞ୍ଚିପାରିଛି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ମାତ୍ର ୫୦୦ ଟଙ୍କାରେ ଉଜ୍ଜଳା ସିଲିଣ୍ଡର ଯୋଗାଇବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କୋଟି କୋଟି ପରିବାରକୁ ମାଗଣା ରାସନ ଯୋଗାଇବା ପାଇଁ ୩ ଲକ୍ଷ କୋଟି ଟଙ୍କା, ଆୟୁଷ୍ମାନ ଯୋଜନା ଅଧୀନରେ ଦେଶର ପାଖାପାଖି ୫ କୋଟି ପରିବାରର ମାଗଣା ଚିକିତ୍ସା ପାଇଁ ୭୦ ହଜାର କୋଟି ଟଙ୍କା, ଚାଷୀଙ୍କୁ ଶସ୍ତା ୟୁରିଆ ଯୋଗାଣ କରିବା ପାଇଁ ୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ କ୍ଷୁଦ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା ଏବଂ ଗରିବ ପରିବାରକୁ ସ୍ଥାୟୀ ଘର ଯୋଗାଇବା ପାଇଁ ୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଇନ୍ଦୋରର ଗରିବ ପରିବାରକୁ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ୧୦୦୦ ସ୍ଥାୟୀ ଘର ମିଳିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହା ମଧ୍ୟପ୍ରଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ କ୍ଷେତ୍ରରେ କିଛି ବି ବାଧା ବିଗତ ଦୁଇ ଦଶନ୍ଧିର କଠିନ ପରିଶ୍ରମକୁ ନଷ୍ଟ କରିଦେବ । ୨୫ ବର୍ଷରୁ କମ୍ ବୟସର ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ସେମାନଙ୍କ ପିଲାମାନେ ଯେପରି ବିକଶିତ ମଧ୍ୟପ୍ରଦେଶ ଦେଖିବା ପାଇଁ ବଡ଼ ହୁଅନ୍ତି ତାହା ସୁନିଶ୍ଚିତ କରିବା ସେମାନଙ୍କର ଦାୟିତ୍ୱ । ବର୍ତ୍ତମାନର ସରକାର ଗତ ବର୍ଷ ଗୁଡ଼ିକରେ କୃଷି ରପ୍ତାନିରେ ମଧ୍ୟପ୍ରଦେଶକୁ ଶୀର୍ଷରେ ପହଞ୍ଚାଇଛନ୍ତି ଏବଂ ଶିଳ୍ପ ବିକାଶରେ ରାଜ୍ୟ ଅଗ୍ରଣୀ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ବର୍ଷ ବର୍ଷ ଧରି ପ୍ରତିରକ୍ଷା ଉତ୍ପାଦନ ରପ୍ତାନିରେ ଭାରତର ବହୁଗୁଣା ବୃଦ୍ଧି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ଜବଲପୁରର ଏକ ବଡ଼ ଅବଦାନ ରହିଛି କାରଣ ସେ ପ୍ରତିରକ୍ଷା ସମ୍ବନ୍ଧୀୟ ସାମଗ୍ରୀ ଉତ୍ପାଦନ କରୁଥିବା ୪ଟି କାରଖାନାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ନିଜ ସେନାକୁ 'ମେଡ୍ ଇନ୍ ଇଣ୍ଡିଆ' ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି ଏବଂ ବିଶ୍ୱରେ ଭାରତର ପ୍ରତିରକ୍ଷା ସାମଗ୍ରୀର ଚାହିଦା ମଧ୍ୟ ବୃଦ୍ଧି ପାଉଛି । ଏଥିରୁ ମଧ୍ୟପ୍ରଦେଶ ମଧ୍ୟ ବହୁତ ଲାଭବାନ ହେବାକୁ ଯାଉଛି, ଏଠାରେ ହଜାର ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି ।

ଆଜି ଭାରତର ଆତ୍ମବିଶ୍ୱାସ ଏକ ନୂଆ ଶିଖରରେ ପହଞ୍ଚିଛି । ଖେଳ ପଡ଼ିଆ ଠାରୁ ଆରମ୍ଭ କରି କ୍ଷେତ ଓ ଖଳା ପର୍ଯ୍ୟନ୍ତ ଭାରତର ପତାକା ଉଡ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଭାରତର ଚମତ୍କାର ପ୍ରଦର୍ଶନ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଭାରତର ପ୍ରତ୍ୟେକ ଯୁବକ ଅନୁଭବ କରୁଛନ୍ତି ଯେ ଏହି ସମୟ ଭାରତର । ଯୁବପିଢ଼ିଙ୍କୁ ଯେତେବେଳେ ଏଭଳି ସୁଯୋଗ ମିଳିଥାଏ,  ବିକଶିତ ଭାରତ ଗଠନ ପାଇଁ ସେମାନଙ୍କର ଉତ୍ସାହ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ସେ କହିଥିଲେ । ଜି - ୨୦ ଭଳି ଏକ ଭବ୍ୟ ବିଶ୍ୱ କାର୍ଯ୍ୟକ୍ରମ ଆୟୋଜନ ଏବଂ ଭାରତର ଚନ୍ଦ୍ରାୟନର ସଫଳତାର ଉଦାହରଣ ଦେଇ ସେ କହିଥିଲେ ଯେ ସ୍ଥାନୀୟ ଜିନିଷ ବ୍ୟବହାର କରିବା ଅଭ୍ୟାସ ଏଭଳି ସଫଳତା ସହିତ ଦୂରଦୂରାନ୍ତରେ ପ୍ରତିଫଳିତ ହେବା ଆରମ୍ଭ କରେ । ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀର ଏକ ଷ୍ଟୋରରେ ୧.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଖଦି ଉତ୍ପାଦ ବିକ୍ରି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସ୍ୱଦେଶୀ ଭାବନା, ଦେଶକୁ ଆଗକୁ ନେବାର ଭାବନା ଆଜି ସବୁଠି ବୃଦ୍ଧି ପାଉଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ସେ ଷ୍ଟାର୍ଟଅପ୍ ଦୁନିଆରେ ସଫଳତା ହାସଲ କରିବାରେ ଭାରତର ଯୁବବର୍ଗଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା କରିଥିଲେ । ଅକ୍ଟୋବର ପହିଲାରେ ଦେଶ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ପାଖାପାଖି ୯ କୋଟି ନାଗରିକଙ୍କ ଅଂଶଗ୍ରହଣରେ ୯ ଲକ୍ଷରୁ ଅଧିକ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସ୍ୱଚ୍ଛତା କ୍ଷେତ୍ରରେ ରାଜ୍ୟକୁ ଶୀର୍ଷରେ ପହଞ୍ଚାଇବା ପାଇଁ ସେ ମଧ୍ୟପ୍ରଦେଶବାସୀଙ୍କୁ ଶ୍ରେୟ ଦେଇଛନ୍ତି ।

ସମଗ୍ର ବିଶ୍ୱରେ ଦେଶର ସଫଳତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କିଛି ରାଜନୈତିକ ଦଳର ଭାରତ ବିରୋଧୀ ଆଭିମୁଖ୍ୟ ବିରୋଧରେ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି । ସେ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ଭାରତର କୋଭିଡ୍ ଟିକାକୁ ନେଇ ଏଭଳି ଦଳମାନେ ଉଠାଇଥିବା ପ୍ରଶ୍ନର ଉଦାହରଣ ଦେଇଥିଲେ । ଏଭଳି ରାଜନୈତିକ ଦଳ ଦେଶର ଶତ୍ରୁଙ୍କ କଥାକୁ ବିଶ୍ୱାସ କରନ୍ତି ଏବଂ ଭାରତୀୟ ସେନାକୁ ପ୍ରଶ୍ନ କରିବା ପର୍ଯ୍ୟନ୍ତ ଯାଆନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଅମୃତ ମହୋତ୍ସବ ଉତ୍ସବ ପାଳନ ଏବଂ ଏହି ଉପାଦାନ ମାନଙ୍କ ଦ୍ୱାରା ଅମୃତ ସରୋବର ସୃଷ୍ଟିକୁ ନେଇ ହୋଇଥିବା ସମାଲୋଚନା ସମ୍ପର୍କରେ ମଧ୍ୟ ସେ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ ।

ଶ୍ରୀ ମୋଦୀ ସ୍ୱାଧୀନତା ଠାରୁ ଆରମ୍ଭ କରି ସାଂସ୍କୃତିକ ଐତିହ୍ୟର ସମୃଦ୍ଧି ପର୍ଯ୍ୟନ୍ତ ଭାରତର ଆଦିବାସୀ ସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ସ୍ୱାଧୀନତା ପର ଠାରୁ ଅନେକ ଦଶନ୍ଧି ଧରି ଶାସନ କରିଥିବା ଲୋକମାନେ ସେମାନଙ୍କୁ ଅବହେଳା କରିବା ଉପରେ ପ୍ରଶ୍ନ ଉଠାଇଥିଲେ । ଅଟଳଜୀଙ୍କ ସରକାର ହିଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରି ଆଦିବାସୀ ସମାଜର କଲ୍ୟାଣ ପାଇଁ ବଜେଟ୍ ଆବଣ୍ଟନ କରିଥିଲେ । ଗତ ୯ ବର୍ଷ ମଧ୍ୟରେ ବଜେଟକୁ ଅନେକ ଗୁଣ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି । ସେ ଭାରତକୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ମିଳିବା ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବା ବିଷୟକୁ ମଧ୍ୟ ସ୍ପର୍ଶ କରିଥିଲେ । ଦେଶର ଅନ୍ୟତମ ଅତ୍ୟାଧୁନିକ ରେଳ ଷ୍ଟେସନର ନାମ ରାଣୀ କମଳାପତିଙ୍କ ନାମରେ ନାମିତ କରିବା, ପାତାଳପାଣି ଷ୍ଟେସନକୁ ଜନନାୟକ ତାନ୍ତିଆବିଲ ନାମରେ ନାମିତ କରିବା ଏବଂ ଗୋଣ୍ଡ ସମ୍ପ୍ରଦାୟର ପ୍ରେରଣା ପାଲଟିଥିବା ରାଣୀ ଦୁର୍ଗାବତୀଜୀଙ୍କ ନାମରେ ନିର୍ମିତ ହେଉଥିବା ଭବ୍ୟ ସ୍ମାରକୀର ଆଜିର ପ୍ରକଳ୍ପ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ସମୃଦ୍ଧ ଗୋଣ୍ଡ ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଂଗ୍ରହାଳୟରେ ଗୋଣ୍ଡ ସଂସ୍କୃତି, ଇତିହାସ ଏବଂ କଳା ପ୍ରଦର୍ଶନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାମାନଙ୍କୁ ଗୋଣ୍ଡ ପେଣ୍ଟିଂ ଉପହାର ଦେବା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପୁନର୍ବାର କହିଥିଲେ ଯେ ବର୍ତ୍ତମାନର ସରକାର ହିଁ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ସହ ଜଡ଼ିତ ସ୍ଥାନ ଗୁଡ଼ିକୁ ପଞ୍ଚତୀର୍ଥରେ ପରିଣତ କରିଛନ୍ତି । କିଛି ସପ୍ତାହ ତଳେ ସାଗରରେ ସନ୍ଥ ରବିଦାସଙ୍କ ସ୍ମାରକୀ ସ୍ଥଳର ଭୂମି ପୂଜନ କରିବା କଥା ମଧ୍ୟ ସେ ମନେ ପକାଇଥିଲେ । ଏହା ସାମାଜିକ ସଦ୍ଭାବ ଓ ଐତିହ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ ମତ ଦେଇଥିଲେ ।

ପରିବାରବାଦ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଦଳ ଆଦିବାସୀ ସମାଜର ସମ୍ବଳକୁ ଲୁଟି ନେଇଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୪ ପୂର୍ବରୁ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) କେବଳ ୮ - ୧୦ଟି ବନଜାତ ଦ୍ରବ୍ୟ ପାଇଁ ଦିଆଯାଉଥିବା ବେଳେ ଅବଶିଷ୍ଟ ଉତ୍ପାଦକୁ କମ୍ ମୂଲ୍ୟରେ ବିକ୍ରି କରାଯାଉଥିଲା । କିନ୍ତୁ ଆଜି ପ୍ରାୟ ୯୦ଟି ବନଜାତ ଦ୍ରବ୍ୟକୁ ଏମଏସପି ପରିସରଭୁକ୍ତ କରାଯାଇଛି ।

ଅତୀତରେ , ଆଦିବାସୀ ଓ କ୍ଷୁଦ୍ର କୃଷକ ମାନଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା କୋଡୋ - କୁଟକି ଭଳି ମୋଟା ଶସ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜି -୨୦ ଅତିଥିମାନଙ୍କ ପାଇଁ ଆପଣଙ୍କ କୋଡୋ - କୁଟକିରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବିଷୟରେ ସେ ଆଲୋକପାତ କରିଥିଲେ । ବର୍ତ୍ତମାନର ସରକାର ଶ୍ରୀଅନ୍ନ ରୂପରେ କୋଡୋ - କୁଟକିକୁ ଦେଶ ବିଦେଶର ବଜାରକୁ ପହଞ୍ଚାଇବାକୁ ଚାହୁଁଛନ୍ତି ।

"ଡବଲ ଇଞ୍ଜିନ ସରକାର ଗରିବ ଲୋକଙ୍କୁ ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ପ୍ରାୟ ୧୬୦୦ ଗ୍ରାମକୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ମାଧ୍ୟମରେ ଲୋକସଭା ଓ ବିଧାନସଭାରେ ମହିଳା ମାନଙ୍କୁ ସେମାନଙ୍କ ଅଧିକାର ଦେବା ପ୍ରସଙ୍ଗକୁ ମଧ୍ୟ ସେ ସ୍ପର୍ଶ କରିଥିଲେ । ପ୍ରଧାନମନ୍ତ୍ରୀ ୧୩ ହଜାର କୋଟି ଟଙ୍କାର ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶକୁ ବିକାଶ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି ସମ୍ପର୍କରେ ନାଗରିକ ମାନଙ୍କୁ ଆଶ୍ୱାସନା ଦେଇଥିଲେ । ମଧ୍ୟପ୍ରଦେଶର ମହାକୌଶଳ ମୋଦି ଓ ସରକାରଙ୍କ ଏହି ସଂକଳ୍ପକୁ ସୁଦୃଢ଼ କରିବ ବୋଲି ମୋର ବିଶ୍ୱାସ ରହିଛି ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀକୁ ଭାରତ ସରକାରଙ୍କ ତରଫରୁ ଖୁବ ଧୁମଧାମରେ ପାଳନ କରାଯାଉଛି । ଜୁଲାଇ ୨୦୨୩ରେ ମଧ୍ୟପ୍ରଦେଶର ଶାହଡୋଲ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏହି ଉତ୍ସବ ସମ୍ପର୍କରେ ଘୋଷଣା କରିଥିଲେ । ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷ ଐତିହାସିକ ସ୍ୱାଧୀନତା ଦିବସ ଅଭିଭାଷଣରେ ସେ ଏହି ଘୋଷଣାକୁ ଦୋହରାଇଥିଲେ । ଏହି ଉତ୍ସବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ  'ବୀରଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ' ର ଭୂମି ପୂଜନ କରିଥିଲେ ।

ଜବଲପୁର ଠାରେ ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 'ବୀରାଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ' ପ୍ରାୟ ୨୧ ଏକର ପରିମିତ ଅଞ୍ଚଳରେ ବ୍ୟାପିବ । ଏଥିରେ ରାଣୀ ଦୁର୍ଗାବତୀଙ୍କ ୫୨ ଫୁଟ ଉଚ୍ଚର ଏକ ଆକର୍ଷଣୀୟ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଦର୍ଶିତ ହେବ । ଏଥିରେ ରାଣୀ ଦୁର୍ଗାବତୀଙ୍କ ବୀରତ୍ୱ ଓ ସାହସ ସମେତ ଗୋଣ୍ଡୱାନା ଅଞ୍ଚଳର ଇତିହାସ ଉପରେ ଆଲୋକପାତ କରୁଥିବା ଏକ ଭବ୍ୟ ସଂଗ୍ରହାଳୟ ରହିବ ।

ଏଥିରେ ଗୋଣ୍ଡ ଲୋକ ଏବଂ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଖାଦ୍ୟ, କଳା, ସଂସ୍କୃତି, ଜୀବନଶୈଳୀ ଇତ୍ୟାଦି ଉପରେ ଆଲୋକପାତ କରାଯିବ । ବୀରଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ ପରିସରରେ ଔଷଧୀୟ ବୃକ୍ଷ ପାଇଁ ଏକ ବଗିଚା, କ୍ୟାକ୍ଟସ୍ ବଗିଚା ଏବଂ ରକ୍ ଗାର୍ଡେନ୍ ସମେତ ଏକାଧିକ ପାର୍କ ଓ ବଗିଚା ରହିବ । ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ରାଣୀ ଦୁର୍ଗାବତୀ ଗୋଣ୍ଡୱାନାର ଶାସକ ରାଣୀ ଥିଲେ । ସେ ଜଣେ ସାହସୀ, ନିର୍ଭୀକ ଏବଂ ସାହସୀ ଯୋଦ୍ଧା ଭାବରେ ସ୍ମରଣୀୟ ଯିଏ ମୋଗଲମାନଙ୍କ ବିରୋଧରେ ସ୍ୱାଧୀନତା ପାଇଁ ଲଢ଼ିଥିଲେ ।

ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଲାଇଟ୍ ହାଉସ୍ ପ୍ରକଳ୍ପର ଉଦ୍‌ଘାଟନ ସହ 'ସମସ୍ତଙ୍କ ପାଇଁ ଗୃହ' ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ମଜଭୁତ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ସହରାଞ୍ଚଳ ଅଧୀନରେ ପ୍ରାୟ ୧୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ୧୦୦୦ ରୁ ଅଧିକ ହିତାଧିକାରୀ ପରିବାର ଉପକୃତ ହେବେ । ସମସ୍ତ ମୌଳିକ ସୁବିଧା ଥିବା କିନ୍ତୁ ନିର୍ମାଣ ସମୟ ଯଥେଷ୍ଟ କମ୍ ଥିବା ଗୁଣାତ୍ମକ ଗୃହ ନିର୍ମାଣ ପାଇଁ ଏହା ଅଭିନବ ଜ୍ଞାନ କୌଶଳ 'ପ୍ରି - ଇଞ୍ଜିନିୟରିଂ ଷ୍ଟିଲ୍ ଷ୍ଟ୍ରକ୍ଚରାଲ୍ ସିଷ୍ଟମ୍ ସହିତ ପ୍ରି - ଫେବ୍ରିକେଟେଡ୍ ସାଣ୍ଡୱିଚ୍ ପ୍ୟାନେଲ୍ ସିଷ୍ଟମ୍‌' ବ୍ୟବହାର କରେ ।

ବ୍ୟକ୍ତିଗତ ଘରୋଇ ନଳ ସଂଯୋଗ ମାଧ୍ୟମରେ ସୁରକ୍ଷିତ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ, ମାଣ୍ଡଲା, ଜବଲପୁର ଏବଂ ଡିଣ୍ଡୋରି ଜିଲ୍ଲାରେ ୨୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ପ୍ରଧାନମନ୍ତ୍ରୀ ସିଓନୀ ଜିଲ୍ଲାରେ ୧୦୦ କୋଟିରୁ ଅଧିକ ଟଙ୍କାର ଜଳ ଜୀବନ ମିଶନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ରାଜ୍ୟର ୪ଟି ଜିଲ୍ଲାରେ ଏହି ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶର ପ୍ରାୟ ୧୫୭୫ଟି ଗ୍ରାମ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ସଡ଼କ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ୩୪୬ ନମ୍ବର ଜାତୀୟ ରାଜପଥର ଝାରଖେଡା - ବେରାସିଆ - ଢୋଲଖେଡିକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ୫୪୩ ନମ୍ବର ଜାତୀୟ ରାଜପଥର ବାଲାଘାଟ - ଗୋଣ୍ଡିଆ ସେକ୍ସନର ୪ ଲେନ୍ ନିର୍ମାଣ; ରୁଢ଼ୀ ଓ ଦେଶଗାଁକୁ ସଂଯୋଗ କରୁଥିବା ଖଣ୍ଡୱା ବାଇପାସ୍‌ର ୪ ଲେନ୍ ; ୪୭ ନମ୍ବର ଜାତୀୟ ରାଜପଥର ଟେମାଗାଓଁରୁ ଚିଚୋଲି ସେକ୍ସନକୁ ଚାରି ଲେନ୍ କରିବା; ବୋରେଗାଓଁରୁ ଶାହପୁରକୁ ସଂଯୋଗ କରୁଥିବା ରାସ୍ତାକୁ ୪ ଲେନ୍ ; ଏବଂ ଶାହପୁରରୁ ମୁକ୍ତାଇନଗରକୁ ସଂଯୋଗ କରୁଥିବା ରାସ୍ତାକୁ ଚାରି ଲେନ୍ କରିବା ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ୩୪୭ସି ଜାତୀୟ ରାଜପଥର ଖାଲଘାଟରୁ ସରୱରଧେୱାଲାକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ୧୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏଥିରେ କଟନି- ବିଜୟସୋତା (୧୦୨ କିଲୋମିଟର) ଏବଂ ମାରର୍ୱାସଗ୍ରାମ - ସିଙ୍ଗରୌଲି (୭୮.୫୦ କିଲୋମିଟର)କୁ ସଂଯୋଗ କରୁଥିବା ରେଳ ଲାଇନକୁ ଦୋହରୀକରଣ କରିବା ଅନ୍ତର୍ଭୁକ୍ତ । ଏହି ଦୁଇଟି ପ୍ରକଳ୍ପ କଟନୀ - ସିଙ୍ଗରୌଲି ସେକ୍ସନକୁ ସଂଯୋଗ କରୁଥିବା ରେଳ ଲାଇନକୁ ଦୋହରୀକରଣ ପ୍ରକଳ୍ପର ଏକ ଅଂଶ ଅଟେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶର ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବ ଏବଂ ରାଜ୍ୟର ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ଉପକୃତ କରିବ ।

ପ୍ରଧାନମନ୍ତ୍ରୀ ବିଜୟପୁର - ଓରାଇୟାନ - ଫୁଲପୁର ପାଇପଲାଇନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ୧୭୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୩୫୨ କିଲୋମିଟର ଲମ୍ବର ଏହି ପାଇପ୍‌ଲାଇନ୍ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ମୁମ୍ବାଇ ନାଗପୁର ଝାରସୁଗୁଡା ପାଇପଲାଇନ ପ୍ରକଳ୍ପର ନାଗପୁର ଜବଲପୁର ସେକ୍ସନ (୩୧୭ କିଲୋମିଟର) ର ଶିଳାନ୍ୟାସ କରିଥିଲେ । ୧୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେବ । ଗ୍ୟାସ୍ ପାଇପ୍‌ଲାଇନ୍ ପ୍ରକଳ୍ପ ଶିଳ୍ପ ଏବଂ ଗୃହରେ ସ୍ୱଚ୍ଛ ଏବଂ ସୁଲଭ ପ୍ରାକୃତିକ ଗ୍ୟାସ ଯୋଗାଇବ ଏବଂ ପରିବେଶରେ ନିର୍ଗମନ ହ୍ରାସ କରିବା ଦିଗରେ ଏକ ପଦକ୍ଷେପ ହେବ । ପ୍ରଧାନମନ୍ତ୍ରୀ ଜବଲପୁର ଠାରେ ଏକ ନୂତନ ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଲୋକାର୍ପଣ କରିଥିଲେ ଯାହା ୧୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Twelve years on, Jan Dhan Yojana stands as the world’s largest financial inclusion drive

Media Coverage

Twelve years on, Jan Dhan Yojana stands as the world’s largest financial inclusion drive
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.