ଜବଲପୁର ଠାରେ 'ବୀରାଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ' ର ଭୂମି ପୂଜନ
ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ଅବସରରେ ସ୍ମାରକୀ ମୁଦ୍ରା ଓ ଟିକଟ ଉନ୍ମୋଚନ
ପିଏମଏୱାଇ - ଅର୍ବାନ ଅଧୀନରେ ଇନ୍ଦୋର ଠାରେ ଲାଇଟ୍ ହାଉସ୍ ପ୍ରକଳ୍ପ ଅଧୀନରେ ନିର୍ମିତ ୧୦୦୦ ରୁ ଅଧିକ ଗୃହ ଉଦ୍ଘାଟନ
ମାଣ୍ଡଲା, ଜବଲପୁର ଏବଂ ଡିଣ୍ଡୋରି ଜିଲ୍ଲାରେ ଏକାଧିକ ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସିଓନି ଜିଲ୍ଲାରେ ଜଳ ଜୀବନ ମିଶନ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି
ମଧ୍ୟପ୍ରଦେଶରେ ସଡ଼କ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ୪୮୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ
୧୮୫୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ଗୁଡିକୁ ଲୋକାର୍ପଣ
ବିଜୟପୁର - ଓରିଆନ - ଫୁଲପୁର ପାଇପ ଲାଇନ ପ୍ରକଳ୍ପର ଲୋକାର୍ପଣ
ମୁମ୍ବାଇ ନାଗପୁର ଝାରସୁଗୁଡା ପାଇପଲାଇନ ପ୍ରକଳ୍ପର ନାଗପୁର ଜବଲପୁର ସେକ୍ସନ (୩୧୭ କିଲୋମିଟର)ର ଶିଳାନ୍ୟାସ ଏବଂ ଜବଲପୁର ଠାରେ ନୂତନ ବଟଲିଂ ପ୍ଲାଣ୍ଟ ଲୋକାର୍ପଣ
ରାଣୀ ଦୁର୍ଗାବତୀ ଆମକୁ ଅନ୍ୟର ହିତ ପାଇଁ ବଞ୍ଚିବାକୁ ଶିଖାଇଛନ୍ତି ଏବଂ ମାତୃଭୂମି ପାଇଁ କିଛି କରିବାକୁ ପ୍ରେରଣା ଦେଇଛନ୍ତି
ଗତ କିଛି ସପ୍ତାହ ମଧ୍ୟରେ ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦୦ ଟଙ୍କା ହ୍ରାସ କରାଯାଇଛି
ଜନଧନ, ଆଧାର ଓ ମୋବାଇଲ ଭ
ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିବା ସହ ବୀରଙ୍ଗନା ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଆଦିବାସୀ ସମାଜ, ମଧ୍ୟପ୍ରଦେଶବାସୀ ଏବଂ ଦେଶର ୧୪୦ କୋଟି ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତର ସ୍ୱାଧୀନତା ପରେ ଏହି ଭୂମିର ପୂର୍ବପୁରୁଷ ମାନଙ୍କୁ ଯେଉଁ ସମ୍ମାନ ଦିଆଯିବା କଥା ତାହା ଦିଆ ଯାଇନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଭୂମିର ବୀରମାନଙ୍କୁ ଆମେ ଭୁଲି ଯାଇଥିଲେ ।
୧୦ ବର୍ଷ ପୂର୍ବର ଶୀର୍ଷକ ଗୁଡ଼ିକୁ ଅନଲାଇନରେ ଯାଞ୍ଚ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ, ଯେଉଁଥିରେ ବିଭିନ୍ନ ଦୁର୍ନୀତି ବିଷୟରେ ଖବର ଭରି ରହିଥିଲା ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁ ଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସାଥୀ, ଏମପି ସରକାରଙ୍କର ମନ୍ତ୍ରୀ, ସାଂସଦଗଣ, ବିଧାୟକଗଣ, ମଂଚ ଉପରେ ବିରାଜମାନ ଅନ୍ୟ ସମସ୍ତ ମହାନୁଭବ ଆଉ ଏତେ ବିପୁଳ ସଂଖ୍ୟାରେ ଆଶୀର୍ବାଦ ଦେବା ପାଇଁ ଆସିଥିବା ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

ମାଆ ନର୍ମଦାଙ୍କର ଏହି ପୁଣ୍ୟଭୂମିକୁ ପ୍ରଣାମ ଜଣାଇ, ଶ୍ରଦ୍ଧାପୂର୍ବକ ପ୍ରଣାମ କରି, ମୁଁ ଆଜି ଜବଲପୁରର ଏକ ନୂତନ ରୂପକୁ ହିଁ ଦେଖୁଛି । ମୁଁ ଦେଖୁଛି ଜବଲପୁରରେ ଉତ୍ସାହ, ଉଦ୍ଦିପନା ରହିଛି, ମହାକୌଶଳରେ ମଙ୍ଗଳ ରହିଛି, ଉଦ୍ଦିପନା ରହିଛି, ଉତ୍ସାହ ରହିଛି । ଏହି ଉନ୍ମାଦନା ଏହି ଉତ୍ସାହ, ଦେଖାଉଛି ଯେ ମହାକୌଶଳର ମନରେ କ’ଣ ରହିଛି । ସେହି ଉତ୍ସାହ ମଧ୍ୟରେ ଆଜି ସମଗ୍ର ଦେଶ ବୀରାଙ୍ଗନା ରାଣୀ ଦୁର୍ଗାବତୀ ମହାଶୟାଙ୍କର 500ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ରାଣୀ ଦୁର୍ଗାବତୀ ଗୌରବ ଯାତ୍ରାର ସମାପନ ଅବସରରେ, ମୁଁ ତାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ସ୍ତରରେ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲି । ଆଜି ଆମେ ସମସ୍ତେ ଏହି ଉଦ୍ଦେଶ୍ୟରେ ଏଠାରେ ଏକତ୍ରିତ ହୋଇଛେ, ଏକ ପବିତ୍ର କାର୍ଯ୍ୟ କରିବା ପାଇଁ ଏକତ୍ରିତ ହୋଇଛେ, ଆମର ପୂର୍ବଜମାନଙ୍କର ଋଣ ସୁଝିବା ପାଇଁ ଏକତ୍ରିତ ହୋଇଛେ । କିଛି ସମୟ ପୂର୍ବରୁ ହିଁ ରାଣୀ ଦୁର୍ଗାବତୀ ମହାଶୟାଙ୍କର, ତାଙ୍କର ଭବ୍ୟ ସ୍ମାରକର ଭୂମି ପୂଜନ ହୋଇଛି, ଆଉ ଏବେ ତାହା କିଭଳି ନିର୍ମାଣ ହେବାକୁ ଯାଉଛି, ସେ ସମ୍ପର୍କରେ ଶିବରାଜ ମହାଶୟ ମୋତେ ସୂକ୍ଷ୍ମ ଭାବେ ଏବେ ତାହାର ସମ୍ପୂର୍ଣ୍ଣ ମ୍ୟାପ ଦେଖାଉଥିଲେ । ମୁଁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରୁଛି ଯେ, ଏହା ନିର୍ମାଣ ହେବା ପରେ ହିନ୍ଦୁସ୍ତାନର ପ୍ରତ୍ୟେକ ମାତାଙ୍କୁ, ପ୍ରତ୍ୟେକ ଯୁବକଙ୍କୁ, ଏହି ମାଟିକୁ ଆସିବା ପାଇଁ ମନ ହେବ । ଏକ ପ୍ରକାରରେ ଯାତ୍ରାଧାମ ପାଲଟି ଯିବ । ରାଣୀ ଦୁର୍ଗାବତୀଙ୍କ ଜୀବନ ଆମକୁ ସର୍ବଜନ ହିତାୟର ଶିକ୍ଷା ଦେଇଥାଏ, ନିଜ ଜନ୍ମଭୂମି ପାଇଁ କିଛି କରି ଯିବା ପାଇଁ ଉତ୍ସାହ ଭରି ଦେଇଥାଏ । ରାଣୀ ଦୁର୍ଗବତୀଙ୍କ ଜୟନ୍ତୀ ଅବସରରେ ମୁଁ ସମ୍ପୁର୍ଣ୍ଣ ଆଦିବାସୀ ସମାଜକୁ, ମଧ୍ୟ ପ୍ରଦେଶକୁ ଏବଂ 140 ଦେଶବାସୀଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ବିଶ୍ୱର କୌଣସି ଦେଶରେ ଯଦି ରାଣୀ ଦୁର୍ଗବତୀଙ୍କ ଭଳି କେହି ତାଙ୍କର ନାୟକ ଥାଆନ୍ତେ, ନାୟିକା ଥାଆନ୍ତେ ତେବେ ସେହି ଦେଶ ସାରା ଦୁନିଆରେ ସାରା ଉନ୍ମାଦର ସହିତ ନାଚୁ ଥାଆନ୍ତା । ସ୍ୱାଧୀନତା ପରେ ଆମ ଦେଶରେ ମଧ୍ୟ ଏହା ହିଁ ହେବା ଦରକାର ଥିଲା, କିନ୍ତୁ ଆମର ମହାପୁରୁଷ ମାନଙ୍କୁ ଭୁଲାଇ ଦିଆଗଲା । ଆମର ଏହିସବୁ ତେଜସ୍ୱୀ, ତପସ୍ୱୀ, ତ୍ୟାଗ ଏବଂ ତପସ୍ୟାର ମୂର୍ତି ଭଳି ମହାପୁରୁଷ ମାନଙ୍କୁ, ଏଭଳି ବୀରମାନଙ୍କୁ, ବୀରାଙ୍ଗନା ମାନଙ୍କୁ ଭୁଲାଇ ଦିଆଗଲା ।

ମୋର ପରିବାରଜନ,

ଆଜି ଏଠାରେ ମୋଟ 12 ହଜାର କୋଟିରୁ ଅଧିକ ଟଙ୍କାର ବିକାଶ କାର୍ଯ୍ୟର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ପାଣି ଏବଂ ଗ୍ୟାସର ପାଇପ୍ ଲାଇନ ହେଉ ଅବା ପୁଣି 4 ଲେନ ସଡ଼କର ନେଟୱର୍କ, ଏହା ହେଉଛି ଲକ୍ଷ- ଲକ୍ଷ ଲୋକଙ୍କ ଜୀବନ ବଦଳାଇବାର ପ୍ରକଳ୍ପ । ଏହାଦ୍ୱାରା ଏଠାକାର କୃଷକମାନଙ୍କୁ ତ ଲାଭ ହେବ ହିଁ ହେବ, ନୂତନ କାରଖାନା ଏବଂ କମ୍ପାନୀ ଖୋଲିବ, ଆମର ଯୁବକମାନଙ୍କୁ ଏଠାରେ ରୋଜଗାର ମିଳିବ ।

ମୋର ପରିବାରଜନ,

ଭାଜପା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି- ନିଜର ଭଉଣୀମାନଙ୍କୁ ଧୂଆଁ ମୁକ୍ତ ରୋଷେଇ ଘର ଦେବା । କିଛି ଲୋକଙ୍କ ଗବେଷଣା କହୁଛି, ଯେତେବେଳେ ଜଣେ ମାଆ ଖାଦ୍ୟ ରୋଷେଇ କରିଥାଏ, ଏବଂ ଧୂଆଁ ଯୁକ୍ତ ଚୂଲା ହୋଇଥାଏ, କାଠ ଜଳାଇଥାଏ, ଅବା କୋଇଲା ଜଳାଇଥାଏ, ସେତେବେଳେ 24 ଘଂଟା ରୋଷେଇ କରିବା ଯୋଗୁଁ, ସେହି ଧୂଆଁରେ ରହିବା କାରଣରୁ ତାଙ୍କ ଶରୀରକୁ ୪୦୦ ସିଗାରେଟର ଧୂଆଁ ଯାଇଥାଏ। କ’ଣ ମୋର ମାଆମାନଙ୍କୁ- ଭଉଣୀମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବା ଆବଶ୍ୟକ ନା ଆବଶ୍ୟକ ନୁହେଁ ? ଟିକେ ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ । ହେଉଛି ମାଆ- ଭଉଣୀମାନଙ୍କର କଥା। ମୋର ମାଆମାନଙ୍କୁ- ଭଉଣୀମାନଙ୍କୁ ରୋଷେଇ ଘରର ଧୂଆଁରୁ ମୁକ୍ତି ମିଳିବା ଦରକାର ନା ଦରକାର ନୁହେଁ ? କ’ଣ ଏହି କାର୍ଯ୍ୟ କଂଗ୍ରେସ ପୂର୍ବରୁ କରି ପାରି ନ ଥାଆନ୍ତା, କଲେ ନାହିଁ, ସେମାନଙ୍କୁ ମାଆମାନଙ୍କର- ଭଉଣୀମାନଙ୍କର, ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ, ସେମାନଙ୍କର ସୁସ୍ଥତା ନେଇ କୌଣସି ଖାତିର ନ ଥିଲା ।

ଭାଇ- ଭଉଣୀମାନେ,

ଗରିବ ପରିବାରର କୋଟି- କୋଟି ଭଉଣୀମାନଙ୍କୁ ଆମେ ଏଥିପାଇଁ ବଡ଼- ବଡ଼ ଅଭିଯାନ ଚଲାଇ ଉଜ୍ଜ୍ୱଳାର ମାଗଣା ଗ୍ୟାସ ସଂଯୋଗ ଦେଲୁ, ନଚେତ ପୂର୍ବରୁ ତ, ଗ୍ୟାସର ଏକ ସଂଯୋଗ କରିବା ପାଇଁ ଏମପିମାନଙ୍କ ଘର ପାଖରେ ଚକ୍କର କାଟିବାକୁ ପଡ଼ୁଥିଲା । ଆଉ ଆପଣମାନଙ୍କୁ ତ ଏହା ମନେଥିବ, ରକ୍ଷା ବନ୍ଧନ ପର୍ବରେ ଭାଇ, ଭଉଣୀକୁ କିଛି ଉପହାର ଦେଇଥାଏ । ତେଣୁ ରକ୍ଷା ବନ୍ଧନ ପର୍ବରେ ଆମ ସରକାର ସମସ୍ତ ଭଉଣୀମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡର ଶସ୍ତା କରି ଦେଇଥିଲେ । ସେହି ସମୟରେ ଉଜ୍ଜ୍ୱଳାର ହିତାଧିକାରୀ ଭଉଣୀମାନଙ୍କ ପାଇଁ ସିଲିଣ୍ଡର ପିଛା 400 ଟଙ୍କା ପର୍ଯ୍ୟନ୍ତ ଶସ୍ତା କରି ଦିଆଗଲା । ଆଉ ଏବେ କିଛି ଦିନ ପରେ ଦୁର୍ଗାପୂଜା, ନବରାତ୍ରୀ, ଦଶହରା, ଦିୱାଲୀ ଏହି ପର୍ବ ଆସୁଛି । ସେତେବେଳେ ଏହି ମୋଦୀ ସରକାର ଉଜ୍ଜ୍ୱଳାର ସିଲିଣ୍ଡର କାଲି ପୁଣି ଥରେ 100 ଟଙ୍କା ଶସ୍ତା କରିଦେଲେ । ଅର୍ଥାତ ଗତ କିଛି ସପ୍ତାହରେ ହିଁ ଉଜ୍ଜ୍ୱଳାର ହିତାଧିକାରୀ ଭଉଣୀମାନଙ୍କ ପାଇଁ ସିଲିଣ୍ଡର 500 ଟଙ୍କା ଶସ୍ତା ହୋଇଛି । ଏବେ ଉଜ୍ଜ୍ୱଳାର ହିତାଧିକାରୀ ମୋର ଗରିବ ମାଆମାନେ- ଭଉଣୀମାନେ- ଝିଅମାନଙ୍କୁ ଗ୍ୟାସ ସିଲିଣ୍ଡର ମାତ୍ର 600 ଟଙ୍କାରେ ହିଁ ମିଳିଯିବ । ସିଲିଣ୍ଡର ବ୍ୟତୀତ ପାଇପ୍ ଯୋଗେ ଶସ୍ତା ଗ୍ୟାସ ରୋଷେଇ ଘରକୁ ଆସୁ, ସେଥିପାଇଁ ମଧ୍ୟ ଭାଜପା ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଏଠାରେ ଗ୍ୟାସ ପାଇପ୍ ଲାଇନ ମଧ୍ୟ ବିଛା ଯାଉଛି । ଏହାର ଲାଭ ମଧ୍ୟ ମଧ୍ୟ ପ୍ରଦେଶର ଲକ୍ଷ- ଲକ୍ଷ ପରିବାରକୁ ହେବ ।

ମୋର ପରିବାର ଜନ,

ଆଜି ଆମର କଲେଜରେ ପଢୁଥିବା ଯେଉଁ ଛାତ୍ର- ଛାତ୍ରୀମାନେ ଅଛନ୍ତି, ଆମର ଯେଉଁ ଯୁବ ସାଥୀ ଅଛନ୍ତି, ଆମର ଯୁବ ପୁଅ- ଝିଅ ଅଛନ୍ତି, ସେମାନଙ୍କୁ ମୁଁ ଟିକେ କିଛି ପୁରୁଣା କଥା ମନେ ପକାଇ ଦେବାକୁ ଚାହୁଁଛି, ମନେ ପକାଇବି, ପୁରୁଣା କଥା ମନେ ପକାଇବି, 2014ର କଥା ମନେ ପକାଇବି, ଆପଣମାନେ ଯଦି କହିବେ ତେବେ ମନେ ପକାଇବି ? ଆପଣମାନେ ଦେଖନ୍ତୁ ଯେଉଁମାନେ ଆଜି 20-22 ବର୍ଷର ହୋଇଛନ୍ତି, ସେମାନଙ୍କୁ ଜଣା ନ ଥିବ କାରଣ ସେହି ସମୟରେ ସେମାନେ 8, 10, 12 ବର୍ଷର ହୋଇଥିବେ, ସେମାନଙ୍କୁ ଜଣା ହିଁ ନ ଥିବ କାରଣ ଯେ, ମୋଦୀ ଆସିବା ପୂର୍ବରୁ ଅବସ୍ଥା କ’ଣ ଥିଲା । ସେତେବେଳେ ସବୁ ସମୟରେ କଂଗ୍ରେସ ସରକାରଙ୍କର ହଜାର- ହଜାର କୋଟି ଟଙ୍କାର ଦୁର୍ନୀତି ମୁଖ୍ୟ ସମ୍ବାଦ ହେଉଥିଲା । ଯେଉଁ ଅର୍ଥ ଗରିବମାନଙ୍କ ଉପରେ ଖର୍ଚ୍ଚ ହେବାକୁ ଥିଲା, ସେହି ଅର୍ଥ କଂଗ୍ରେସର ନେତାମାନଙ୍କର ଟ୍ରେଜେରୀକୁ ଯାଉଥିଲା । ଆଉ ମୁଁ ତ’ ସେହି ଯୁବକମାନଙ୍କୁ କହିବି, ସେମାନେ ତ’ ହେଉଛନ୍ତି ଅନ୍ ଲାଇନ୍ ପିଢୀ, ଟିକେ ଗୁଗଲକୁ ଯାଇ ଖୋଜିବେ, 2013-24 ସମ୍ବାଦପତ୍ରର ଟିକେ ମୁଖ୍ୟ ସମ୍ବାଦ ପଢି ଦିଅନ୍ତୁ, ଦେଶର କ’ଣ ସ୍ଥିତି ଥିଲା ।

ଆଉ ଏଥିପାଇଁ ଭାଇ- ଭଉଣୀମାନେ,

2014 ପରେ ଯେତେବେଳେ ଆପଣମାନେ ଆମକୁ ସେବା କରିବାର ସୁଯୋଗ ଦେଲେ ସେତେବେଳେ କଂଗ୍ରେସ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ସେହି ଭ୍ରଷ୍ଟ ବ୍ୟବସ୍ଥାଗୁଡ଼ିକୁ ପରିବର୍ତନ କରିବାର ଅଭିଯାନ ଆମେ ଚଳାଇଲୁ, ସେଠାରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ଚଲାଇ ଦେଲୁ । ଆମେ ଟେକ୍ନୋଲୋଜିର ବ୍ୟବହାର କରି ପ୍ରାୟତଃ 11 କୋଟି, ଏହି ପରିସଂଖ୍ୟାନକୁ ମନେ ରଖିବେ, ଟିକେ ଉତର ଦେବେ ତେବେ ଜଣା ପଡ଼ିବ, ଏହି ପରିସଂଖ୍ୟାନକୁ ମନେ ରଖିବେ, ଏହି ପରିସଂଖ୍ୟାନକୁ ମନେ ରଖିବେ ? 11 କୋଟି ଜାଲ୍ ନାମଗୁଡ଼ିକୁ ଆମେ ସରକାରୀ ଅଫିସରୁ ହଟାଇଲୁ । କେତେ, କେତେ ଟିକେ ଯୋରରେ କୁହନ୍ତୁ ଯେ କେତେ, 11 କୋଟି, ଏହି 11 କୋଟି ନାମ କେଉଁ ଗୁଡ଼ିକ ଥିଲା, ଏଗୁଡ଼ିକ ସେହି ସବୁ ନାମ ଥିଲା ଯାହାଙ୍କର କେବେ ଜନ୍ମ ମଧ୍ୟ ହୋଇ ନ ଥିଲା । କିନ୍ତୁ ସରକାରୀ ଅଫିସରୁ ଅର୍ଥ ଲୁଟିବାର ରାସ୍ତା ହୋଇ ଯାଇଥିଲା । କଂଗ୍ରେସ ଏମାନଙ୍କର ମିଛ ନାମ, ନକଲି ନାମ, କାଗଜପତ୍ର ଦସ୍ତାବେଜ ପ୍ରସ୍ତୁତ କରି ଦେଲା ।

ମୁଁ ମଧ୍ୟ ପ୍ରଦେଶ ଏବଂ ଛତିଶଗଡର ଯେଉଁ ମୋଟ ଜନସଂଖ୍ୟା ରହିଛି ନା, ତାହାଠାରୁ ମଧ୍ୟ ବହୁତ ବଡ଼ ପରିସଂଖ୍ୟାନ ହେଉଛି ଏହି 11 କୋଟି । ଏହି 11 କୋଟି ନକଲି ନାମ, ଯେଉଁମାନେ ହେଉଛନ୍ତି ପ୍ରକୃତରେ ଗରିବ ଲୋକ, ବାସ୍ତବରେ ଗରିବ ଲୋକ, ସେମାନଙ୍କର ଅଧିକାରଗୁଡ଼ିକୁ ଛଡେଇ ନେଇ ଅର୍ଥ ଲୁଟିବାର କାର୍ଯ୍ୟ ହେଉଥିଲା । 2014ରେ ଆସିବା ପରେ ଏହି ମୋଦୀ ସବୁକିଛି ସଫା କରି ଦେଲେ । ଏହି ଲୋକମାନେ ରାଗୁଛନ୍ତି ନା, ଏହାର କାରଣ ମଧ୍ୟ ହେଉଛି ଏହା ଯେ ସେମାନଙ୍କର କଟକୀ ବନ୍ଦ ହୋଇ ଯାଇଛି, କମିଶନ ବନ୍ଦ ହୋଇ ଯାଇଛି । ମୋଦୀ ଆସି ସବୁକିଛି ସଫା କରି ଦେଲେ । ନା ଗରିବଙ୍କର ପଇସା ଲୁଟିବାକୁ ଦେବି, ନା ହିଁ କଂଗ୍ରେସର ଖଜାନା, କଂଗ୍ରେସର ନେତାମାନଙ୍କର ରାଜକୋଷ ଭରିବାକୁ ଦେବି । ଆମେ ଜନଧନ- ଆଧାର ଆଉ ମୋବାଇଲର ଏଭଳି ତ୍ରିଶକ୍ତି କରିଲୁ ଯେ କଂଗ୍ରେସର ଭ୍ରଷ୍ଟତନ୍ତ୍ର ଧ୍ୱଂସ ବିଧ୍ୱସ୍ତ ହୋଇଗଲା । ଆଜି ଏହି ତ୍ରିଶକ୍ତି କାରଣରୁ ଅଢ଼େଇ ଲକ୍ଷ କୋଟିରୁ ଅଧିକ ଟଙ୍କା, ଏହି ପରିସଂଖ୍ୟାନ ମଧ୍ୟ ମୁଁ ଆପଣମାନଙ୍କୁ ଆଉଥରେ ପଚାରିବି, ଅଢ଼େଇ ଲକ୍ଷ କୋଟିରୁ ଅଧିକ ଟଙ୍କା ଭୁଲ ହାତକୁ ଯାଉଥିଲା, ଚୋରୀ ହେଉଥିଲା, ତାହାକୁ ବଂଚାଇବାର କାର୍ଯ୍ୟ ମୋଦୀ କରିଛନ୍ତି, କେତେ ? କେତେ ଅଢ଼େଇ ଲକ୍ଷ କୋଟି । ଆଜି ଗରିବଙ୍କ ପଇସା, ଗରିବଙ୍କ ହିତ କାର୍ଯ୍ୟରେ ଆସୁଛି । ଉଜ୍ଜ୍ୱଳାର ସିଲିଣ୍ଡର କେବଳ 500 ଟଙ୍କାରେ ଦେବା ପାଇଁ କେନ୍ଦ୍ର ସରକାର ଆଜି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କୋଟି- କୋଟି ପରିବାରଙ୍କୁ ମାଗଣାରେ ରାସନ ମିଳୁ, ଏହା ଉପରେ ମଧ୍ୟ 3 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି 3 ଲକ୍ଷ କୋଟି ଟଙ୍କା ରାଜକୋଷରୁ ଏଥିପାଇଁ ଦେଉଛୁ ଯେ କେଉଁଠାରେ ମଧ୍ୟ କୌଣସି ଗରିବ ମାଆର ପିଲାକୁ ରାତିରେ ଭୋକିଲା ହୋଇ ଶୋଇବାକୁ ନ ପଡ଼ୁ, ଗରିବର ଚୂଲି ଜଳୁଥିବା ଆବଶ୍ୟକ । ଆୟୂଷ୍ମାନ ଯୋଜନା ମାଧ୍ୟମରେ ଦେଶର ପ୍ରାୟ 5 କୋଟି ପରିବାରଙ୍କର ମାଗଣାରେ ଚିକିତ୍ସା ହୋଇ ସାରିଛି । ଏଥିପାଇଁ ମଧ୍ୟ 70 ହଜାର କୋଟି ଟଙ୍କା ସରକାର ନିଜର ଆୟୂଷ୍ମାନ କାର୍ଡ ପାଇଁ ଖର୍ଚ୍ଚ କରିଛନ୍ତି । କୃଷକମାନଙ୍କୁ ଶସ୍ତା ୟୁରିଆ ମିଳୁ, ବିଶ୍ୱରେ ୟୁରିଆର ବସ୍ତା ୩ ହଜାର ଟଙ୍କାରେ ବିକ୍ରି ହୁଏ, ମୋଦୀ 300ରୁ ମଧ୍ୟ କମ ଦରରେ ଯୋଗାଇ ଥାଏ ଆଉ ଏଥିପାଇଁ ରାଜକୋଷରୁ 8 ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି, ଫଳରେ ମୋର କୃଷକମାନଙ୍କ ଉପରେ ବୋଝ ନ ପଡ଼ୁ । ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ମଧ୍ୟ ଅଢେଇ ଲକ୍ଷ କୋଟି ଟଙ୍କା ସିଧା ସଳଖ କୃଷକମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇ ସାରିଛି । ଗରିବ ପରିବାର ମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ମଧ୍ୟ ଆମ ସରକାର 4 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଦ୍ୱାରା ଗରିବଙ୍କୁ ପକ୍କା ଘର ମିଳୁ । ଆଜି ମଧ୍ୟ ଆପଣମାନେ ଦେଖିଲେ ଏବେ ଇନ୍ଦୋରରେ ଗରିବ ପରିବାର ଗୁଡିକ ଆଧୁନିକ କୌଶଳରେ ନିର୍ମିତ ବହୁ ମହଲା ବିଶିଷ୍ଟ ଏକ ହଜାର ପକ୍କା ଘର ଦେବାର କାର୍ଯ୍ୟଏବେ ମୁଁ କରିଛି ।

ମୋର ପରିବାର ଜନ,

ଏହି ସମସ୍ତ ଅର୍ଥକୁ ମିଶାଇବେ ତେବେ ପରିସଂଖ୍ୟାନ କେତେ ହେବ, କେତେ ଶୂନ ଲଗାଇବାକୁ ପଡିବ, ଆପଣମାନେ ଅନୁମାନ କରିପାରୁଛନ୍ତି, ଏହି କଂଗ୍ରେସ ଲୋକମାନେ ଏହାର ହିସାବ କରି ପାରିବେ ନାହିଁ । ଆଉ ଆପଣମାନେ ଶୁଣନ୍ତୁ 2014ପୂର୍ବରୁ ଏ ଯେଉଁ ଶୂନ, ଶୂନ, ଶୂନ ଅଛି ନା ତାହା ହେଉଛି କେବଳ ଘେଟାଲାର ଅର୍ଥ ମିଶାଇବାରେ ଲାଗିଯାଉ ଥିଲା । ଏବେ ଆପଣମାନେ ଚିନ୍ତା କରନ୍ତୁ କଂଗ୍ରେସର ଜଣେ ପ୍ରଧାନମନ୍ତ୍ରୀ କହୁଥଲେ ଯେ, ଦିଲ୍ଲୀରୁ ଏକ ଟଙ୍କା ପଠାଉଥିଲେ ତେବେ 15 ପଇସା ପହଂଚୁଥିଲା, 85 ପଇସା କେହି ହାତସଫେଇ କରି ନେଇ ଯାଉଥିଲେ । ଏକ ଟଙ୍କା ପଠାଉଥିଲେ 15 ପଇସା ପହଂଚୁଥିଲା । ମୁଁ ଯେତେ ଟଙ୍କା ଏବେ ଗଣାଇଲି, ଯଦି ଏହି ଟଙ୍କା କଂଗ୍ରେସ ସମୟରେ ଯାଇ ଥାଆନ୍ତା, ତେବେ କେତେ ବଡ଼ ଚୋରୀ ହୋଇ ଥାଆନ୍ତା, ଆପଣମାନେ ଅନୁମାନ କରି ପାରିବେ । ଆଜି ଗରିବଙ୍କ ପାଇଁ ଏତେ ଅର୍ଥ ଭାଜପା ସରକାର ଦେଉଛନ୍ତି ।

ମୋର ପରିବାର ଜନ,

ମୋର ମଧ୍ୟ ପ୍ରଦେଶ ପାଇଁ ଏହା ହେଉଛି ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ସମୟ । ମୁଁ ଆଜି ମାଆ ନର୍ମଦାଙ୍କ କୂଳରେ ଠିଆ ହୋଇ କହୁଛି, ସମଗ୍ର ମଧ୍ୟ ପ୍ରଦେଶକୁ କହୁଛି, ସାରା ମଧ୍ୟ ପ୍ରଦେଶର ଯୁବକମାନଙ୍କୁ କହୁଛି, ମାଆ ନର୍ମଦାଙ୍କୁ ସ୍ମରଣ କରି କହୁଛି, କାରଣ ମୁଁ ମଧ୍ୟ ମାଆ ନର୍ମଦାଙ୍କ କେଳରୁ ଆସିଛି ଆଉ ଆଜି ମାଆ ନର୍ମଦାଙ୍କ କୂଳରେ ଠିଆ ହୋଇ କହୁଛି । ମୋର ଯୁବକମାନେ, ମୋର ଶବ୍ଦଗୁଡ଼ିକୁ ଲେଖି ନିଅନ୍ତୁ, ମଧ୍ୟ ପ୍ରଦେଶ, ଆଜି ଏଭଳି ଏକ ସୁନ୍ଦର ସମୟରେ ପହଁଚିଛି ଯେଉଁଠାରେ ବିକାଶରେ ମଧ୍ୟ କୌଣସି ପ୍ରତିବନ୍ଧକ, ତାହାର ବିକାଶର ଗତିରେ କୌଣସି ମଧ୍ୟ ପତନ 20- 25 ବର୍ଷ ପରେ ମଧ୍ୟ ଆସିବ ନାହିଁ, ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯିବ । ଆଉ ଏଥିପାଇଁ ବିକାଶର ଏହି ଗତିକୁ ଅଟକିବାକୁ ଦିଅନ୍ତୁ ନାହିଁ, କେବେ ମଧ୍ୟ ଅଟକିବାକୁ ଦେବେ ନାହିଁ । ଏହି 25 ବର୍ଷ ଆପଣମାନଙ୍କ ପାଇଁ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ମଧ୍ୟ ପ୍ରଦେଶରେ 25 ବର୍ଷରୁ କମ୍ ବୟସର ସାଥୀମାନେ ତ’ ନୂତନ ଏବଂ ପ୍ରଗତି କରୁଥିବା ମଧ୍ୟ ପ୍ରଦେଶକୁ ହିଁ ଦେଖୁଛନ୍ତି । ଏବେ ଏହା ହେଉଛି ସେମାନଙ୍କର ଦାୟିତ୍ୱ ଯେ ଆଗାମୀ 25 ବର୍ଷରେ ଯେତେବେଳେ ସେମାନଙ୍କ ପିଲାମାନେ ଯୁବକ ହେବେ, ସେତେବେଳେ ସେମାନଙ୍କ ସାମ୍ନାରେ ବିକଶିତ ମଧ୍ୟ ପ୍ରଦେଶ ହେଉ, ସମୃଦ୍ଧ ମଧ୍ୟ ପ୍ରଦେଶ ହେଉ, ମାନ-ସମ୍ମାନ ଓ ଗୌରବ ଅର୍ଜନ କରିଥିବା ଭଳି ମଧ୍ୟ ପ୍ରଦେଶ ହେଉ। ଏଥିପାଇଁ ଆଜି ପରିଶ୍ରମର ଆବଶ୍ୟକତା ରହିଛି । ଏଥିପାଇଁ ଆଜି ସଠିକ ନିଷ୍ପତି ନେବାର ଆବଶ୍ୟକତା ରହିଛି । ବିଗତ ବର୍ଷମାନଙ୍କରେ ଭାଜପା ସରକାର ଏମପିକୁ କୃଷି ରପ୍ତାନୀରେ ଶ୍ରେଷ୍ଠ ସ୍ଥାନରେ ପହଂଚାଇଛି । ଏବେ ଏହା ମଧ୍ୟ ଆବଶ୍ୟକ ଯେ ଔଦ୍ୟୋଗିକ ବିକାଶରେ ମଧ୍ୟ ଆମର ଏମପି ଏକ ନମ୍ବର ହେବା ଉଚିତ । ବିଗତ ବର୍ଷମାନଙ୍କରେ ଭାରତର ପ୍ରତିରକ୍ଷା ଉତ୍ପାଦନ ଏବଂ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ଅନେକ ଗୁଣ ବୃଦ୍ଧି ପାଇଛି । ଏଥିରେ ଜବଲପୁରର ମଧ୍ୟ ବହୁତ ବଡ଼ ଯୋଗଦାନ ରହିଛି । ମଧ୍ୟ ପ୍ରଦେଶରେ ପ୍ରତିରକ୍ଷା ସହିତ ଜଡ଼ିତ ସାମଗ୍ରୀ ନିର୍ମାଣ ପାଇଁ 4ଟି କାରଖାନା କେବଳ ଏହି ଜବଲପୁରରେ ହିଁ ଅଛି । ଆଜି କେନ୍ଦ୍ର ସରକାର ନିଜ ସେନାକୁ ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ଦେଉଛନ୍ତି । ବିଶ୍ୱରେ ଭାରତର ପ୍ରତିରକ୍ଷା ସାମଗ୍ରୀର ଚାହିଦା ବୃଦ୍ଧି ପାଉଛି। ଏହାଦ୍ୱାରା ମଧ୍ୟ ପ୍ରଦେଶକୁ ମଧ୍ୟ ବହୁତ ଲାଭ ହେବାକୁ ଯାଉଛି, ଏଠାରେ ରୋଜଗାରର ହଜାର- ହଜାର ନୂତନ ସୁଯୋଗ ସୃଷ୍ଟି ହେବ ।

ମୋର ପରିବାରଜନ,

ଆଜି ଭାରତର ଆତ୍ମବିଶ୍ୱାସ ନୂତନ ଶୀଖରରେ ଅଛି । କ୍ରୀଡ଼ା ମୈଦାନ ଠାରୁ ନେଇ ଚାଷ ବାସ ପର୍ଯ୍ୟନ୍ତ, ଭାରତର ଧ୍ୱଜା ଉଡିବାରେ ଲାଗିଛି । ଏବେ ଆପଣମାନେ ଦେଖିଥିବେ ବର୍ତମାନ ଏସିୟ କ୍ରୀଡ଼ା ଚାଲୁ ରହିଛି, ସେଥିରେ ଆମ ଭାରତର ଚମତ୍କାର ପ୍ରଦର୍ଶନ ଦେଖୁଥିବେ । ଆଜି ଭାରତର ପ୍ରତ୍ୟେକ ଯୁବକଙ୍କୁ ଲାଗୁଛି ଯେ ଏହି ସମୟ ହେଉଛି ଭାରତର ଯୁବକମାନଙ୍କର ସମୟ, ଏହି ସମୟ ହେଉଛି ଭାରତର ଯୁବକମାନଙ୍କର କାଳଖଣ୍ଡ । ଯୁବକମାନଙ୍କୁ ଯେତେବେଳେ ଏଭଳି ସୁଯୋଗ ମିଳିଥାଏ, ସେତେବେଳେ ବିକଶିତ ଭାରତ ନିର୍ମାଣର ଉତ୍ସାହ ମଧ୍ୟ ସୁଦୃଢ଼ ହୋଇଥାଏ । ସେତେବେଳେ ଭାରତ G-20 ଭଳି ଭବ୍ୟ ବିଶ୍ୱ ଆୟୋଜନ ଏତେ ଗୌରବର ସହିତ କରି ପାରିଥାଏ । ସେତେବେଳେ ଭାରତର ଚନ୍ଦ୍ରଯାନ ସେଠାରେ ପହଂଚିଥାଏ, ଯେଉଁଠାରେ କୌଣସି ଦେଶ ପହଂଚି ପାରି ନ ଥାଏ । ସେତେବେଳେ ଲୋକାଲ ପାଇଁ ଭୋକାଲ ହେବାର ମନ୍ତ୍ର ଦୂର- ଦୂରାନ୍ତ ପର୍ଯ୍ୟନ୍ତ ଗୁଞ୍ଜରିତ ହୋଇଥାଏ । ଆପଣ ଚିନ୍ତା କରି ପାରୁଥିବେ, ଏକ ପକ୍ଷରେ ଏହି ଦେଶ ଚନ୍ଦ୍ରଯାନ ପହଂଚାଉଛି ତେବେ ଅନ୍ୟ ପକ୍ଷରେ 2 ଅକ୍ଟୋବର ଗାନ୍ଧୀ ଜୟନ୍ତୀରେ ଦିଲ୍ଲୀର ଏକ ଷ୍ଟୋରରେ, ଆପଣମାନେ ମନେ ପକାନ୍ତୁ 2 ଅକ୍ଟୋବର ଦିନ ଦିଲ୍ଲୀରେ ଯେଉଁ ଏକ ଖଦୀ ଭଣ୍ଡାର ଥିଲା, ଦେଢ଼ କୋଟି ଟଙ୍କାରୁ ମଧ୍ୟ ଅଧିକ ଖଦୀ ସେହି ଷ୍ଟୋରରେ ବିକ୍ରି ହୋଇଛି, ଏହା ହେଉଛି ଦେଶର ଶକ୍ତି । ସ୍ୱଦେଶୀର ଏହି ଭାବନା, ଦେଶକୁ ଆଗକୁ ବଢ଼ାଇବାର ଏହି ଭାବନା ଆଜି ଚାରିଆଡ଼େ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହାର ନେତୃତ୍ୱ ନେଉଛନ୍ତି ମୋ ଦେଶର ଯୁବକମାନେ, ମୋ ଦେଶର ପୁଅ- ଝିଅମାନେ । ଯେତେବେଳେ ଭାରତର ଯୁବ ଷ୍ଟାର୍ଟ ଅପ୍ ସାରା ବିଶ୍ୱରେ ଚମତ୍କାର କରୁଛି । ସେତେବେଳେ ଭାରତ ସ୍ୱଚ୍ଛ ହେବାର ଏତେ ବଡ଼ ସଂକଳ୍ପ ନେଇଛି । ଏବେ ଏକ ଅକ୍ଟୋବରକୁ ହିଁ ଦେଶ ଯେଉଁ ସ୍ୱଚ୍ଛତା ଅଭିଯାନ ଚଳାଇଲା, ସେଥିରେ 9ଲକ୍ଷରୁ ଅଧିକ ସ୍ଥାନରେ ସଫାଇ କାର୍ଯ୍ୟକ୍ରମ ହୋଇଛି, 9 ଲକ୍ଷ ସ୍ଥାନରେ । ଏହି ସଫାଇ ଅଭିଯାନରେ ଅଂଶଗ୍ରହଣ କରିଥିବା ଲୋକଙ୍କ ସଂଖ୍ୟା 9 କୋଟିରୁ ଅଧିକ। ନଅ କୋଟିରୁ ଅଧିକ ଦେଶବାସୀ ଘରୁ ବାହାରିଲେ, ଆଉ ଝାଡ଼ୁ ନେଇ ଦେଶରେ ସଫାଇର କାମ କଲେ, ସଡ଼କ, ପାର୍କ ଆଦିର ସଫା କଲେ । ମଧ୍ୟ ପ୍ରଦେଶର ଲୋକମାନେ, ମଧ୍ୟ ପ୍ରଦେଶର ଯୁବକମାନେ ତ’ ଆହୁରି ମଧ୍ୟ ଚମତ୍କାର କରି ଦେଇଛନ୍ତି । ସ୍ୱଚ୍ଛତା ବିଷୟରେ ମଧ୍ୟ ପ୍ରଦେଶକୁ ଏକ ନମ୍ବର ମିଳିଛି, ଦେଶରେ ଏକ ନମ୍ବରରେ ରହିଥାଏ ମଧ୍ୟ ପ୍ରଦେଶ । ଏହି ଉତ୍ସାହକୁ ଆମକୁ ଆଗକୁ ନେଇଯିବାର ଅଛି ଆଉ ଆଗାମୀ 5 ବର୍ଷରେ ଅଧିକରୁ ଅଧିକ କ୍ଷେତ୍ରରେ ଆମକୁ ଏମପିକୁ ଏକ ନମ୍ବରରେ ରଖିବାର ଅଛି।

ମୋର ପରିବାରଜନ,

ଯେତେବେଳେ କୌଣସି ରାଜନୈତିକ ଦଳ ଉପରେ କେବଳ ଆଉ କେବଳ, ମାତ୍ର ନିଜସ୍ୱ ସ୍ୱାର୍ଥ ଭାରୀ ହୋଇପଡ଼େ, ସେତେବେଳେ ଆମେ ତାହାର ସ୍ଥିତି ସମ୍ପର୍କରେ ଅନୁମାନ କରି ପାରିବା । ଆଜି ଯେତେବେଳେ ଗୋଟିଏ ପଟେ ଭାରତର ଉପଲବ୍ôଧଗୁଡ଼ିକୁ ନେଇ ସାରା ବିଶ୍ୱ ଚର୍ଚ୍ଚା କରୁଛି । କିନ୍ତୁ ଏହା ହେଉଛି ସେହି ରାଜନୈତିକ ଦଳ, ଯାହାର ସର୍ବସ୍ୱ ଲୁଟ ହୋଇ ଯାଇଛି, କେବଳ ଆସନ ବା କୁର୍ସି ବ୍ୟତୀତ ସେମାନଙ୍କୁ ଆଉ କିଛି ଦିଶୁ ନାହିଁ, ସେମାନେ ଏବେ ଏଭଳି ସ୍ତରକୁ ଆସି ଯାଇଛନ୍ତି, ଏଭଳି ସ୍ଥିତିକୁ ଚାଲି ଆସିଛନ୍ତି ଯେ ଭାଜପାକୁ ଗାଳି ଦେଉ- ଦେଉ ଭାରତକୁ ହିଁ ଗାଳି ଦେବା ଆରମ୍ଭ କରି ଦେଇଛନ୍ତି । ଆଜି ଡିଜିଟାଲ ଇଣ୍ଡିଆ ଅଭିଯାନକୁ ସାରା ବିଶ୍ୱ ପ୍ରଶଂସା କରୁଛି । କିନ୍ତୁ ଆପଣ ମନେ ପକାନ୍ତୁ, କିଭଳି ଏହି ଲୋକ ନିତିଦିନ ଡିଜିଟାଲ ଇଣ୍ଡିଆ ପାଇଁ ଆମକୁ ଉପହାସ କରୁଥିଲେ । ଭାରତ କରୋନା ସମୟରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଟିକା ପ୍ରସ୍ତୁତ କଲା । ଏହି ଲୋକମାନେ ମଧ୍ୟ ନିଜର ଟିକା ଉପରେ ପ୍ରଶ୍ନ ଉଠାଇଲେ। ଆଉ ମୋତେ ଏବେ କେହି ଜଣେ କହୁଥିଲେ ଯେ ଏକ ନୂତନ ଫିଲ୍ମ ଆସିଛି, ଟିକା ଉପରେ ପ୍ରସ୍ତୁତ ଏହି ଫିଲ୍ମ ‘ଭ୍ୟାକ୍ସିନ ୱାର’ (‘Vaccine War’ ) ଏବଂ ବିଶ୍ୱର ଲୋକମାନଙ୍କର ଆଖି ଖୋଲିଯାଏ ଯେତେବେଳେ ଏଭଳି ଫିଲ୍ମ ଆମ ଦେଶରେ ପ୍ରସ୍ତୁତ ହୋଇଛି ଯାହା ଆମ ଦେଶର ବୈଜ୍ଞାନିକମାନେ ଚମତ୍କାର କରି ଦେଇଥିଲେ, ଦେଶର କୋଟି- କୋଟି ଲୋକଙ୍କ ଜୀବନ କିଭଳି ବଂଚାଇଲେ, ଏହା ଉପରେ ଭ୍ୟାକ୍ସିନ ୱାର ଫିଲ୍ମ ନିର୍ମାଣ ହୋଇଛି ।

ଭାଇ ଓ ଭଉଣୀମାନେ,

ଭାରତର ସେନା ଯେଉଁ କଥା କହିଥାଏ, ଭାରତର ସେନା ଯେଉଁ ପରାକ୍ରମ ଦେଖାଇଥାଏ, ତାହା ଉପରେ ମଧ୍ୟ ସେହି ଲୋକମାନେ ପ୍ରଶ୍ନ ଉଠାଇ ଥାଆନ୍ତି । ସେମାନଙ୍କୁ ଦେଶର ଶତ୍ରୁମାନଙ୍କର କଥା ଆତଙ୍କବାଦୀ ମାନଙ୍କର ସର୍ଦ୍ଦାରମାନଙ୍କ କଥା ଠିକ୍ ଲାଗିଥାଏ । ମୋ ଦେଶର ସେନାର ଜବାନମାନଙ୍କର କଥା ଠିକ୍ ଲାଗି ନ ଥାଏ । ଆପଣମାନେ ମଧ୍ୟ ଦେଖିଛନ୍ତି, ସ୍ୱାଧୀନତାର 75ବର୍ଷ ପୂରଣ ହେବା ପରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କଲା । ଏହା ତ’ ଭାଜପାର କାର୍ଯ୍ୟକ୍ରମ ନ ଥିଲା, ଏହା ଥିଲା ଦେଶର କାର୍ଯ୍ୟକ୍ରମ । ସ୍ୱାଧୀନ ହିନ୍ଦୁସ୍ତାନର ପ୍ରତ୍ୟେକ ନାଗରିକଙ୍କର ଉତ୍ସବ ଥିଲା । କିନ୍ତୁ, ଏହି ଲୋକମାନେ ସ୍ୱାଧୀନତାର ଅମୃତ କାଳକୁ ମଧ୍ୟ ଉପହାସ କରି ଉଡ଼ାଇ ଦେଉଥିଲେ । ଆମେ ଭବିଷ୍ୟତ ପିଢ଼ୀଙ୍କ ପାଇଁ ଦେଶର କୋଣ- ଅନୁକୋଣରେ ଅମୃତ ସରୋବର ନିର୍ମାଣ କରୁଛୁ, ଜଳ ସଂଗ୍ରହର ଏକ ବଡ଼ ଅଭିଯାନ ଚଲାଉଛୁ । କିନ୍ତୁ ଏହି କାର୍ଯ୍ୟକ୍ରମରେ ମଧ୍ୟ ଏଇ ଲୋକମାନଙ୍କୁ ଅସୁବିଧା ହେଉଛି ।

ମୋର ପରିବାରଜନ,

ଯେଉଁ ଦଳ ସ୍ୱାଧୀନତାର ଏତେ ବର୍ଷ ପର୍ଯ୍ୟନ୍ତ ଦେଶରେ ସରକାର ଚଳାଇଲା, ସେ ଆଦିବାସୀ ସମାଜକୁ ମଧ୍ୟ ସମ୍ମାନ ଦେଲା ନାହିଁ । ସ୍ୱାଧୀନତା ଠାରୁ ନେଇ ସାଂସ୍କୃତିକ ପରମ୍ପରାର ସମୃଦ୍ଧି ପର୍ଯ୍ୟନ୍ତ, ଆମର ଆଦିବାସୀ ସମାଜର ବହୁତ ବଡ଼ ଭୂମିକା ରହିଛି । ଗୋଣ୍ଡ ସମାଜ ହେଉଛି ବିଶ୍ୱର ସବୁଠାରୁ ବଡ଼ ଜନଜାତୀୟ ସମାଜ ମଧ୍ୟରୁ ଗୋଟିଏ । ଏଭଳି କ୍ଷେତ୍ରରେ ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଯେଉଁମାନେ କ୍ଷମତାରେ ରହିଲେ, ସେମାନେ ଆଦିବାସୀ ସମାଜର ଯୋଗଦାନକୁ କାହିଁକି ରାଷ୍ଟ୍ରୀୟ ପରିଚୟ ଦେଲେ ନାହିଁ ? ଏଥିପାଇଁ  ଦେଶକୁ କାହିଁକି ଭାଜପାକୁ ଅପେକ୍ଷା କରିବାକୁ ପଡ଼ିଲା ? ଆମର ଯେଉଁ ଯୁବ ଆଦିବାସୀ, ଯେତେବେଳେ ସେମାନେ ମଧ୍ୟ ଜନ୍ମ ହୋଇ ନ ଥିଲେ, ସେମାନଙ୍କୁ ଏହା ନିଶ୍ଚିତ ଜାଣିବା ଆବଶ୍ୟକ । ସେମାନଙ୍କ ଜନ୍ମ ପୂର୍ବରୁ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଜନଜାତୀୟ ସମାଜ ପାଇଁ ଭିନ୍ନ ମନ୍ତ୍ରଣାଳୟ ଗଠନ କଲେ, ସ୍ୱତନ୍ତ୍ର ବଜେଟ ଦେଲେ । ବିଗତ 9 ବର୍ଷରେ ଏହି ବଜେଟରେ ଅନେକ ଗୁଣ ବୃଦ୍ଧି କରିବାର କାର୍ଯ୍ୟ ମଧ୍ୟ ଏହି ମୋଦୀ ସରକାର କରିଛନ୍ତି । ଦେଶକୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦେବାର ସୌଭାଗ୍ୟ ମଧ୍ୟ ଭାଜପାକୁ ମିଳିଲା । ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତୀୟ ଗୌରବ ଦିବସ ଭାବେ ଭାଜପା ସରକାର ଘୋଷଣା କଲେ । ଦେଶର ଅତ୍ୟାଧୁନିକ ରେଳ ଷ୍ଟେସନଗୁଡ଼ିକ ମଧ୍ୟରୁ ଗୋଟିଏର ନାମ ରାଣୀ କମଲାପତିଙ୍କ ନାମରେ କରାଯାଇଛି । ପାତାଲପାନୀ ଷ୍ଟେସନ ଏବେ, ଜନନାୟକ ଟଂଟୟାଭୀଲଙ୍କ ନାମରେ ପରିଚିତ ହେଉଛି । ଆଉ ଆଜି ଏଠାରେ ଗୋଣ୍ଡ ସମାଜର ପ୍ରେରଣା, ରାଣୀ ଦୁର୍ଗାବତୀ ମହୋଦୟାଙ୍କ ନାମରେ ଏତେ ଭବ୍ୟ ସ୍ମାରକର ନିର୍ମାଣ ହୋଇଛି । ଏହି ସଂଗ୍ରାହଳୟରେ ଗୋଣ୍ଡ ସଂସ୍କୃତି, ଗୋଣ୍ଡ ଇତିହାସ ଏବଂ କଳାର ମଧ୍ୟ ପ୍ରଦର୍ଶନ ହେବ । ଆମର ପ୍ରୟାସ ଏହା ରହିଛି ଯେ ଭବିଷ୍ୟତ ପିଢ଼ୀ ସମୃଦ୍ଧ ଗୋଣ୍ଡ ପରମ୍ପରାକୁ ଜାଣି ପାରନ୍ତୁ । ମୁଁ ଯେତେବେଳେ ବିଶ୍ୱର ନେତାମାନଙ୍କ ସହିତ ସାକ୍ଷାତ କରୁଛି, ସେତେବେଳେ ସେମାନଙ୍କୁ ଗୋଣ୍ଡ ଚିତ୍ରକଳା ମଧ୍ୟ ଉପହାର ଆକାରରେ ଦେଉଛି । ଯେତେବେଳେ ସେମାନେ ଏହି ସୁନ୍ଦର ଗୋଣ୍ଡକଳାର ପ୍ରଶଂସା କରି ଥାଆନ୍ତି, ସେତେବେଳେ ମୋର ମଥା ମଧ୍ୟ ଗର୍ବରେ ଉଚ୍ଚା ହୋଇ ଯାଇଥାଏ ।

ସାଥୀଗଣ,

ସ୍ୱାଧୀନତା ପରେ ଦଶକ- ଦଶକ ଧରି ଯେଉଁ ଦଳ ଦେଶରେ ସରକାରରେ ବସି ରହିଲେ, ସେମାନେ କେବଳ ଗୋଟିଏ ହିଁ କାମ କଲେ, ଗୋଟିଏ ହିଁ ପରିବାରର ଚରଣ- ବନ୍ଦନ, ଗୋଟିଏ ହିଁ ପରିବାରର ଚରଣ- ବନ୍ଦନ କରିବା ବ୍ୟତୀତ ସେମାନଙ୍କୁ ଦେଶର ଚିନ୍ତା ନ ଥିଲା । ଦେଶକୁ କେବଳ ଗୋଟିଏ ପରିବାର ହିଁ ସ୍ୱାଧୀନତା ଆଣି  ଦେଇ ନଥିଲା । ଦେଶର ବିକାଶ ମଧ୍ୟ କେବଳ ଗୋଟିଏ ପରିବାର ହିଁ କରି ନଥିଲା । ଏହା ହେଉଛି ଆମ ସରକାର, ଯିଏ ସମସ୍ତଙ୍କର ମାନ ରଖିଲେ, ସମ୍ମାନ ରଖିଲେ, ଆଦର କଲେ, ସମସ୍ତଙ୍କର ଧ୍ୟାନ ରଖିଲେ । ଏହା ହେଉଛି ଭାଜପା ସରକାର ଯିଏ ମହୂ ସହିତ ସାରା ବିଶ୍ୱରେ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ସହିତ ଜଡ଼ିତ ସ୍ଥାନକୁ ପଂଚତୀର୍ଥ କରିଛନ୍ତି । ମୋତେ କିଛି ସପ୍ତାହ ପୂର୍ବରୁ ସାଗରରେ ସନ୍ଥ ରବି ଦାସ ଜୀଙ୍କ ସ୍ମାରକ ସ୍ଥଳୀର ଭୂମି ପୂଜନର ମଧ୍ୟ ସୁଯୋଗ ମିଳିଥିଲା । ଏହା ସାମାଜିକ ସମରସତା ଏବଂ ପରମ୍ପରା ପ୍ରତି ଭାଜପା ସରକାରଙ୍କର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି ।

ସାଥୀଗଣ,

ପରିବାରବାଦ ଏବଂ ଭ୍ରଷ୍ଟାଚାରକୁ ପାଳନ- ପୋଷଣ କରୁଥିବା ଦଳ ଆଦିବାସୀ ସମାଜର ସଂସାଧନକୁ ଲୁଟିଛନ୍ତି । 2014 ପୂର୍ବରୁ କେବଳ 8- 10 ବନଜାତ ଉତ୍ପାଦ ଉପରେ ହିଁ ଏମଏସପି ଦିଆଯାଉଥିଲା । ବାକି ବନଜାତ ଉତ୍ପାଦକୁ ଶାଗ ମାଛ ଦରରେ କିଛି ଲୋକ କିଣୁଥିଲେ ଆଉ ଆଦିବାସୀମାନଙ୍କୁ କିଛି ମିଳୁ ନ ଥିଲା । ଆମେ ଏହାକୁ ବଦଳାଇଲୁ ଏବଂ ଆଜି ପ୍ରାୟ 90 ବନଜାତ ଉତ୍ପାଦକୁ ଏମଏସପି ପରିସରକୁ ଅଣା ଯାଇ ସାରିଛି ।

ସାଥୀଗଣ,

ଅତୀତରେ ଆମର ଆଦିବାସୀ କୃଷକମାନେ, ଆମର କ୍ଷୁଦ୍ର ଚାଷୀମାନଙ୍କର ଉତ୍ପାଦ କୋଦ- ସୁଆଁ ଭଳି ବଗଡ଼ା ଶସ୍ୟକୁ ଅଧିକ ଗୁରୁତ୍ୱ ଦିଆ ଯାଉ ନ ଥିଲା । ଆପଣମାନେ ଦେଖିଲେ ଯେ ଦିଲ୍ଲୀରେ G-20 ପାଇଁ ସାରା ବିଶ୍ୱର ବଡ଼- ବଡ଼ ନେତା ଆସିଥିଲେ, ଏକରୁ ଆରେକ ବଳି ବଡ଼ ନେତା ଆସିଥିଲେ । ସେମାନଙ୍କୁ ମଧ୍ୟ ଆମେ ଆପଣମାନଙ୍କର କୋଦ- ସୁଆଁ ଭଳି ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦେଇଥିଲୁ । ଭାଜପା ସରକାର ଆପଣମାନଙ୍କର କୋଦ- ସୁଆଁ ଭଳି ଶସ୍ୟକୁ ଶ୍ରୀ ଅନ୍ନ ଭାବେ ଦେଶ ବିଦେଶର ବଜାରରେ ପହଂଚାଇବାକୁ ଚାହୁଁଛନ୍ତି । ଆମର ପ୍ରୟାସ ଏହା ଯେ ଆଦିବାସୀ କୃଷକ ମାନଙ୍କୁ, କ୍ଷୁଦ୍ର ଚାଷୀମାନଙ୍କୁ ଅଧିକରୁ ଅଧିକ ଲାଭ ମିଳୁ ।

ମୋର ପରିବାରଜନ,

ଭାଜପାର ଡବଲ ଇଞ୍ଜିନ ସରକାରଙ୍କର ପ୍ରାଥମିକତା, ହେଉଛି ବଂଚିତ ମାନଙ୍କୁ ଗୁରୁତ୍ୱ ଦେବା । ପାଇପ୍ ଯୋଗେ ବିଶୁଦ୍ଧ ପାଣି ମିଳୁ, ଏହା ଗରିବଙ୍କ ସ୍ୱାସ୍ଥ୍ୟ ଏବଂ ମହିଳାମାନଙ୍କ ସୁବିଧା ପାଇଁ ହେଉଛି ବହୁତ ଆବଶ୍ୟକ । ଆଜି ମଧ୍ୟ ଏଠାରେ ପ୍ରାୟ 1600 ଗାଁ ପର୍ଯ୍ୟନ୍ତ ପାଣି ପହଂଚାଇବାର ବ୍ୟବସ୍ଥା ହୋଇଛି । ମହିଳାମାନଙ୍କର ସ୍ୱାସ୍ଥ୍ୟ ସର୍ବଦା ଦେଶର ପ୍ରାଥମିକତା ହେବାର ଥିଲା । କିନ୍ତୁ ଏହାକୁ ମଧ୍ୟ ପୂର୍ବରୁ କ୍ରମାଗତ ଭାବେ ଅଣଦେଖା କରି ଦିଆଗଲା । ନାରୀ ଶକ୍ତି ବନ୍ଦନ ଅଧିନିୟମ, ମାଧ୍ୟମରେ ଲୋକସଭା, ବିଧାନସଭାରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ଦେବାର କାର୍ଯ୍ୟ ମଧ୍ୟ ଭାଜପା ହିଁ କରିଛି ।

ସାଥୀଗଣ,

ଗାଁର ସାମାଜିକ ଆର୍ଥିକ ଜୀବନରେ ଆମର ବିଶ୍ୱକର୍ମା ସାଥୀମାନଙ୍କର ବହୁତ ବଡ଼ ଯୋଗଦାନ ରହିଥାଏ । ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରାଥମିକତା ଦେବାର ଆବଶ୍ୟକତା ଥିଲା । କିନ୍ତୁ, 13 ହଜାର କୋଟି ଟଙ୍କାର ପିଏମ ବିଶ୍ୱକର୍ମା ଯୋଜନା, ଭାଜପା ସରକାର ଗଠନ ହେବା ପରେ ହିଁ ଆମକୁ ତାହାକୁ ଆଣିବାକୁ ପଡ଼ିଲା ।

ମୋର ପରିବାରଜନ,

ଭାଜପା ସରକାର, ହେଉଛି ଗରିବମାନଙ୍କର ସରକାର । ନିଜର ଭ୍ରଷ୍ଟାଚାର ଆଉ ନିଜର ପରିବାରବାଦକୁ ଆଗକୁ ବଢ଼ାଇ ନେବା ପାଇଁ କିଛି ଲୋକ ଭଳିକି ଭଳି ପ୍ରଚେଷ୍ଟା କରୁଛନ୍ତି । କିନ୍ତୁ ମୋଦୀଙ୍କର ଗ୍ୟାରେଂଟି ହେଉଛି ଯେ- ଏମପିର ବିକାଶ ଶ୍ରେଷ୍ଠ ସ୍ଥାନକୁ ଆସିବ । ମୋର ବିଶ୍ୱାସ ଯେ ମୋଦୀଙ୍କ ଭାଜପା ସରକାର ଏହି ସଂକଳ୍ପକୁ ମହାକୌଶଳ ସୁଦୃଢ଼ କରିବ, ମଧ୍ୟ ପ୍ରଦେଶ ସୁଦୃଢ଼ କରିବ । ପୁଣିଥରେ ବୀରାଙ୍ଗନା ରାଣୀ ଦୁର୍ଗାବତୀ ମହୋଦୟାଙ୍କୁ ଶ୍ରଦ୍ଧା ପୂର୍ବକ ପ୍ରଣାମ କରୁଛି ଆଉ ଆପଣମାନେ ଏତେ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବାକୁ ଆସିଛନ୍ତି, ସେଥିପାଇଁ ମୁଁ ଆନ୍ତରିକତାର ସହିତ କୃତଜ୍ଞତା ଜଣାଉଛି । ମୋ ସହିତ, ମୁଁ କହିବି ରାଣୀ ଦୁର୍ଗାବତୀ, ଆପଣମାନେ କହିବେ ଅମର ରହେ, ଅମର ରହେ- ରାଣୀ ଦୁର୍ଗାବତୀ- ଅମର ରହେ, ଅମର ରହେ । ସ୍ୱର ସମ୍ପୂର୍ଣ୍ଣ ମଧ୍ୟ ପ୍ରଦେଶରେ ଗୁଞ୍ଜରିତ ହେବା ଆବଶ୍ୟକ ।

ରାଣୀ ଦୁର୍ଗାବତୀ- ଅମର ରହେ, ଅମର ରହେ ।

ରାଣୀ ଦୁର୍ଗାବତୀ- ଅମର ରହେ, ଅମର ରହେ ।

ରାଣୀ ଦୁର୍ଗାବତୀ- ଅମର ରହେ, ଅମର ରହେ ।

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ବହୁତ- ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s 5G traffic surges 70% Y-o-Y: Nokia report

Media Coverage

India’s 5G traffic surges 70% Y-o-Y: Nokia report
NM on the go

Nm on the go

Always be the first to hear from the PM. Get the App Now!
...
PM chairs CCS Meeting to review measures being taken in the context of ongoing West Asia Conflict
April 01, 2026
Interventions across agriculture, fertilizers, shipping, aviation, logistics and MSMEs to mitigate emerging challenges discussed
Supply diversification for LPG and LNG, fuel duty reduction and power sector measures reviewed to ensure stability of essential supplies
Steps being taken to ensure stable prices of essential commodities and strict action against hoarding and black-marketing
Control Rooms set up for constant monitoring and interaction with States/UTs on prices and enforcement of Essential Commodities Act
Various efforts being taken to ensure fertilizer supply such as maintaining Urea Production and coordination with overseas suppliers for DAP/NPKS supplies
PM assesses availability of critical needs for the common man
PM discusses availability of fertilisers in the country and steps being taken to ensure its availability in the Kharif and Rabi seasons
PM directs that all efforts must be made to safeguard the citizens from the impact of this conflict
PM underlines the need for timely & smooth flow of authentic information to the public to prevent misinformation and rumour mongering
Enough coal stock exists which shall serve power needs adequately in coming months

Prime Minister Shri Narendra Modi a special of the Cabinet Committee on Security (CCS) to review measures taken by various Ministries/Departments and also discussed further initiatives to be taken in the context of the ongoing West Asia conflict, at 7 Lok Kalyan Marg today. This was the second special CCS meeting on this issue.

Cabinet Secretary briefed about the action taken to ensure supply of petroleum products, particularly LNG/LPG, and sufficient power availability. Sources are being diversified for procurement of LPG with new inflows from different countries. Similarly, Liquefied Natural Gas (LNG) is being sourced from different countries. He further briefed that LPG prices for domestic consumers have remained the same and Anti-diversion enforcement to curb hoarding and black marketing of LPG is being conducted regularly.

Initiatives have also been taken to expand Piped Natural Gas connections. Measures like exempting the gas-based power plants with a capacity of 7-8 GW from gas pooling mechanism and increasing of rake for positioning more coal at thermal power stations etc. have also been taken to ensure availability of power during the peak summer months.

Further, interventions proposed to be taken for emerging challenges in various other sectors such as agriculture, civil aviation, shipping and logistics were also discussed.

Various efforts like maintaining urea production to meet requirements, coordinating with overseas supplies for DAP/NPKS suppliers are being taken to ensure fertilizer supply. State governments are being requested to curb black marketing, hoarding, and diversion of fertilizers through daily monitoring, raids, and strict action.

The retail prices of food commodities have been stable over the past one month. Control Rooms have been set up for constant monitoring and interaction with States/UTs on prices and enforcement of Essential Commodities Act. The prices of agricultural products , vegetables and fruits are also being monitored.

Efforts to globally diversify our sources for energy, fertilizers and other supply chains, and international initiatives for securing safe passage of vessels through the strait of Hormuz and ongoing diplomatic efforts are being taken.

Enhanced coordination, real-time communication, and proactive measures across central, state, and district levels to drive effective information dissemination and public awareness amid the evolving crisis is being undertaken.

Prime Minister assessed the availability of critical needs for the common man. He discussed availability of fertilisers in the country and steps being taken to ensure its availability in the Kharif and Rabi seasons. He said that all efforts must be made to safeguard the citizens from the impact of this conflict. Prime Minister also emphasised smooth flow of authentic information to the public to prevent misinformation and rumour mongering.

Prime Minister directed all concerned departments to take all possible measures to ameliorate the problems of citizens and sectors affected by the ongoing global situation.