ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂର ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ମହାରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂର ଜୀ ତ୍ରିପୁରାର ବିକାଶରେ ତାଙ୍କର ଦୃଷ୍ଟାନ୍ତମୂଳକ ପ୍ରୟାସ ପାଇଁ ପ୍ରଶଂସିତ। ଜନସେବା ପ୍ରତି ତାଙ୍କର ଆଗ୍ରହ, ଗରିବଙ୍କୁ ସଶକ୍ତ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ସାମାଜିକ ଉନ୍ନତି ପ୍ରତି ତାଙ୍କର ସମର୍ପଣ ଭାବ ଆମକୁ ନିରନ୍ତର ପ୍ରେରଣା ଦେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି;
"ମହାରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂର ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରୁଛି। ତ୍ରିପୁରାର ବିକାଶରେ ତାଙ୍କର ଦୃଷ୍ଟାନ୍ତମୂଳକ ପ୍ରୟାସ ପାଇଁ ସେ ପ୍ରଶଂସିତ। ଜନସେବା ପ୍ରତି ତାଙ୍କର ଆଗ୍ରହ, ଗରିବଙ୍କୁ ସଶକ୍ତ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ସାମାଜିକ ଉନ୍ନତି ପ୍ରତି ତାଙ୍କର ସମର୍ପଣ ଆମକୁ ନିରନ୍ତର ପ୍ରେରଣା ଦେଉଛି। ତାଙ୍କ ସଂକଳ୍ପକୁ ସାକାର କରିବା ପାଇଁ କେନ୍ଦ୍ର ସରକାର ଏବଂ ତ୍ରିପୁରା ସରକାର ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।
Remembering Maharaja Bir Bikram Kishore Manikya Bahadur Ji on his birth anniversary. He is admired for his exemplary efforts in developing Tripura. His passion for public service, commitment to empowering the poor and dedication to social upliftment continue to inspire us…
— Narendra Modi (@narendramodi) August 19, 2025


