ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଞ୍ଜିନିୟର ଦିବସ ଅବସରରେ ଭାରତ ରତ୍ନ ସାର ଏମ୍. ବିଶ୍ୱେଶ୍ୱରାୟଙ୍କୁ ହାର୍ଦ୍ଧିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯାହାଙ୍କ ଅଗ୍ରଣୀ ଅବଦାନ ଭାରତର ଆଧୁନିକ ଇଞ୍ଜିନିୟରିଂ ଦୃଶ୍ୟପଟର ମୂଳଦୁଆ ସ୍ଥାପନ କରିଥିଲା ।
ଆଜି ଏକ୍ସରେ ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ଇଞ୍ଜିନିୟର ଦିବସରେ, ମୁଁ ସାର୍ ଏମ୍. ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଯାହାଙ୍କ ପ୍ରତିଭା ଭାରତର ଇଞ୍ଜିନିୟରିଂ ଦୃଶ୍ୟପଟରେ ଏକ ଅଲିଭା ଛାପ ଛାଡିଛି । ମୁଁ ସମସ୍ତ ଇଞ୍ଜିନିୟରମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଉଛି, ଯେଉଁମାନେ ସେମାନଙ୍କର ସୃଜନଶୀଳତା ଏବଂ ଦୃଢ଼ ସଂକଳ୍ପ ମାଧ୍ୟମରେ, ବିଭିନ୍ନ କ୍ଷେତ୍ରରେ ନବାଚାର ଏବଂ କଠିନ ଆହ୍ୱାନର ମୁକାବିଲା ଜାରି ରଖିଛନ୍ତି । ଆମର ଇଞ୍ଜିନିୟରମାନେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୂହିକ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।”
Today, on Engineers’ Day, I pay homage to Sir M. Visvesvaraya, whose brilliance left an indelible mark on India’s engineering landscape. I extend warm greetings to all engineers who, through their creativity and determination, continue to drive innovation and tackle tough…
— Narendra Modi (@narendramodi) September 15, 2025


