ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ସଂଗ୍ରାମର ମହାନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ସହିଦ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଆଦିବାସୀ ଭାଇ-ଭଉଣୀଙ୍କ କଲ୍ୟାଣ ଏବଂ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ତ୍ୟାଗ ଏବଂ ସମର୍ପଣ ଦେଶର ଲୋକମାନଙ୍କୁ ପ୍ରେରିତ କରୁଥିବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ସ୍ୱାଧୀନତା ସଂଗ୍ରାମର ମହାନାୟକ ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ସହିଦ ଦିବସରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଆଦିବାସୀ ଭାଇ-ଭଉଣୀମାନଙ୍କର କଲ୍ୟାଣ ଏବଂ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ସେ ନିଜ ଜୀବନ ସମର୍ପିତ କରିଥିଲେ । ତାଙ୍କର ତ୍ୟାଗ ଏବଂ ସମର୍ପଣ ଦେଶବାସୀଙ୍କୁ ସର୍ବଦା ପ୍ରେରିତ କରୁଥିବ ।”
स्वतंत्रता संग्राम के महानायक भगवान बिरसा मुंडा जी को उनके बलिदान दिवस पर आदरपूर्ण श्रद्धांजलि। आदिवासी भाई-बहनों के कल्याण और उनके अधिकारों की रक्षा के लिए उन्होंने अपना जीवन समर्पित कर दिया। उनका त्याग और समर्पण देशवासियों को सदैव प्रेरित करता रहेगा। pic.twitter.com/IU2wiFhhqO
— Narendra Modi (@narendramodi) June 9, 2025


