ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୀର ସାଭରକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅଦମ୍ୟ ସାହସ ଏବଂ ସଂଘର୍ଷର ଗାଥାକୁ ଚିର କୃତଜ୍ଞ ଦେଶ କେବେ ଭୁଲି ପାରିବ ନାହିଁ । ଦେଶ ପାଇଁ ତାଙ୍କର ତ୍ୟାଗ ଏବଂ ସମର୍ପଣ ଏକ ବିକଶିତ ଭାରତ ନିର୍ମାଣରେ ପଥ ପ୍ରଦର୍ଶର୍କ ହୋଇ ରହିଥିବ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଭାରତ ମାତାର ସଚ୍ଚୋଟ ପୁତ୍ର ବୀର ସାଭରକରଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ବିଦେଶୀ ଶାସନର କଠୋର ଦଣ୍ଡ ମଧ୍ୟ ମାତୃଭୂମି ପ୍ରତି ତାଙ୍କର ସମର୍ପଣ ଭାବକୁ ଦୋହଲାଇ ପାରିନଥିଲା । ସ୍ୱାଧୀନତାର ଆନ୍ଦୋଳନରେ ତାଙ୍କର ଅଦମ୍ୟ ସାହସ ଏବଂ ସଂଘର୍ଷର ଗାଥାକୁ ଏହି କୃତଜ୍ଞ ରାଷ୍ଟ୍ର କେବେବି ଭୁଲି ପାରିବ ନାହିଁ । ଦେଶ ପାଇଁ ତାଙ୍କର ତ୍ୟାଗ ଏବଂ ସମର୍ପଣ ବିକଶିତ ଭାରତ ନିର୍ମାଣରେ ମଧ୍ୟ ପଥ ପ୍ରଦର୍ଶକ ହୋଇ ରହିଥିବ ।”
भारत माता के सच्चे सपूत वीर सावरकर जी को उनकी जन्म-जयंती पर आदरपूर्ण श्रद्धांजलि। विदेशी हुकूमत की कठोर से कठोर यातनाएं भी मातृभूमि के प्रति उनके समर्पण भाव को डिगा नहीं पाईं। आजादी के आंदोलन में उनके अदम्य साहस और संघर्ष की गाथा को कृतज्ञ राष्ट्र कभी भुला नहीं सकता। देश के लिए… pic.twitter.com/3OsxSN905I
— Narendra Modi (@narendramodi) May 28, 2025


