ଭାରତକୁ ଖାଦ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଡକ୍ଟର ସ୍ୱାମୀନାଥନ୍ : ପ୍ରଧାନମନ୍ତ୍ରୀ
ଡକ୍ଟର ସ୍ୱାମୀନାଥନ୍‌ ଜୈବ ବିବିଧତାକୁ ଅତିକ୍ରମ କରି ଜୈବ-ସୁଖ ଭଳି ଏକ ଦୃଷ୍ଟିକୋଣର ଧାରଣା ଦେଇଥିଲେ : ପ୍ରଧାନମନ୍ତ୍ରୀ
ଭାରତ କେବେବି ଏହାର କୃଷକମାନଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ : ପ୍ରଧାନମନ୍ତ୍ରୀ
ଆମ ସରକାର କୃଷକମାନଙ୍କ ଶକ୍ତିକୁ ଦେଶ ପ୍ରଗତିର ମୂଳଦୁଆ ଭାବରେ ସ୍ୱୀକୃତି ଦେଇଛି : ପ୍ରଧାନମନ୍ତ୍ରୀ
ଖାଦ୍ୟ ସୁରକ୍ଷା ଆଧାର ଭିତ୍ତିରେ ଆମ କୃଷି ବୈଜ୍ଞାନିକମାନଙ୍କ ପାଇଁ ପରବର୍ତ୍ତୀ ଚ୍ୟାଲେଞ୍ଜ ହେଉଛି ସମସ୍ତଙ୍କ ପାଇଁ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଆଇସିଏଆର୍ ପୁସାରେ ଆୟୋଜିତ ଏମ୍. ଏସ୍. ସ୍ୱାମୀନାଥନ୍ ଜନ୍ମ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମେଳନର ଉଦ୍‌ଘାଟନ କରି ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ପ୍ରଫେସର ଏମ୍‌.ଏସ୍‌. ସ୍ୱାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ, ଯାହାଙ୍କ ଅବଦାନ ଯୁଗାନ୍ତକାରୀ । ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଜଣେ ମହାନ ବୈଜ୍ଞାନିକ ଥିଲେ ଯିଏ ବିଜ୍ଞାନକୁ ଜନସେବାର ମାଧ୍ୟମରେ ପରିଣତ କରିଥିଲେ । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ପ୍ରଫେସର ସ୍ୱାମୀନାଥନ ଏକ ଜ୍ଞାନଚେତନା ଜାଗ୍ରତ କରିଥିଲେ ଯାହା ଆଗାମୀ ଶତାବ୍ଦୀ ପାଇଁ ଭାରତର ନୀତି ଏବଂ ପ୍ରାଥମିକତାକୁ ମାର୍ଗଦର୍ଶନ କରିବ । ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ ଜାତୀୟ ହସ୍ତତନ୍ତ ଦିବସ ବିଷୟରେ ଉଲ୍ଲେଖ କରିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ, ହସ୍ତତନ୍ତ କ୍ଷେତ୍ର ସାରା ଦେଶରେ ନୂତନ ଶକ୍ତି ଏବଂ ସ୍ୱୀକୃତି ହାସଲ କରିଛି । ସେ ଜାତୀୟ ହସ୍ତତନ୍ତ ଦିବସରେ ସମସ୍ତଙ୍କୁ, ବିଶେଷକରି ହସ୍ତତନ୍ତ କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

 

ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନଙ୍କ ସହିତ ବହୁ ବର୍ଷ ଧରି ତାଙ୍କର ସମ୍ପର୍କକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଗୁଜରାଟର ପୂର୍ବ ପରିସ୍ଥିତିକୁ ମନେ ପକାଇଥିଲେ, ଯେଉଁଠାରେ ମରୁଡ଼ି ଏବଂ ବାତ୍ୟା ଯୋଗୁଁ କୃଷି କ୍ଷେତ୍ର କଠିନ ସମସ୍ୟାର ସମ୍ମୁଖୀନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପଦକ୍ଷେପ ଉପରେ କାର୍ଯ୍ୟ ଆରମ୍ଭ ହୋଇଥିବା ଉଲ୍ଲେଖ କରି, ସେ ପ୍ରଫେସର ସ୍ୱାମୀନାଥନଙ୍କୁ ଏହି ପଦକ୍ଷେପ ପ୍ରତି ଅତ୍ୟନ୍ତ ଆଗ୍ରହ ଦେଖାଇଥିବା ଏବଂ ଖୋଲା ହୃଦୟ ସହ ପରାମର୍ଶ ପ୍ରଦାନ କରିଥିବା କଥା ମନେ ପକାଇଥିଲେ, ଯାହା ଏହାର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଶ୍ରୀ ମୋଦୀ ପ୍ରାୟ କୋଡ଼ିଏ ବର୍ଷ ପୂର୍ବେ ତାମିଲନାଡୁରେ ପ୍ରଫେସର ସ୍ୱାମୀନାଥନଙ୍କ ଗବେଷଣା ଫାଉଣ୍ଡେସନ୍ କେନ୍ଦ୍ର ପରିଦର୍ଶନ କରିବା ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ୨୦୧୭ ମସିହାରେ, ତାଙ୍କୁ ପ୍ରଫେସର ସ୍ୱାମୀନାଥନଙ୍କ ପୁସ୍ତକ 'ଦି କ୍ୱେଷ୍ଟ ଫର୍ ଏ ୱାର୍ଲ୍ଡ ୱିଦାଉଟ୍ ହଙ୍ଗର' ଉନ୍ମୋଚନ କରିବାର ସୁଯୋଗ ମିଳିଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ, ୨୦୧୮ ମସିହାରେ, ବାରାଣସୀରେ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ରର ଉଦଘାଟନ ସମୟରେ, ପ୍ରଫେସର ସ୍ୱାମୀନାଥନଙ୍କ ମାର୍ଗଦର୍ଶନ ଅତ୍ୟନ୍ତ ଉପଯୋଗୀ ଥିଲା । ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ଯେ, ପ୍ରଫେସର ସ୍ୱାମୀନାଥନଙ୍କ ସହ ପ୍ରତ୍ୟେକ ଆଲୋଚନା ତାଙ୍କୁ ଏକ ଶିକ୍ଷଣୀୟ ଅଭିଜ୍ଞତା ଦେଇଥିଲା । ସେ ପ୍ରଫେସର ସ୍ୱାମୀନାଥନଙ୍କୁ ଥରେ କହିଥିଲେ ଯେ, "ବିଜ୍ଞାନ କେବଳ ଆବିଷ୍କାର ନୁହେଁ, ବରଂ ବିତରଣ", ଏବଂ ଦୃଢ଼ ଭାବରେ କହିଥିଲେ ଯେ, ସେ ତାଙ୍କ କାର୍ଯ୍ୟ ମାଧ୍ୟମରେ ଏହା ପ୍ରମାଣିତ କରିଥିଲେ । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ କେବଳ ଗବେଷଣା କରିନଥିଲେ ବରଂ ଚାଷୀମାନଙ୍କୁ କୃଷି ପଦ୍ଧତି ପରିବର୍ତ୍ତନ କରିବାକୁ ପ୍ରେରଣା ଦେଇଥିଲେ । ସେ କହିଥିଲେ ଯେ, ଆଜି ମଧ୍ୟ, ପ୍ରଫେସର ସ୍ୱାମୀନାଥନଙ୍କ ଆଭିମୁଖ୍ୟ ଏବଂ ଚିନ୍ତାଧାରା ଭାରତର କୃଷି କ୍ଷେତ୍ରରେ ଦୃଶ୍ୟମାନ ହେଉଛି । ତାଙ୍କୁ ଭାରତ ମାତାର ଜଣେ ପ୍ରକୃତ ମଣି ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ ପ୍ରଫେସର ସ୍ୱାମୀନାଥନଙ୍କୁ ତାଙ୍କ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତରତ୍ନ ପ୍ରଦାନ କରାଯାଇଥିବାରୁ ସେ ସୌଭାଗ୍ୟବାନ ବୋଲି ପ୍ରକାଶ କରିଥିଲେ ।

 

"ଡକ୍ଟର ଏମ. ଏସ. ସ୍ୱାମୀନାଥନ ଭାରତକୁ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଅଭିଯାନର ନେତୃତ୍ୱ ନେଇଥିଲେ", ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ପ୍ରଫେସର ସ୍ୱାମୀନାଥନଙ୍କ ପରିଚୟ ସବୁଜ ବିପ୍ଳବଠାରୁ ଆଗକୁ ଆହୁରି ବିସ୍ତାରିତ । ସେ ଉଲ୍ଲେଖ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ରାସାୟନିକ ବ୍ୟବହାର ଏବଂ ଏକକ ଚାଷ ବୃଦ୍ଧିର ବିପଦ ବିଷୟରେ ଚାଷୀମାନଙ୍କ ମଧ୍ୟରେ ନିରନ୍ତର ସଚେତନତା ସୃଷ୍ଟି କରିଥିଲେ । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଶସ୍ୟ ଉତ୍ପାଦନରେ ବୃଦ୍ଧି ପାଇଁ କାର୍ଯ୍ୟ କରୁଥିଲେ, କିନ୍ତୁ ସେ ପରିବେଶ ଏବଂ ପୃଥିବୀ ମାତା ପ୍ରତି ସମାନ ଭାବରେ ବିବ୍ରତ ଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉଭୟ ଉଦ୍ଦେଶ୍ୟକୁ ସନ୍ତୁଳିତ କରିବା ଏବଂ ଉଦୀୟମାନ ସମସ୍ୟାଗୁଡ଼ିକର ମୁକାବିଲା କରିବା ପାଇଁ, ପ୍ରଫେସର ସ୍ୱାମୀନାଥନ ଚିରସବୁଜ ବିପ୍ଳବର ଧାରଣା ପ୍ରବର୍ତ୍ତନ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଗ୍ରାମୀଣ ସମ୍ପ୍ରଦାୟ ଏବଂ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଜୈବ-ଗ୍ରାମର ଦୃଷ୍ଟିକୋଣ ପ୍ରସ୍ତାବ ରଖିଥିଲେ । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ସମ୍ପ୍ରଦାୟ ବିହନ ବ୍ୟାଙ୍କ ଏବଂ ଅର୍ଥକରୀ ଫସଲ ଭଳି ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥିଲେ ।

 

"ଡକ୍ଟର ଏମ. ଏସ. ସ୍ୱାମୀନାଥନ ବିଶ୍ୱାସ କରୁଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଏବଂ ପୁଷ୍ଟିକର ଆହ୍ୱାନର ସମାଧାନ ସେହି ଭୁଲାଯାଇଥିବା ଫସଲରେ ରହିଛି", ପ୍ରଧାନମନ୍ତ୍ରୀ କୃଷିରେ ମରୁଡ଼ି ସହନଶୀଳତା ଏବଂ ଲୁଣ ସହନଶୀଳତା ଉପରେ ପ୍ରଫେସର ସ୍ୱାମୀନାଥନଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ବାଜରା କିମ୍ବା ଶ୍ରୀଅନ୍ନ ଉପରେ କାର୍ଯ୍ୟ କରିଥିଲେ, ଯେତେବେଳେ ସେଗୁଡ଼ିକୁ ପ୍ରାୟତଃ ଅଣଦେଖା କରାଯାଇଥିଲା । ଶ୍ରୀ ମୋଦୀ ସ୍ମରଣ କରାଇ ଦେଇଥିଲେ ଯେ, ବର୍ଷ ବର୍ଷ ପୂର୍ବେ ପ୍ରଫେସର ସ୍ୱାମୀନାଥନ ମାନ୍‌ଗ୍ରୋଭ୍‌ର ଜେନେଟିକ୍ ଗୁଣଗୁଡ଼ିକୁ ଧାନରେ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ, ଯାହା ଫସଲକୁ ଅଧିକ ଜଳବାୟୁ-ସ୍ଥାପକ କରିବାରେ ସାହାଯ୍ୟ କରିବ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଆଜି, ଜଳବାୟୁ ଅନୁକୂଳନ ଏକ ବିଶ୍ୱ ପ୍ରାଥମିକତା ହେବା ସହିତ, ପ୍ରଫେସର ସ୍ୱାମୀନାଥନଙ୍କ ଚିନ୍ତାଧାରା ପ୍ରକୃତରେ କେତେ ଦୂରଦୃଷ୍ଟିସମ୍ପନ୍ନ ଥିଲା ତାହା ସ୍ପଷ୍ଟ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜୈବ ବିବିଧତା ବିଶ୍ୱସ୍ତରୀୟ ଆଲୋଚନାର ବିଷୟ ଏବଂ ସରକାର ଏହାକୁ ସଂରକ୍ଷଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ, ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନ୍ ଜୈବ-ସୁଖର ଧାରଣାକୁ ପ୍ରବର୍ତ୍ତନ କରି ଆଉ ଗୋଟିଏ ପାଦ ଆଗକୁ ଯାଇଥିଲେ । ସେ ମନ୍ତବ୍ୟ ଦେଇଥିଲେ ଯେ, ଆଜିର ସମାବେଶ ସେହି ଚିନ୍ତାଧାରାର ଏକ ପ୍ରତିଫଳନ । ଡକ୍ଟର ସ୍ୱାମୀନାଥନ୍ ବିଶ୍ୱାସ କରୁଥିଲେ ଯେ, ଜୈବ ବିବିଧତାର ଶକ୍ତି ସ୍ଥାନୀୟ ସମ୍ପ୍ରଦାୟର ଜୀବନରେ ପରିବର୍ତ୍ତନ ଆଣିପାରିବ, ତାଙ୍କ କଥା ଉଦ୍ଧୃତ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ସ୍ଥାନୀୟ ସମ୍ପଦର ବ୍ୟବହାର ମାଧ୍ୟମରେ ଲୋକଙ୍କ ପାଇଁ ନୂତନ ଜୀବିକା ସୁଯୋଗ ସୃଷ୍ଟି କରାଯାଇପାରିବ । ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ସ୍ୱଭାବ ଅନୁଯାୟୀ, ଡକ୍ଟର ସ୍ୱାମୀନାଥନଙ୍କ ପାଖରେ ଧାରଣାକୁ ଭୂମିସ୍ତରୀୟ କାର୍ଯ୍ୟରେ ପରିଣତ କରିବାର ଏକ ଅନନ୍ୟ କ୍ଷମତା ଥିଲା । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ତାଙ୍କ ଗବେଷଣା ଫାଉଣ୍ଡେସନ୍ ମାଧ୍ୟମରେ, ଡକ୍ଟର ସ୍ୱାମୀନାଥନ୍ ନୂତନ ଆବିଷ୍କାରର ଲାଭ ଚାଷୀଙ୍କ ପାଖରେ ପହଞ୍ଚାଇବା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ । ସେ କହିଥିଲେ ଯେ, ଛୋଟ ଚାଷୀ, ମତ୍ସ୍ୟଜୀବୀ ଏବଂ ଆଦିବାସୀ ସମ୍ପ୍ରଦାୟ ଡକ୍ଟର ସ୍ୱାମୀନାଥନଙ୍କ ପ୍ରୟାସରୁ ବହୁଳ ଭାବରେ ଲାଭବାନ ହୋଇଥିଲେ ।

ପ୍ରଫେସର ଏମ୍‌.ଏସ୍‌. ସ୍ୱାମୀନାଥନଙ୍କ ଉତ୍ସର୍ଗକୁ ସ୍ମରଣ କରି ସ୍ଥାପିତ “ଫୁଡ୍ ଏଣ୍ଡ ପିସ୍ ପାଇଁ ଏମ୍‌.ଏସ୍‌. ସ୍ୱାମୀନାଥନ ପୁରସ୍କାର” ଆରମ୍ଭ ହେବାରେ ସନ୍ତୋଷ ପ୍ରକାଶ କରି, ପ୍ରଧାନମନ୍ତ୍ରୀ କହିଲେ ଯେ, ଏହି ଅନ୍ତର୍ଜାତୀୟ ପୁରସ୍କାର ବିକାଶଶୀଳ ଦେଶର ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଖାଦ୍ୟ ଏବଂ ଶାନ୍ତି ମଧ୍ୟରେ ସମ୍ପର୍କ କେବଳ ଦାର୍ଶନିକ ନୁହେଁ ବରଂ ଗଭୀର ବ୍ୟବହାରିକ ମଧ୍ୟ । ଉପନିଷଦର ଏକ ଶ୍ଳୋକକୁ ଉଦ୍ଧୃତ କରି ଶ୍ରୀ ମୋଦୀ ଖାଦ୍ୟର ପବିତ୍ରତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଖାଦ୍ୟ ହେଉଛି ଜୀବନ, ଏବଂ ଏହାକୁ କେବେବି ଅସମ୍ମାନ କିମ୍ବା ଅବହେଳା କରାଯିବା ଉଚିତ୍ ନୁହେଁ । ସେ ସତର୍କ କରାଇ ଦେଇଥିଲେ ଯେ, ଖାଦ୍ୟର ଯେକୌଣସି ସଙ୍କଟ ଅନିବାର୍ଯ୍ୟ ଭାବରେ ଜୀବନର ସଙ୍କଟ ଆଡ଼କୁ ଟାଣି ନେଇଯାଏ । ଯେତେବେଳେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ପଡ଼ିଯାଏ, ବିଶ୍ୱବ୍ୟାପୀ ଅଶାନ୍ତି ଅନିବାର୍ଯ୍ୟ ହୋଇଯାଏ । ଶ୍ରୀ ମୋଦୀ ଆଜିର ବିଶ୍ୱରେ ଖାଦ୍ୟ ଏବଂ ଶାନ୍ତି ପାଇଁ ଏମ୍.ଏସ୍. ସ୍ୱାମୀନାଥନ ପୁରସ୍କାରର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ପୁରସ୍କାରର ପ୍ରଥମ ପ୍ରାପ୍ତକର୍ତ୍ତା ନାଇଜେରିଆର ପ୍ରଫେସର ଆଡେନଲେଙ୍କୁ ଅଭିନନ୍ଦନ ଜଣାଇଥିଲେ, ତାଙ୍କୁ ଜଣେ ପ୍ରତିଭାବାନ ବୈଜ୍ଞାନିକ ଭାବରେ ବର୍ଣ୍ଣନା କରିଥିଲେ ଯାହାଙ୍କ କାର୍ଯ୍ୟ ଏହି ସମ୍ମାନର ଭାବନାକୁ ପ୍ରତିଫଳିତ କରେ ।

"ଭାରତୀୟ କୃଷିରେ ବର୍ତ୍ତମାନର ପ୍ରାଧାନ୍ୟତାକୁ ଦେଖି ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନ୍ ଯେଉଁଠାରେ ଥାଆନ୍ତୁ ନା କାହିଁକି ନିଶ୍ଚିତ ଭାବରେ ଗର୍ବ ଅନୁଭବ କରିବେ", ଶ୍ରୀ ମୋଦୀ ପ୍ରକାଶ କରି କହିଥିଲେ ଯେ, ଭାରତ ଆଜି କ୍ଷୀର, ଡାଲି ଏବଂ ପାଟ ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଛି । ଦେଶ ଚାଉଳ, ଗହମ, କପା, ଫଳ ଏବଂ ପନିପରିବା ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଦେଶ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଭାରତ ସର୍ବାଧିକ ଖାଦ୍ୟ ଶସ୍ୟ ଉତ୍ପାଦନ ହାସଲ କରିଛି । ସେ ଜୋର ଦେଇ କହିଥିଲେ ଯେ, ଭାରତ ତୈଳବୀଜରେ ମଧ୍ୟ ରେକର୍ଡ ସ୍ଥାପନ କରୁଛି, ସୋୟାବିନ୍, ସୋରିଷ ଏବଂ ଚିନାବାଦାମ ଉତ୍ପାଦନ ରେକର୍ଡ ସ୍ତରରେ ପହଞ୍ଚିଛି ।

 

"କୃଷକଙ୍କ କଲ୍ୟାଣ ହେଉଛି ଦେଶର ସର୍ବୋଚ୍ଚ ପ୍ରାଥମିକତା", ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଭାରତ କେବେବି ଏହାର ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ । ସେ ଚାଷୀଙ୍କ ଆୟ ବୃଦ୍ଧି, କୃଷି ଖର୍ଚ୍ଚ ହ୍ରାସ ଏବଂ ରାଜସ୍ୱର ନୂତନ ଉତ୍ସ ସୃଷ୍ଟି ପାଇଁ ସରକାରଙ୍କ ନିରନ୍ତର ପ୍ରୟାସକୁ ପୁନର୍ବାର ଦୋହରାଇଥିଲେ ।

 

"ସରକାର ସର୍ବଦା କୃଷକଙ୍କ ଶକ୍ତିକୁ ଜାତୀୟ ପ୍ରଗତି ପାଇଁ ମୂଳଦୁଆ ଭାବରେ ବିବେଚନା କରିଆସିଛି", ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି । ସାମ୍ପ୍ରତିକ ବର୍ଷଗୁଡ଼ିକରେ ପ୍ରଣୀତ ନୀତିଗୁଡ଼ିକ କେବଳ ସହାୟତା ବିଷୟରେ ନୁହେଁ, ବରଂ କୃଷକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ବିଷୟରେ ମଧ୍ୟ ନିହିତ ଥିଲା । ସେ ଉଲ୍ଲେଖ କରିଥିଲେ ଯେ, ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ପ୍ରତ୍ୟକ୍ଷ ଆର୍ଥିକ ସହାୟତା ମାଧ୍ୟମରେ କ୍ଷୁଦ୍ର ଚାଷୀମାନଙ୍କୁ ସଶକ୍ତ କରିଛି । ଏଥିସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀମାନଙ୍କୁ କୃଷି ବିପଦ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରିଛି ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ମାଧ୍ୟମରେ ଜଳସେଚନ ସମସ୍ୟାର ମଧ୍ୟ ସମାଧାନ କରାଯାଇଛି । ଶ୍ରୀ ମୋଦୀ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ, ୧୦,୦୦୦ କୃଷକ ଉତ୍ପାଦକ ସଂଗଠନ (FPO) ସୃଷ୍ଟି କରିବା ଦ୍ୱାରା କ୍ଷୁଦ୍ର ଚାଷୀଙ୍କ ସାମୂହିକ ଶକ୍ତି ମଜବୁତ ହୋଇଛି । ସେ କହିଥିଲେ ଯେ, ସମବାୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ସହାୟତା ଗ୍ରାମୀଣ ଅର୍ଥନୀତିକୁ ନୂତନ ଗତି ଦେଇଛି । ଇ-ନାମ୍ ପ୍ଲାଟଫର୍ମର ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ଦିଗରେ ସହାୟକ ହୋଇପାରିଛି  ଏବଂ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, ନୂତନ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ସଂରକ୍ଷଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିପାରିଛି । ସେ ସୂଚନା ଦେଇଥିଲେ ଯେ, ସମ୍ପ୍ରତି ଅନୁମୋଦିତ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ ଯୋଜନା କୃଷି କ୍ଷେତ୍ରରେ ପଛରେ ପଡ଼ିଥିବା ୧୦୦ ଟି ଜିଲ୍ଲାର ଉନ୍ନତି ପାଇଁ ଲକ୍ଷ୍ୟ ରଖିଛି । “ଏହି ଜିଲ୍ଲାଗୁଡ଼ିକରେ ସୁବିଧା ଏବଂ ଆର୍ଥିକ ସହାୟତା ଯୋଗାଇ ସରକାର ଚାଷ ପ୍ରତି ନୂତନ ବିଶ୍ୱାସ ସୃଷ୍ଟି କରୁଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, "ଏକବିଂଶ ଶତାବ୍ଦୀର ଭାରତ ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ସମାଜର ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ବୃତ୍ତିର ଅବଦାନ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରାଯିବ" । ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନଙ୍କ ଠାରୁ ପ୍ରେରଣା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ବୈଜ୍ଞାନିକମାନଙ୍କ ପାଖରେ ଏବେ ଇତିହାସ ସୃଷ୍ଟି କରିବା ପାଇଁ ଆଉ ଏକ ସୁଯୋଗ ଆସିଛି । ସେ ଉଲ୍ଲେଖ କରିଥିଲେ ଯେ, ପୂର୍ବ ପିଢ଼ିର ବୈଜ୍ଞାନିକମାନେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଥିଲେ, ବର୍ତ୍ତମାନ ପୁଷ୍ଟିକର ସୁରକ୍ଷା ଆଡକୁ ଧ୍ୟାନ କେନ୍ଦ୍ରିତ ହେବାର ଆବଶ୍ୟକତା ରହିଛି ।  ଜନସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଜୈବ-ସୁଦୃଢ଼ ଏବଂ ପୁଷ୍ଟିକର ଫସଲ ଉତ୍ପାଦନ ପରିମାଣ ବୃଦ୍ଧି କ୍ଷେତ୍ରରେ ବ୍ୟାପକ ପ୍ରୋତ୍ସାହନ ପାଇଁ ଆହ୍ୱାନ ଦେଇ ଶ୍ରୀ ମୋଦୀ କୃଷିରେ ରାସାୟନିକ ଦ୍ରବ୍ୟର ବ୍ୟବହାର ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ । ସେ ପ୍ରାକୃତିକ କୃଷିର ଅଧିକ ପ୍ରୋତ୍ସାହନ ପାଇଁ ଆହ୍ୱାନ କରି କହିଥିଲେ ଯେ, ଏହି ଦିଗରେ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ କ୍ରିୟାଶୀଳ ପ୍ରୟାସର ଆବଶ୍ୟକତା ରହିଛି ।

 

ଜଳବାୟୁ ପରିବର୍ତ୍ତନ ଦ୍ୱାରା ଉପୁଜିଥିବା ସମସ୍ୟାଗୁଡ଼ିକ ସର୍ବଜନବିଦିତ ବୋଲି ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଅଧିକ ସଂଖ୍ୟକ ଜଳବାୟୁ-ନିରୋଧୀ ଫସଲ କିସମ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ମରୁଡି-ସହିଷ୍ଣୁ, ଉତ୍ତାପ-ପ୍ରତିରୋଧୀ ଏବଂ ବନ୍ୟା-ଅନୁକୂଳ ଫସଲ ଉପରେ ଧ୍ୟାନ ଦେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶ୍ରୀ ମୋଦୀ ଫସଲ ପରିବର୍ତ୍ତନ ଏବଂ ଉର୍ବର ମୃତ୍ତିକା ଉପରେ ଗବେଷଣା ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ ଏଥିସହିତ ସୁଲଭ ମୃତ୍ତିକା ପରୀକ୍ଷା ଉପକରଣ ଏବଂ ପ୍ରଭାବଶାଳୀ ପୁଷ୍ଟିକର ପରିଚାଳନା କୌଶଳ ବିକଶିତ କରିବାର ଆବଶ୍ୟକତା ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

 

ସୌରଚାଳିତ ସୂକ୍ଷ୍ମ ଜଳସେଚନ ଦିଗରେ ପ୍ରୟାସକୁ ବ୍ୟାପକ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସିଞ୍ଚନ ପ୍ରଣାଳୀ ଏବଂ ସଠିକ ଜଳସେଚନକୁ ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରାଯିବା ଆବଶ୍ୟକ । କୃଷି ପ୍ରଣାଳୀରେ ସାଟେଲାଇଟ୍ ତଥ୍ୟ, ଏଆଇ ଏବଂ ମେସିନ୍ ଲର୍ଣ୍ଣିଂକୁ ଏକୀକୃତ କରିବାର ପ୍ରଶ୍ନ ଉଠାଇ ଶ୍ରୀ ମୋଦୀ ପଚାରିଥିଲେ ଯେ, ଫସଲ ଅମଳର ପୂର୍ବାନୁମାନ, କୀଟପତଙ୍ଗ ଉପରେ ନଜର ରଖିବା ଏବଂ ବିହନ ପ୍ରଣାଳୀକୁ ମାର୍ଗଦର୍ଶନ କରିବା ପାଇଁ ଏକ ବ୍ୟବସ୍ଥା ବିକଶିତ କରାଯାଇପାରିବ କି ଏବଂ ଏପରି ଏକ ରିଅଲ ଟାଇମ୍‌ ନିଷ୍ପତ୍ତି ସମର୍ଥନ ବ୍ୟବସ୍ଥାକୁ ପ୍ରତ୍ୟେକ ଜିଲ୍ଲାରେ ସୁଗମ କରାଯାଇପାରିବ କି ନାହିଁ । ପ୍ରଧାନମନ୍ତ୍ରୀ ବିଶେଷଜ୍ଞମାନଙ୍କୁ କୃଷି-ପ୍ରଯୁକ୍ତି ଷ୍ଟାର୍ଟଅପକୁ ନିରନ୍ତର ମାର୍ଗଦର୍ଶନ କରିବାକୁ ଆହ୍ୱାନ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ବହୁ ସଂଖ୍ୟକ ଉଦ୍ଭାବନଶୀଳ ଯୁବପିଢ଼ି କୃଷି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଅଭିଜ୍ଞ ବୃତ୍ତିଗତଙ୍କ ମାର୍ଗଦର୍ଶନରେ ଏହି ଯୁବପିଢ଼ିଙ୍କ ଦ୍ୱାରା ବିକଶିତ ଉତ୍ପାଦଗୁଡ଼ିକ ଅଧିକ ପ୍ରଭାବଶାଳୀ ହେବ ବୋଲି ମତ ଦେଇଥିଲେ ।

 

"ଭାରତର ଚାଷୀ ସମ୍ପ୍ରଦାୟଙ୍କ ପାଖରେ ପାରମ୍ପରିକ ଜ୍ଞାନର ଏକ ସମୃଦ୍ଧ ଭଣ୍ଡାର ରହିଛି । ପାରମ୍ପରିକ ଭାରତୀୟ କୃଷି ପଦ୍ଧତିକୁ ଆଧୁନିକ ବିଜ୍ଞାନ ସହିତ ସମିଶ୍ରଣ କରି, ଏକ ସାମଗ୍ରିକ ଜ୍ଞାନ ଭିତ୍ତିଭୂମି ସୃଷ୍ଟି କରାଯାଇପାରିବ", ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଫସଲ ବିବିଧତାକୁ ଏକ ଜାତୀୟ ପ୍ରାଥମିକତା ବୋଲି ଉଲ୍ଲେଖ କରି, ଶ୍ରୀ ମୋଦୀ ଚାଷୀମାନଙ୍କୁ ଏହାର ଗୁରୁତ୍ୱ ବିଷୟରେ ଅବଗତ କରାଇବା ଉପରେ ମତ ଦେଇଥିଲେ । ସେ କହିଥିଲେ ଯେ, ଚାଷୀମାନଙ୍କୁ ବିବିଧତାର ଲାଭ ଏବଂ ଏହାକୁ ଗ୍ରହଣ ନକରିବାର ପରିଣାମ ବିଷୟରେ ସଚେତନ କରାଯିବା ଆବଶ୍ୟକ । ସେ ମନ୍ତବ୍ୟ ଦେଇଥିଲେ ଯେ, ବିଶେଷଜ୍ଞମାନେ ଏହି ପ୍ରୟାସ ଦିଗରେ ଅତ୍ୟନ୍ତ ପ୍ରଭାବଶାଳୀ ଭୂମିକା ନିର୍ବାହ କରିପାରିବେ ।

 

୧୧ ଅଗଷ୍ଟ ୨୦୨୪ରେ ତାଙ୍କର PUSA କ୍ୟାମ୍ପସ ଗସ୍ତକୁ ମନେ ପକାଇଥିଲେ, ଯେଉଁଠାରେ ସେ କୃଷି ପ୍ରଯୁକ୍ତିବିଦ୍ୟାକୁ ପ୍ରୟୋଗଶାଳାରୁ କ୍ଷେତକୁ ନେବା ଦିଗରେ ଦୃଢ ପ୍ରୟାସ ପାଇଁ ଆହ୍ୱାନ ଦେଇଥିଲେ, ଶ୍ରୀ ମୋଦୀ ୨୦୨୫ ମସିହା ମଇ ଏବଂ ଜୁନ୍ ମାସରେ "ବିକଶିତ କୃଷି ସଂକଳ୍ପ ଅଭିଯାନ" ଆରମ୍ଭ ହେବା ଉପରେ ଖୁସି ବ୍ୟକ୍ତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ପ୍ରଥମ ଥର ପାଇଁ, ୭୦୦ ରୁ ଅଧିକ ଜିଲ୍ଲାରେ ୨୨୦୦ ରୁ ଅଧିକ ବୈଜ୍ଞାନିକ ଦଳ ଅଂଶଗ୍ରହଣ କରିଥିଲେ । ୬୦,୦୦୦ ରୁ ଅଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ପ୍ରୟାସଗୁଡ଼ିକ ପ୍ରାୟ ୧.୨୫ କୋଟି ଚାଷୀଙ୍କ ସହିତ ସିଧାସଳଖ ବୈଜ୍ଞାନିକମାନଙ୍କୁ ସଂଯୁକ୍ତ କରିଥିଲା । କୃଷକମାନଙ୍କ ନିକଟରେ ବୈଜ୍ଞାନିକମାନଙ୍କ ଉପଲବ୍ଧତାକୁ ବ୍ୟାପକ କରିବା ପାଇଁ ଏହି ପଦକ୍ଷେପକୁ ଏକ ଅତ୍ୟନ୍ତ ପ୍ରଶଂସନୀୟ ଉଦ୍ୟମ ଭାବରେ ସେ ପ୍ରଶଂସା କରିଥିଲେ ।

 

ଶ୍ରୀ ମୋଦୀ କୃଷି ହେଉଛି ଲୋକଙ୍କ ଜୀବିକା ବୋଲି ଗୁରୁତ୍ୱ ଦେଇ କହିଥିଲେ , "ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନ୍ ଆମକୁ ଶିଖାଇଛନ୍ତି ଯେ, କୃଷି କେବଳ ଫସଲ ନୁହେଁ, ଏହା  ହେଉଛି ଆମର ଜୀବନ" । ସେ ଆଲୋକପାତ କରିଥିଲେ ଯେ, ଏହି କ୍ଷେତ୍ର ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ, ପ୍ରତ୍ୟେକ ସମ୍ପ୍ରଦାୟର ସମୃଦ୍ଧି ଏବଂ ପ୍ରକୃତିର ସୁରକ୍ଷା ସରକାରଙ୍କ କୃଷି ନୀତିର ପ୍ରାଥମିକତା । ବିଜ୍ଞାନ ଏବଂ ସମାଜକୁ ଏକ ସାଧାରଣ ସୂତ୍ର ମାଧ୍ୟମରେ ଯୋଡ଼ିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଆବଶ୍ୟକ । ସେ କ୍ଷେତରେ କାମ କରୁଥିବା ମହିଳାମାନଙ୍କୁ ସଶକ୍ତ କରିବାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଥିଲେ । ତାଙ୍କ ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଦେଶକୁ ଏହି ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବାକୁ ପଡିବ ଏବଂ ଡକ୍ଟର ସ୍ୱାମୀନାଥନଙ୍କ ପ୍ରେରଣା ସମସ୍ତଙ୍କର ମାର୍ଗଦର୍ଶନ କରିଚାଲିଛି ବୋଲି ମତ ଦେଇଥିଲେ ।

 

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ; ନୀତି ଆୟୋଗର ସଦସ୍ୟ ଡକ୍ଟର ରମେଶ ଚାନ୍ଦ; ଏମ୍.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷା ସୁଶ୍ରୀ ସୌମ୍ୟା ସ୍ୱାମୀନାଥନ୍ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ICAR PUSA ଠାରେ ଏମ୍‌. ଏସ୍‌ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ।

 

ସମ୍ମିଳନୀର ବିଷୟବସ୍ତୁ "ଚିରସବୁଜ ବିପ୍ଳବ, ଜୈବ ଖୁସିର ପଥ" ପ୍ରଫେସର ସ୍ୱାମୀନାଥନଙ୍କ ସମସ୍ତଙ୍କ ପାଇଁ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଜୀବନବ୍ୟାପୀ ସମର୍ପଣକୁ ପ୍ରତିଫଳିତ କରେ । ଏହି ସମ୍ମିଳନୀ ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ବିକାଶ ବୃତ୍ତିଗତ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ 'ଚିରସବୁଜ ବିପ୍ଳବ'ର ନୀତିଗୁଡ଼ିକୁ ଆଗକୁ ବଢାଇବା ପାଇଁ ଆଲୋଚନା ଏବଂ ବିଚାରବିମର୍ଶ କରିବାର ସୁଯୋଗ ପ୍ରଦାନ କରିବ । ପ୍ରମୁଖ ବିଷୟବସ୍ତୁଗୁଡ଼ିକ ମଧ୍ୟରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦର ସ୍ଥାୟୀ ପରିଚାଳନା; ଖାଦ୍ୟ ଏବଂ ପୁଷ୍ଟି ସୁରକ୍ଷା ପାଇଁ ସ୍ଥାୟୀ କୃଷି; ଜଳବାୟୁ ପରିବର୍ତ୍ତନ ସହିତ ଖାପ ଖୁଆଇ ଜଳବାୟୁ ସ୍ଥିରତାକୁ ସୁଦୃଢ଼ କରିବା; ସ୍ଥାୟୀ ଏବଂ ସମାନ ଜୀବିକା ପାଇଁ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା; ଏବଂ ବିକାଶମୂଳକ ଆଲୋଚନାରେ ଯୁବପିଢ଼ି, ମହିଳା ଏବଂ ଅବହେଳିତ ସମ୍ପ୍ରଦାୟକୁ ସାମିଲ କରିବା ଅନ୍ତର୍ଭୁକ୍ତ ।

 

ତାଙ୍କର ଉତ୍କୃଷ୍ଟ ଦାୟିତ୍ୱ ଓ ଉତ୍ତରାଧିକାରକୁ ସ୍ମରଣ କରି, ଏମ୍‌.ଏସ୍‌. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ (MSSRF) ଓ ଦି ୱାର୍ଲ୍ଡ ଆକାଡେମୀ ଅଫ୍ ସାଇନ୍ସେସ୍ (TWAS) ମିଳିତଭାବେ “ଏମ୍‌.ଏସ୍‌. ସ୍ୱାମୀନାଥନ ଫୁଡ୍ ଏଣ୍ଡ ପିସ୍ ପୁରସ୍କାର” ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଜେତାଙ୍କୁ ପ୍ରଥମ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ । ଏହି ଅନ୍ତର୍ଜାତୀୟ ପୁରସ୍କାର ବିକାଶଶୀଳ ଦେଶଗୁଡ଼ିକର ସେହି ବ୍ୟକ୍ତିବିଶେଷଙ୍କୁ ସ୍ୱୀକୃତି ଦେବ ଯେଉଁମାନେ ବୈଜ୍ଞାନିକ ଗବେଷଣା, ନୀତି ଉନ୍ନୟନ, ତୃଣମୂଳ ସ୍ତରରେ ସମ୍ପୃକ୍ତି କିମ୍ବା ସ୍ଥାନୀୟ ଦକ୍ଷତା ବିକାଶ ମାଧ୍ୟମରେ ଦୁର୍ବଳ ଏବଂ ଅବହେଳିତ ସମ୍ପ୍ରଦାୟ ପାଇଁ ଖାଦ୍ୟ ସୁରକ୍ଷାରେ ଉନ୍ନତି ଆଣିବା ତଥା ଜଳବାୟୁ ନ୍ୟାୟ, ସମାନତା ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government's foodgrain stocks hit 604 lakh tonnes, nearly three times buffer requirement

Media Coverage

Government's foodgrain stocks hit 604 lakh tonnes, nearly three times buffer requirement
NM on the go

Nm on the go

Always be the first to hear from the PM. Get the App Now!
...
Prime Minister salutes armed forces on one year of Operation Sindoor
May 07, 2026
Prime Minister urges citizens to change social media display pictures as a mark of respect for armed forces

The Prime Minister, Shri Narendra Modi today saluted the courage, precision and resolve of the armed forces on the completion of one year of Operation Sindoor.

The Prime Minister said that the armed forces had given a fitting response to those who dared to attack innocent Indians at Pahalgam.

Shri Modi said that Operation Sindoor reflected India’s firm response against terrorism and its unwavering commitment to safeguarding national security.

The Prime Minister noted that the operation highlighted the professionalism, preparedness and coordinated strength of the armed forces. He further said that it showcased the growing jointness among the forces and underlined the strength that India’s quest for self-reliance in the defence sector has brought to national security.

Shri Modi reiterated that India remains steadfast in its resolve to defeat terrorism and destroy its enabling ecosystem.

Shri Modi said that during Operation Sindoor, the armed forces showcased their valour and gave a firm response to those who attacked the people of India. He said that every Indian is proud of the armed forces.

As a mark of respect to the armed forces and their success during Operation Sindoor, the Prime Minister urged citizens to change their display pictures on social media platforms, including X, Facebook, Instagram and WhatsApp, to the picture shared by him.

The Prime Minister posted on X;

“A year ago, our armed forces displayed unparalleled courage, precision and resolve during #OperationSindoor. They gave a fitting response to those who dared to attack innocent Indians at Pahalgam. The entire nation salutes our forces for their valour.

Operation Sindoor reflected India’s firm response against terrorism and an unwavering commitment to safeguarding national security. It also highlighted the professionalism, preparedness and coordinated strength of our armed forces. At the same time, it showcased the growing jointness among our forces and underlined the strength that India’s quest for self-reliance in the defence sector has brought to our national security.

Today, a year later, we remain as steadfast as ever in our resolve to defeat terrorism and destroy its enabling ecosystem.”

“A year ago, during #OperationSindoor, our armed forces showcased their valour and gave a firm response to those who attacked our people. Every Indian is proud of our armed forces. As a mark of respect to our forces and their success during #OperationSindoor, let us all change our display pictures on social media, including X, Facebook, Instagram and WhatsApp to the picture shared below.”