Personalities like Sri Guru Teg Bahadur Ji are rare in history; Guru Sahib’s life, sacrifice, and character remain a profound source of inspiration; During the era of Mughal invasions, Guru Sahib established the ideal of courage and valor: PM
The tradition of our Gurus forms the foundation of our nation’s character, our culture, and our core spirit: PM
Some time ago, when three original forms of Guru Granth Sahib arrived in India from Afghanistan, it became a moment of pride for every citizen: PM
Our government has endeavoured to connect every sacred site of the Gurus with the vision of modern India and has carried out these efforts with utmost devotion, drawing inspiration from the glorious tradition of the Gurus: PM
We all know how the Mughals crossed every limit of cruelty even with the brave Sahibzadas, The Sahibzadas accepted being bricked alive, yet never abandoned their duty or the path of faith, In honor of these ideals, we now observe Veer Bal Diwas every year on December 26: PM
Last month, as part of a sacred journey, the revered ‘Jore Sahib’ of Guru Maharaj were carried from Delhi to Patna Sahib. There, I too was blessed with the opportunity to bow my head before these holy relics: PM
Drug addiction has pushed the dreams of many of our youth into deep challenges, The government is making every effort to eradicate this problem from its roots,this is also a battle of society and of families: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଭାରତର ଐତିହ୍ୟରେ ଏକ ସୁନ୍ଦର ସଙ୍ଗମ। ଆଜି ସକାଳେ ସେ ରାମାୟଣର ନଗରୀ ଅଯୋଧ୍ୟାରେ ଥିଲେ ଏବଂ ଏବେ ସେ ଗୀତାର ନଗରୀ କୁରୁକ୍ଷେତ୍ରରେ ଅଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ସମସ୍ତେ ଆଜି ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ସନ୍ଥ ଏବଂ ସମ୍ମାନିତ ସଂଗତମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ସମସ୍ତଙ୍କ ପ୍ରତି ନିଜର ଶ୍ରଦ୍ଧା ବ୍ୟକ୍ତ କରିଥିଲେ।

5-6 ବର୍ଷ ପୂର୍ବେ ଘଟିଥିବା ଆଉ ଏକ ଉଲ୍ଲେଖନୀୟ ସଂଯୋଗକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ, 9 ନଭେମ୍ବର, 2019ରେ ଯେତେବେଳେ ସୁପ୍ରିମକୋର୍ଟ ରାମ ମନ୍ଦିର ଉପରେ ତାଙ୍କ ରାୟ ଶୁଣାଇଥିଲେ, ସେ କରତାରପୁର କରିଡର ଉଦଘାଟନ ପାଇଁ ଡେରା ବାବା ନାନକରେ ଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହି ଦିନ ସେ ରାମ ମନ୍ଦିର ନିର୍ମାଣ ଏବଂ ଲକ୍ଷ ଲକ୍ଷ ରାମ ଭକ୍ତଙ୍କ ଆକାଂକ୍ଷା ପୂରଣ ପାଇଁ ପ୍ରାର୍ଥନା କରୁଥିଲେ। ସେ କହିଥିଲେ ଯେ ରାମ ମନ୍ଦିର ସପକ୍ଷରେ ରାୟ ଆସିବା ସହିତ ସମସ୍ତଙ୍କ ପ୍ରାର୍ଥନାକୁ ସ୍ୱୀକାର କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଯେତେବେଳେ ଅଯୋଧ୍ୟାରେ ଧର୍ମଧ୍ୱଜା ସ୍ଥାପନ କରାଯାଇଛି, ତାଙ୍କୁ ପୁଣି ଥରେ ଶିଖ ସଂଗତ ଠାରୁ ଆଶୀର୍ବାଦ ନେବାର ସୁଯୋଗ ମିଳିଛି।

ଶ୍ରୀ ମୋଦୀ କହିଛନ୍ତି ଯେ କିଛି ସମୟ ପୂର୍ବରୁ କୁରୁକ୍ଷେତ୍ର ଭୂମିରେ ‘ପାଞ୍ଚଜନ୍ୟ ସ୍ମାରକ’ ଉଦଘାଟନ କରାଯାଇଛି। ଏହି ଭୂମିରେ ହିଁ ଭଗବାନ ଶ୍ରୀକୃଷ୍ଣ ସତ୍ୟ ଏବଂ ନ୍ୟାୟର ସୁରକ୍ଷାକୁ ସର୍ବୋଚ୍ଚ କର୍ତ୍ତବ୍ୟ ଭାବରେ ଘୋଷଣା କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ, ସତ୍ୟର ପଥ ଅନୁସରଣ କରିବା ଏବଂ ନିଜ କର୍ତ୍ତବ୍ୟ ପାଇଁ ଜୀବନ ବଳିଦାନ ଦେବା ସର୍ବୋଚ୍ଚ ଅଟେ । ଶ୍ରୀ ଗୁରୁ ତେଗ ବାହାଦୁର ଜୀ ମଧ୍ୟ ସତ୍ୟ, ନ୍ୟାୟ ଏବଂ ବିଶ୍ୱାସର ସୁରକ୍ଷାକୁ ନିଜର ଧର୍ମ ବୋଲି ବିବେଚନା କରିଥିଲେ ଏବଂ ନିଜ ଜୀବନ ବଳିଦାନ ଦେଇ ଏହି ଧର୍ମକୁ ପାଳନ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହି ଐତିହାସିକ ଅବସରରେ, ଭାରତ ସରକାର ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଚରଣରେ ଏକ ସ୍ମାରକୀ ଡାକଟିକଟ ଏବଂ ଏକ ସ୍ୱତନ୍ତ୍ର ମୁଦ୍ରା ଉତ୍ସର୍ଗ କରିବାର ସୌଭାଗ୍ୟ ଅନୁଭବ କରୁଛନ୍ତି। ସରକାର ଏହିପରି ଭାବରେ ଗୁରୁ ପରମ୍ପରାର ସେବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କାମନା କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୁରୁକ୍ଷେତ୍ରର ପବିତ୍ର ଭୂମି ଶିଖ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର। ଶିଖ ପରମ୍ପରାର ପ୍ରାୟ ସମସ୍ତ ଗୁରୁ ସେମାନଙ୍କର ପବିତ୍ର ଯାତ୍ରା ସମୟରେ ଏହି ଭୂମିକୁ ଆସିଥିଲେ। ଯେତେବେଳେ ନବମ ଗୁରୁ, ଶ୍ରୀ ଗୁରୁ ତେଗ ବାହାଦୁର ଜୀ ଏହି ପବିତ୍ର ଭୂମିକୁ ଆସିଥିଲେ, ସେତେବେଳେ ସେ ତୀବ୍ର ତପସ୍ୟା ଏବଂ ନିର୍ଭୀକ ସାହସର ଗଭୀର ଛାପ ଛାଡି ଯାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ପରି ବ୍ୟକ୍ତିତ୍ୱ ଇତିହାସରେ ବିରଳ ଏବଂ ତାଙ୍କ ଜୀବନ, ​​ବଳିଦାନ ଏବଂ ଚରିତ୍ର ପ୍ରେରଣାର ଏକ ମହାନ ଉତ୍ସ। ମୋଗଲ ଆକ୍ରମଣ ସମୟରେ ଗୁରୁ ସାହିବ ସାହସିକତାର ଉଦାହରଣ ପ୍ରତିଷ୍ଠା କରିଥିଲେ। ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ସହିଦ ହେବା ପୂର୍ବରୁ, ମୋଗଲ ଆକ୍ରମଣକାରୀମାନେ କାଶ୍ମୀରୀ ହିନ୍ଦୁମାନଙ୍କୁ ବଳପୂର୍ବକ ଇସଲାମ ଧର୍ମ ପରିବର୍ତ୍ତନ କରାଉଥିଲେ। ଏହି ସଙ୍କଟର ସମୟରେ, ପୀଡ଼ିତ ଲୋକଙ୍କର ଏକ ଗୋଷ୍ଠୀ ଗୁରୁ ସାହେବଙ୍କ ଠାରୁ ସାହାଯ୍ୟ ଲୋଡ଼ିଥିଲେ। ଗୁରୁ ସାହିବ ସେମାନଙ୍କ ଜରିଆରେ ଔରଙ୍ଗଜେବକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ । ଗୁରୁ କହିଥିଲେ, ଯଦି ନିଜେ ଗୁରୁ ତେଗ୍‌ ବାହାଦୂର ଇସଲାମ୍‌ ଧର୍ମ ସ୍ୱୀକାର କରିବେ, ତେବେ ସେମାନେ ମଧ୍ୟ ଇସଲାମ ଧର୍ମ ଆପଣେଇ ନେବେ ।

ଶ୍ରୀ ମୋଦୀ କହିଥିଲେ, ଏହି ଶବ୍ଦଗୁଡ଼ିକ ଗୁରୁ ତେଗ ବାହାଦୁରଙ୍କ ନିର୍ଭୀକତାର ପରାକାଷ୍ଠାକୁ ପ୍ରତିଫଳିତ କରେ। ସେ କହିଥିଲେ ଯେ ଯାହା ଭୟ କରାଯାଉଥିଲା ତାହା ଘଟିଗଲା। ନିଷ୍ଠୁର ଔରଙ୍ଗଜେବ ଗୁରୁ ତେଗ ବାହାଦୁରଙ୍କୁ ବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଲା। କିନ୍ତୁ ଗୁରୁ ତେଗ ବାହାଦୁର ନିଜେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ନିଷ୍ପତ୍ତି ଘୋଷଣା କରିଥିଲେ। ମୋଗଲ ଶାସକମାନେ ତାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ, ଗୁରୁ ତେଗ ବାହାଦୁର ଅଟଳ ରହିଥିଲେ ଏବଂ ତାଙ୍କ ବିଶ୍ୱାସ ଏବଂ ନୀତି ସହିତ ସାଲିସ କରିବାକୁ ମନା କରିଥିଲେ। ତାଙ୍କ ସଂକଳ୍ପକୁ ଭାଙ୍ଗିବା ଏବଂ ତାଙ୍କୁ ନିଜ ପଥରୁ ବିଚଳିତ କରିବା ପାଇଁ, ମୋଗଲମାନେ ତାଙ୍କ ଆଖି ସାମ୍ନାରେ ତାଙ୍କର ତିନି ଜଣ ସାଥୀ - ଭାଇ ଦୟାଲା ଜୀ, ଭାଇ ସତୀ ଦାସ ଜୀ ଏବଂ ଭାଇ ମତି ଦାସ ଜୀଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସେତେବେଳେ ମଧ୍ୟ, ଗୁରୁ ତେଗ ବାହାଦୁର ଦୃଢ଼ ଥିଲେ, ତାଙ୍କର ସଂକଳ୍ପ ଅଟଳ ଥିଲା। ଗୁରୁ ତେଗ ବାହାଦୁର ଧର୍ମର ପଥ ପରିତ୍ୟାଗ କରିନଥିଲେ ଏବଂ ଗଭୀର ଧ୍ୟାନ ଅବସ୍ଥାରେ ବିଶ୍ୱାସକୁ ରକ୍ଷା କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋଗଲମାନେ ଏତିକିରେ ଅଟକି ରହିଲେ ନାହିଁ; ସେମାନେ ଗୁରୁ ମହାରାଜଙ୍କ ପବିତ୍ର ମସ୍ତକକୁ ଅପବିତ୍ର କରିବାକୁ ଚେଷ୍ଟା କରିଥିଲେ। ଭାଇ ଜୈତା ଜୀ ତାଙ୍କ ସାହସିକତା ମାଧ୍ୟମରେ ଗୁରୁଙ୍କ ମସ୍ତକକୁ ଆନନ୍ଦପୁର ସାହିବକୁ ନେଇ ଯାଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ବାଣୀକୁ ମନେ ପକାଇଥିଲେ, ଯାହାର ଅର୍ଥ ହେଉଛି ବିଶ୍ୱାସର ପବିତ୍ର ତିଳକକୁ ସୁରକ୍ଷିତ ରଖିବା ଆବଶ୍ୟକ, ଲୋକଙ୍କ ବିଶ୍ୱାସକୁ ଅତ୍ୟାଚାରରୁ ରକ୍ଷା କରିବା ଆବଶ୍ୟକ, ଏବଂ ଏଥିପାଇଁ ଗୁରୁ ସାହିବ ସର୍ବସ୍ୱ ବଳିଦାନ ଦେଇଥିଲେ।

ଆଜି ଗୁରୁ ସାହିବଙ୍କ ବଳିଦାନର ଭୂମି ଦିଲ୍ଲୀର ଶୀଶଗଞ୍ଜ ଗୁରୁଦ୍ୱାର ରୂପରେ ପ୍ରେରଣାର ଏକ ଜୀବନ୍ତ ସ୍ଥାନ ବୋଲି ପାଲଟିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ଆନନ୍ଦପୁର ସାହିବର ମନ୍ଦିର ଆମର ଜାତୀୟ ଚେତନାର ଏକ ଶକ୍ତି କେନ୍ଦ୍ର। ବର୍ତ୍ତମାନ ଭାରତର ଯେଉଁ ସ୍ୱରୂପ ତିଷ୍ଠି ରହିଛି ତାହା ଗୁରୁ ସାହିବଙ୍କ ପରି ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ତ୍ୟାଗ ଏବଂ ସମର୍ପଣର ପ୍ରତୀକ। ଏହି ସର୍ବୋଚ୍ଚ ବଳିଦାନ ଯୋଗୁଁ ହିଁ ଶ୍ରୀ ଗୁରୁ ତେଗ ବାହାଦୁର ସାହିବଙ୍କୁ ‘‘ହିନ୍ଦର ଚାଦର’’ ଭାବରେ ସମ୍ମାନିତ କରାଯାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ଆମର ଗୁରୁମାନଙ୍କ ପରମ୍ପରା ହେଉଛି ଦେଶର ଚରିତ୍ର, ସଂସ୍କୃତି ଏବଂ ମୂଳ ଭାବନାର ଆଧାର। ଗତ 11 ବର୍ଷ ମଧ୍ୟରେ ସରକାର ଏହି ପବିତ୍ର ପରମ୍ପରା ଏବଂ ପ୍ରତ୍ୟେକ ଶିଖ ପର୍ବକୁ ଏକ ଜାତୀୟ ପର୍ବ ଭାବରେ ପ୍ରତିଷ୍ଠା କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ, ତାଙ୍କ ସରକାର ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ 550ତମ ପ୍ରକାଶ ପର୍ବ, ଶ୍ରୀ ଗୁରୁ ତେଗ ବାହାଦୁର ସାହିବ ଜୀଙ୍କ 400ତମ ପ୍ରକାଶ ପର୍ବ ଏବଂ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ 350ତମ ପ୍ରକାଶ ପର୍ବକୁ ଭାରତର ଏକତା ଏବଂ ଅଖଣ୍ଡତାର ପର୍ବ ଭାବରେ ପାଳନ କରିବାର ସୌଭାଗ୍ୟ ପାଇଛି। ଦେଶବ୍ୟାପୀ ଲୋକମାନେ ସେମାନଙ୍କର ଧର୍ମ, ପରମ୍ପରା ଏବଂ ବିଶ୍ୱାସକୁ ଅତିକ୍ରମ କରି ଏହି ଉତ୍ସବଗୁଡ଼ିକରେ ଅଂଶଗ୍ରହଣ କରିଛନ୍ତି ।

 

ଗୁରୁମାନଙ୍କ ସହିତ ଜଡିତ ପବିତ୍ର ସ୍ଥାନଗୁଡ଼ିକୁ ସବୁଠାରୁ ଭବ୍ୟ ଏବଂ ଦିବ୍ୟ ରୂପ ଦେବାର ସୌଭାଗ୍ୟ ତାଙ୍କ ସରକାର ପାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ, ଗତ ଦଶନ୍ଧିରେ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ସେ ବ୍ୟକ୍ତିଗତ ଭାବରେ ଗୁରୁ ପରମ୍ପରା ସହିତ ଜଡିତ କାର୍ଯ୍ୟକ୍ରମର ଅଂଶବିଶେଷ ହୋଇଛନ୍ତି। କିଛି ସମୟ ପୂର୍ବେ, ଯେତେବେଳେ ଗୁରୁ ଗ୍ରନ୍ଥ ସାହିବର ତିନୋଟି ମୂଳ କପି ଆଫଗାନିସ୍ତାନରୁ ଭାରତରେ ପହଞ୍ଚିଥିଲା, ତାହା ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ଥିଲା।

 

ପ୍ରତ୍ୟେକ ଗୁରୁଙ୍କ ତୀର୍ଥସ୍ଥଳକୁ ଆଧୁନିକ ଭାରତର ଦୃଷ୍ଟିକୋଣ ସହିତ ସଂଯୋଜିତ କରିବାକୁ ସରକାର ପ୍ରୟାସ କରିଛନ୍ତି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦି କହିଛନ୍ତି ଯେ କରତାରପୁର କରିଡରର ସମାପ୍ତି ହେଉ, ହେମକୁଣ୍ଡ ସାହିବରେ ରୋପୱେ ପ୍ରକଳ୍ପର ନିର୍ମାଣ ହେଉ କିମ୍ବା ଆନନ୍ଦପୁର ସାହିବରେ ବୀରାସତ୍-ଏ-ଖାଲସା ସଂଗ୍ରହାଳୟର ସମ୍ପ୍ରସାରଣ ହେଉ, ଏହି ସମସ୍ତ କାର୍ଯ୍ୟ ଅତ୍ୟନ୍ତ ନିଷ୍ଠାର ସହିତ କରାଯାଇଛି, ଗୁରୁମାନଙ୍କ ଗୌରବମୟ ପରମ୍ପରାକୁ ମାର୍ଗଦର୍ଶକ ଆଦର୍ଶ ଭାବରେ ବଜାୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ, ମୋଗଲମାନେ ସାହସୀ ସାହିବଜାଦାଙ୍କ ପ୍ରତି ମଧ୍ୟ ନିଷ୍ଠୁରତାର ସମସ୍ତ ସୀମା ଅତିକ୍ରମ କରିଥିଲେ ବୋଲି ସମସ୍ତେ ଜାଣନ୍ତି। ସାହିବଜାଦାମାନେ ଜିଅନ୍ତା ଇଟାରେ ସମାଧି ନେବାକୁ ଗ୍ରହଣ କରିଥିଲେ କିନ୍ତୁ ସେମାନଙ୍କର କର୍ତ୍ତବ୍ୟ କିମ୍ବା ବିଶ୍ୱାସ ପରିତ୍ୟାଗ କରି ନଥିଲେ। ଏହି ଆଦର୍ଶର ସମ୍ମାନାର୍ଥେ ପ୍ରତିବର୍ଷ ଡିସେମ୍ବର 26 ତାରିଖରେ ବୀର ବାଲ ଦିବସ ପାଳନ କରାଯାଉଛି। ସରକାର ଶିଖ ପରମ୍ପରାର ଇତିହାସ ଏବଂ ଗୁରୁମାନଙ୍କ ଶିକ୍ଷାକୁ ଜାତୀୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି ଯାହାଦ୍ୱାରା ସେବା, ସାହସ ଏବଂ ସତ୍ୟର ଆଦର୍ଶ ନୂତନ ପିଢ଼ି ବିଚାରର ମୂଳଦୁଆ ପାଲଟିବ।

ସମସ୍ତେ ନିଶ୍ଚିତ ଭାବରେ 'ଯୋଡା ସାହିବ'ର ପବିତ୍ର ଦର୍ଶନ ପାଇଥିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ତାଙ୍କର କ୍ୟାବିନେଟ ସହଯୋଗୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ପ୍ରଥମେ ତାଙ୍କ ସହିତ ଏହି ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତି ବିଷୟରେ ଆଲୋଚନା କରିଥିଲେ, ସେତେବେଳେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ପରିବାର ପ୍ରାୟ ତିନିଶହ ବର୍ଷ ଧରି ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ପବିତ୍ର 'ଯୋଡା ସାହିବ'କୁ ସଂରକ୍ଷଣ କରିଆସିଛନ୍ତି। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହି ପବିତ୍ର କୀର୍ତ୍ତି ଏବେ ଦେଶ ଏବଂ ବିଶ୍ୱର ଶିଖ ସମ୍ପ୍ରଦାୟ ପାଇଁ ସମର୍ପିତ ହେଉଛି। ସେ କହିଥିଲେ ଯେ ପରବର୍ତ୍ତୀ ସମୟରେ, ପବିତ୍ର 'ଯୋଡା ସାହିବ'କୁ ବୈଜ୍ଞାନିକ ଭାବରେ ପୂର୍ଣ୍ଣ ସମ୍ମାନ ଏବଂ ମର୍ଯ୍ୟାଦାର ସହିତ ଯାଞ୍ଚ କରାଯାଇଥିଲା ଯାହାଦ୍ୱାରା ଏହାକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ କରାଯାଇପାରିବ। ସମସ୍ତ ତଥ୍ୟକୁ ବିଚାରକୁ ନେଇ, ପବିତ୍ର 'ଯୋଡା ସାହିବ'କୁ ତଖତ ଶ୍ରୀ ପାଟନା ସାହିବକୁ ଉତ୍ସର୍ଗ କରିବା ପାଇଁ ଏକ ସାମୂହିକ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଠାରେ ଗୁରୁ ମହାରାଜ ତାଙ୍କ ବାଲ୍ୟକାଳର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ମାସରେ, ଏକ ପବିତ୍ର ତୀର୍ଥଯାତ୍ରାର ଅଂଶ ଭାବରେ, ପବିତ୍ର 'ଯୋଡା ସାହିବ'କୁ ଦିଲ୍ଲୀରୁ ପାଟନା ସାହିବକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମଧ୍ୟ ପ୍ରଣାମ କରିବାର ସୁଯୋଗ ମିଳିଥିଲା। ପ୍ରଧାନମନ୍ତ୍ରୀ ଏହାକୁ ଗୁରୁମାନଙ୍କ ଠାରୁ ଏକ ବିଶେଷ ଆଶୀର୍ବାଦ ବୋଲି ମନେ କରିଥିଲେ ଏବଂ ତାଙ୍କୁ ଏହି ପବିତ୍ର ଐତିହ୍ୟର ସେବା, ନିଜକୁ ସମର୍ପିତ କରିବା ଏବଂ ସଂଯୋଗ କରିବାର ସୁଯୋଗ ମିଳିଛି ବୋଲି ନିଜକୁ ସୌଭାଗ୍ୟ ମଣିଥିଲେ।

 

ଭାରତୀୟ ସଂସ୍କୃତି କେତେ ବିଶାଳ, ଉଦାର ଏବଂ ମାନବିକତା-କେନ୍ଦ୍ରିକ ତାହା  ଶ୍ରୀ ଗୁରୁ ତେଗ ବାହାଦୁର ସାହିବ ଜୀଙ୍କ ସ୍ମୃତି ଆମକୁ ଶିଖାଏ ବୋଲି ଶ୍ରୀ ମୋଦୀ କହିଥିଲେ। ଗୁରୁ ସାହିବ ଜୀଙ୍କ ନିଜ ଜୀବନ ମାଧ୍ୟମରେ ‘‘ସରବତ ଦା ଭଲା’ର ମନ୍ତ୍ରକୁ ମୂର୍ତ୍ତିମନ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ,  ଆଜିର ଅବସର କେବଳ ଏହି ସ୍ମୃତି ଏବଂ ଶିକ୍ଷାଗୁଡ଼ିକୁ ସମ୍ମାନ ଦେବା ପାଇଁ କାର୍ଯ୍ୟ କରେ ନାହିଁ, ବରଂ ଆମର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେରଣା ଭାବରେ ମଧ୍ୟ କାର୍ଯ୍ୟ କରେ। ସେ ଗୁରୁ ସାହିବଙ୍କ ଶିକ୍ଷାକୁ ମନେ ପକାଇଥିଲେ, ଯାହାର ଅର୍ଥ ହେଉଛି ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସ୍ଥିର ରୁହନ୍ତି ସେମାନେ ହିଁ ପ୍ରକୃତରେ ଜ୍ଞାନୀ ଏବଂ ସାଧକ। ଏହି ପ୍ରେରଣା ସହିତ, ଆମକୁ ପ୍ରତ୍ୟେକ ଆହ୍ୱାନକୁ ପରାସ୍ତ କରିବାକୁ ପଡିବ ଏବଂ ଆମ ଦେଶକୁ ଆଗକୁ ନେବାକୁ ପଡିବ, ଯାହା ଭାରତକୁ ବିକଶିତ କରିବ। ଗୁରୁ ସାହିବ ଆମକୁ ଏହା ମଧ୍ୟ ଶିଖାଇଥିଲେ ଯେ ଆମେ କାହାକୁ ଭୟ କରିବା ଉଚିତ୍ ନୁହେଁ କିମ୍ବା କାହାକୁ ଭୟ କରି ବଞ୍ଚିବା ଉଚିତ୍ ନୁହେଁ। ଏହି ନିର୍ଭୀକତା ସମାଜ ଏବଂ ରାଷ୍ଟ୍ରକୁ ମଜବୁତ କରେ, ଏବଂ ଆଜି ଭାରତ ମଧ୍ୟ ଏହି ନୀତିକୁ ଅନୁସରଣ କରେ। ଭାରତ ତାର ସୀମାକୁ ସୁରକ୍ଷା ଦେବା ସହିତ ବିଶ୍ୱ ଭାଇଚାରା ବିଷୟରେ କହିଥାଏ। ଭାରତ ଶାନ୍ତି ଚାହେଁ, କିନ୍ତୁ କେବେବି ଏହାର ସୁରକ୍ଷା ସହିତ ସାଲିସ କରେ ନାହିଁ, ଯାହାର ଏକ ପ୍ରମୁଖ ଉଦାହରଣ ହେଉଛି ଅପରେସନ ସିନ୍ଦୂର।  ସମଗ୍ର ବିଶ୍ୱ ଦେଖିଛି ଯେ ନୂତନ ଭାରତ ଆତଙ୍କବାଦକୁ ଭୟ କରେ ନାହିଁ, ଅଟକି ଯାଏ ନାହିଁ କିମ୍ବା ନଇଁ ପଡ଼େ ନାହିଁ। ଆଜିର ଭାରତ ପୂର୍ଣ୍ଣ ଶକ୍ତି, ସାହସ ଏବଂ ସ୍ପଷ୍ଟତା ସହିତ ଆଗକୁ ବଢ଼ୁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ, ସେ ସମାଜ ଏବଂ ଯୁବପିଢ଼ି ସହିତ ଜଡିତ ଏକ ବିଷୟ ଉପରେ କଥା ହେବାକୁ ଚାହୁଁଛନ୍ତି ଯାହା ଗୁରୁ ସାହିବଙ୍କ ପାଇଁ ମଧ୍ୟ ଚିନ୍ତାର ବିଷୟ ଥିଲା। ସେହି ବିଷୟ ହେଉଛି ନିଶା ନିବାରଣ ଏବଂ ନିଶାଦ୍ରବ୍ୟର ପ୍ରସଙ୍ଗ।  ନିଶାର କୁଅଭ୍ୟାସ ଅନେକ ଯୁବବର୍ଗଙ୍କ ସ୍ୱପ୍ନକୁ ଗଭୀର ସଂକଟରେ ପକାଇଛି। ସରକାର ଏହି ସମସ୍ୟାକୁ ଦୂର କରିବା ପାଇଁ ସମସ୍ତ ପ୍ରୟାସ କରୁଛି । କିନ୍ତୁ ଏହା ସମାଜ ଏବଂ ପରିବାର ପାଇଁ ମଧ୍ୟ ଏକ ଲଢ଼େଇ ବୋଲି ସେ  ଗୁରୁତ୍ୱାରୋପ କରି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏପରି ସମୟରେ, ଶ୍ରୀ ଗୁରୁ ତେଗ ବାହାଦୁର ସାହିବଙ୍କ ଶିକ୍ଷା ପ୍ରେରଣା ଏବଂ ସାନ୍ତ୍ୱନା ଉଭୟ ଭାବରେ କାର୍ଯ୍ୟ କରେ।   ଯେତେବେଳେ ଗୁରୁ ତେଗ ବାହାଦୁର ସାହିବ ଆନନ୍ଦପୁର ସାହିବରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ, ସେ ଅନେକ ଗାଁକୁ ସଙ୍ଗତ ସହିତ ଯୋଡ଼ିଥିଲେ, ସେମାନଙ୍କର ଭକ୍ତି ଏବଂ ବିଶ୍ୱାସକୁ ବିସ୍ତାର କରିଥିଲେ ଏବଂ ସମାଜର ଆଚରଣରେ ମଧ୍ୟ ପରିବର୍ତ୍ତନ ଆଣିଥିଲେ। ଏହି ଗ୍ରାମଗୁଡ଼ିକର ଲୋକମାନେ ସମସ୍ତ ପ୍ରକାର ନିଶା ପରିତ୍ୟାଗ କରି ସେମାନଙ୍କର ଭବିଷ୍ୟତ ଗୁରୁ ତେଗ ବାହାଦୁର ସାହିବଙ୍କୁ ସମର୍ପିତ କରିଥିଲେ। ଯଦି ସମାଜ, ପରିବାର ଏବଂ ଯୁବପିଢ଼ି ଗୁରୁ ମହାରାଜଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ନିଶା ନିବାରଣ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଲଢ଼େଇରେ ଏକାଠି ହୁଅନ୍ତି, ତେବେ ଏହି ସମସ୍ୟାର ମୂଳୋତ୍ପାଟନ ହୋଇପାରିବ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଶ୍ରୀ ଗୁରୁ ତେଗ ବାହାଦୁର ସାହିବଙ୍କ ଶିକ୍ଷା ଆମ ଆଚରଣରେ ଶାନ୍ତି, ନୀତିରେ ସନ୍ତୁଳନ ଏବଂ ସମାଜରେ ବିଶ୍ୱାସର ମୂଳଦୁଆ ହେବା ଉଚିତ ଏବଂ ଏହା ହିଁ ଏହି ଅବସରର ମୂଳମନ୍ତ୍ର। ସାରା ଦେଶରେ ଶ୍ରୀ ଗୁରୁ ତେଗ ବାହାଦୁରଙ୍କ ସହିଦ ଦିବସ ଯେଉଁଭଳି ଭାବରେ ପାଳନ କରାଯାଉଛି ତାହା ପ୍ରତିଫଳିତ କରେ ଯେ ଆଜି ମଧ୍ୟ ସମାଜର ଚେତନାରେ ଗୁରୁମାନଙ୍କ ଶିକ୍ଷା କେତେ ଜୀବନ୍ତ ରହିଛି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷ କରି କହିଥିଲେ ଯେ ଏହି ଭାବନା, ଏହି ଉତ୍ସବଗୁଡ଼ିକ ଭାରତକୁ ଆଗକୁ ନେବା ପାଇଁ ଯୁବପିଢ଼ିଙ୍କୁ ଅର୍ଥପୂର୍ଣ୍ଣ ପ୍ରେରଣା ଯୋଗାଇବା ଉଚିତ ଏବଂ ପୁଣିଥରେ ସେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ହରିୟାଣା ରାଜ୍ୟପାଳ ପ୍ରଫେସର ଅଶିମ କୁମାର ଘୋଷ, ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ନାୟବ ସିଂ ସାଇନି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ, ଶ୍ରୀ ରାଓ ଇନ୍ଦରଜିତ ସିଂ, ଶ୍ରୀ କୃଷ୍ଣ ପାଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ଏହି ଅବସରରେ ନବନିର୍ମିତ ‘ପାଞ୍ଚଜନ୍ୟ’କୁ ଉଦଘାଟନ କରିଥିଲେ, ଯାହା ଭଗବାନ କୃଷ୍ଣଙ୍କ ପବିତ୍ର ଶଙ୍ଖ ପାଇଁ ଉତ୍ସର୍ଗୀକୃତ ଏକ ସ୍ମାରକୀ। ଏହା ପରେ ସେ ମହାଭାରତ ଅନୁଭବ କେନ୍ଦ୍ର ପରିଦର୍ଶନ କରିଥିଲେ, ଯାହା ମହାଭାରତର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ପ୍ରଦର୍ଶନ କରିଥାଏ। ଏହା ଏକ ସ୍ଥାୟୀ ସ୍ଥାୟୀ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱକୁ ପ୍ରକାଶ କରିଥାଏ।

 

ପ୍ରଧାନମନ୍ତ୍ରୀ ନବମ ଶିଖ ଗୁରୁ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ପାଳନ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ପୂଜ୍ୟ ଗୁରୁଙ୍କ 350ତମ ସହିଦ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ମୁଦ୍ରା ଏବଂ ସ୍ମାରକୀ ଡାକଟିକଟ ଜାରି କରିଥିଲେ। ଭାରତ ସରକାର ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ପାଳନ କରିବା ପାଇଁ ଏକ ବର୍ଷ ବ୍ୟାପୀ ସ୍ମରଣୋତ୍ସବ ଆୟୋଜନ କରୁଛି।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sanand 2.0's swift semicon wave accelerates India's chip ambitions

Media Coverage

Sanand 2.0's swift semicon wave accelerates India's chip ambitions
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates successful candidates of Civil Services Examination, 2025
March 06, 2026

The Prime Minister, Shri Narendra Modi has congratulated all those who have successfully cleared the Civil Services Examination, 2025. He said that their dedication, perseverance and hard work have enabled them to achieve this significant milestone.

The Prime Minister noted that clearing the Civil Services Examination marks the beginning of an important journey of public service. He wished the successful candidates the very best as they embark on the path of serving the nation and fulfilling the aspirations of the people.

The Prime Minister also conveyed his message to those who may not have secured the desired outcome in the examination. He acknowledged that such moments can be difficult, but emphasised that this is only one step in a larger journey.

Highlighting that many opportunities lie ahead, both in future examinations and in the many avenues through in which individuals can contribute to the nation, the Prime Minister extended his best wishes to them for the road ahead.

The Prime Minister wrote on X;

“Congratulations to all those who have successfully cleared the Civil Services Examination, 2025. Their dedication, perseverance and hard work have led to this significant milestone.

Wishing them the very best as they embark on a journey of serving the nation and fulfilling the aspirations of the people.”

“To those who may not have secured the desired outcome in the Civil Services Examination, I understand that such moments can be difficult. However, this is only one step in a larger journey. Many opportunities lie ahead, both in future examinations and in the many avenues through which you can contribute to our nation. My best wishes for the road ahead.”