ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାନଠାରେ ଋଷ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।


ବ୍ରିକ୍ସ ନେତାମାନେ ବହୁପକ୍ଷବାଦକୁ ସୁଦୃଢ଼ କରିବାଆତଙ୍କବାଦର ମୁକାବିଲାଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷିଣ ବିଶ୍ୱ ଚିନ୍ତା ଉପରେ ଆଲୋକପାତ କରିବା ଭଳି ଫଳପ୍ରଦ ଆଲୋଚନା କରିଥିଲେ । ୧୩ଟି ନୂଆ ବ୍ରିକ୍ସ ସହଯୋଗୀ ଦେଶକୁ ନେତାମାନେ ସ୍ୱାଗତ କରିଥିଲେ।

 

ବ୍ରିକ୍ସ ଶିଖର ସମ୍ମିଳନୀର ଦୁଇଟି ଅଧିବେଶନକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଶିଖର ସମ୍ମିଳନୀ ଏପରି ଏକ ସମୟରେ ହେଉଛି ଯେତେବେଳେ ବିଶ୍ୱ ସଂଘର୍ଷପ୍ରତିକୂଳ ଜଳବାୟୁ ପ୍ରଭାବ ଏବଂ ସାଇବର ବିପଦ ସମେତ ଅନେକ ଅନିଶ୍ଚିତତା ଏବଂ ଆହ୍ୱାନର ସମ୍ମୁଖୀନ ହେଉଛିଯାହା ବ୍ରିକ୍ସ ଉପରେ ଅଧିକ ଆଶା ରଖିଛି । ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଗୋଷ୍ଠୀ ପକ୍ଷରୁ ଏକ ଜନ-କେନ୍ଦ୍ରୀତ ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଆତଙ୍କବାଦର ମୁକାବିଲା ପାଇଁ ଜାତିସଂଘରେ ଆନ୍ତର୍ଜାତିକ ଆତଙ୍କବାଦ ଉପରେ ଏକ ବିସ୍ତୃତ ସମ୍ମିଳନୀକୁ ଶୀଘ୍ର ଗ୍ରହଣ କରିବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

 

ପ୍ରଧାନମନ୍ତ୍ରୀ ବ୍ରିକ୍ସକୁ ଆହ୍ୱାନ ଦେଇଥିଲେ ଯେ ସେମାନେ ବିଶ୍ୱ ଶାସନ ସଂସ୍କାର ପାଇଁ ସକ୍ରିୟ ଭାବରେ ପ୍ରୟାସ କରନ୍ତୁ । ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀକୁ ମନେ ପକାଇ ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଗୋଷ୍ଠୀ ଦକ୍ଷିଣ ବିଶ୍ବର ଚିନ୍ତାକୁ ପ୍ରାଥମିକତା ଦେବା ଉଚିତ୍। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତର ଗିଫ୍ଟ ସିଟି ସମେତ ନୂତନ ଉନ୍ନୟନ ବ୍ୟାଙ୍କର ଆଞ୍ଚଳିକ ଉପସ୍ଥିତି ନୂତନ ମୂଲ୍ୟବୋଧ ଏବଂ ପ୍ରଭାବ ସୃଷ୍ଟି କରିଛି । ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ବ୍ରିକ୍ସର କାର୍ଯ୍ୟକଳାପ ଉପରେ ଆଲୋକପାତ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ କୃଷି କ୍ଷେତ୍ରରେ ବାଣିଜ୍ୟ ସୁବିଧାସହାୟକ ଯୋଗାଣ ଶୃଙ୍ଖଳାଇ-କମର୍ସ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ଏହାର ପ୍ରୟାସ ନୂତନ ସୁଯୋଗ ସୃଷ୍ଟି କରିଛି । କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପକୁ ପ୍ରାଥମିକତା ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଚଳିତ ବର୍ଷ ଭାରତ ଦ୍ୱାରା ଆରମ୍ଭ ହେବାକୁ ଥିବା ବ୍ରିକ୍ସ ଷ୍ଟାର୍ଟଅପ୍ ଫୋରମ ବ୍ରିକ୍ସ ଅର୍ଥନୈତିକ କାର୍ଯ୍ୟସୂଚୀକୁ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଥିଲେ ।

 

ପ୍ରଧାନମନ୍ତ୍ରୀ ସିଓପି୨୮ ସମୟରେ ଘୋଷଣା କରାଯାଇଥିବା ଅନ୍ତର୍ଜାତୀୟ ସୌର ମଞ୍ଚବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟମିଶନ ଲାଇଫ୍ ଏବଂ ଗ୍ରୀନ୍ କ୍ରେଡିଟ୍ ପଦକ୍ଷେପ ସମେତ ଭାରତ ଦ୍ୱାରା ନିକଟରେ ନିଆଯାଇଥିବା ସବୁଜ ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଏହି ପଦକ୍ଷେପରେ ସାମିଲ ହେବାକୁ ସେ ବ୍ରିକ୍ସ ଦେଶଗୁଡ଼ିକୁ ଆମନ୍ତ୍ରଣ କରିଥିଲେ।
 

୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳତାର ସହ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ବ୍ରାଜିଲ ଏହି ଗୋଷ୍ଠୀର ସଭାପତିତ୍ୱ ଗ୍ରହଣ କରିବା ପରେ ତାକୁ ଶୁଭେଚ୍ଛା ଜଣାଇଥିଲେ । ଶିଖର ସମ୍ମିଳନୀ ଶେଷରେ ନେତାମାନେ 'କାଜାନ ଘୋଷଣାନାମା'କୁ ଗ୍ରହଣ କରିଥିଲେ 

Address of PM at the Closed Plenary may be seen here.

Address of PM at the Open Plenary may be seen here.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi