ଦିଲ୍ଲୀ – ଭଦୋଦରା ଏକ୍ସପ୍ରେସୱେକୁ ଲୋକାର୍ପିତ କରିଛନ୍ତି
ପିଏମଏୱାଇ - ଗ୍ରାମୀଣ ଅଧୀନରେ ନିର୍ମିତ ୨.୨ ଲକ୍ଷରୁ ଅଧିକ ଘରର ଗୃହ ପ୍ରବେଶ ଆରମ୍ଭ କରାଇଛନ୍ତି ଏବଂ ପିଏମଏୱାଇ - ସହର ଅଧୀନରେ ନିର୍ମିତ ଗୃହକୁ ଲୋକାର୍ପିତ କରିଛନ୍ତି
ଜଳ ଜୀବନ ମିଶନ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି
ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ୯ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି
ଆଇଆଇଟି ଇନ୍ଦୋରର ଏକାଡେମିକ ବିଲ୍ଡିଂକୁ ଲୋକାର୍ପଣ କରିବା ସହ କ୍ୟାମ୍ପସରେ ହଷ୍ଟେଲ ଏବଂ ଅନ୍ୟାନ୍ୟ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି
ଇନ୍ଦୋରରେ ବହୁମୁଖୀ ଲଜିଷ୍ଟିକ୍ ପାର୍କ ପାଇଁ ଶିଳାନ୍ୟାସ
"ଗ୍ୱାଲିୟରର ମାଟି ନିଜେ ଏକ ପ୍ରେରଣା"
ଡବଲ - ଇଞ୍ଜିନ ଅର୍ଥ ମଧ୍ୟପ୍ରଦେଶର ଦ୍ୱିଗୁଣିତ ବିକାଶ
ମଧ୍ୟପ୍ରଦେଶକୁ ଭାରତର ଶ୍ରେଷ୍ଠ ୩ ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି
"ମହିଳା ସଶକ୍ତିକରଣ ଭୋଟ୍ ବ୍ୟାଙ୍କ ପ୍ରସଙ୍ଗ ପରିବର୍ତ୍ତେ ଜାତୀୟ ପୁନର୍ଗଠନ ଏବଂ ଜାତୀୟ କଲ୍ୟାଣର ଏକ ମିଶନ\"
"ମୋଦି ଗ୍ୟାରେଣ୍ଟି ଅର୍ଥ ସବୁ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି"
"ଆଧୁନିକ ଭିତ୍ତିଭୂମି ଏବଂ ସୁଦୃଢ଼ ଆଇନ ଶୃଙ୍ଖଳା ଉଭୟ କୃଷକ ମାନଙ୍କ ପାଇଁ ଏବଂ ଶିଳ୍ପ ନିମନ୍ତେ ଲାଭଦାୟକ"
ଆମ ସରକାର ପ୍ରତ୍ୟେକ ବର୍ଗ
"ଗ୍ୱାଲିୟର ଭୂମି ନିଜେ ଏକ ପ୍ରେରଣା", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ଏହି ମାଟିର ପୁଅମାନେ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ପ୍ରାୟ ୧୯,୨୬୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଦିଲ୍ଲୀ – ଭଦୋଦରା ଏକ୍ସପ୍ରେସୱେର ଲୋକାର୍ପଣ, ପିଏମଏୱାଇ ଅଧୀନରେ ନିର୍ମିତ ୨.୨ ଲକ୍ଷରୁ ଅଧିକ ଘରର ଗୃହ ପ୍ରବେଶ ଏବଂ ପିଏମଏୱାଇ – ସହର ଯୋଜନା  ଅଧୀନରେ ନିର୍ମିତ ଗୃହ ଗୁଡ଼ିକର ଲୋକାର୍ପଣ, ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ୯ଟି ସ୍ୱାସ୍ଥ୍ୟ କେନ୍ଦ୍ର, ଆଇଆଇଟି ଇନ୍ଦୋରର ଏକାଡେମିକ ବିଲ୍ଡିଂର ଲୋକାର୍ପଣ ଏବଂ କ୍ୟାମ୍ପସରେ ହଷ୍ଟେଲ ଏବଂ ଅନ୍ୟାନ୍ୟ କୋଠା ଗୁଡିକର ଶିଳାନ୍ୟାସ ଏବଂ ଇନ୍ଦୋର ଠାରେ ଏକ ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ୱାଲିୟର ଭୂମି ସାହସିକତା, ସ୍ୱାଭିମାନ, ଗର୍ବ, ସଙ୍ଗୀତ, ସ୍ୱାଦ ଏବଂ ସୋରିଷର ପ୍ରତୀକ । ଏହି ଭୂମି ଦେଶ ତଥା ସଶସ୍ତ୍ର ବାହିନୀରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଅନେକ ବିପ୍ଳବୀ ସୃଷ୍ଟି କରିଛି ବୋଲି ସେ ଉଲ୍ଲେଖ କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଗ୍ୱାଲିୟରର ଭୂମି ଶାସକ ଦଳର ନୀତି ଏବଂ ନେତୃତ୍ୱକୁ ଆକାର ଦେଇଛି ଏବଂ ସେ ରାଜମାତା ବିଜୟା ରାଜେ ସିନ୍ଧିଆ, କୁଶାଭାଉ ଠାକ୍‌ରେ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଉଦାହରଣ ଦେଇଥିଲେ । "ଗ୍ୱାଲିୟର ଭୂମି ନିଜେ ଏକ ପ୍ରେରଣା", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ଏହି ମାଟିର ପୁଅମାନେ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଯଦିଓ ଏହି ପିଢ଼ିର ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବାର ସୁଯୋଗ ମିଳିନାହିଁ,  କିନ୍ତୁ ଭାରତକୁ ବିକଶିତ ଏବଂ ସମୃଦ୍ଧ କରିବାର ଦାୟିତ୍ୱ ନିଶ୍ଚିତ ଭାବରେ ଆମ ଉପରେ ରହିଛି । ଯେଉଁ ପ୍ରକଳ୍ପ ଗୁଡ଼ିକ ଉତ୍ସର୍ଗୀକୃତ ଥିଲା କିମ୍ବା ଯାହାର ଶିଳାନ୍ୟାସ କରାଯାଇଥିଲା ସେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ଗୋଟିଏ ଦିନରେ ଏତେ ସଂଖ୍ୟକ ପ୍ରକଳ୍ପ ଆଣୁଛନ୍ତି ଯାହାକୁ ପୂର୍ବ ସରକାରମାନେ  ଗୋଟିଏ ବର୍ଷରେ ଆଣିବା ପାଇଁ ସକ୍ଷମ ନଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦଶହରା,  ଦୀପାବଳି ଏବଂ ଧନତେରାସ୍ ପୂର୍ବରୁ ପ୍ରାୟ ୨ ଲକ୍ଷ ପରିବାର ଗୃହ ପ୍ରବେଶ କରୁଛନ୍ତି ଏବଂ ଯୋଗାଯୋଗର ଅନେକ ପ୍ରକଳ୍ପ ଉପସ୍ଥାପନ କରାଯାଉଛି । ସେ କହିଲେ ଯେ ଉଜ୍ଜୟନୀର ବିକ୍ରମ ଉଦ୍ୟୋଗପୁରୀ ଏବଂ ବହୁମୁଖୀ  ଲଜିଷ୍ଟିକ୍ ପାର୍କ ମଧ୍ୟପ୍ରଦେଶର ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବ । ସେ ଗ୍ୱାଲିୟର ଆଇଆଇଟିରେ ନୂତନ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଧୀନରେ ବିଦିଶା, ବାଇତୁଲ, କଟନି, ବୁରହାନପୁର, ନରସିଂହପୁର, ଦାମୋହ ଏବଂ ଶାଜାପୁର ଠାରେ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ବିଷୟରେ ସେ ଆଲୋଚନା କରିଥିଲେ ।

 

ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକ ପାଇଁ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇଛନ୍ତି । ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ସମାନ ନୀତି ଥିବା ସରକାର ଉଭୟ ଦିଲ୍ଲୀ ଓ ଭୋପାଳରେ ରହିଲେ ବିକାଶର ଗତି ବଢିଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ତେଣୁ , ମଧ୍ୟପ୍ରଦେଶବାସୀ ଡବଲ ଇଞ୍ଜିନ ସରକାର ଉପରେ ବିଶ୍ୱାସ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଡବଲ ଇଞ୍ଜିନ ଅର୍ଥ ମଧ୍ୟପ୍ରଦେଶର ଦ୍ୱିଗୁଣିତ ବିକାଶ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ,  ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସରକାର ମଧ୍ୟପ୍ରଦେଶକୁ 'ବିମାରୁ ରାଜ୍ୟ' (ପଛୁଆ ରାଜ୍ୟ) ରୁ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରୁ ଗୋଟିଏରେ ପରିଣତ କରିଛନ୍ତି । ଏଠାରୁ ମଧ୍ୟପ୍ରଦେଶକୁ ଭାରତର ଶ୍ରେଷ୍ଠ ୩ ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି । ସେ ସମସ୍ତଙ୍କୁ ଜଣେ ଦାୟିତ୍ୱବାନ ନାଗରିକ ଭାବରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ଯାହା ଆଗକୁ ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ୩ ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାରେ ସହାୟତା କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିଶ୍ୱ ତାର ଭବିଷ୍ୟତକୁ ଦେଖୁଛି । ସେ କହିଛନ୍ତି ଯେ ଭାରତ ମାତ୍ର ୯ ବର୍ଷ ମଧ୍ୟରେ ଦଶମ ସ୍ଥାନରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଯେଉଁମାନେ ଭାରତର ଏହି ସମୟ ଉପରେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟକାଳରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ସ୍ଥାନ ପାଇବ ବୋଲି ମୋଦୀଙ୍କ ଗ୍ୟାରେଣ୍ଟି ରହିଛି ।

 

 "ମୋଦି ଗରିବ, ଦଳିତ, ପଛୁଆ ଏବଂ ଆଦିବାସୀ ପରିବାରକୁ ପକ୍କା ଘର ଦେବାର ଗ୍ୟାରେଣ୍ଟି ଦେଇଥିଲେ, ", ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ , ବର୍ତ୍ତମାନ ସୁଦ୍ଧା ଦେଶର ୪ କୋଟି ପରିବାରକୁ ପକ୍କା ଘର ଦିଆଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଗୃହ ଗରିବ ପରିବାରକୁ ହସ୍ତାନ୍ତର କରାଯାଇଛି ଏବଂ ଆଜି ମଧ୍ୟ ଅନେକ ଘର ଉଦ୍‌ଘାଟିତ ହୋଇଛି । ପୂର୍ବ ସରକାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜାଲିଆତି ଯୋଜନା ସମୂହ ଏବଂ ଗରିବ ଲୋକଙ୍କୁ ପ୍ରଦାନ କରାଯାଇଥିବା ନିମ୍ନମାନର ଗୃହ ପାଇଁ ଦୁଃଖ ପ୍ରକାଶ କରିଥିଲେ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାରଙ୍କ ସମୟରେ ପ୍ରଦାନ କରାଯାଇଥିବା ଘରଗୁଡ଼ିକ ହିତାଧିକାରୀ ମାନଙ୍କ ଆବଶ୍ୟକତା ଅନୁଯାୟୀ ନିର୍ମାଣ କରାଯାଉଛି ଏବଂ ଟେକ୍ନୋଲୋଜି ସାହାଯ୍ୟରେ ଅଗ୍ରଗତି ଅନୁଧ୍ୟାନ କରିବା ପରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର  କରାଯାଉଛି । ଘରେ ଘରେ ଶୌଚାଳୟ, ବିଜୁଳି, ଟ୍ୟାପ୍ ପାଣି ସଂଯୋଗ ଏବଂ ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଆଜିର ଜଳ ଜୀବନ ମିଶନ ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏହି ଘରକୁ ଜଳ ଯୋଗାଣରେ ସହାୟକ ହେବ ।

ଏହି ଗୃହ ଗୁଡ଼ିକ ଘରର ମହିଳାଙ୍କ ନାମରେ ଥିବା ସୁନିଶ୍ଚିତ କରାଯାଇଛି ବୋଲି ସେ କହିଛନ୍ତି । ଏହା କୋଟି କୋଟି ଭଉଣୀ ମାନଙ୍କୁ 'ଲକ୍ଷପତି' କରିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଘରର ମହିଳା  ସତ୍ତ୍ୱାଧିକାରୀ ମାନଙ୍କୁ ସେମାନଙ୍କ ପିଲାଙ୍କ ପାଠପଢ଼ା ଉପରେ ଧ୍ୟାନ ଦେବାକୁ କହିଥିଲେ ।

ମହିଳା ସଶକ୍ତିକରଣ ଭୋଟ୍ ବ୍ୟାଙ୍କ ପ୍ରସଙ୍ଗ ପରିବର୍ତ୍ତେ ଜାତୀୟ ପୁନର୍ଗଠନ ଏବଂ ଜାତୀୟ କଲ୍ୟାଣର ଏକ ମିଶନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନିକଟରେ ପାରିତ ହୋଇଥିବା 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ମୋଦୀ ଗ୍ୟାରେଣ୍ଟି ର ଅର୍ଥ ହେଉଛି ସମସ୍ତ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି" । ଦେଶର ବିକାଶ ଯାତ୍ରାରେ ମାତୃଶକ୍ତିର ଅଧିକ ଅଂଶଗ୍ରହଣ ପାଇଁ ସେ କାମନା କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସମୟରେ ଅନିୟମିତତା, ଅନୁନ୍ନତି ଏବଂ ସାମାଜିକ ନ୍ୟାୟର ଉଲ୍ଲଂଘନ ପରେ ସରକାରଙ୍କ କଠିନ ପରିଶ୍ରମର ଫଳସ୍ୱରୂପ ଗ୍ୱାଲିୟର ଏବଂ ଚମ୍ବଲ ସୁଯୋଗର ଭୂମି ପାଲଟିଛି । ସେ କହିଲେ ଯେ ଆମେ ପଛକୁ ଚାହିଁପାରିବୁ ନାହିଁ ।

"ଆଧୁନିକ ଭିତ୍ତିଭୂମି ଏବଂ ସୁଦୃଢ଼ ଆଇନ ଶୃଙ୍ଖଳା ଉଭୟ କୃଷକ ମାନଙ୍କ ପାଇଁ ଏବଂ ଶିଳ୍ପ ନିମନ୍ତେ ଲାଭଦାୟକ", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଗୁରୁତ୍ୱାରୋପ କରି ଉଲ୍ଲେଖ କରିଥିଲେ, ଯେ ବିକାଶ ବିରୋଧୀ ସରକାରଙ୍କ ଉପସ୍ଥିତିରେ ଉଭୟ ବ୍ୟବସ୍ଥା ଭୁଶୁଡ଼ି ପଡ଼େ । ବିକାଶ ବିରୋଧୀ ସରକାର ଅପରାଧ ଓ ତୁଷ୍ଟୀକରଣକୁ ମଧ୍ୟ ଜନ୍ମ ଦେଇ ଗୁଣ୍ଡା, ଅପରାଧୀ, ଦଙ୍ଗାକାରୀ ଓ ଦୁର୍ନୀତିଗ୍ରସ୍ତଙ୍କୁ ମୁକ୍ତ ସୁଯୋଗ ପ୍ରଦାନ କରିଥାନ୍ତି, ଯାହା ଫଳରେ ମହିଳା, ଦଳିତ, ପଛୁଆ ବର୍ଗ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଥାଏ । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶବାସୀଙ୍କୁ ଏଭଳି ବିକାଶ ବିରୋଧୀ ଉପାଦାନ ମାନଙ୍କ ଠାରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।

ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ନୀତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସରକାର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଅଞ୍ଚଳକୁ ବିକାଶ ପ୍ରଦାନ କରିବାକୁ ସମର୍ପିତ । ଯେଉଁମାନଙ୍କୁ କେହି ଗୁରୁତ୍ୱ ଦେଇ ନଥାନ୍ତି, ମୋଦୀ ସେମାନଙ୍କୁ ଗୁରୁତ୍ୱ ଦିଅନ୍ତି, ମୋଦି ସେମାନଙ୍କୁ ପୂଜା କରନ୍ତି ।  ଦିବ୍ୟାଙ୍ଗ ମାନଙ୍କ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ସାଧାରଣ ସାଙ୍କେତିକ ଭାଷାର ବିକାଶ ଭଳି ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଆଜି ଗ୍ୱାଲିୟର ଠାରେ ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କ ପାଇଁ ଏକ ନୂତନ କ୍ରୀଡ଼ା କେନ୍ଦ୍ର ଉଦ୍ ଘାଟିତ ହୋଇଛି ।

 

ସେହିଭଳି କ୍ଷୁଦ୍ର ଚାଷୀମାନେ ଅନେକ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିଲେ, ଏବେ ସେମାନଙ୍କ ଯତ୍ନ ନିଆଯାଉଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ସରକାର ବର୍ତ୍ତମାନ ସୁଦ୍ଧା ଦେଶର ପ୍ରତ୍ୟେକ କ୍ଷୁଦ୍ର କୃଷକଙ୍କ ଆକାଉଣ୍ଟକୁ ୨୮ ହଜାର ଟଙ୍କା ପଠାଇଛନ୍ତି । ଆମ ଦେଶରେ ୨.୫ କୋଟି କ୍ଷୁଦ୍ର ଚାଷୀ ଅଛନ୍ତି ଯେଉଁମାନେ ମୋଟା ଶସ୍ୟ ଚାଷ କରନ୍ତି । "ପୂର୍ବରୁ ମୋଟା ଶସ୍ୟ ଚାଷ କରୁଥିବା କ୍ଷୁଦ୍ର ଚାଷୀଙ୍କ ବିଷୟରେ କେହି ଚିନ୍ତା କରୁନଥିଲେ । ଆମ ସରକାର ହିଁ ବାଜରାକୁ ଭାରତୀୟ ଖାଦ୍ୟର ପରିଚୟ ଦେଇଛନ୍ତି ଏବଂ ଏହାକୁ ବିଶ୍ୱର ବିଭିନ୍ନ ବଜାରରେ ପହଂଚାଉଛନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ପିଏମ୍ ବିଶ୍ୱକର୍ମା ଯୋଜନା ବିଷୟରେ ଆଲୋଚନା କରିଥିଲେ ଯାହା କୁମ୍ଭାର, କମାର, ସୁତାର, ବଣିଆ, ମାଲାକର, ଦରଜୀ, ଧୋବା ଏବଂ ମୋଚି ଏବଂ ବାରିକ ମାନଙ୍କୁ ଉପକୃତ କରିବ । ସମାଜର ଏହି ବର୍ଗ ପଛରେ ପଡ଼ିଯାଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ, ସେମାନଙ୍କୁ ଆଗକୁ ଆଣିବା ପାଇଁ ମୋଦି ଏକ ବିରାଟ ଅଭିଯାନ ଆରମ୍ଭ କରିଛନ୍ତି । ସେମାନଙ୍କ ପ୍ରଶିକ୍ଷଣ ପାଇଁ ସରକାର ଖର୍ଚ୍ଚ ବହନ କରିବେ ଏବଂ ଅତ୍ୟାଧୁନିକ ଉପକରଣ ପାଇଁ ୧୫ ହଜାର ଟଙ୍କା ପ୍ରଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି । ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଶସ୍ତା ଋଣ ଦିଆଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ବିଶ୍ୱକର୍ମାଙ୍କ ଋଣର ଗ୍ୟାରେଣ୍ଟି ମୋଦି ନେଇଛନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ ସରକାରଙ୍କ ଭବିଷ୍ୟତ ଭିତ୍ତିକ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ମଧ୍ୟପ୍ରଦେଶକୁ ଦେଶର ଶୀର୍ଷ ରାଜ୍ୟ ମାନଙ୍କ ମଧ୍ୟରେ ଆଣିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର, ଡକ୍ଟର ବୀରେନ୍ଦ୍ର କୁମାର ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସାଂସଦ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଆଉ ଏକ ପଦକ୍ଷେପ ସ୍ୱରୂପ, ସମଗ୍ର ଦେଶରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୮୯୫ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଦିଲ୍ଲୀ – ଭଦୋଦରା ଏକ୍ସପ୍ରେସୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିସହ ୧୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫ଟି ଭିନ୍ନ ଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିବେ ।

 

ସମସ୍ତଙ୍କର ନିଜସ୍ୱ ଘର ଅଛି କି ନାହିଁ ତାହା ସୁନିଶ୍ଚିତ କରିବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ । ଏହି ପରିପ୍ରେକ୍ଷୀରେ ପିଏମଏୱାଇ - ଗ୍ରାମୀଣ ଅଧୀନରେ ନିର୍ମିତ ୨.୨ ଲକ୍ଷରୁ ଅଧିକ ଘରର ଗୃହ ପ୍ରବେଶକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ପାଖାପାଖି ୧୪୦ କୋଟି ଟଙ୍କା ବ୍ୟୟରେ ପିଏମଏୱାଇ – ସହର ଯୋଜନା  ଅଧୀନରେ ନିର୍ମିତ ଗୃହ ଗୁଡ଼ିକୁ ମଧ୍ୟ ସେ ଲୋକାର୍ପଣ କରିଥିଲେ ।

ସୁରକ୍ଷିତ ଓ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ କରିବା ହେଉଛି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ମଧ୍ୟରୁ ଗୋଟିଏ । ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ପ୍ରଧାନମନ୍ତ୍ରୀ ଗ୍ୱାଲିୟର ଏବଂ ଶିଓପୁର ଜିଲ୍ଲାରେ ୧୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକ ଯୋଗୁଁ ମିଳିତ ଭାବେ ଏହି ଅଞ୍ଚଳର ୭୨୦ରୁ ଅଧିକ ଗ୍ରାମ ଉପକୃତ ହେବ ।

 

ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ୯ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି । ୧୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହାର ବିକାଶ କରାଯିବ ।

ପ୍ରଧାନମନ୍ତ୍ରୀ ଆଇଆଇଟି ଇନ୍ଦୋରର ଏକାଡେମିକ ଭବନକୁ ଲୋକାର୍ପଣ କରିବା ସହ କ୍ୟାମ୍ପସରେ ହଷ୍ଟେଲ ଏବଂ ଅନ୍ୟାନ୍ୟ କୋଠାର ଶିଳାନ୍ୟାସ କରିଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଇନ୍ଦୋରରେ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କର ଶିଳାନ୍ୟାସ କରିଥିଲେ । ଉଜ୍ଜୟିନୀରେ ସମନ୍ୱିତ ଶିଳ୍ପ ଟାଉନସିପ୍‌, ଆଇଓସିଏଲ୍ ବଟଲିଂ ପ୍ଲାଣ୍ଟ ଏବଂ ଗ୍ୱାଲିୟରରେ ଅଟଳ ବିହାରୀ ବାଜପେୟୀ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରର ବିଭିନ୍ନ ପ୍ରକଳ୍ପକୁ ସେ ଲୋକାର୍ପଣ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."