ବାରଣାସୀ - ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି
ସ୍ମାର୍ଟ ସିଟି ମିଶନ ଅଧୀନରେ ୟୁନିଫାଏଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି
“କାଶୀର ଲୋକ ମାନଙ୍କର କାର୍ଯ୍ୟକୁ ଯେତେବେଳେ ପ୍ରଶଂସା କରାଯାଏ, ସେତେବେଳେ ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରିଥାଏ”
“କାଶୀ ସମୃଦ୍ଧ ହେଲେ ଉତ୍ତର ପ୍ରଦେଶ ସମୃଦ୍ଧ ହୋଇଥାଏ ଏବଂ ଉତ୍ତର ପ୍ରଦେଶ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହୋଇଥାଏ”
"ସମଗ୍ର ଦେଶ ସହ କାଶୀ ବିକଶିତ ଭାରତର ସଂକଳ୍ପ ପାଇଁ ପ୍ରତିଶ୍ରୁତିବଦ୍ଧ"
“ମୋଦି କି ଗ୍ୟାରେଣ୍ଟି କି ଗାଡି ସୁପରହିଟ ହୋଇଛି, କାରଣ ସରକାର ନାଗରିକ ମାନଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରୁଛନ୍ତି, ଅନ୍ୟ ଉପାୟରେ ନୁହେଁ “
“ଚଳିତ ବର୍ଷ ବନାସ ଡାଏରୀ ଉତ୍ତର ପ୍ରଦେଶର କୃଷକ ମାନଙ୍କୁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛି “
“ପୂର୍ବାଂଚଳର ଏହି ସମଗ୍ର କ୍ଷେତ୍ର ଅନେକ ଦଶନ୍ଧି ଧରି ଅବହେଳିତ ହୋଇ ରହି ଆସିଛି, କିନ୍ତୁ ମହାଦେବଙ୍କ ଆଶୀର୍ବାଦରେ ଏବେ ମୋଦି ଆପଣଙ୍କ ସେବାରେ ନିୟୋଜିତ ଅଛନ୍ତି “

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରଣାସୀ ଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

 

ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପ୍ରାୟ ୧୦,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର - ନ୍ୟୁ ଭାଉପୁର ଉତ୍ସର୍ଗୀକୃତ ମାଲ ପରିବହନ କରିଡର ପ୍ରକଳ୍ପର ଉଦଘାଟନ ସହ ଅନ୍ୟାନ୍ୟ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ । ବାରଣସୀ - ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌, ଦୋହରିଘାଟ - ମାଉ ମେମୁ ଟ୍ରେନ୍ ଏବଂ ନବନିର୍ମିତ ଉତ୍ସର୍ଗୀକୃତ ମାଲ ପରିବହନ କରିଡରରେ ଏକ ଯୋଡ଼ା ଲଙ୍ଗ୍ ହାଉଲ୍ ମାଲବାହୀ ଟ୍ରେନ୍‌କୁ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବନାରସ ଲୋକୋମୋଟିଭ୍ ୱାର୍କସ ଦ୍ୱାରା ନିର୍ମିତ ୧୦,୦୦୦ତମ ଲୋକୋମୋଟିଭ୍‌କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ୩୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୁଇଟି ଆରଓବି ସହ ଗ୍ରୀନ୍ ଫିଲ୍ଡ ଶିବପୁର - ଫୁଲୱାରିଆ - ଲହରତାରା ରାସ୍ତାକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ଅନ୍ୟ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୨୦ଟି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ , କୈଥି ଗ୍ରାମର ସଙ୍ଗମ ଘାଟ ରାସ୍ତା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆବାସିକ କୋଠା, ପୁଲିସ ଲାଇନ୍ ଓ ପିଏସି ଭୁଲନପୁରରେ ଦୁଇଟି ୨୦୦ ଓ ୧୫୦ ଶଯ୍ୟା ବିଶିଷ୍ଟ ବହୁମହଲା ବ୍ୟାରାକ୍ କୋଠା, ୯ଟି ସ୍ଥାନରେ ସ୍ମାର୍ଟ ବସ୍ ଆଶ୍ରୟସ୍ଥଳୀ ଓ ଅଲାଇପୁରରେ ୧୩୨ କିଲୋୱାଟ୍ ସବ୍‌ଷ୍ଟେସନ ନିର୍ମାଣ କରାଯାଇଛି । ସେ ସ୍ମାର୍ଟ ସିଟି ମିଶନ ଅଧୀନରେ ୟୁନିଫାଏଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଚିତ୍ରକୁଟ ଜିଲ୍ଲାରେ ୮୦୦ ମେଗାୱାଟ ବିଶିଷ୍ଟ ସୌର ପାର୍କ, ୧୦୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମିର୍ଜାପୁର ଠାରେ ନୂତନ ପେଟ୍ରୋଲିୟମ ତୈଳ ଟର୍ମିନାଲ ନିର୍ମାଣ, ୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବାରଣାସୀ - ଭଦୋହି ଜାତୀୟ ରାଜପଥ ୭୩୧ ବି (ପ୍ୟାକେଜ-୨)ର ପ୍ରଶସ୍ତୀକରଣ , ଜଳ ଜୀବନ ମିଶନ ଅଧୀନରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୯ଟି ଗ୍ରାମୀଣ ପାନୀୟ ଜଳ ଯୋଜନା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରକଳ୍ପ ସମେତ ୬୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେବ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ୱଳନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିବାରୁ ବାରଣାସୀର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯଦିଓ ସେ ଏହି ଦୃଶ୍ୟକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ପାଇଁ ଉପସ୍ଥିତ ନଥିଲେ, ତଥାପି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦେଶରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ଏବଂ ପର୍ଯ୍ୟଟକ ମାନଙ୍କ ସମେତ ବାରଣାସୀ ଗସ୍ତ କରୁଥିବା ଲୋକମାନେ ତାଙ୍କୁ ଏସମ୍ପର୍କରେ ସୂଚନା ଦେଉଥିଲେ ଏବଂ ବାରଣାସୀ ଏବଂ ଏହାର ନାଗରିକ ମାନଙ୍କ ପ୍ରଶଂସା ଶୁଣି ସେ ଅନୁଭବ କରିଥିବା ଗର୍ବ ବିଷୟରେ ଉଲ୍ଲେଖ କରିଥିଲେ । "ଯେତେବେଳେ କାଶୀର ନାଗରିକ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଏ ସେତେବେଳେ ମୋତେ ଅତ୍ୟନ୍ତ ଗର୍ବ ଅନୁଭବ ହୋଇଥାଏ", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହିତ ସେ ମଧ୍ୟ କହିଥିଲେ ଯେ, ଭଗବାନ ମହାଦେବଙ୍କ ଭୂମିର ସେବା ପ୍ରତି ସମର୍ପଣ କେବେ ବି ଯଥେଷ୍ଟ ହୋଇପାରିବ ନାହିଁ ।

 

ପାଖାପାଖି ୨୦,୦୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସରେ ସମାନ ବିଶ୍ୱାସ ରହିଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, "କାଶୀ ସମୃଦ୍ଧ ହେଲେ ୟୁପି (ଉତ୍ତର ପ୍ରଦେଶ) ସମୃଦ୍ଧ ହୁଏ ଏବଂ ୟୁପି ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହୁଏ" । ବାରଣାସୀର ଗ୍ରାମ ଗୁଡ଼ିକରେ ଜଳ ଯୋଗାଣ, ବିଏଚୟୁ ଟ୍ରମା ସେଣ୍ଟରର କ୍ରିଟିକାଲ କେୟାର ୟୁନିଟ୍‌, ସଡ଼କ, ରେଳବାଇ, ବିମାନବନ୍ଦର, ବିଜୁଳି, ସୌର ଶକ୍ତି, ଗଙ୍ଗାର ବିଭିନ୍ନ ଘାଟ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରକୁ ଜଳ ଯୋଗାଣ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ଏହି ଅଞ୍ଚଳରେ ବିକାଶର ଗତିକୁ ଆଗକୁ ବଢ଼ାଇବ । ସେ ଗତକାଲି ସନ୍ଧ୍ୟାରେ କାଶୀ - କନ୍ୟାକୁମାରୀ ତାମିଲ ସଙ୍ଗମମ୍ ଟ୍ରେନ୍ ଏବଂ ବାରଣାସୀ - ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଦୋହରିଘାଟ - ମାଉ ମେମୁ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

"ସମଗ୍ର ଦେଶ ସହିତ କାଶୀ ବିକଶିତ ଭାରତର ସଂକଳ୍ପ ପାଇଁ ପ୍ରତିଶ୍ରୁତିବଦ୍ଧ", ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ହଜାର ହଜାର ଗ୍ରାମ ଏବଂ ସହରରେ ପହଞ୍ଚିଛି ଯେଉଁଠାରେ କୋଟି କୋଟି ନାଗରିକ ଏହା ସହିତ ଯୋଡ଼ି ହେଉଛନ୍ତି । ଶ୍ରୀ ମୋଦୀ ବାରଣାସୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେବା ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଭିବିଏସୱାଇ ଭ୍ୟାନକୁ ଲୋକମାନେ 'ମୋଦୀ କି ଗ୍ୟାରେଣ୍ଟି କି ଗାଡି' ବୋଲି ସମ୍ବୋଧନ କରୁଛନ୍ତି । "ସରକାରୀ ଯୋଜନାର ଲାଭ ପାଇବାକୁ  ହକ୍‌ଦାର ଥିବା ସମସ୍ତ ଯୋଗ୍ୟ ନାଗରିକ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ସରକାର ଏହା ମାଧ୍ୟମରେ ନାଗରିକଙ୍କ ନିକଟରେ ପହଞ୍ଚୁଛନ୍ତି, ଅନ୍ୟ ଉପାୟରେ ନୁହେଁ ।  "ମୋଦୀ କି ଗ୍ୟାରେଣ୍ଟି କି ଗାଡି ଏକ ସୁପରହିଟ୍‌", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ବଞ୍ଚିତ ଥିବା ହଜାର ହଜାର ହିତାଧିକାରୀ ମାନଙ୍କୁ ବାରଣାସୀରେ ଭିବିଏସ୍‌ୱାଇ ସହିତ ଯୋଡାଯାଇଛି । ସେ ଆୟୁଷ୍ମାନ କାର୍ଡ, ମାଗଣା ରାସନ କାର୍ଡ, ପକ୍କା ଘର, ଜଳ ସଂଯୋଗ ଏବଂ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଭଳି ସୁବିଧାର ଉଦାହରଣ ଦେଇଥିଲେ ଯାହା ଭିବିଏସୱାଇ ସମୟରେ ମଧ୍ୟ ଉପଲବ୍ଧ କରାଯାଇଥିଲା ।

 

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ଏହି ବିଶ୍ୱାସ ଦୃଢ଼ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଭିବିଏସୱାଇ ଅନ୍ୟ କୌଣସି ଜିନିଷ ଅପେକ୍ଷା ଲୋକଙ୍କ ମଧ୍ୟରେ ଅଧିକ ବିଶ୍ୱାସ ସୃଷ୍ଟି କରିଛି" । ପ୍ରଧାନମନ୍ତ୍ରୀ ଅଙ୍ଗନବାଡ଼ି ପିଲାଙ୍କ ଆତ୍ମବିଶ୍ୱାସରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଭିବିଏସୱାଇ ଗସ୍ତ ସମୟରେ ଜଣେ ହିତାଧିକାରୀ ତଥା ଲକ୍ଷପତି ଦିଦି ଶ୍ରୀମତୀ ଚନ୍ଦା ଦେବୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମଧ୍ୟ ପ୍ରଶଂସା କରିଥିଲେ । ଭିବିଏସୱାଇ ବିଷୟରେ ତାଙ୍କର ଶିକ୍ଷଣ ଅଭିଜ୍ଞତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଭିବିଏସୱାଇ ହେଉଛି ସର୍ବସାଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ଏକ ଭ୍ରାମ୍ୟମାଣ ବିଶ୍ୱବିଦ୍ୟାଳୟ” ।

ସହରର ସୌନ୍ଦର୍ଯ୍ୟକରଣର ଉପକାରିତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆସ୍ଥା ଓ ପର୍ଯ୍ୟଟନର କେନ୍ଦ୍ର ଭାବେ କାଶୀର ଗୌରବ ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ମରାମତି ପରେ କାଶୀ ବିଶ୍ୱନାଥ ଧାମରେ ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିବାରୁ ପର୍ଯ୍ୟଟନ କ୍ଷେତ୍ର ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରୁଛି ବୋଲି ସେ ସୂଚନା ଦେଇଛନ୍ତି । ବିଦେଶ ଯିବା ପାଇଁ ଯୋଜନା କରିବା ପୂର୍ବରୁ ଦେଶ ଭିତରେ ଥିବା ୧୫ଟି ଗନ୍ତବ୍ୟସ୍ଥଳ ପରିଦର୍ଶନ କରିବା ପାଇଁ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କର ଉପଦେଶ ବିଷୟରେ ସେ ଲୋକଙ୍କୁ ମନେ ପକାଇଥିଲେ । ଲୋକମାନେ ଘରୋଇ ପର୍ଯ୍ୟଟନକୁ ଆପଣାଉଥିବାରୁ ସେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ଅଧୀନରେ ୟୁନିଫାଇଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥା ଏବଂ ସହର ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ପର୍ଯ୍ୟଟନ ୱେବସାଇଟ୍ 'କାଶୀ' ର ଶୁଭାରମ୍ଭ କରିବା ସମେତ ପର୍ଯ୍ୟଟନ ସୁବିଧାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ଗଙ୍ଗା ଘାଟ, ଅତ୍ୟାଧୁନିକ ବସ୍ ଆଶ୍ରୟସ୍ଥଳୀ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସୁବିଧା ପାଇଁ ନବୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ସେ ଉଲ୍ଲେଖ କରିଥିଲେ ।

 

ରେଳବାଇ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକ ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ଏବଂ ପଶ୍ଚିମ ମାଲ ପରିବହନ କରିଡରର ଲୋକାର୍ପଣ, ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର - ନ୍ୟୁ ଭାଉପୁରର ଉଦଘାଟନ ବିଷୟରେ କହିଥିଲେ । ସ୍ଥାନୀୟ କାରଖାନାରେ ନିର୍ମିତ ୧୦,୦୦୦ତମ ରେଳ ଇଞ୍ଜିନ କାର୍ଯ୍ୟକ୍ଷମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସୌର ଶକ୍ତି କ୍ଷେତ୍ରରେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଚିତ୍ରକୁଟରେ ୮୦୦ ମେଗାୱାଟ ସୌର ଶକ୍ତି ପାର୍କ ଉତ୍ତର ପ୍ରଦେଶରେ ବିଦ୍ୟୁତ ଯୋଗାଣ ପାଇଁ ଆମର ପ୍ରତିବଦ୍ଧତାର ଏକ ଉଦାହରଣ ବୋଲି ସେ କହିଛନ୍ତି । ଦେଓରାଇ ଏବଂ ମିର୍ଜାପୁରରେ ପେଟ୍ରୋଲ ଡିଜେଲ, ବାୟୋ - ସିଏନ୍‌ଜି ଏବଂ ଇଥାନଲ ପ୍ରକ୍ରିୟାକରଣ କ୍ଷେତ୍ରରେ ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦର ଆବଶ୍ୟକତା ପୂରଣ ହେବ ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତର ପ୍ରାଥମିକତା ଭାବରେ ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଏବଂ ଗରିବ ଲୋକ ମାନଙ୍କର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।  "ଏଗୁଡିକ ମୋ ପାଇଁ କେବଳ ଚାରିଟି ଜାତି ଏବଂ ସେମାନଙ୍କୁ ମଜବୁତ କରିବା ଦ୍ୱାରା ଦେଶ ସୁଦୃଢ଼ ହେବ", ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଏହି ବିଶ୍ୱାସ ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୃଷକ ମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି ଏବଂ ପିଏମ୍ କିଷାନ ସ୍ୱନିଧି ଭଳି ଯୋଜନା ଯାହା ମାଧ୍ୟମରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି, କିଷାନ କ୍ରେଡିଟ୍ କାର୍ଡ, ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଏବଂ କିଷାନ ଡ୍ରୋନ ଯୋଜନା ଯାହା ସାର ସିଞ୍ଚନକୁ ସହଜ କରିବ ଇତ୍ୟାଦି ବିଷୟରେ ଉଲ୍ଲେଖ କରିଛନ୍ତି । ସେ ନମୋ ଡ୍ରୋନ ଦିଦି କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯିବ ।

ଆଗାମୀ ଆଧୁନିକ ବନାସ ଦୁଗ୍ଧ କାରଖାନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବନାସ ଡାଏରୀ ୫୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରୁଛି ଏବଂ ଦୁଗ୍ଧ ପଶୁସମ୍ପଦ ବୃଦ୍ଧି ପାଇଁ ଏକ ଅଭିଯାନ ଚଳାଇଛି, ବନାରସର କୃଷକ ମାନଙ୍କ ପାଇଁ ବନାସ ଡାଏରୀ ଏକ ବରଦାନ ସାବ୍ୟସ୍ତ ହେବ । ଲକ୍ଷ୍ନୌ ଓ କାନପୁରରେ ବନାସ ଡାଏରୀ କାରଖାନା କାର୍ଯ୍ୟ କରୁଛି । ଚଳିତ ବର୍ଷ ବନାସ ଡାଏରୀ ଉତ୍ତର ପ୍ରଦେଶର ୪ ହଜାରରୁ ଅଧିକ ଗ୍ରାମର କୃଷକ ମାନଙ୍କୁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ବନାସ ଡାଏରୀ ଉତ୍ତର ପ୍ରଦେଶର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟରେ ୧୦୦ କୋଟିରୁ ଅଧିକ ଟଙ୍କା ଲାଭାଂଶ ଆକାରରେ ଜମା କରିଛି ।

 

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଯେ ବାରାଣସୀରେ ବିକାଶର ଧାରା ସମଗ୍ର ଅଞ୍ଚଳକୁ ନୂତନ ଉଚ୍ଚତାକୁ ନେଇଯିବ । ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ପୂର୍ବାଂଚଳ କ୍ଷେତ୍ର ଅନେକ ଦଶନ୍ଧି ଧରି ଅବହେଳିତ ହୋଇଥିଲେ ମଧ୍ୟ ମୋଦି ଏବେ ମହାଦେବଙ୍କ ଆଶୀର୍ବାଦରେ ଏହାର ସେବାରେ ନିୟୋଜିତ ଅଛନ୍ତି । କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନର ଆଗମନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋଦି ତୃତୀୟ ପାଳିରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଯଦି ମୁଁ ଆଜି ଦେଶକୁ ଏହି ଗ୍ୟାରେଣ୍ଟି ଦେଉଛି, ତେବେ ଏହା ମଧ୍ୟ ଆପଣ ସମସ୍ତଙ୍କ ପାଇଁ, କାଶୀରେ ରହୁଥିବା ମୋର ସମସ୍ତ ପରିବାର ସଦସ୍ୟଙ୍କ ପାଇଁ । ଆପଣମାନେ ସର୍ବଦା ମୋ ସହିତ ଠିଆ ହୋଇଥାନ୍ତି ଏବଂ ମୋର ସଂକଳ୍ପକୁ ସୁଦୃଢ଼ କରନ୍ତି" ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଗତ ୯ ବର୍ଷ ମଧ୍ୟରେ , ପ୍ରଧାନମନ୍ତ୍ରୀ ବାରଣାସୀର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବା ଏବଂ ବାରଣାସୀ ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ପାଇଁ ସହଜ ଜୀବନଧାରଣକୁ ବୃଦ୍ଧି କରିବା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଏହି ଦିଗରେ ଆଉ ଏକ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ପାଖାପାଖି ୧୯,୧୫୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଲୋକାର୍ପଣ କରିଥିଲେ ଓ ଶିଳାନ୍ୟାସ କରିଥିଲେ ।

 

ପାଖାପାଖି ୧୦,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର -ନ୍ୟୁ ଭାଉପୁର ଉତ୍ସର୍ଗୀକୃତ ଫ୍ରେଟ୍ କରିଡର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଉଦଘାଟନ ହେବାକୁ ଥିବା ଅନ୍ୟ ରେଳ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବାଲିଆ - ଗାଜିପୁର ସିଟି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଇନ୍ଦାରା - ଦୋହରିଘାଟ ରେଳ ଲାଇନ୍ ଗେଜ୍ ରୂପାନ୍ତରଣ ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ନବନିର୍ମିତ ଉତ୍ସର୍ଗୀକୃତ ମାଲ ପରିବାହୀ କରିଡରରେ ବାରଣାସୀ - ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌, ଦୋହରିଘାଟ - ମାଉ ମେମୁ ଟ୍ରେନ୍ ଏବଂ ଏକ ଯୋଡ଼ା ଲମ୍ବା ହଲ୍ ମାଲବାହୀ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବନାରସ ଲୋକୋମୋଟିଭ୍ ୱାର୍କସ ଦ୍ୱାରା ନିର୍ମିତ ୧୦,୦୦୦ତମ ଲୋକୋମୋଟିଭ୍‌କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ୩୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୁଇଟି ଆରଓବି ସହିତ ଗ୍ରୀନ୍ ଫିଲ୍ଡ ଶିବପୁର - ଫୁଲୱାରିଆ - ଲହରତାରା ରାସ୍ତାକୁ ଉଦଘାଟନ କରିଥିଲେ । ଏହା ଦ୍ୱାରା ବାରଣାସୀ ସହରର ଉତ୍ତର ଏବଂ ଦକ୍ଷିଣ ଭାଗ ମଧ୍ୟରେ ଟ୍ରାଫିକ ଯାତାୟତ ସହଜ ହେବ ଏବଂ ପର୍ଯ୍ୟଟକଙ୍କ ପାଇଁ ସୁବିଧା ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ଉଦଘାଟନ କରୁଥିବା ଅନ୍ୟ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ୨୦ଟି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ , କୈଥି ଗ୍ରାମର ସଙ୍ଗମ ଘାଟ ରାସ୍ତା ଏବଂ  ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆବାସିକ କୋଠା ନିର୍ମାଣ ।

ଏହାବ୍ୟତୀତ ପୁଲିସ କର୍ମଚାରୀଙ୍କ ଆବାସ ଆବଶ୍ୟକତାକୁ ପୂରଣ କରିବା ପାଇଁ ପୁଲିସ ଲାଇନ୍ ଓ ପିଏସି ଭୁଲନପୁରରେ ୨୦୦ ଓ ୧୫୦ ଶଯ୍ୟା ବିଶିଷ୍ଟ ଦୁଇଟି ବହୁମହଲା ବ୍ୟାରାକ୍ କୋଠା, ୯ଟି ସ୍ଥାନରେ ନିର୍ମିତ ସ୍ମାର୍ଟ ବସ୍ ଆଶ୍ରୟସ୍ଥଳୀ ଓ ଅଲାଇପୁରରେ ନିର୍ମିତ ୧୩୨ କିଲୋୱାଟ୍ ସବ୍‌ଷ୍ଟେସନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ।

 

ସ୍ମାର୍ଟ ସିଟି ମିଶନ ଅଧୀନରେ ପର୍ଯ୍ୟଟକଙ୍କ ବିସ୍ତୃତ ସୂଚନା ପାଇଁ ଏକ ୱେବସାଇଟ୍ ଏବଂ ୟୁନିଫାଏଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ୟୁନିଫାଇଡ୍ ପାସ୍ ରେ ଶ୍ରୀ କାଶୀ ବିଶ୍ୱନାଥ ଧାମ, ଗଙ୍ଗା କ୍ରୁଜ୍ ଏବଂ ସାରନାଥଙ୍କ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ\' ପାଇଁ ଏକକ ପ୍ଲାଟଫର୍ମ ଟିକେଟ୍ ବୁକିଂ କରାଯିବ, ଯେଉଁଥିରେ ସମନ୍ୱିତ କ୍ୟୁଆର୍ କୋଡ୍ ସେବା ଉପଲବ୍ଧ ହେବ ।

ପ୍ରଧାନମନ୍ତ୍ରୀ ୬୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅକ୍ଷୟ ଶକ୍ତି ସମ୍ପଦର ଉତ୍ପାଦନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଚିତ୍ରକୁଟ ଜିଲ୍ଲାରେ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଏକ ୮୦୦ ମେଗାୱାଟ ସୌର ପାର୍କର ଶିଳାନ୍ୟାସ କରିଥିଲେ । ପେଟ୍ରୋଲିୟମ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ସେ ମିର୍ଜାପୁର ଠାରେ ୧୦୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ ନୂତନ ପେଟ୍ରୋଲିୟମ ତୈଳ ଟର୍ମିନାଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବାରଣାସୀ - ଭଦୋହି ଜାତୀୟ ରାଜପଥ ୭୩୧ ବି (ପ୍ୟାକେଜ-୨) ର ପ୍ରଶସ୍ତୀକରଣ ; ଜଳ ଜୀବନ ମିଶନ ଅଧୀନରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୯ଟି ଗ୍ରାମୀଣ ପାନୀୟ ଜଳ ଯୋଜନା; ବିଏଚ୍‌ୟୁ ଟ୍ରମା ସେଣ୍ଟରରେ ୧୫୦ ଶଯ୍ୟା କ୍ଷମତା ବିଶିଷ୍ଟ କ୍ରିଟିକାଲ କେୟାର ୟୁନିଟ୍ ନିର୍ମାଣ; ୮ଟି ଗଙ୍ଗା ଘାଟର ପୁନଃନିର୍ମାଣ କାର୍ଯ୍ୟ, ଦିବ୍ୟାଙ୍ଗ ଆବାସିକ ମାଧ୍ୟମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Bankim Chandra Chattopadhyay on His Jayanti
June 26, 2026

The Prime Minister, Shri Narendra Modi, today, paid tributes to the great Bankim Chandra Chattopadhyay on his Jayanti, remembering him as a towering literary luminary whose writings ignited the spirit of patriotism and cultural pride among generations of Indians.

Highlighting the significance of the year, Shri Modi noted that India is commemorating the 150th anniversary of Vande Mataram. He remarked that through Vande Mataram, Bankim Chandra Chattopadhyay gifted the Indian freedom movement and the nation one of its most enduring sources of inspiration.

The Prime Minister posted on X:

Tributes to the great Bankim Chandra Chattopadhyay on his Jayanti.

A towering literary luminary, his writings awakened a spirit of patriotism and cultural pride among generations of Indians. His rich literary work continues to illuminate minds and strengthen our collective resolve towards nation-building.

This is a time when we are marking the 150th anniversary of Vande Mataram. Through Vande Mataram, he gifted the freedom movement and our nation one of its most enduring inspirations.

মহান বঙ্কিম চন্দ্র চট্টোপাধ্যায়ের জয়ন্তীতে তাঁর প্রতি শ্রদ্ধাঞ্জলি।

এক সুবিশাল সাহিত্যিক আলোকবর্তিকা হিসেবে, তাঁর লেখা প্রজন্মান্তরের ভারতীয়দের মধ্যে দেশপ্রেম এবং সাংস্কৃতিক গৌরবের চেতনা জাগ্রত করেছিল। তাঁর সমৃদ্ধ সাহিত্যকর্ম মনকে উদ্ভাসিত করে চলেছে এবং জাতি গঠনের প্রতি আমাদের সম্মিলিত সংকল্পকে শক্তিশালী করছে।

এখন আমরা বন্দে মাতরমের ১৫০তম বার্ষিকী উদযাপন করছি। বন্দে মাতরমের মাধ্যমে, তিনি স্বাধীনতা আন্দোলন এবং আমাদের জাতিকে অন্যতম দীর্ঘস্থায়ী অনুপ্রেরণা উপহার দিয়েছিলেন।