ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଜାତୀୟ ରାଜପଥ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଦେଶ ପାଇଁ ଉତ୍ସର୍ଗ । ପ୍ରଧାନମନ୍ତ୍ରୀଙ୍କ ଶ୍ରମ ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲକୀ ମାର୍ଗ ଓ ଶ୍ରୀସନ୍ଥ ତୁକାରାମ ମହାରାଜ ପାଲକୀ ମାର୍ଗ ଚାରିଲେନ ରାସ୍ତାର ଶିଳାନ୍ୟାସ
ପାନ୍ଧରପୁର ସହ ସଂଯୋଗୀକରଣ ଉନ୍ନତି ଲାଗି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବହୁମୁଖୀ ସଡକ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ
“ଏହି ଯାତ୍ରା ବିଶ୍ୱର ପ୍ରାଚୀନତମ ଗଣଯାତ୍ରା ଓ ଜନସାଧାରଣଙ୍କ ଆନ୍ଦୋଳନ । ଏହା ଭାରତୀୟ ଚିରନ୍ତନ ଜ୍ଞାନର ପ୍ରତୀକ । ଏହା କେବଳ ବିଶ୍ୱାସରେ ବାନ୍ଧି ନ ରଖି ସମସ୍ତଙ୍କୁ ସ୍ୱାଧୀନ କରିଥାଏ”
“ଭଗବାନ ଭିତ୍ତଲଙ୍କ ଦରବାର ସମସ୍ତଙ୍କ ନିମନ୍ତେ ଉନ୍ମୁକ୍ତ । ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ବିଶ୍ୱାସରେ ମଧ୍ୟ ସେହି ଚିନ୍ତାଧାରା ନିହତ”
“କାଳକ୍ରମେ ବିଭିନ୍ନ ଅଞ୍ଚଳରେ ଏପରି ମହାନ୍ ବ୍ୟକ୍ତିତ୍ୱଙ୍କ ଆର୍ବିଭାବ ଘଟେ ଓ ସେମାନେ ଦେଶକୁ ଦିଗ୍‌ଦର୍ଶନ ଦେଇଥାନ୍ତି”
“ପାନ୍ଧାରୀ କୀ ୱାରୀ” ସମସ୍ତଙ୍କୁ ସମାନ ସୁଯୋଗର ପ୍ରତୀକ । ୱାରକରୀ ଆନ୍ଦୋଳନ ବାଛବିଚାରକୁ ଅଶୁଭ ବିବେଚନା କରେ ଓ ଏହାହିଁ ତାହାର ମହାନ ନୀତିବାକ୍ୟ”
ଭକ୍ତମାନଙ୍କୁ ତିନିଟି ପ୍ରତିଜ୍ଞା କରାଏ ଯଥା-ବୃକ୍ଷରୋପଣ, ପାନୀୟ ଜଳ ବ୍ୟବସ୍ଥା ଓ ପାନ୍ଧରପୁରକୁ ନିର୍ମଳତମ ତୀର୍ଥସ୍ଥଳୀର ମାନ୍ୟତା
ଭକ୍ତମାନଙ୍କୁ ତିନିଟି ପ୍ରତିଜ୍ଞା କରାଏ ଯଥା-ବୃକ୍ଷରୋପଣ, ପାନୀୟ ଜଳ ବ୍ୟବସ୍ଥା ଓ ପାନ୍ଧରପୁରକୁ ନିର୍ମଳତମ ତୀର୍ଥସ୍ଥଳୀର ମାନ୍ୟତା“ ‘ଧରତୀ ପୁତ୍ରଗଣ’ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଜୀବିତ ର

ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଜାତୀୟ ରାଜପଥ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ସମ୍ପନ୍ନ କରିଛନ୍ତି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ, ମହାରାଷ୍ଟ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲକୀ ମାର୍ଗ ଓ ସନ୍ଥ ତୁକାରାମ ମହାରାଜ ପାଲକୀ ମାର୍ଗର ଆଜି (ତା୦୮.୧୧.୨୦୨୧) ଶିଳାନ୍ୟାସ ହୋଇଛି । ଶ୍ରୀ ସନ୍ଥ ଜ୍ୟାନେଶ୍ୱର ମହାରାଜା ପାଲ୍‌କୀ ମାର୍ଗର ନିର୍ମାଣ କାର୍ଯ୍ୟ ପାଞ୍ଚଟି ପର୍ଯ୍ୟାୟ ଓ ସନ୍ଥ ତୁକାରାମ ମହାରାଜ ପାଲ୍‌କୀ ମାର୍ଗ ତିନିଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ଏହି ପ୍ରକଳ୍ପଗୁଡିକ ସେ ଅଞ୍ଚଳର ସଂଯୋଗୀକରଣକୁ ଉନ୍ନତ କରିବ ବୋଲି କହିବା ସହ ଭକ୍ତ, ସନ୍ଥ ଓ ଭଗବାନ ଭିଟେଲଙ୍କୁ ପ୍ରକଳ୍ପର ସୂଚାରୁ ସମ୍ପନ୍ନ ଲାଗି ଆଶୀର୍ବାଦ ଭିକ୍ଷା କରିଥିଲେ ।

ସେ କହିଥିଲେ ଯେ ଭଗବାନ ଭିତ୍ତଲଙ୍କ ପ୍ରତି ବିଶ୍ୱାସ ଇତିହାସର ଅନେକ ଘନଘଟା ସତ୍ତ୍ୱେ ଅତୁଟ ରହିଛି ଓ ଆଜି ମଧ୍ୟ ସେଠାକୁ ଯାତ୍ରା ବିଶ୍ୱର ପ୍ରାଚୀନତମ ଗଣଯାତ୍ରା ଭାବେ ବିଦିତ ଓ ଏହାକୁ ଏକ ଜନ ଆନ୍ଦୋଳନ ଭାବେ ଦେଖାଯାଇଥାଏ । ଏହା ଆମକୁ ବିଭିନ୍ନ ପଥ, ବିଭିନ୍ନ ପଦ୍ଧତି ଓ ଧାରଣା ସତ୍ତ୍ୱେ ଲକ୍ଷ୍ୟ ଆମର ଏକ ବୋଲି ଶିକ୍ଷା ଦେଇଥାଏ । ପରିଶେଷରେ ସବୁ ସମ୍ପ୍ରଦାୟ ହେଉଛନ୍ତି ଭଗବତ ପନ୍ଥୀ । ଏହା ଭାରତର ଚିରନ୍ତନ ଜ୍ଞାନର ପ୍ରତୀକ ଓ କେବଳ ଏକ ବିଶ୍ୱାସରେ ବାନ୍ଧି ନ ରଖି ମୁକ୍ତି ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ ଭିତ୍ତଲଙ୍କ ଦରବାର ସମସ୍ତଙ୍କ  ନିମନ୍ତେ ସବୁବେଳେ ଉନ୍ମୁକ୍ତ । ମୁଁ ଯେତେବେଳେ ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ କଥା କହେ ଏହି ଚିନ୍ତାଧାରା ମଧ୍ୟ ସେଥିରେ ନିହିତ ରହିଛି । ଏହି ଉତ୍ସାହ ଦେଶର ବିକାଶ ପାଇଁ ଆମକୁ ଅନୁପ୍ରାଣୀତ କରେ ଓ ସମସ୍ତଙ୍କୁ ସାଥୀରେ ନେଇ ସମସ୍ତଙ୍କ ବିକାଶ ପାଇଁ ଆମକୁ ଉତ୍ସାହିତ କରିଥାଏ ।

ଭାରତର ସମୃଦ୍ଧ ଆଧ୍ୟାତ୍ମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ପାଇଁ ପାନ୍ଧରପୁରର ସେବା ଶ୍ରୀ ନାରାୟଣ ହରିଙ୍କ ସେବା ସଦୃଶ । ସେ କହିଛନ୍ତି ଯେ ଇଏ ହେଉଛି ସେହି ମାଟି ଯେଉଁଠି ପ୍ରଭୁ ଆଜି ଭକ୍ତମାନଙ୍କ ପାଇଁ ବାସ କରୁଛନ୍ତି । ସନ୍ଥ ନାମ ଦେବଜୀ ମହାରାଜ ପୃଥିବୀ ସୃଷ୍ଟି  ନ ହେବା ଆଗରୁ ପାନ୍ଧରପୁର ଥିଲା ବୋଲି କହିଥିବା ଶ୍ରୀ ମୋଦୀ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତରେ ମହାନ୍ ବ୍ୟକ୍ତିଗଣ ଜନ୍ମଗ୍ରହଣ କରି ଦେଶକୁ ଦିଗ୍‌‌ଦର୍ଶନ ଦେଉଛନ୍ତି । ଦକ୍ଷିଣରେ ମାଧବାଚାର୍ଯ୍ୟ, ନିମ୍ବାର୍କାଚାର୍ଯ୍ୟ, ବଲ୍ଲଭଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ ଥିବାବେଳେ, ପଶ୍ଚିମରେ ନାର୍ସୀ ମେହେଟ୍ଟା, ମୀରା ବାଈ, ଧୀରୋ ଭଗତ, ଭୋଜ ଭଗତ, ପ୍ରୀତମ ଜନ୍ମଗ୍ରହଣ କରିଥିଲେ । ଉତରରେ ରାମାନନ୍ଦ, କବୀର ଦାସ, ଗୌସ୍ୱାମୀ ତୁଳସୀ ଦାସ, ସୁର ଦାସ, ଗୁରୁନାନକ ଦେବ ସନ୍ଥ ରବି ଦାସ ଜନ୍ମଗ୍ରହଣ କରିଥିଲେ । ପୂର୍ବରେ ମହାପ୍ରଭୁ ଶ୍ରୀ ଚୈତନ୍ୟ ଓ ଶଙ୍କର ଦେବଙ୍କ ଭଳି ସନ୍ଥଗଣ ଦେଶକୁ ସମୃଦ୍ଧ କରିଛନ୍ତି ।

ୱାରକରୀ ଆନ୍ଦୋଳନର ସାମାଜିକ ମହତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁରୁଷ ଭଳି ଅଦମ୍ୟ ଉତ୍ସାହ ସହ ଯାତ୍ରାରେ ମହିଳାମାନଙ୍କ ଅଂଶଗ୍ରହଣ ପରମ୍ପରାରେ ଏକ ବୈଶିଷ୍ଟ୍ୟ । ଏହା ହେଉଛି ଦେଶରେ ନାରୀ ଶକ୍ତିର ଏକ ପ୍ରତିଫଳନ । ପାନ୍ଧାରୀ କୀ ୱାରୀ ହେଉଛି ସମାନ ସୁଯୋଗର ଏକ ପ୍ରତୀକ । ୱାରକରୀ ଆନ୍ଦୋଳନରେ ବାଛବିଚାରର  କୌଣସି ସ୍ଥାନ ନାହିଁ ଓ ତାହାହିଁ  ଏହାର ଆଦର୍ଶ ।

ୱାରକାରୀ ଭାଇ-ଉଭଣୀମାନଙ୍କଠାରୁ ପ୍ରଧାନମନ୍ତ୍ରୀ ତିନିଟି ଆଶୀର୍ବାଦ କାମନା କରିଥିଲେ । ସେମାନଙ୍କର ତାଙ୍କ ପ୍ରତି ଅସାମାନ୍ୟ ସ୍ନେହର  ନଜିର ଦେଇ ସେ ଭକ୍ତମାନଙ୍କୁ ପାଲକୀ ରାସ୍ତାରେ ଗଛ ଲଗାଇବାକୁ ଅନୁରୋଧ କରିଥିଲେ । ଏହି ରାସ୍ତାକଡରେ ପାନୀୟ ଜଳ ବ୍ୟବସ୍ଥା ସ୍ୱରୂପ ସ୍ଥାନେ ସ୍ଥାନେ ଅଧିକ ପାଣି ଭର୍ତ୍ତି ପାଟିପାତ୍ର ରଖିବାକୁ ଅନୁରୋଧ କରିଥିଲେ । ଭବିଷ୍ୟତରେ ସେ ପାନ୍ଧରପୁରକୁ ଏକ ନିର୍ମଳତମ ତୀର୍ଥସ୍ଥଳୀ ଭାବେ ଦେଖିବାର କାମନା କରିଥିଲେ । ଲୋକମାନେ ଯେତେବେଳେ ସ୍ୱଚ୍ଛତା ଆନ୍ଦୋଳନର ନେତୃତ୍ୱ ନେବେ, ସେତେବେଳେ ଏହି କାର୍ଯ୍ୟ ଜନସାଧାରଣଙ୍କ ସହଯୋଗରେ ସମ୍ପାଦିତ ହେବା ସହ ଆମର ସ୍ୱପ୍ନ ମଧ୍ୟ ସାର୍ଥକ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ୱାରକରୀ ଚାଷୀ ପରିବାରରୁ ଆସିଛନ୍ତି ଓ ଏହି ଭୂମିପୁତ୍ର ମାନେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । “ଜଣେ ପ୍ରକୃତ ଅନ୍ନଦାତା ସମସ୍ତଙ୍କୁ ଏକାଠି କରେ ଓ ସମାଜରେ ବଞ୍ଚେ ଓ ସମାଜ ପାଇଁ ବଞ୍ଚେ ।” ଆପଣମାନେ ସମାଜର ପ୍ରଗତିର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦିବେଘାଟରୁ ମାହୋଲ ପର୍ଯ୍ୟନ୍ତ ପ୍ରାୟ ୨୨୧କିଲୋମିଟର  ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲକୀମାର୍ଗ ଓ ପଟାସରୁ ତୋଣ୍ଡାଲେ ପ୍ରାୟ ୧୩୦ କିଲୋମିଟର ଦୀର୍ଘ ସନ୍ଥ ତୁକାରାମ ମହାରାଜ ପାଲକୀମାର୍ଗ ଚାରିଲେନ ବିଶିଷ୍ଟ ହେବା ସହ ପାଲକୀର ଉଭୟ ପାଶ୍ୱର୍ରେ ଚଲାପଥ ମଧ୍ୟ ରହିବ ଓ ଯଥାକ୍ରମେ ୬୬୯୦ ଓ ୪୪୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହେବ ।

ପାନ୍ଧରପୁରକୁ ଉତ୍ତମ ସଂଯୋଗୀକରଣ ନିମନ୍ତେ ପ୍ରାୟ ୧୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୨୩ କିଲୋମିଟର ଦୀର୍ଘ ଅନ୍ୟାନ୍ୟ ସଡକ ପ୍ରକଳ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ମସ୍‌ୱତ-ପିଲଭି-ପାନ୍ଧରପୁର(ଏନଏଚ୍‌-୫୪୮ଇ) କୁର୍ଦ୍ଦୱାଡି-ପାନ୍ଧରପୁର(ଏନଏଚ୍‌-୯୬୫ସି) ପାନ୍ଧରପୁର-ସାଙ୍ଗୋଲା (ଏନଏଚ୍‌-୯୬୫ସି) ତେମ୍ଭୁରଣୀ-ପାନ୍ଧରପୁର ସେକ୍ସନ (ଏନଏଚ୫୬୧ଏ) ଏବଂ ପାନ୍ଧରପୁର-ମଙ୍ଗଳୱେଡା-ଉମାଡି ସେକ୍ସନ, (ଏନଏଚ୫୬୧) ଏ ଅନ୍ତର୍ଭୁକ୍ତ ।

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian mithai finds a sweet spot on global shelves as exports surge 10%

Media Coverage

Indian mithai finds a sweet spot on global shelves as exports surge 10%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the team of Skyroot Aerospace on the successful launch of Vikram-1
July 18, 2026

Prime Minister Shri Narendra Modi spoke to the team of Skyroot Aerospace and congratulated them on the successful launch of Vikram-1, today. Shri Modi remarked that this is a defining moment in India’s space journey. The growing participation of our private sector is opening new frontiers and accelerating innovation.

“This achievement will encourage countless youngsters to dream bigger and innovate fearlessly”, Shri Modi stated .

Shri Modi posted on X;

Spoke to the team of Skyroot Aerospace and congratulated them on the successful launch of Vikram-1.

This is a defining moment in India’s space journey. The growing participation of our private sector is opening new frontiers and accelerating innovation.

This achievement will encourage countless youngsters to dream bigger and innovate fearlessly.

@SkyrootA