ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଜାତୀୟ ରାଜପଥ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଦେଶ ପାଇଁ ଉତ୍ସର୍ଗ । ପ୍ରଧାନମନ୍ତ୍ରୀଙ୍କ ଶ୍ରମ ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲକୀ ମାର୍ଗ ଓ ଶ୍ରୀସନ୍ଥ ତୁକାରାମ ମହାରାଜ ପାଲକୀ ମାର୍ଗ ଚାରିଲେନ ରାସ୍ତାର ଶିଳାନ୍ୟାସ
ପାନ୍ଧରପୁର ସହ ସଂଯୋଗୀକରଣ ଉନ୍ନତି ଲାଗି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବହୁମୁଖୀ ସଡକ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ
“ଏହି ଯାତ୍ରା ବିଶ୍ୱର ପ୍ରାଚୀନତମ ଗଣଯାତ୍ରା ଓ ଜନସାଧାରଣଙ୍କ ଆନ୍ଦୋଳନ । ଏହା ଭାରତୀୟ ଚିରନ୍ତନ ଜ୍ଞାନର ପ୍ରତୀକ । ଏହା କେବଳ ବିଶ୍ୱାସରେ ବାନ୍ଧି ନ ରଖି ସମସ୍ତଙ୍କୁ ସ୍ୱାଧୀନ କରିଥାଏ”
“ଭଗବାନ ଭିତ୍ତଲଙ୍କ ଦରବାର ସମସ୍ତଙ୍କ ନିମନ୍ତେ ଉନ୍ମୁକ୍ତ । ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ବିଶ୍ୱାସରେ ମଧ୍ୟ ସେହି ଚିନ୍ତାଧାରା ନିହତ”
“କାଳକ୍ରମେ ବିଭିନ୍ନ ଅଞ୍ଚଳରେ ଏପରି ମହାନ୍ ବ୍ୟକ୍ତିତ୍ୱଙ୍କ ଆର୍ବିଭାବ ଘଟେ ଓ ସେମାନେ ଦେଶକୁ ଦିଗ୍‌ଦର୍ଶନ ଦେଇଥାନ୍ତି”
“ପାନ୍ଧାରୀ କୀ ୱାରୀ” ସମସ୍ତଙ୍କୁ ସମାନ ସୁଯୋଗର ପ୍ରତୀକ । ୱାରକରୀ ଆନ୍ଦୋଳନ ବାଛବିଚାରକୁ ଅଶୁଭ ବିବେଚନା କରେ ଓ ଏହାହିଁ ତାହାର ମହାନ ନୀତିବାକ୍ୟ”
ଭକ୍ତମାନଙ୍କୁ ତିନିଟି ପ୍ରତିଜ୍ଞା କରାଏ ଯଥା-ବୃକ୍ଷରୋପଣ, ପାନୀୟ ଜଳ ବ୍ୟବସ୍ଥା ଓ ପାନ୍ଧରପୁରକୁ ନିର୍ମଳତମ ତୀର୍ଥସ୍ଥଳୀର ମାନ୍ୟତା
ଭକ୍ତମାନଙ୍କୁ ତିନିଟି ପ୍ରତିଜ୍ଞା କରାଏ ଯଥା-ବୃକ୍ଷରୋପଣ, ପାନୀୟ ଜଳ ବ୍ୟବସ୍ଥା ଓ ପାନ୍ଧରପୁରକୁ ନିର୍ମଳତମ ତୀର୍ଥସ୍ଥଳୀର ମାନ୍ୟତା“ ‘ଧରତୀ ପୁତ୍ରଗଣ’ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଜୀବିତ ର

ରାମକୃଷ୍ଣ ହରି ।

ରାମକୃଷ୍ଣ ହରି ।

କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀଯୁକ୍ତ ଭଗତ ସିଂହ କୋଶିଆରୀ ମହୋଦୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଉଦ୍ଧବ ଠାକରେ ମହୋଦୟ, ମନ୍ତ୍ରୀମଣ୍ଡଳରେ ମୋର ସହକର୍ମୀ ଶ୍ରୀ ନିତୀନ ଗଡକାରୀ ମହୋଦୟ, ମୋର ଅନ୍ୟ ସହଯୋଗୀ ନାରାୟଣ ରାଣେ ମହୋଦୟ, ରାଓସାହିବ ଦାନବେ ମହୋଦୟ, ରାମଦାସ ଅଠାୱଲେ ମହୋଦୟ, କପିଲ୍ ପାଟିଲ ମହୋଦୟ, ଡକ୍ଟର ଭାଗବତ କରାଡ ମହୋଦୟ, ଡକ୍ଟର ଭାରତୀ ପୱାର ମହୋଦୟା,ଜେନେରାଲ ଭି. କେ. ସିଂହ ମହୋଦୟ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ୍ ପାୱାର ମହୋଦୟ, ମହାରାଷ୍ଟ୍ର ବିଧାନସଭାରେ ବିରୋଧି ଦଳ ନେତା ତଥା ମୋର ବନ୍ଧୁ ଶ୍ରୀ ଦେବେନ୍ଦ୍ର ଫଡନଭିସ ମହୋଦୟ, ବିଧାନ ପରିଷଦର ଅଧ୍ୟକ୍ଷ ରାମରାଜେ ନାଇକ ମହୋଦୟ, ମହାରାଷ୍ଟ୍ର ସରକାରର ସମସ୍ତ ସମ୍ମାନିତ ମନ୍ତ୍ରୀଗଣ, ସଂସଦରେ ମୋର ସହଯୋଗୀ ସାଂସଦଗଣ, ମହାରାଷ୍ଟ୍ରର ବିଧାୟକଗଣ, ଅନ୍ୟ ସମସ୍ତ ଜନପ୍ରତିନିଧିଗଣ, ଏଠାରେ ଆମକୁ ଆଶୀର୍ବାଦ ଦେବାକୁ ଉପସ୍ଥିତ ଥିବା ଆମର ସମସ୍ତ ପୂଜ୍ୟ ସନ୍ଥଗଣ ଏବଂ ଶ୍ରଦ୍ଧାଳୁ ବନ୍ଧୁଗଣ!

ଦୁଇ ଦିନ ପୂର୍ବେ, ଭଗବାନଙ୍କ କୃପାରୁ ମତେ କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୁନଃନିର୍ମିତ ସମାଧିର ସେବା କରିବାର ସୁଯୋଗ ମିଳିଲା ଏବଂ ଆଜି ଭଗବାନ ବିଠଲ ତାଙ୍କ ନିତ୍ୟ ନିବାସସ୍ଥଳୀ ପଣ୍ଡରପୁରରୁ ମତେ ଆପଣ ସମସ୍ତଙ୍କ ଗହଣରେ ଯୋଡିଦେଲେ । ଏହାଠାରୁ ଅଧିକ ଆନନ୍ଦର, ଐଶ୍ୱରୀୟ କୃପାର ସାନିଧ୍ୟର ସୌଭାଗ୍ୟ ଆଉ କ’ଣ ହୋଇପାରେ? ଆଦି ଶଙ୍କରାଚାର୍ଯ୍ୟ ଜୀ ସ୍ୱୟଂ କହିଛନ୍ତି –

ମହା-ଯୋଗ-ପୀଠେ,

ତଟେ ଭୀମ-ରଥ୍ୟାମ୍‌,

ୱରମ ପୁଣ୍ଡରୀ-କାୟ,

ଦାତୁମ ମୁନୀନ୍ଦ୍ରେୌଃ ।

ସମାଗତ୍ୟ ତିଷ୍ଠନ୍ତମ୍‌,

ଆନନ୍ଦ-କନ୍ଦଂ,

ପରଂବ୍ରହ୍ମ ଲିଙ୍ଗମ,

ଭଜେ ପାଣ୍ଡୁ-ରଙ୍ଗମ । ।

ଅର୍ଥାତ୍‌, ଶଙ୍କରାଚାର୍ଯ୍ୟ ଜୀ କହିଛନ୍ତି - ପଣ୍ଡରପୁରର ଏହି ମହା ଯୋଗଭୂମୀରେ ବିଠଲ ଭଗବାନ୍ ସାକ୍ଷାତ ଆନନ୍ଦର ସ୍ୱରୂପ ଅଟନ୍ତି । ଏଥିପାଇଁ ପଣ୍ଡରପୁର ତ ଆନନ୍ଦର ହିଁ ପ୍ରତ୍ୟକ୍ଷ ସ୍ୱରୂପ ଅଟେ । ଏବଂ ଆଜି ତ ଏଥିରେ ସେବାର ଆନନ୍ଦ ମଧ୍ୟ ସମ୍ମିଶ୍ରିତ  ହେଉଛି । ମତେ ଅତ୍ୟନ୍ତ ଆନନ୍ଦ ଅନୁଭବ ହେଉଛି ଯେ ଆଜି ସନ୍ଥ ଜ୍ଞାନୋବା ମାଉଲୀ ଏବଂ ସନ୍ଥ ତୁକୋବାରୟାଙ୍କ ପାଲିଙ୍କି ମାର୍ଗର ଉଦଘାଟନ ହେଉଛି । ଏହାଦ୍ୱାରା ୱାରକାରୀମାନଙ୍କୁ ଆହୁରି ସୁବିଧା ମିଳିପାରିବ, କିନ୍ତୁ ଆମେ ଯେମିତି କହିଥାଉ ଯେ, ସଡକ ବିକାଶର ପ୍ରବେଶ ଦ୍ୱାର ଅଟେ । ଏହିଭଳି ପଣ୍ଡରୀଆଡକୁ ଯାଉଥିବା ଏହି ମାର୍ଗ ଭଗବତ୍ ଧର୍ମର ପତାକାକୁ ଆହୁରି ଉଚ୍ଚତାରେ ମଧ୍ୟ ଲହରାଇବାର ରାଜମାର୍ଗ ହେବ । ଏହା ପବିତ୍ର ମାର୍ଗ ଆଡକୁ ଯିବାକୁ ଥିବା ପ୍ରବେଶ ଦ୍ୱାର ହେବ ।

 

ବନ୍ଧୁଗଣ,

ଆଜି ଏଠାରେ ଶ୍ରୀ ସନ୍ଥ ଜ୍ଞାନେଶ୍ୱର ମହାରାଜ ପାଲିଙ୍କି ମାର୍ଗ ଏବଂ ସନ୍ଥ ତୁକାରାମ ମହାରାଜ ପାଲିଙ୍କି ମାର୍ଗର ଶିଳାନ୍ୟାସ କରାଯାଇଛି । ଶ୍ରୀସନ୍ଥ ଜ୍ଞାନେଶ୍ୱର ମହାରାଜ ପାଲିଙ୍କି ମାର୍ଗର ନିର୍ମାଣ ଏବେ ଆପଣମାନେ ଭିଡିଓ ମାଧ୍ୟମରେ ମଧ୍ୟ ଦେଖିଛନ୍ତି, ନିତୀନ ଜୀଙ୍କ ଭାଷଣରେ ମଧ୍ୟ ଶୁଣିଛନ୍ତି, ଏହା ପାଂଚଟି ପର୍ଯ୍ୟାୟରେ ସମ୍ପୁର୍ଣ୍ଣ କରାଯିବ ଏବଂ ସନ୍ଥ ତୁକାରାମ ମହାରାଜ ପାଲିଙ୍କି ମାର୍ଗର ନିର୍ମାଣ ତିନିଟି ପର୍ଯ୍ୟାୟରେ ସମ୍ପୁର୍ଣ୍ଣ ହେବ । ଏହି ସମସ୍ତ ପର୍ଯ୍ୟାୟରେ ୩୫୦ କିଲୋମିଟରରୁ ଅଧିକ ଦୀର୍ଘ ରାଜପଥ ନିର୍ମାଣ କରାଯିବ ଏବଂ ଏ ବାବଦରେ ୧୧ ହଜାର କୋଟିରୁ ବି ଅଧିକ ଅର୍ଥ ବ୍ୟୟ କରାଯିବ । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ରାଜପଥର ଉଭୟ ପାଶ୍ୱର୍ରେ ପାଲିଙ୍କି ଯାତ୍ରା ପାଇଁ ପଦଯାତ୍ରୀ ଶ୍ରଦ୍ଧାଳୁଙ୍କ ସକାଶେ, ୱାରକାରୀମାନଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗ ନିର୍ମାଣ କରାଯିବ । ଏହାବ୍ୟତୀତ ଆଜି ପଣ୍ଡରପୁରକୁ ସଂଯୋଗ କରୁଥିବା ପ୍ରାୟ ଦୁଇ ଶହ କିଲୋମିଟର ଦୀର୍ଘ ଜାତୀୟ ରାଜପଥର ମଧ୍ୟ ଶୁଭାରମ୍ଭ ହୋଇଛି, ଲୋକାର୍ପଣ କରାଯାଇଛି । ଏହାର ନିର୍ମାଣ ପାଇଁ ପ୍ରାୟ ୧୨ଶହ କୋଟି ଟଙ୍କା ବ୍ୟୟ କରାଯାଇଛି । ସତାରା, କୋହ୍ଲାପୁର, ସାଙ୍ଗଲୀ, ବିଜାପୁର, ମରାଠୱାଡା ଅଂଚଳ, ଉତର ମହାରାଷ୍ଟ୍ର ଅଂଚଳ, ଏହି ସବୁ ସ୍ଥାନରୁ ପଣ୍ଡରପୁରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏହି ଜାତୀୟ ରାଜପଥ ବେଶ ସହାୟକ ହେବ । ଏକପ୍ରକାର ଏହି ମହାମାର୍ଗ ଭଗବାନ ବିଠଲଙ୍କ ଭକ୍ତଙ୍କ ସେବା ସହିତ ଏହି ସମଗ୍ର ପୁଣ୍ୟ କ୍ଷେତ୍ରର ବିକାଶର ମଧ୍ୟ ମାଧ୍ୟମ ହେବ । ବିଶେଷକରି ଏହା ମାଧ୍ୟମରେ ଦକ୍ଷିଣ ଭାରତ ପାଇଁ ଯୋଗାଯୋଗ ଆହୁରି ଉନ୍ନତ ହେବ । ଏହାଦ୍ୱାରା ଏବେ ଏଠାକୁ ଅଧିକ ସଂଖ୍ୟକ ଭକ୍ତ ସହଜରେ ଆସିପାରିବେ ଏବଂ ଏହି କ୍ଷେତ୍ର ସହ ଜଡିତ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହେବ । ମୁଁ ଏହିସବୁ ପୁଣ୍ୟ କାର୍ଯ୍ୟ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଉଛି । ଏହା ଏଭଳିସବୁ ପ୍ରୟାସ ଯାହା ଆମମାନଙ୍କୁ ଏକ ମାନସିକ ସନ୍ତୋଷ ପ୍ରଦାନ କରନ୍ତି, ଆମକୁ ଜୀବନର ସାର୍ଥକତାର ଆଭାସ ଦିଅନ୍ତି । ମୁଁ ଭଗବାନ ବିଠଲଙ୍କ ସମସ୍ତ ଭକ୍ତଙ୍କୁ, ଏହି କ୍ଷେତ୍ର ସହ ଜଡିତ ସମସ୍ତ ଲୋକଙ୍କୁ ପଣ୍ଡରପୁର କ୍ଷେତ୍ରର ଏହି ବିକାଶ ଅଭିଯାନ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ମୁଁ ସବୁ ୱାରକାରୀଙ୍କୁ ପ୍ରଣାମ କରୁଛି, ସେମାନଙ୍କୁ କୋଟି କୋଟି ଅଭିବାଦନ ଜଣାଉଛି । ଏହି କୃପା ପାଇଁ ମୁଁ ଭଗବାନ ବିଠଲଙ୍କ ଚରଣରେ ନତମସ୍ତକ ହେଉଛି, ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଛି । ମୁଁ ସମସ୍ତ ସନ୍ଥଙ୍କ ଚରଣରେ ମଧ୍ୟ ନତମସ୍ତକ ହେଉଛି ।

ବନ୍ଧୁଗଣ,

ଅତୀତରେ ଆମ ଭାରତ ଉପରେ କେତେ ଯେ ଆକ୍ରମଣ ହୋଇଛି! ଶହ ଶହ ବର୍ଷ ଧରି ଏହି ଦେଶକୁ ଦାସତ୍ୱର ଶୃଙ୍ଖଳରେ ବାନ୍ଧି ଦିଆଗଲା, ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସିିଛି, ଆହ୍ୱାନ ଆସିିଛି, ବାଧାବିଘ୍ନ ଆସିଛି, କିନ୍ତୁ ଭଗବାନ ବିଠଲ ଦେବଙ୍କ ଉପରେ ଆମର ଆସ୍ଥା, ଏବଂ ତାଙ୍କର ଦିଣ୍ଡି ଉତ୍ସବ ସେହିଭଳି ନିୟମିତ ଭାବେ ଜାରି ଆସିଛି । ଆଜି ମଧ୍ୟ ଏହି ଯାତ୍ରା ବିଶ୍ୱର ସୁବଠାରୁ ପ୍ରାଚୀନ ଏବଂ ସବୁଠାରୁ ବିଶାଳ ଜନଯାତ୍ରା ଭାବରେ, ଜନ ଗତିବିଧି ଭାବରେ ପରିଚିତ । ‘ଆଷାଢ ଏକାଦଶୀ’ ରେ ପଣ୍ଡରପୁର ଯାତ୍ରାର ବିହଙ୍ଗମ ଦୃଶ୍ୟ କିଏ ବା ଭୁଲିପାରିବ । ହଜାର ହଜାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କେଉଁ ଏକ ଅଜଣା ଆକର୍ଷଣରେ ଟାଣି ହୋଇ ଆସନ୍ତି, ଟାଣି ହୋଇ ଚାଲିଆସନ୍ତି । ସବୁ ଦିଗରେ ‘ରାମକୃଷ୍ଣ ହରି’ ‘ପୁଣ୍ଡଲିକ ୱରଦେ ହାରି ବିଠଲ’ ଏବଂ ‘ଜ୍ଞାନବା ତୁକାରାମ’ଙ୍କ ଜୟଗାନ ପ୍ରତିଧ୍ୱନିତ ହେଉଥାଏ । ପୁରା ୨୧ ଦିନ ପର୍ଯ୍ୟନ୍ତ ଏକ ଅନନ୍ୟ ଶୃଙ୍ଖଳା, ଏକ ଅସାଧାରଣ ସଂଯମ ଦେଖିବାକୁ ମିଳିଥାଏ । ଏହି ଯାତ୍ରାଗୁଡିକ ଭିନ୍ନ ଭିନ୍ନ ପାଲିଙ୍କ ମାର୍ଗରୁ ଆରମ୍ଭ ହୁଏ, କିନ୍ତୁ ସମସ୍ତଙ୍କର ଗନ୍ତବ୍ୟସ୍ଥଳ ଗୋଟିଏ ହିଁ ହୋଇଥାଏ । ଏହା ଭାରତର ସେହି ଶାଶ୍ୱତ ଶିକ୍ଷାର ପ୍ରତୀକ ଯାହା ଆମର ଆସ୍ଥାକୁ ସିମାବଦ୍ଧ ନୁହେଁ, ବରଂ ଉନ୍ମୁକ୍ତ କରିଥାଏ । ଯାହା ଆମକୁ ଶିଖାଇଥାଏ ଯେ ମାର୍ଗ ଭିନ୍ନ ଭିନ୍ନ ହୋଇପାରେ, ପଦ୍ଧତି ଏବଂ ବିଚାରଧାରା ପୃଥକ ପୃଥକ ହୋଇପାରେ, କିନ୍ତୁ ଆମର ଲକ୍ଷ୍ୟ ଏକ ହୋଇଥାଏ । ପରିଶେଷରେ ସବୁ ମାର୍ଗ ‘ଭାଗବତ ମାର୍ଗ’ ହିଁ ଅଟେ ଏବଂ ଏଥିପାଇଁ  ଆମର ତ ଏଠି ଖୁବ ବିଶ୍ୱାସର ସହିତ ଶାସ୍ତ୍ର ପୁରାଣରେ କୁହାଯାଇଛି ଯେ - ଏକମ୍ ସତ୍ ବିପ୍ରାଃ ବହୁଧା ବଦନ୍ତି । ।

ବନ୍ଧୁଗଣ,

ସନ୍ଥ ତୁକାରାମ ମହାରାଜ ଜୀ ଆମକୁ ମନ୍ତ୍ର ଦେଇଛନ୍ତି ଏବଂ ତୁକାରାମ ମହାରାଜ ଜୀ କହିଛନ୍ତି –

ବିଷ୍ଣୁମୟ ଜଗ ବୈଷ୍ଣବାଂଚା ଧର୍ମ, ଭେଦାଭେଦ ଭ୍ରମ ଅମଂଗଚ୍ଚ ଅଇକା ଜୀ ତୁମହୀ ଭକ୍ତ ଭାଗବତ, କରାଳ ତେ ହିତତ୍ତସତ୍ୟ କରା । କୋଣା ହି ଜୀବାଚା ନ ଘଡୋ ମତ୍ସର, ବର୍ମ ସର୍ବେଶ୍ୱର ପୂଜନାଚେ । ।

ଅର୍ଥାତ୍‌, ବିଶ୍ୱରେ ସବୁକିଛି ବିଷ୍ଣୁମୟ ଅଟେ । ଏଥିପାଇଁ ଜୀବ ଜୀବ ମଧ୍ୟରେ ଭିନ୍ନତା ଆଣିବା, ଭେଦଭାବ ରଖିବା ହିଁ ଅମଙ୍ଗଳ ଅଟେ । ପରସ୍ପର ମଧ୍ୟରେ ଇର୍ଷା ନଥିବ, ଦ୍ୱେଷ ନ ଥିବ ଆମେ ସମସ୍ତଙ୍କୁ ସମାନ ବ୍ୟବହାର କରିବା ଏହା ହିଁ ହେଉଛି ପ୍ରକୃତ ଧର୍ମ । ଏଥିପାଇଁ ଦିଣ୍ଡିରେ କୌଣସି ଜାତି-ଅଜାତି ନଥାଏ, କୌଣସି ଭେଦଭାବ ନଥାଏ । ସବୁ ୱାରକାରି ସମାନ ଅଟନ୍ତି, ସବୁ ୱାରକରି ଜଣେ ଅନ୍ୟଜଣଙ୍କର ‘ଗୁରୁଭାଇ’ ଅଟନ୍ତି, ‘ଗୁରୁ ଭଉଣୀ’ ଅଟନ୍ତି । ସମସ୍ତେ ଏକ ବିଠଲଙ୍କ ସନ୍ତାନ, ଏଥିପାଇଁ ସମସ୍ତଙ୍କର ଜାତି ଏକ, ଗୋତ୍ର ଏକ ଅଟେ – ‘ବିଠଲ ଗୋତ୍ର’ ଭଗବାନ ବିଠଲଙ୍କ ଦରବାର ସମସ୍ତଙ୍କ ପାଇଁ ସମାନ ଭାବରେ ଉନ୍ମୁକ୍ତ ରହିଛି । ଏବଂ ମୁଁ ଯେତେବେଳେ ସବକା ସାଥ - ସବକା ବିକାଶ – ସବକା ବିଶ୍ୱାସର କଥା କୁହେ, ତାହା ପଛରେ ମଧ୍ୟ ଏହି ମହାନ ପରମ୍ପରାର ପ୍ରେରଣା ରହିଛି, ଏହି ଭାବନା ରହିଛି । ଏହି ଭାବନା ଆମକୁ ଦେଶର ବିକାଶ ପାଇଁ ପ୍ରେରଣା ଦେଉଛି, ସମସ୍ତଙ୍କୁ ସାଙ୍ଗରେ ନେଇ, ସମସ୍ତଙ୍କ ବିକାଶ ପାଇଁ ଅନୁପ୍ରେରିତ କରୁଛି ।

ବନ୍ଧୁଗଣ,

ପଣ୍ଡରପୁରର ତ ଆଭା, ପଣ୍ଡରପୁରର ଅନୁଭୂତି ଏବଂ ପଣ୍ଡରପୁରର ଅଭିବ୍ୟକ୍ତି ସବୁକିଛି ଅଲୌକିକ ଅଟେ । ଆପଣ ମହଣତୋ ନା! ମାହେର ପଣ୍ଡରୀ, ଆହେ ଭିବରେଚ୍ୟା ତିରି । ବାସ୍ତବରେ, ପଣ୍ଡରପୁର ମା’ର ଘର ପରି । କିନ୍ତୁ ମୋ ପାଇଁ ପଣ୍ଡରପୁର ସହ ଆହୁରି ଦୁଇଟି ଖୁବ ବିଶେଷ ସମ୍ପର୍କ ରହିଛି ଏବଂ ମୁଁ ଏକଥା ସନ୍ଥଗଣଙ୍କ ସମ୍ମୁଖରେ କହିବାକୁ ଚାହୁଁଛି ଯେ ମୋର ବିଶେଷ ସମ୍ପର୍କ ରହିଛି । ମୋର ପ୍ରଥମ ସମ୍ପର୍କ ହେଉଛି ଗୁଜରାଟର, ଦ୍ୱାରକାର । ଭଗବାନ ଦ୍ୱାରକାଧୀଶ ହିଁ ଏଠାକୁ ଆସି ବିଠଲ ରୂପରେ ବିରାଜମାନ ହୋଇଛନ୍ତି । ଏବଂ ମୋର ଦ୍ୱିତୀୟ ସମ୍ପର୍କର୍ଟି ହେଉଛି କାଶୀର । ମୁଁ କାଶୀର ଏବଂ ଏହି ପଣ୍ଡରପୁରକୁ ଆମର ‘ଦକ୍ଷିଣ କାଶୀ’ କୁହାଯାଏ । ଏଥିପାଇଁ ପଣ୍ଡରପୁରର ସେବା ମୋ ପାଇଁ ସାକ୍ଷାତ ଶ୍ରୀ ନାରାୟଣ ହରିଙ୍କ ସେବା ଭଳି । ଏହା ସେହି ଭୂମି, ଯେଉଁଠାରେ ଭକ୍ତଙ୍କ ପାଇଁ ଭଗବାନ ଆଜି ମଧ୍ୟ ପ୍ରତ୍ୟକ୍ଷ ବିରାଜମାନ । ଏହା ସେହି ଭୂମି, ଯାହା ବିଷୟରେ ସନ୍ଥ ନାମଦେବ ଜୀ ମହାରାଜ କହିଛନ୍ତି ଯେ ପଣ୍ଡରପୁର ସେବେଠାରୁ ରହିଛି ଯେବେଠାରୁ ସଂସାରର ମଧ୍ୟ ସୃଷ୍ଟି ହୋଇନଥିଲା । ଏହା ଏପରି, କାରଣ ପଣ୍ଡରପୁର ଭୌତିକ ରୂପରେ ନୁହେଁ, ବରଂ ଭାବନାତ୍ମକ ରୂପରେ ଆମର ମନରେ ମଧ୍ୟ ଘର କରିଛି । ଏହା ସେହି ଭୂମି ଯାହା ସନ୍ଥ ଜ୍ଞାନେଶ୍ୱର, ସନ୍ଥ ନାମଦେବ, ସନ୍ଥ ତୁକାରାମ ଏବଂ ସନ୍ଥ ଏକନାଥଙ୍କ ଭଳି କେତେ ଯେ ସନ୍ଥଙ୍କୁ ଯୁଗସନ୍ଥ କରିଛି । ଏହି ସ୍ଥାନ ଭାରତକୁ ଏକ ନୂତନ ଉର୍ଜା ପ୍ରଦାନ କରିଛି, ଭାରତକୁ ପୁଣି ଥରେ ଚୈତନ୍ୟ କରିଛି । ଏବଂ ଭାରତଭୂମୀର ଏହା ବିଶେଷତ୍ୱ ଯେ ସମୟ-ସମୟରେ, ଭିନ୍ନ ଭିନ୍ନ କ୍ଷେତ୍ରରେ, ଏହିଭଳି ମହାନ ଆତ୍ମା ଅବତାର ନେଇଚାଲିଲେ, ଦେଶକୁ ମାର୍ଗ ପ୍ରଦର୍ଶନ କରିଚାଲିଲେ । ଆପଣମାନେ ଦେଖନ୍ତୁ, ଦକ୍ଷିଣରେ ମଧ୍ୟାଚାର୍ଯ୍ୟ, ନିମ୍ବର୍କାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟଙ୍କ ଆବିର୍ଭାବ ହୋଇଛି, ପଶ୍ଚିମରେ ନରସୀ ମେହତା, ମୀରାବାଇ, ଧିରୋ ଭଗତ, ଭୋଜା ଭଗତ, ପ୍ରୀତମ ତ ଉତରରେ ରାମାନନ୍ଦ, କବୀର ଦାସ, ଗୋସ୍ୱାମୀ ତୁଳସୀ ଦାସ, ସୁରଦାସ, ଗୁରୁ ନାନକ ଦେବ, ସନ୍ଥ ରୈଦାସଙ୍କର ଆବିର୍ଭାବ ହୋଇଛି । ସେହିଭଳି ପୂର୍ବରେ ଚୈତନ୍ୟ ମହାପ୍ରଭୁ, ଏବଂ ଶଙ୍କର ଦେବଙ୍କ ଭଳି ଅନେକ ସନ୍ଥଙ୍କ ବିଚାରଧାରା ଦେଶକୁ ସମୃଦ୍ଧ କରିଛି । ଭିନ୍ନ ଭିନ୍ନ ସ୍ଥାନ, ଭିନ୍ନ ଭିନ୍ନ କାଳଖଣ୍ଡ, କିନ୍ତୁ ଗୋଟିଏ ହିଁ ଉଦ୍ଦେଶ୍ୟ ସମସ୍ତେ ଭାରତୀୟ ଜନମାନସରେ ଏକ ନୂତନ ଚେତନା ସୃଷ୍ଟି କଲେ, ସମଗ୍ର ଭାରତବର୍ଷକୁ ଭକ୍ତିର ଶକ୍ତି ଅନୁଭବ କରାଇଲେ । ଏହି ଅନୁଭବ, ଏବଂ ଏହି ଭାବନାରେ ଆମେ ଏକଥା ମଧ୍ୟ ଦେଖୁ ଯେ ମଥୁରାର କୃଷ୍ଣ ଗୁଜରାଟରେ ଦ୍ୱାରକାଧିଶ ପାଲଟିଯାଆନ୍ତି, ଉଡ୍ଡୁପୀରେ ବାଳକୃଷ୍ଣ ରୂପ ନିଅନ୍ତି ଏବଂ ପଣ୍ଡରପୁରରେ ଆସି ବିଠଲ ଭାବରେ ବିରାଜିତ ହୋଇଯାଆନ୍ତି । ସେହି ଭଗବାନ ବିଠଲ ଦକ୍ଷିଣ ଭାରତରେ କନକଦାସ ଏବଂ ପୁରନ୍ଦରଦାସଙ୍କ ଭଳି ସନ୍ଥ କବିମାନଙ୍କ ମାଧ୍ୟମରେ ଜନ ସମୁଦାୟ ସହ ଯୋଡି ହୋଇଯାଆନ୍ତି ଏବଂ କବି ଲୀଲାଶୁକଙ୍କ କାବ୍ୟ ଦ୍ୱାରା କେରଳରେ ମଧ୍ୟ ପ୍ରକଟିତ ହୁଅନ୍ତି । ଏହା ହିଁ ତ ଭକ୍ତି ଯାହାର ଶକ୍ତି ହେଉଛି ଏକାଠି କରିବାର ଶକ୍ତି । ଏହା ହିଁ ହେଉଛି ‘ଏକ ଭାରତ – ଶ୍ରେଷ୍ଠ ଭାରତ’ର ଭବ୍ୟ ଦର୍ଶନ ଅଟେ ।

ବନ୍ଧୁଗଣ,

ୱାରକରୀ ଆନ୍ଦୋଳନର ଆଉ ଏକ ବିଶେଷତ୍ୱ ରହିଥିଲା ଏବଂ ତାହା ହେଉଛି ପୁରୁଷଙ୍କ ସହ ପାଦରେ ପାଦ ମିଶାଇ ଧାଡିରେ ଚାଲୁଥିବା ଆମର ଭଉଣୀମାନେ, ଦେଶର ମାତୃ ଶକ୍ତି, ଦେଶର ନାରୀ ଶକ୍ତି! ପଣ୍ଡରୀର ଧାଡି ସୁଯୋଗର, ସମାନତାର ପ୍ରତୀକ ଅଟେ । ୱାରକାରୀ ଆନ୍ଦୋଳନର ମୂଳ ଧ୍ୟେୟ ବାକ୍ୟ ହେଉଛି ‘ଭେଦାଭେଦ ଅମଙ୍ଗଚ୍ଚ!’ ଏହା ସାମାଜିକ ସମନ୍ୱୟର ଉଦଘୋଷ ଅଟେ ଏବଂ ଏହି ସମନ୍ୱୟରେ ସ୍ତ୍ରୀ ଏବଂ ପୁରୁଷ ସମାନତା ମଧ୍ୟ ଅନ୍ତର୍ନିହିତ । ବହୁ ସଂଖ୍ୟାର ୱାରକରୀ ନାରୀ ଏବଂ ପୁରୁଷ ମଧ୍ୟ ପରସ୍ପରକୁ ‘ମାଉଲୀ’ ନାମରେ ସମ୍ବୋଧନ କରିଥାଆନ୍ତି, ପରସ୍ପରକୁ ଭଗବାନ ବିଠଲ ଏବଂ ସନ୍ଥ ଜ୍ଞାନେଶ୍ୱରଙ୍କ ରୂପରେ ଦେଖନ୍ତି । ଆପଣମାନେ ମଧ୍ୟ ଜାଣନ୍ତି ଯେ ‘ମାଉଲୀ’ର ଅର୍ଥ ହେଉଛି ମା । ଅର୍ଥାତ୍ ଏହା ମାତୃଶକ୍ତିର ମଧ୍ୟ ମହିମାଗାନ ଅଟେ ।

ବନ୍ଧୁଗଣ,

ମହାରାଷ୍ଟ୍ରର ଭୂମୀରେ ମହାତ୍ମା ଫୁଲେ, ବୀର ସବରକରଙ୍କ ଭଳି ଅନେକ ପୁରୋଧା ନିଜର କାର୍ଯ୍ୟର ସଫଳତାକୁ ଯେଉଁ ସ୍ତରରେ ପହଂଚାଇ ପାରିଥିଲେ, ସେହି ଯାତ୍ରାରେ ୱାରକରୀ ଆନ୍ଦୋଳନ ଯେଉଁ ମୂଳଦୁଆ ସୃଷ୍ଟି କରିଥିଲା ତାହାର ବହୁତ ବଡ ଯୋଗଦାନ ରହିଛି ।  ୱାରକରୀ ଆନ୍ଦୋଳନରେ କିଏ ବା ନଥିଲେ? ସନ୍ଥ ସାବତା ମହାରାଜ, ସନ୍ଥ ଚୋଖା, ସନ୍ଥ ନାମଦେବ ମହାରାଜ, ସନ୍ଥ ଗୋରୋବା, ସେନ ଜୀ ମହାରାଜ, ସନ୍ଥ ନରହରି ମହାରାଜ, ସନ୍ଥ କାହ୍ନୋ ପାତ୍ରା, ସମାଜର ପ୍ରତ୍ୟେକ ସମୁଦାୟ ୱାରକରୀ ଆନ୍ଦୋଳନର ଅଂଶ ଥିଲା ।

ବନ୍ଧୁଗଣ,

ପଣ୍ଡରପୁର ମାନବଜାତିକୁ କେବଳ ଭକ୍ତି ଏବଂ ରାଷ୍ଟ୍ରଭକ୍ତିର ମାର୍ଗ ଦେଖାଇ ନାହିଁ, ବରଂ ଭକ୍ତିର ଶକ୍ତି ସହିତ ମଧ୍ୟ ମାନବ ଜାତିର ପରିଚୟ କରାଇଛି । ଏଠାକୁ ଲୋକମାନେ ପ୍ରାୟତଃ ଭଗବାନଙ୍କଠାରୁ କିଛି ମାଗିବାକୁ ଆସନ୍ତି ନାହିଁ । ଏଠାରେ ବିଠଲ ଭଗବାନଙ୍କ ଦର୍ଶନ, ତାଙ୍କ ନିଷ୍କାମ ଭକ୍ତି ହିଁ ଜୀବନର ଧ୍ୟେୟ ଅଟେ । କାୟ ବିଠୁ ମାଉଲିଚ୍ୟା ଦର୍ଶନାନେ ଡୋକ୍ୟାଚେ ପାରଣେ ଫିଟତେ କି ନାହିଁ? । ସେଥିପାଇଁ ତ ଭଗବାନ ଏଠାରେ ସ୍ୱୟଂ ଭକ୍ତମାନଙ୍କ ଆଦେଶ ଅନୁଯାୟୀ ଯୁଗ ଯୁଗରୁ ଅଂଟାରେ ହାତ ରଖି ଛିଡା ହୋଇଛନ୍ତି । ଭକ୍ତ ପୁଣ୍ଡଲିକ ନିଜ ମାତା ପିତାଙ୍କ ମଧ୍ୟରେ ଇଶ୍ୱରଙ୍କୁ ଦେଖିଥିଲେ, ‘ନର ସେବାକୁ ନାରାୟଣ ସେବା’ ଭାବେ ଗ୍ରହଣ କରିଥିଲେ । ଆଜି ପର୍ଯ୍ୟନ୍ତ ସେହି ଆଦର୍ଶ ସହିତ  ଆମ ସମାଜ ବଂଚୁଛି, ସେବା-ଦିଣ୍ଡି ମାଧ୍ୟମରେ ଜୀବ ମାତ୍ରର ସେବାକୁ ସାଧନା ଭାବେ ଗ୍ରହଣ କରି ବାଟ ଚାଲିଛି । ପ୍ରତି ୱାରକାରୀ ଯେଉଁ ନିଷ୍କାମ ଭାବର ସହ ଭକ୍ତି କରିଥାଏ, ସେହି ଭାବରେ ନିଷ୍କାମ ସେବା ମଧ୍ୟ କରିଥାଏ । ‘ଅମୃତ କଳଶ ଦାନ-ଅନ୍ନଦାନ’ ଦ୍ୱାରା ଗରିବମାନଙ୍କ ସେବାର ପ୍ରକଳ୍ପ ତ ଏଠାରେ ଚାଲିଥାଏ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣ ସମସ୍ତଙ୍କ ସେବା ସମାଜର ଶକ୍ତିର ଏକ ଅଦ୍ୱିତୀୟ ଉଦାହରଣ ଅଟେ । ଆମର ଏଠାରେ ବିଶ୍ୱାସ ଏବଂ ଭକ୍ତି କିଭଳି ଭାବେ ରାଷ୍ଟ୍ରସେବା ଏବଂ ରାଷ୍ଟ୍ରଭକ୍ତି ସହ ଜଡିତ, ସେବା ଦିଣ୍ଡି ଏହାର ମଧ୍ୟ ଏକ ବିରାଟ ଉଦାହରଣ ଅଟେ । ଗାଁର ଉନ୍ନତି, ଗାଁର ପ୍ରଗତୀ, ସେବା ଦିଣ୍ଡି ଏହାର ଏକ ଖୁବ ବଡ ମାଧ୍ୟମ ପାଲଟିଯାଇଛି । ଦେଶ ଆଜି ଗାଁର ବିକାଶ ପାଇଁ ଯେତେ ବି ସଂକଳ୍ପ ନେଇ ଆଗକୁ ବଢୁଛି, ଆମ ୱାରକରୀ ଭାଇ ଭଉଣୀ ସେସବୁର ବହୁତ ବଡ ଶକ୍ତି ଅଟନ୍ତି । ଦେଶ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କଲା, ତ ଆଜି ବିଠୋୱାରର ଭକ୍ତ ‘ନିର୍ମଳ ୱାରୀ’ ଅଭିଯାନ ସହ ଏହାକୁ ଗତି ପ୍ରଦାନ କରୁଛନ୍ତି । ଏହିଭଳି, ବେଟି ବଚାଓ, ବେଟି ପଢାଓ ଅଭିଯାନ ହେଉ, ଜଳ ସଂରକ୍ଷଣ ପାଇଁ ଆମର ପ୍ରୟାସ ହେଉ, ଆମର ଆଧ୍ୟାତ୍ମିକ ଚେତନା ଆମର ରାଷ୍ଟ୍ରିୟ ସଂକଳ୍ପକୁ ଶକ୍ତି ପ୍ରଦାନ କରୁଛି । ଏବଂ ଆଜି ଯେତେବେଳେ ମୁଁ ମୋର ୱାରକରୀ ଭାଇ-ଭଉଣୀଙ୍କ ସହିତ କଥାବାର୍ତା କରୁଛି, ସେତେବେଳେ ଆପଣମାନଙ୍କଠାରୁ ଆଶୀର୍ବାଦ ସ୍ୱରୂପ ତିନିଟି ଜିନିଷ ମାଗିବାକୁ ଚାହୁଁଛି, ମାଗିବି କି? ହାତ ଉପରକୁ କରି କୁହନ୍ତୁ, ମାଗିବି କି? ଆପଣମାନେ ଦେବେ? ଦେଖନ୍ତୁ, ଯେଉଁଭଳି ଭାବରେ ଆପଣମାନେ ସମସ୍ତେ ହାତ ଉପରକୁ କରି ଏକପ୍ରକାର ମତେ ଆଶୀର୍ବାଦ ଦେଇଛନ୍ତି, ଆପଣମାନଙ୍କର ମୋ ଉପରେ ସବୁବେଳେ ଏତେ ସ୍ନେହ ରହିଆସିଛି, ଯେ ମୁଁ ନିଜକୁ ଅଟକାଇ ପାରୁନାହିଁ । ମତେ ପ୍ରଥମ ଆଶୀର୍ବାଦ ଏଇଆ ଦରକାର ଯେ ଗୋଟିଏ ଶ୍ରୀ ସନ୍ଥ୍ଥ ଜ୍ଞାନେଶ୍ୱର ମହାରାଜ ପାଲିଙ୍କି ମାର୍ଗର ନିର୍ମାଣ ହେବ ଯେଉଁ ସନ୍ଥ ତୁକାରାମ ମହାରାଜ ପାଲିଙ୍କି ମାର୍ଗର ନିର୍ମାଣ ହେବ, ତା ନିକଟରେ ଯେଉଁ ବିଶେଷ ପଦବ୍ରଜ ନିର୍ମାଣ ହେଉଛି, ତା’ର ଦୁଇ ପଟେ କିଛି କିଛି ମିଟର ବ୍ୟବଧାନରେ ଛାୟା ପ୍ରଦାନକାରୀ ବୃକ୍ଷ ନିଶ୍ଚିତ ଭାବରେ ଲଗାଯାଉ । ଏହି କାମ ଆପଣମାନେ କରିବେ କି? ସମସ୍ତଙ୍କର ପ୍ରୟାସ ହିଁ ମୋର ମନ୍ତ୍ର ଅଟେ । ଯେତେବେଳେ ଏହି ମାର୍ଗର ନିର୍ମାଣ ସମ୍ପୁର୍ଣ୍ଣ ହୋଇଯିବ, ସେତେବେଳେ ଏହି ସବୁ ବୃକ୍ଷ ଏତେ ବଡ ହୋଇ ଯାଇଥିବ ଯେ ସମ୍ପୁର୍ଣ୍ଣ ପାଦଚଲା ରାସ୍ତା ଛାୟାଦାୟୀ ହୋଇଯାଇଥିବ । ପାଲିଙ୍କି ମାର୍ଗର କଡେ କଡେ ଥିବା ଅନେକ ଗାଁରୁ ଏହି ଜନ ଆନ୍ଦୋଳନର ନେତୃତ୍ୱ ଆରମ୍ଭ ପାଇଁ ମୁଁ ଅନୁରୋଧ କରୁଛି । ପ୍ରତି ଗାଁ, ନିଜ ଅଂଚଳ ଦେଇ ଯାଉଥିବା ପାଲିଙ୍କି ମାର୍ଗର ଦାୟିତ୍ୱ ନିଅନ୍ତୁ, ସେଠାରେ ବୃକ୍ଷ ରୋପଣ କରନ୍ତୁ, ତାହାହେଲେ ଖୁବ ଶୀଘ୍ର ଏହି କାର୍ଯ୍ୟ ହାସଲ ହୋଇପାରିବ ।

ବନ୍ଧୁଗଣ,

ଆପଣମାନଙ୍କଠାରୁ ମୋର ଦ୍ୱିତୀୟ ଆଶୀର୍ବାଦ ଦରକାର ଏବଂ ଦ୍ୱିତୀୟ ଆଶୀର୍ବାଦ ମତେ ଏଇଆ ଦରକାର ଯେ ଏହି ପାଦଚଲା ମାର୍ଗରେ କିଛି ଦୂରତା ବ୍ୟବଧାନରେ ପାନୀୟ ଜଳ ଏବଂ ତାହା ମଧ୍ୟ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଉ, ଏହି ମାର୍ଗଗୁଡିକରେ ଅନେକ ଜଳଛତ୍ର ସ୍ଥାପନ କରାଯାଉ । ଭଗବାନ ବିଠଲଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ ଯେତେବେଳେ ପଣ୍ଡରପୁର ଆଡକୁ ଅଗ୍ରସର ହୁଅନ୍ତି, ୨୧ ଦିନ ପର୍ଯ୍ୟନ୍ତ ସେମାନେ ନିଜର ସବୁକିଛି ଭୁଲି ଯାଆନ୍ତି । ପାନୀୟ ଜଳଛତ୍ର ଏଭଳି ଭକ୍ତମାନଙ୍କ ପାଇଁ ଖୁବ୍ କାମରେ ଆସିବ । ଏବଂ ତୃତୀୟ ଆଶୀର୍ବାଦ ମତେ ଆଜି ଆପଣାନଙ୍କଠାରୁ ନିଶ୍ଚିତ ନେବାକୁ ପଡିବ ଏବଂ ଆପଣମାନେ ମତେ କଦାପି ନିରାଶ କରିବେ ନାହିଁ । ତୃତୀୟ ଆଶୀର୍ବାଦ ଯାହା ମୋର ଆବଶ୍ୟକ ତାହା ପଣ୍ଡରପୁର ପାଇଁ ।    ମୁଁ ଭବିଷ୍ୟତରେ ପଣ୍ଡରପୁରକୁ ଭାରତର ସବୁଠାରୁ ସ୍ୱଚ୍ଛ ତୀର୍ଥସ୍ଥଳୀ ଭାବରେ ଦେଖିବାକୁ ଚାହୁଁଛି । ଭାରତ ଭିତରେ ଯେତେବେଳେ ସବୁଠାରୁ ସ୍ୱଚ୍ଛ ତୀର୍ଥସ୍ଥଳୀ କେଉଁଟି ବୋଲି କେହି ଜାଣିବାକୁ ଚାହିଁବ, ସେତେବେଳେ ସର୍ବପ୍ରଥମ ନାମ ମୋ ବିଟଠୋବାର, ମୋର ବିଟଠଲ ଭୂମିର, ମୋର ପଣ୍ଡରପୁରର ହେବା ଆବଶ୍ୟକ, ଏହି କଥା ମୁଁ ଆପଣମାନଙ୍କଠାରୁ ଚାହୁଁଛି ଏବଂ ଏହି କାର୍ଯ୍ୟ ମଧ୍ୟ ଜନ ଭାଗିଦାରୀ ଦ୍ୱାରା ହିଁ ହେବ, ଯେତେବେଳେ ସ୍ଥାନୀୟ ଲୋକ ସ୍ୱଚ୍ଛତା ଆନ୍ଦୋଳନର ନେତୃତ୍ୱ ନିଜ କାନ୍ଧରେ ବହନ କରିବେ, ସେତେବେଳେ ହିଁ ଆମେ ଏହି ସ୍ୱପ୍ନକୁ ସାକାର କରିପାରିବା ଏବଂ ମୁଁ ସବୁବେଳେ ଯେଉଁ ବିଷୟ ସପକ୍ଷରେ ଯୁକ୍ତି ବାଢୁଛି, ସମସ୍ତଙ୍କ ପ୍ରୟାସ କଥା କହୁଛି, ତାହାର ଅଭିବ୍ୟକ୍ତି ଏହିଭଳି ଭାବେ ହେବ ।

ବନ୍ଧୁଗଣ,

ଆମେ ଯେତେବେଳେ ପଣ୍ଡରପୁର ଭଳି ଆମର ତୀର୍ଥସ୍ଥଳୀଗୁଡିକର ବିକାଶ କରୁ, ସେତେବେଳେ ଏହାଦ୍ୱାରା କେବଳ ସାଂସ୍କୃତିକ ପ୍ରଗତୀ ହିଁ ହୋଇନଥାଏ, ସମଗ୍ର ଅଂଚଳର ବିକାଶକୁ ମଧ୍ୟ ଗତି ମିଳିଥାଏ । ଯେଉଁ ସଡକ ଏଠାରେ ସମ୍ପ୍ରସାରିତ ହେଉଛି, ଯେଉଁ ନୂତନ ରାଜପଥଗୁଡିକୁ ମଞ୍ଜୁରୀ ମିଳୁଛି, ତାହାଦ୍ୱାରା ଏଠାରେ ଧାର୍ମିକ ପର୍ଯ୍ୟଟନ ବୃଦ୍ଧି ପାଇବ, ନୂତନ ରୋଜଗାର ଆସିବ, ଏବଂ ସେବା ଅଭିଯାନକଗୁଡିକ ମଧ୍ୟ ଗତିଶୀଳ ହେବ । ଆମ ସମସ୍ତଙ୍କର ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀ ଜୀ ବିଶ୍ୱାସ କରୁଥିଲେ ଯେ ଯେଉଁଠାରେ ରାଜପଥ ପହଂଚିଯାଏ, ସଡକ ପହଂଚିଯାଏ, ସେଠାରେ ବିକାଶର ନୂତନ ଧାରା ପ୍ରବାହିତ ହେବା ଆରମ୍ଭ ହୋଇଥାଏ । ଏହି ଚିନ୍ତାଧାରା ସହିତ ସେ ସ୍ୱର୍ଣ୍ଣିମ ଚତୁର୍ଭୁଜର ଶୁଭାରମ୍ଭ କରିଥିଲେ, ଦେଶର ଗାଁଗୁଡିକୁ ସଡକ ସହ ସଂଯୋଗ କରିବାର ଅଭିଯାନ ଆରମ୍ଭ କରିଥିଲେ । ଆଜି ସେହି ଆଦର୍ଶରେ ଦେଶରେ ଆଧୁନିକ ଭିତିଭୂମୀ ଉପରେ ଦୃତ ଗତିରେ କାର୍ଯ୍ୟ ଚାଲିଛି । ଦେଶରେ ସ୍ୱାସ୍ଥ୍ୟ ଭିତିଭୂମୀକୁ ପ୍ରୋତ୍ସାହିତ କରିବା ପାଇଁ ନିରାମୟ କେନ୍ଦ୍ର ଖୋଲାଯାଉଛି, ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି, ଡିଜିଟାଲ ବ୍ୟବସ୍ଥା ବୃଦ୍ଧି କରାଯାଉଛି । ଦେଶରେ ଆଜି ନୂତନ ରାଜପଥ, ଜଳପଥ, ନୂତନ ରେଳ ଲାଇନ୍‌, ମେଟ୍ରୋ ଲାଇନ୍‌, ଆଧୁନିକ ରେଳଷ୍ଟେସନ୍‌, ନୂତନ ବିମାନବନ୍ଦର, ନୂତନ ଆକାଶ ମାର୍ଗର ଏକ ବିଶାଳ, ବିସ୍ତୃତ ନେଟୱର୍କ ନିର୍ମାଣ କରାଯାଉଛି । ଦେଶର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ନେଟୱର୍କ ପହଂଚାଇବା ପାଇଁ ମଧ୍ୟ ଦୃତ ଗତିରେ କାର୍ଯ୍ୟ କରାଯାଉଛି । ଏହି ସବୁ ଯୋଜନାରେ ଆହୁରି ଗତିଶୀଳତା ଆଣିବା ପାଇଁ, ସମନ୍ୱୟ ଆଣିବା ପାଇଁ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ମଧ୍ୟ ଆରମ୍ଭ କରାଯାଇଛି । ଆଜି ଦେଶ ଶତ ପ୍ରତିଶତ ପହଂଚର ଲକ୍ଷ୍ୟ ସହିତ ଅଗ୍ରସର ହେଉଛି । ପ୍ରତି ଗରିବଙ୍କ ପାଇଁ ପକ୍କା ଘର, ପ୍ରତି ଘରେ ଶୌଚାଳୟ, ପ୍ରତି ପରିବାରକୁ ବିଜୁଳି ସଂଯୋଗ, ପ୍ରତି ଘରକୁ ପାଇପ ଯୋଗେ ଜଳ, ଏବଂ ଆମ ମାଆ-ଭଉଣୀଙ୍କୁ ଗ୍ୟାସ୍ କନେକ୍ସନ, ଏହିସବୁ ସ୍ୱପ୍ନ ଆଜି ସତ ହେବାରେ ଲାଗିଛି । ସମାଜର ଗରିବ, ବଂଚିତ, ଦଳିତ, ପଛୁଆ, ମଧ୍ୟବିତ ଶ୍ରେଣୀର ଲୋକମାନଙ୍କୁ ଏହାର ସର୍ବାଧିକ ଲାଭ ମିଳୁଛି ।

ବନ୍ଧୁଗଣ,

ଆମର ଅଧିକାଂଶ ୱାରକାରୀ ଗୁରୁଭାଇ ତ ଚାଷୀ ପରିବାରରୁ ଆସିଛନ୍ତି । ଗାଁର ଗରିବମାନଙ୍କ ପାଇଁ ଦେଶର ପ୍ରୟାସ ଦ୍ୱାରା ଆଜି ସାଧାରଣ ମନୁଷ୍ୟର ଜୀବନରେ କିପରି ପରିବର୍ତନ ଆସୁଛି, ଆପଣମାନେ ସମସ୍ତେ ଏହା ଦେଖୁଛନ୍ତି । ଆମର ଗାଁ ଦାରିଦ୍ର‌୍ୟ ସହ, ଭୂମିି ସହ ଯୋଡି ହୋଇଥିବା ଅନ୍ନଦାତା ଏହିଭଳି ହିଁ ଅଟନ୍ତି । ସେମାନେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ମଧ୍ୟ ସାରଥୀ ହୋଇଥାଆନ୍ତି, ଏବଂ ସମାଜର ସଂସ୍କୃତି, ରାଷ୍ଟ୍ରର ଏକତାକୁ ମଧ୍ୟ ନେତୃତ୍ୱ ପ୍ରଦାନ କରିଥାଆନ୍ତି । ଭାରତର ସଂସ୍କୃତିକୁ, ଭାରତର ଆଦର୍ଶକୁ ଯୁଗ ଯୁଗରୁ ଧରି ଏଠାକାର ଭୂମି ପୁତ୍ର ହିଁ ଜୀବନ୍ତ କରି ରଖିଛି । ଜଣେ ସଚ୍ଚୋଟ ଅନ୍ନଦାତା ସମାଜକୁ ଯୋଡିଥାଏ, ସମାଜକୁ ବଂଚି ଥାଏ, ସମାଜ ପାଇଁ ବଂଚି ଥାଏ । ଆପଣମାନଙ୍କଠାରୁ ହିଁ ସମାଜର ପ୍ରଗତି ଏବଂ ଆପଣମାନଙ୍କ ପ୍ରଗତିରେ ହିଁ ସମାଜର ପ୍ରଗତି । ଏଥିପାଇଁ, ଏହି ଅମୃତ କାଳରେ ଦେଶର ସଂକଳ୍ପରେ ଆମର ଅନ୍ନଦାତା ଆମର ଉନ୍ନତିର ଏକ ବହୁତ ବଡ ଆଧାର ଅଟେ । ଏହି ଭାବନାକୁ ନେଇ ଦେଶ ଅଗ୍ରସର ହେଉଛି ।

ବନ୍ଧୁଗଣ,

ସନ୍ଥ ଜ୍ଞାନେଶ୍ୱରଜୀ ମହାରାଜ ଆମ ସମସ୍ତଙ୍କୁ ବହୁତ ଭଲ କଥା କହିଛନ୍ତି, ସନ୍ଥ ଜ୍ଞାନେଶ୍ୱର ମହାରାଜ ଜୀ କହିଛନ୍ତି –

ଦୁରିତାଂଚେ ତିମିର ଜାବୋ । ବିଶ୍ୱ ସ୍ୱଧର୍ମ ସୂର୍ଯ୍ୟୋ ପାହୋ । ଯୋ ଜେ ବଂଛିଲ ତୋ ତେ ଲାହୋ, ପ୍ରଣିଜାତ ।

ଅର୍ଥାତ୍‌, ବିଶ୍ୱରୁ ଅଧର୍ମର ଅନ୍ଧକାର ଦୂର ହେଉ । ଧର୍ମର, କର୍ତବ୍ୟର ସୂର୍ଯ୍ୟ ସମଗ୍ର ବିଶ୍ୱରେ ଉଦୟ ହେଉ, ଏବଂ ପ୍ରତ୍ୟେକ ଜୀବର ମନୋବାଂଛା ପୂରଣ ହେଉ । ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଆମ ସମସ୍ତଙ୍କର ଭକ୍ତି, ଆମ ସମସ୍ତଙ୍କର ପ୍ରୟାସ ସନ୍ଥ ଜ୍ଞାନେଶ୍ୱର ଜୀଙ୍କ ଏହି ଭାବନାକୁ ନିଶ୍ଚିତ ଭାବରେ ସାକାର କରିବ । ଏହି ବିଶ୍ୱାସର ସହିତ, ମୁଁ ପୁଣି ଥରେ ସମସ୍ତ ସନ୍ଥଙ୍କୁ ପ୍ରଣିପାତ କରିବା ସହ ବିଟଠୋୟାଙ୍କ ଚରଣରେ ମଥା ନୂଆଁଇ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି!

ଜୟ ଜୟ ରାମକୃଷ୍ଣ ହରି ।

ଜୟ ଜୟ ରାମକୃଷ୍ଣ ହରି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In A First, Indian Railways To Run Direct Festival Special Trains From September 11 To December 7

Media Coverage

In A First, Indian Railways To Run Direct Festival Special Trains From September 11 To December 7
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"