India is becoming stronger today by following the path shown by Sudarshan Chakradhari Mohan and Charkhadhari Mohan: PM
Today, terrorists and their masterminds are not spared, regardless of where they may be hiding: PM
Our government will not allow any harm to come to small entrepreneurs, farmers, or livestock rearers: PM
Today, every type of industry is expanding on the soil of Gujarat: PM
It is our continuous endeavour to empower both the neo-middle class and the middle class: PM
This Diwali, whether it is the trading community or other families, everyone will receive a double bonus of happiness: PM
Let all purchases, gifts, and items brought home for decoration during the festive season be Made in India: PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମଦାବାଦରେ ୫୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସମବେତ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଗଣେଶ ପୂଜା ଲାଗି ସାରା ଦେଶ ଏବେ ଉତ୍ସବମୁଖର ରହିଛି । ଗଣପତିଙ୍କ ଆଶୀର୍ବାଦରେ ଚଳିତ ପୂଜାଠାରୁ ଗୁଜରାଟର ବିକାଶ ଲାଗି ବିଭିନ୍ନ ଉନ୍ନତିମୂଳକ କାମର ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଚଳିତ ମୌସୁମୀ ସମୟରେ ଗୁଜରାଟର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦେଶର କିଛି ସ୍ଥାନରେ ବି ବାଦଲଫଟା ବର୍ଷା ବି ହୋଇଛି । ଏଥିପାଇଁ ବହୁ ଧନଜୀବନ ବି ହାନି ହୋଇଛି । ସାରା ଦେଶ ଲାଗି ପ୍ରକୃତିର ଏହି ରୌଦ୍ର ରୂପ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କର ସହ ସହଭାଗିତା କ୍ରମେ କେନ୍ଦ୍ର ସରକାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରୁଛନ୍ତି ।

ଗୁଜରାଟ ଦୁଇ ଜଣ ମୋହନଙ୍କ ବାସସ୍ଥାନ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଥମ ହେଉଛନ୍ତି ସୁଦର୍ଶନ ଚକ୍ରଧାରୀ ଦ୍ୱାରିକାଧୀଶ ଶ୍ରୀକୃଷ୍ଣ । ଅନ୍ୟ ଜଣେ ହେଉଛନ୍ତି ଚରଖାଧାରୀ ସାବରମତିର ସନ୍ଥ ପୂଜ୍ୟ ବାପୁ । ସୁଦର୍ଶନ ଚକ୍ରଧାରୀ ମୋହନ ଓ ଚରଖାଧାରୀ ମୋହନଙ୍କ ଆଦର୍ଶକୁ ପାଥେୟ କରି ଭାରତ ଦିନକୁ ଦିନ ବିକଶିତ ହେଉଛି । ନ୍ୟାୟ ଓ ନିରାପତାର ପ୍ରତୀକ ସୁଦର୍ଶନ ଚକ୍ରଧାରୀ ମୋହନ ଦେଶ ଓ ସମାଜକୁ କିପରି ସୁରକ୍ଷା ଦେଇ ହେବ ତାହା ଶିକ୍ଷା ଦେଇଛନ୍ତି । ଅଣ୍ଡର ବାର୍ଲଡରେ ଆତ୍ମ ଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ବି ସୁଦର୍ଶନ ଚକ୍ରଧାରୀ ମୋହନ ଦଣ୍ଡ ଦେବାର କ୍ଷମତା ରଖିଛନ୍ତି । ଏପ୍ରକାର ଭାବ ଭାରତର ନିଷ୍ପତିରେ ବି ପ୍ରତିଭାତ । ପହଲଗାମ ଆକ୍ରମଣର ପ୍ରତିଶୋଧ ସାରା ଜଗତ ଏବେ ଦେଖିଛି । ସେହିପରି ଅପରେସନ ସିନ୍ଦୂର ବି ଭାରତୀୟ ସଶସ୍ତ୍ର ସେନାର ପରାକ୍ରମର ଦ୍ୟୋତକ । ସୁଦର୍ଶନ ଚକ୍ରଧାରୀ ମୋହନଙ୍କଠାରୁ ଦେଶ ଏହି ପ୍ରେରଣା ପାଇଛି ।

 

ଚରଖାଧାରୀ ମୋହନଙ୍କ କଥାକୁ ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱଦେଶୀ ଆନ୍ଦୋଳନର ବାର୍ତାବହ ବାପୁଙ୍କ ସାବରମତି ଆଶ୍ରମ ବର୍ଷ ବର୍ଷ ଧରି ମୂକସାକ୍ଷୀ ରହିଥିବା ସେ କହିଥିଲେ । ବାପୁଙ୍କ ନାଁରେ ଶତାବ୍ଦୀ ଶତାବ୍ଦୀ ଧରି ବିରୋଧୀ ଦଳ କ୍ଷମତା ଉପଭୋଗ କରିଥିବା ସେ ଉଲ୍ଲେଖ କରିଥିଲେ । ସ୍ୱଦେଶୀ ମନ୍ତ୍ରକୁ ବିରୋଧୀ ଦଳ କିପରି ଦୂରୁପଯୋଗ କରିଛନ୍ତି ସେକଥା ବି ପ୍ରଧାନମନ୍ତ୍ରୀ କହିଥିଲେ । ୬୦/୬୫ ବର୍ଷ ଶାସନ କରିଥିବା ବିରୋଧୀ ଦଳ ଦେଶକୁ ଅନ୍ୟ ଉପରେ ନିର୍ଭର କରିବା ଶିଖାଇଛି । କିନ୍ତୁ ଭାରତ ଏବେ ଆତ୍ମ ନିର୍ଭର ଦେଶ ଭାବରେ ପରିଗଣିତ ହୋଇପାରିଛି । ବିକଶିତ ଦେଶର ମୂଳଦୁଆ ବି ପଡିଛି । କୃଷକ, ମତ୍ସ୍ୟଜୀବୀ, ପ୍ରାଣୀଧନ ପାଳକ, ଉଦ୍ୟୋଗପତିଙ୍କ ଦ୍ୱାରା ଦେଶ ଦ୍ରୁତ ଗତିରେ ଅଗ୍ରସର ହେଉଛି । ବିପୁଳ ସଂଖ୍ୟକ ପ୍ରାଣୀଧନ ପାଳକଙ୍କ ରାଜ୍ୟ ଭାବେ ଗୁଜରାଟ ପରିଗଣିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର ଡାଏରୀ ସେକ୍ଟର ଏବେ ମଜଭୂତ ହୋଇପାରିଛି ଓ ଏହି ଶକ୍ତି ପୁଞ୍ଜ ଲାଗି ଦେଶ ଆତ୍ମ ନିର୍ଭର ହୋଇପାରିଛି । ଅର୍ଥନୈତିକ ସ୍ୱାର୍ଥ ଦ୍ୱାରା ପରିଚାଳିତ ରାଜନୀତି ଏବେ ସାରା ବିଶ୍ୱରେ ବିସ୍ତାରିତ ହୋଇଥିବା ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ । କ୍ଷୁଦ୍ର ଉଦ୍ୟୋଗପତି, ଦୋକାନୀ, ଚାଷୀ, ପ୍ରାଣୀଧନ ପାଳକଙ୍କ ଲାଗି ମଙ୍ଗଳ ବିଧାନ ତାଙ୍କ ପାଇଁ ସର୍ବୋପରି ବୋଲି ମୋଦୀ ଅଭିହିତ କରିଥିଲେ । ଏମାନଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆତ୍ମ ନିର୍ଭର ଭାରତ ଯୋଜନାର ସଫଳ ରୂପାୟନ ଲାଗି ଗୁଜରାଟ ପୂରା ଦମରେ କାମ କରୁଛି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ଆଉ ଏହି ସଫଳତା ଲାଗି ଦୁଇ ଶତାବ୍ଦୀର ପରିଶ୍ରମକୁ ଶ୍ରେୟ ଦିଆଯିବ ବୋଲି ମୋଦୀ କହିଥିଲେ । ଯେବେ ଏହି ଅଂଚଳରେ କର୍ଫ୍ୟୁ ଲାଗୁ ହେଉଥିଲା ସେନେଇ ଆଜିକାଲିକା ଯୁବ ପିଢି ଅବଗତ ନାହାନ୍ତି । ଅଶାନ୍ତ ବାତାବରଣ ଭିତରେ ଦିନେ ଏହି ଅଂଚଳରେ ବେପାର ବଣିଜ କରିବା କଷ୍ଟକର ଥିଲା । କିନ୍ତୁ ଏବେ ସମୟର ପରିବର୍ତନ ହୋଇ ଅହମ୍ମଦାବାଦ ଏକ ସୁରକ୍ଷିତ ସହର ଭାବରେ ପରିଣତ ହୋଇଥିବାରୁ ସେ ଅହମ୍ମଦାବାଦବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।   

ଗୁଜରାଟରେ ଶାନ୍ତି ଓ ସ୍ଥିରତା ଆସିଥିବାରୁ ସାରା ରାଜ୍ୟରେ ସକରାତ୍ମକ ବାତାବରଣ ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆଜି ସବୁପ୍ରକାର ଶିଳ୍ପ ସାରା ରାଜ୍ୟରେ ଖୋଲିପାରିଛି ବୋଲି ସେ କହିଥିଲେ । ଗୋଟିଏ ନିର୍ମାଣକାରୀ ପେଣ୍ଠ ହିସାବରେ ଗୁଜରାଟ ରାଜ୍ୟ ଏବେ ରୂପାନ୍ତରିତ ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଦାହୁଦର ରେଳ ଫ୍ୟାକ୍ଟ୍ରିରେ ଶକ୍ତିଶାଳୀ ଇଲେକ୍ଟ୍ରିକ ଲୋକୋମୋଟିଭ ଇଞ୍ଜିନ ପ୍ରସ୍ତୁତ ହୋଇପାରୁଥିବା ସେ କହିଥିଲେ । ଗୁଜରାଟରେ ପ୍ରସ୍ତୁତ ହେଉଥିବା ମେଟ୍ରୋ କୋଚଗୁଡିକ ଏବେ ବାହାର ଦେଶକୁ ରପ୍ତାନୀ ହୋଇପାରୁଛି । ମୋଟର ସାଇକେଲ ଓ କାର ଏହି ରାଜ୍ୟରେ ଅଧିକା ନିର୍ମାଣ କରାଯାଉଛି । ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀଗୁଡିକ ରାଜ୍ୟରେ ବିଭିନ୍ନ ଫ୍ୟାକ୍ଟ୍ରି ବି ନିର୍ମାଣ କରୁଛନ୍ତି । ବିଭିନ୍ନ ଏୟାରକ୍ରାଫ୍ଟ ଉପାଦାନ ବି ଗୁଜରାଟରୁ ବାହାରକୁ ରପ୍ତାନୀ ହେଉଛି । ବିଭିନ୍ନ ପରିବହନ ଏୟାରକ୍ରାଫ୍ଟ ବଦୋଦରାରେ ଏବେ ନିର୍ମାଣ ହେବାକୁ ଆରମ୍ଭ କଲାଣି । ଇଲେକ୍ଟ୍ରିକ ଗାଡି ନିର୍ମାଣ କ୍ଷେତ୍ରରେ ଗୁଜରାଟ ଅଗ୍ରଗତି କରିଛି । ହଁସଲପୁର ଗସ୍ତ କରି ଇଲେକ୍ଟ୍ରିକ ଗାଡି ନିର୍ମାଣ କାରଖାନାକୁ ସେ ଲୋକାର୍ପଣ କରିବାର ରହିଛି ବୋଲି ବି ଉଲ୍ଲେଖ କରିଥିଲେ । ବିନା ସେମି କଣ୍ଡକ୍ଟରରେ କୌଣସି ଆଧୁନିକ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ନିର୍ମାଣ କରି ହେବନି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଉ ଏହି ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଗୁଜରାଟ ଏବେ ଖୁବ ଅଗ୍ରଗତି କରିପାରିଥିବା ସେ ଉଲ୍ଲେଖ କରିଥିଲେ । ବୟନ ଶିଳ୍ପ, ଗହଣା ଓ ଜେମ୍ସ ଲାଗି ଗୁଜରାଟ ଏବେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି । ମେଡିସିନ ଓ ଭ୍ୟାକସିନ ପରି ଫାର୍ମା କ୍ଷେତ୍ରରେ ବି ଦେଶର ଏକ ତୃତୀୟାଂଶ ରପ୍ତାନୀ ଗୁଜରାଟରୁ ହେଉଥିବା ସେ କହିଥିଲେ ।  

 

ସୌର ଶକ୍ତି, ବାୟୁ ଶକ୍ତି ଓ ଆଣବିକ ଶକ୍ତି କ୍ଷେତ୍ରରେ ବି ଗୁଜରାଟ ବେଶ ଅଗ୍ରଗତି କରିପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଗ୍ରୀନ ଏନର୍ଜି ଓ ପେଟ୍ରୋ କେମିକାଲ୍ସ କ୍ଷେତ୍ରରେ ବି ଏହି ରାଜ୍ୟ ଖୁବ ଆଗେଇ ପାରିଥିବା ସେ କହିଥିଲେ । ଗୁଜରାଟ ଦେଶର ପେଟ୍ରୋ କେମିକାଲ୍ସ ଆବଶ୍ୟକତାକୁ ପରିପୂର୍ଣ୍ଣ କରିପାରୁଛି । ପ୍ଲାଷ୍ଟିକ ଶିଳ୍ପ, ସିନ୍ଥେଟିକ ଫାଇବର, ସାର, ଔଷଧ, ରଙ୍ଗ ଶିଳ୍ପ ଓ କସମେଟିକ ବଜାର ସବୁ ପେଟ୍ରୋ କେମିକାଲ ସେକ୍ଟର ଉପରେ ନିର୍ଭରଶୀଳ ବୋଲି ସେ କହିଥିଲେ । ଗୁଜରାଟରେ ପାରମ୍ପରିକ ଶିଳ୍ପ ବିସ୍ତାରିତ ହେଉଥିବା ବେଳେ ନୂଆ ନୂଆ ଶିଳ୍ପ ବି ପ୍ରତିଷ୍ଠିତ ହେଉଛି । ଏସବୁ ପ୍ରଚେଷ୍ଟା ଫଳରେ ଆତ୍ମ ନିର୍ଭର ଭାରତ ଅଭିଯାନକୁ ଆଗକୁ ନିଆଯାଇ ପାରୁଛି । ଏହି ବିକାଶ ଫଳରେ ଗୁଜୁରାଟର ଯୁବକମାନେ ଆତ୍ମ ନିର୍ଭର ହୋଇପାରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ଶିଳ୍ପ, କୃଷି, ପର୍ଯ୍ୟଟନ ପରି କ୍ଷେତ୍ରରେ ସମନ୍ୱୟର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଗତ ୨୦/୨୫ ବର୍ଷ ଭିତରେ ଗୁଜରାଟର ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତନ ହୋଇଛି । ଏହାରି ଭିତରେ ବିଭିନ୍ନ ସଡକ ଓ ରେଳ ପ୍ରକଳ୍ପକୁ ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି । ଛଅ ଲେନ ବିଶିଷ୍ଟ ରାସ୍ତାରେ ପରିଣତ ହୋଇଥିବା ସର୍ଦ୍ଦାର ପଟେଲ ରିଂ ରାସ୍ତା ବା ସର୍କୁଲାର ରାସ୍ତା ଏବେ ଅଧିକା ପ୍ରଶସ୍ତ ହୋଇପାରିଛି । ଫଳରେ ସହରର ଅନେକ ଜନଗହଳିପୂର୍ଣ୍ଣ ରାସ୍ତାରେ ଭିଡ କମିବ । ବୀରମଗାମ-ଖୁଦ୍ରଦ-ରାମପୁରା ରାସ୍ତାର ପ୍ରଶସ୍ତିକରଣ ଲାଗି ଚାଷୀ ଓ ଶିଳ୍ପ ସୁଫଳ ପାଉଛନ୍ତି । ନବ ନିର୍ମିତ ଅଣ୍ଡରପାସ ଓ ରେଲୱେ ଓଭରବ୍ରିଜ ସହର ଭିତରେ ଯୋଗାଯୋଗକୁ ବଢାଇ ପାରିଛି ।

 

ଦିନେ ସମୟ ଥିଲା ରାସ୍ତାରେ ନାଲି ପୁରୁଣା କାଳିଆ ବସ ଚଳାଚଳ କରୁଥିଲା । ବିଆରଟିଏସ ଜନମାର୍ଗ ଓ ଶୀତତାପ ନିୟନ୍ତ୍ରିତ ଇଲେକ୍ଟ୍ରିକ ବସ ଏବେ ଚାଲୁ ରହିଛି । ସେହିପରି ମେଟ୍ରୋ ରେଳ ନେଟୱାର୍କ ବି ଦ୍ରୁତ ଗତିରେ ବିକଶିତ ହେବାରେ ଲାଗିଛି । ଏହା ଅହମ୍ମଦାବାଦରେ ପରିବହନ ବ୍ୟବସ୍ଥାକୁ ସୁଧାରି ପାରିଛି । ପ୍ରମୁଖ ଶିଳ୍ପ କରିଡର ଦ୍ୱାରା ରାଜ୍ୟର ପ୍ରାୟ ସହର ଆଚ୍ଛାଦିତ ହୋଇରହିଛି । ଦଶ ବର୍ଷ ଯାଏ ବିଭିନ୍ନ ବନ୍ଦର ଓ ଶିଳ୍ପ ପୁଞ୍ଜ ଗୁଡିକ ଭିତରେ ରେଳ ଯୋଗାଯାଗ ନଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ରାଜ୍ୟର ଏପରି ବିକାଶ କରିବାକୁ ସେ ଲକ୍ଷ୍ୟ ରଖିଥିଲେ । ଗତ ୧୧ ବର୍ଷ ଭିତରେ ପ୍ରାୟ ତିନି ହଜାର କିଲୋମିଟର ରାସ୍ତାର ରେଳପଥ ବିକଶିତ ହୋଇପାରିଛି । ଗୁଜରାଟର ସବୁ ରେଲୱେ ନେଟୱାର୍କକୁ ଏବେ ବିଦ୍ୟୁତିକରଣ କରାଯାଇଛି । ଆଜି ଘୋଷିତ ହୋଇଥିବା ରେଳବାଇ ପ୍ରକଳ୍ପ ଦ୍ୱାରା ଗୁଜରାଟର ଚାଷୀ, ଶିଳ୍ପ ଓ ତୀର୍ଥଯାତ୍ରୀ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ସହରାଂଚଳରେ ବସବାସ କରୁଥିବା ଗରିବମାନେ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବିତାଇବା ପାଇଁ ତାଙ୍କ ସରକାର କାମ କରୁଥିବା ସେ ଉଲ୍ଲେଖ କରିଥିଲେ । ରାମାପୀର ନୋ ଟେକ୍ରୋ ଏହାର ଜ୍ୱଳନ୍ତ ଉଦାହରଣ । ସାବରମତି ଆଶ୍ରମ ପାଖରେ ଗଢି ଉଠିଥିବା ନୂଆ ଘର ପୂଜ୍ୟ ବାପୁଙ୍କର ସ୍ୱପ୍ନକୁ ଚରିତାର୍ଥ କରିଛି । ଗରିବମାନଙ୍କ ଲାଗି ପ୍ରାୟ ଦେଢ ହଜାର ନୂଆ ସ୍ଥାୟୀ ଘର ନିର୍ମାଣ କରାଯାଇଛି । ନବରାତ୍ର ଓ ଦୀପାବଳିରେ ଏହି ଗରିବମାନଙ୍କ ମୁହଁରେ ପୁଣି ଖୁସି ଖେଳିବ । ପୂଜ୍ୟ ବାପୁଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେବା ଲାଗି ବାପୁଙ୍କ ଆଶ୍ରମ କାମ ଏବେ ହାତକୁ ନିଆଯାଇଛି ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଏକ ବୃହତ ପ୍ରତିମୂର୍ତି ନିକଟରେ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ହେବା ପରେ ସାବରମତି ଆଶ୍ରମର ପୁନରୁଦ୍ଧାର କାମ ସେ ହାତକୁ ନେଇଛନ୍ତି । ଦେଶ ଓ ବିଶ୍ୱ ଲାଗି ଯେପରି ଷ୍ଟାଚ୍ୟୁ ଅଫ ୟୁନିଟି ସାରା ଦେଶ ଲାଗି ପ୍ରେରଣାଦାୟୀ ହୋଇପାରିଛି ସେହିପରି ସାବରମତି ଆଶ୍ରମ କାମ ସରିଲେ ଏହା ବିଶ୍ୱର ସବୁଠାରୁ ବଡ ଶାନ୍ତିସ୍ଥଳରେ ପରିଣତ ହୋଇପାରିବ । ଥରେ ପୁନରୁଦ୍ଧାର କାମ ସରିଲେ ଶାନ୍ତି ଲାଗି ଏହି ଆଶ୍ରମ ଏକ ପ୍ରେରଣାଦାୟୀ କେନ୍ଦ୍ର ଭାବରେ ପ୍ରତିଷ୍ଠିତ ହୋଇପାରିବ ।

 

ଶ୍ରମିକମାନଙ୍କ ପରିବାରର ସର୍ବକୁଶଳତା ତାଙ୍କ ସରକାରର ପ୍ରମୁଖ ମିଶନ ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଥିଲେ । ବହୁ ବର୍ଷ ପୂର୍ବେ ଗରିବମାନଙ୍କୁ ଥଇଥାନ କରିବା ଲାଗି ଗୁଜରାଟ ସରକାର ସ୍ୱପ୍ନ ଦେଖିଥିଲେ । ସେମାନେ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଅତିବାହିତ କରିବା ଲାଗି ଅନେକ ବର୍ଷ ତଳୁ ସ୍ଥାୟୀ ବାସପଯୋଗୀ ପ୍ରକଳ୍ପ ଗଠନ କରାଯାଇଥିବା ସେ କହିଥିଲେ ।

ସମାଜର ଗରିବ ଶ୍ରେଣୀର ନିଷ୍ପେସିତ ଜନତାଙ୍କୁ ସେ ପୂଜା କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେମାନଙ୍କର ଜୀବନ ଧାରଣର ମାନକୁ ଉନ୍ନତ କରିବା ଲାଗି ତାଙ୍କ ସରକାର ଚେଷ୍ଟା କରିଆସୁଥିବା ସେ ଉଲ୍ଲେଖ କରିଥିଲେ । ରାସ୍ତାକଡ ବିକ୍ରେତା ଓ ଫୁଟପାଥ ଶ୍ରମିକମାନେ ଆଗରୁ ଅବହେଳିତ ଥିଲେ । ସେମାନଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ପିଏମ ଏସଭିଏ ନିଧି ଯୋଜନା ଆରମ୍ଭ କରାଯାଇଥିବା ସେ ଉଲ୍ଲେଖ କରିଥିଲେ । ଏହି ଯୋଜନା ଅଧୀନରେ ପ୍ରାୟ ସତୁରୀ ଲକ୍ଷ ରାସ୍ତାକଡ ବିକାଳି ଓ ବଳଦ ଗାଡି ଟାଣୁଥିବା ବ୍ୟକ୍ତି ବିଭିନ୍ନ ବ୍ୟାଙ୍କରୁ ଋଣ ନେବାକୁ ଏବେ ସମର୍ଥ ହୋଇଛନ୍ତି । ଏହି ଯୋଜନାରେ ଗୁଜରାଟର ଲକ୍ଷାଧିକ ହିତାଧିକାରୀ ଉପକୃତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ଗତ ୧୧ ବର୍ଷ ଭିତରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି । ଏହା ଦେଶ ଲାଗି ଗର୍ବର ବିଷୟ । ବିଶ୍ୱର ପ୍ରମୁଖ ଅର୍ଥନୈତିକ ଅନୁଷ୍ଠାନରେ ଏହା ଏବେ ଚର୍ଚ୍ଚାର ବିଷୟବସ୍ତୁ ଭାବରେ ପରିଗଣିତ ହୋଇପାରିଛି । ଏପରି ଜନତା ଦେଶରେ ନୂଆ ମଧ୍ୟବିତ ବର୍ଗ ସୃଷ୍ଟି କରିପାରିଛନ୍ତି । ଉଭୟ ନୂଆ ମଧ୍ୟବିତ ଓ ପୁରୁଣା ମଧ୍ୟବିତମାନଙ୍କ ଲାଗି ତାଙ୍କ ସରକାର କାମ କରୁଥିବା ସେ ଉଲ୍ଲେଖ କରିଥିଲେ । ବାର୍ଷିକ ୧୨ ଲକ୍ଷ ଟଙ୍କା ଯାଏ ଆୟକର ସୀମା କୋହଳ କରାଯାଇଥିବା ବି ସେ ସୂଚନା ଦେଇଥିଲେ । ଜିଏସଟି ଶୈଳୀରେ ସଂସ୍କାର ଆଣିବା ପାଇଁ ତାଙ୍କ ସରକାର କାମ କରୁଥିବା ସେ ବି କହିଥିଲେ । କ୍ଷୁଦ୍ର ଉଦ୍ୟୋଗପତିମାନଙ୍କୁ ସରକାରଙ୍କ ଏହି ସଂସ୍କାରିତ କାର୍ଯ୍ୟକ୍ରମ ଅନେକ ସୁଫଳ ଦେବ ବୋଲି ମୋଦୀ କହିଥିଲେ ।

ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା କଥା ଉଲ୍ଲେଖ କରି ମୋଦୀ କହିଥିଲେ ଯେ, ବିଦ୍ୟୁତ ବିଲ ଏବେ ଶୂନ ଅବସ୍ଥାକୁ ଆସିଯାଇଛି । ଛଅ ଲକ୍ଷ ପରିବାର ଏହି ଯୋଜନାର ସୁଫଳ ପାଉଥିବା ସେ ଉଲ୍ଲେଖ କରିଥିଲେ । ଏଭଳି ପରିବାରକୁ କେବଳ ଗୁଜରାଟରେ ୩ ହଜାର କୋଟି ଟଙ୍କାରୁ ଅଧିକା ଦିଆ ଯାଇଥିବା ସେ କହିଥିଲେ । ଏହା ହିତାଧିକାରୀମାନଙ୍କ ବିଜୁଳି ଦେୟକୁ ବହୁ ପରିମାଣରେ ହ୍ରାସ କରିପାରିଛି ।

 

ଅହମ୍ମଦାବାଦ ସହର ଏବେ ସ୍ୱପ୍ନ ଓ ସମ୍ଭାବନାର ସହର ଭାବରେ ପ୍ରତିଭାତ ହେବାକୁ ଯାଉଛି । ଧୂଳି ଧୂସରିତ ଆଗରୁ ଗରଦାବାଦ ସହର ଭାବରେ ଲୋକଙ୍କ ମୁହଁରେ ଖ୍ୟାତ ଥିବା ଏହି ସହରର ରୂପ ଏବେ ବଦଳିବାରେ ଲାଗିଛି । ଏବେ ପରିଷ୍କାର ଓ ପରିଚ୍ଛନ୍ନତା ଲାଗି ଏହି ସହର ଚର୍ଚ୍ଚାରେ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏଥିଲାଗି ଅହମ୍ମଦାବଦର ନାଗରିକଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ ।

 ଆଗରୁ ଶୁଷ୍କ ଡ୍ରେନରେ ପରିଣତ ହୋଇଥିବା ସାବରମତି ନଦୀର ବିକାଶ ସାଧିତ କରାଯାଇଛି । ସାବରମତି ରିଭରଫ୍ରଂଟ ଏବେ ସାରା ଦେଶ ଲାଗି ଏହି ଗର୍ବ ଓ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇପାରିଛି । କଙ୍କରିଆ ହ୍ରଦ ଆଗରୁ ଦଳି ଗାଡିଆରେ ପରିପୂର୍ଣ୍ଣ ଥିଲା ଓ ଏହାର ଆଖପାଖ ଅଂଚଳରେ ଯାତାୟାତ କରିବା ଦ୍ୱାରା ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲା । ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀରେ ଏହା ଆଗରୁ ପରିଣତ ଥିଲା । କିନ୍ତୁ ଏବେ ଏହାର ଆମୁଳଚୂଳ ପରିବର୍ତନ କରାଯାଇ ଏହାକୁ ଏକ ମନୋରମ ପରିଭ୍ରମଣ ସ୍ଥାନରେ ପରିଣତ କରାଯାଇ ପାରିଛି । ଜଳ କ୍ରୀଡା, ବୋଟିଂ ଓ ଶିଶୁମାନଙ୍କ ଲାଗି ଏହା ଏବେ ଆରାମଦାୟକ ଓ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇପାରିଛି । କଙ୍କରିଆ କାର୍ନିଭାଲ ଏବେ ସହରର ନୂଆ ପରିଚୟ ସୃଷ୍ଟି କରିଛି ।

ଅହମ୍ମଦାବାଦ ଏବେ ୟୁନେସ୍କୋ ଦ୍ୱାରା ଅନୁମୋଦିତ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରିଛି । ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏହା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । କନସର୍ଟ ଅର୍ଥନୀତି ଲାଗି ଅହମ୍ମଦାବାଦ ପରିଚୟ ସୃଷ୍ଟି କରିପାରିଛି । ନିକଟରେ ସହରରେ ସରିଥିବା କୋଲ୍ଡ ପ୍ଲେ କନସର୍ଟ ବିଶ୍ୱର ଆକର୍ଷଣ ପାଲଟିଥିଲା । ଏକ ଲକ୍ଷ ଆସନ ବିଶିଷ୍ଟ ଅହମ୍ମଦାବାଦ ଷ୍ଟାଡିୟମ ଏକ ପ୍ରମୁଖ ଆକର୍ଷଣ ସ୍ଥଳୀ । ବଡ ବଡ କନସର୍ଟ ଓ କ୍ରୀଡା ଆୟୋଜନ କରିବା ଲାଗି ଅହମ୍ମଦାବାଦର ଦକ୍ଷତାକୁ ଏହା ପ୍ରତିପାଦିତ କରୁଛି ।

 

ନବରାତ୍ରି, ବିଜୟା ଦଶମୀ, ଧନତେରାସ, ଦୀପାବଳି ପରି ପର୍ବ ଆଗକୁ ଆସୁଛି । ଏହା କେବଳ ସାଂସ୍କୃତିକ ଉତ୍ସବ ନୁହେଁ ବରଂ ଆତ୍ମ ନିର୍ଭରଶୀଳତାର ଗୋଟିଏ ଗୋଟିଏ ପର୍ବ । ଏହି ସମୟରେ ସମସ୍ତ ସ୍ୱଦେଶୀ ସାମଗ୍ରୀ ଜନତା କିଣିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦୋକାନୀମାନେ ବି ଅନୁରୂପ ଭାବରେ ସ୍ୱଦେଶୀ ସାମଗ୍ରୀ ବିକ୍ରି କରିବା ଉଚିତ । ଏହି ଛୋଟିଆ ପଦକ୍ଷେପ ଦ୍ୱାରା ଦେଶକୁ ସମୃଦ୍ଧି ପଥରେ ଜନତା ନେଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ମନ୍ତ୍ରୀ ସି.ଆର.ପାଟିଲ ପ୍ରମୁଖ ଅନ୍ୟ ମାନ୍ୟ ଗଣ୍ୟ ଅତିଥିଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।   

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's coffee exports jump 27% in Jan-Apr on strong robusta, instant coffee demand

Media Coverage

India's coffee exports jump 27% in Jan-Apr on strong robusta, instant coffee demand
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: State Visit of President of the Socialist Republic of Vietnam to India
May 06, 2026

MoU / Agreement

SI No.TitleBrief description
1. MoU on Mutual Cooperation between IREL (India) Ltd. and Institute for Technology of Radioactive and Rare Elements (ITRRE) of Vietnam MoU formalizes the long-standing commitment on both sides to expand bilateral cooperation in the areas of rare earth elements, among other new-age technologies.
2. Cultural Exchange Programme between Ministry of Culture, India and the Ministry of Culture, Sports and Tourism of Vietnam for 2026-30 A Cultural Agreement was signed between India and Vietnam in 1976. The specific activities and exchanges to be carried out under this agreement are agreed upon within the framework of a Cultural Exchange Programme (CEP) valid for a period of five years (2026-2030).
3. MOU between Reserve Bank of India (RBI) and State Bank of Vietnam (SBV) on Cooperation in the area of Payment Systems and Innovation in Digital Payments The MoU aims to establish a framework for cooperation in the area of financial innovation and digital payments.
4. MoU between Central Drugs Standard Control Organization (CDSCO), Ministry of Health and Family Welfare of India and Drug Administration of Vietnam (DAV), Ministry of Health of Vietnam on Cooperation in the field of Medical Products Regulation The MoU seeks to establish a framework for cooperation in the field of medical products regulation, including pharmaceuticals, biological products, medical devices, and cosmetics.
5. MoU on Establishment of Friendship and Cooperation between Brihanmumbai Municipal Corporation, Mumbai and Ho Chi Minh City People’s Committee The Agreement aims to establish a formal framework for enabling both megacities to share expertise in urban management and economic development.
6. MoU between ICCR and Univesity of Science and Education – The Da Nang University on the Establishment of the ICCR Chair of India Studies The MoU establishes an ICCR Chair in the University of Da Nang in Vietnam.
7. MoU between Nalanda University, Rajgir, and Ho Chi Minh National Academy of Politics (HCMA), Hanoi This MoU strengthens the longstanding initiatives of India to facilitate capacity building & training to Vietnam.
8. MoU between the Ministry of Electronics and Information Technology of India and the Ministry of Science and Technology of Vietnam on Cooperation in the Field of Digital Technologies This MoU deepens bilateral commitment to strengthen cooperation in Digital Technologies and IT domain.
9. MoU between NPCI International Payments Limited (NIPL) and National Payment Corporation of Vietnam (NAPAS) This MoU establishes institutional linkages between India’s NIPL and Vietnam’s NAPAS on Cross Border QR code interoperability to enable payments.
10. MOU between the Office of the Comptroller and Auditor General of India and the State Audit Office of Vietnam in the field of Public Sector Audit This MoU renews the 2010 MoU between the two Audit institutions of India and Vietnam and makes it more flexible and dynamic.
11. MOU between Ministry of Tourism of India and Ministry of Sports, Culture and Tourism of Vietnam on Cooperation in the field of Tourism. This MoU promotes people-to-people linkages between the two countries.
12. MoU between ICCR and University of Social Sciences and Humanities on the establishment of the ICCR Chair of Indian Studies The MoU establishes an ICCR Chair in the University of Social Sciences and Humanities.
13. MoU between Gyan Bharatam, Ministry of Culture & University of Social Sciences and Humanities, Vietnam National University, Ho Chi Minh City (USSH, VNUHCM) on Digitization of Cham Manuscripts The MoU establishes institutional linkages between NMM, Indira Gandhi National Centre for Arts and USSH, VNUHCM for survey, documentation, conservation, digitisation and online dissemination of Cham manuscripts of Indian origin currently preserved in Vietnam.

Announcements

SI No.Title
1. Elevation of bilateral ties to Enhanced Comprehensive Strategic Partnership
2. New trade goal of USD 25 billion by 2030
3. Vietnam joining the Indo Pacific Oceans Initiative (IPOI)
4. Announcement of export of Indian grapes to Vietnam and Vietnamese Durian to India
5. Establishment of the Site Interpretation Centre at UNESCO World Heritage Site at My Son