ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠା ଉଦ୍‌ଘାଟିତ
ତାମିଲନାଡୁରେ ରେଳ, ସଡ଼କ, ତୈଳ ଓ ଗ୍ୟାସ୍‌ ଏବଂ ଜାହାଜ ଚଳାଚଳ କ୍ଷେତ୍ର ସହିତ ଜଡିତ ଏକାଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କଲେ ପ୍ରଧାନମନ୍ତ୍ରୀ
କଲପକ୍କମ ସ୍ଥିତ ଆଇଜିସିଏରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଫାଷ୍ଟ ରିଏକ୍ଟର ଇନ୍ଧନ ପୁନଃପ୍ରକ୍ରିୟାକରଣ ପ୍ଲାଣ୍ଟ (ଡିଏଫ୍‌ଆରପି) ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
କାମରାଜର ବନ୍ଦରର ଜେନେରାଲ କାର୍ଗୋ ବର୍ଥ-୨ (ଅଟୋମୋବାଇଲ ରପ୍ତାନି/ଆମଦାନୀ ଟର୍ମିନାଲ-୨ ଏବଂ କ୍ୟାପିଟାଲ ଡ୍ରେଜିଂ ଫେଜ୍‌-୫)କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀ କୃତ
ତିରୁବିଜୟକାନ୍ତ ଏବଂ ଡ. ଏମ୍ ଏସ୍ ସ୍ୱାମୀନାଥନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନିକଟରେ ପ୍ରବଳ ବର୍ଷାବିତ୍ପାତ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ତିରୁଚିରାପଲ୍ଲୀରେ ଆରମ୍ଭ ହେଉଥିବା ନୂତନ ବିମାନବନ୍ଦର ଟର୍ମିନାଲ ବିଲ୍ଡିଂ ଏବଂ ଅନ୍ୟାନ୍ୟ ଯୋଗାଯୋଗ ପ୍ରକଳ୍ପ ଏହି ଅଞ୍ଚଳର ଅର୍ଥନୈତିକ ଦୃଶ୍ୟକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବ
ଆଗାମୀ ୨୫ ବର୍ଷରେ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ଚାଲିଥିବା ଉଦ୍ୟମରେ ଉଭୟ ଅର୍ଥନୈତିକ ଏବଂ ସାଂସ୍କୃତିକ ଦିଗ ଅନ୍ତର୍ଭୁକ୍ତ “ତାମିଲନାଡୁର ଜୀବନ୍ତ ସଂସ୍କୃତି ଏବଂ ଐତିହ୍ୟ ପାଇଁ ଭାରତ ଗର୍ବିତ”
ତାମିଲନାଡୁରୁ ମିଳିଥିବା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ତାମିଲନାଡୁରେ ରେଳ, ସଡକ, ତୈଳ, ଓଗ୍ୟାସ ଏବଂ ଜାହାଜ ଚଳାଚଳ୍ ଆଦି କ୍ଷେତ୍ରକୁ ଏହି ବିକାଶ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି ।
"ଆମେ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ପ୍ରଦାନ କରୁଛୁ", ସେ କହିଛନ୍ତି ।
ଦେଶ ପାଇଁ ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡକ୍ଟର ଏମ୍‌ଏସ୍ ସ୍ୱାମୀନାଥନ୍‌ଙ୍କ ଅବଦାନକୁ ମଧ୍ୟ ସେ ସ୍ମରଣ କରିବା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମୁଁ ଯେତେବେଳେ ଏହି ରାଜ୍ୟ ଗସ୍ତ କରେ ସେତେବେଳେ ସେମାନଙ୍କ ଜୀବନରୁ ପ୍ରେରଣା ପାଏ ।
ଏହି ନୂଆ ସଡ଼କ ପ୍ରକଳ୍ପ ଶ୍ରୀରଙ୍ଗମ୍‌, ଚିଦମ୍ବରମ୍‌, ରାମେଶ୍ୱରମ୍ ଏବଂ ଭେଲୋର ଭଳି ଆସ୍ଥା ଓ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରକୁ ସଂଯୋଗ କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ତାମିଲନାଡୁରେ ରେଳ, ସଡକ, ତୈଳ, ଓଗ୍ୟାସ ଏବଂ ଜାହାଜ ଚଳାଚଳ୍ ଆଦି କ୍ଷେତ୍ରକୁ ଏହି ବିକାଶ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ଉପଲକ୍ଷେ ଆୟୋଜିତ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏକ ଫଳପ୍ରଦ ଏବଂ ସମୃଦ୍ଧ ନୂତନ ବର୍ଷ କାମନା କରିବା ସହ ୨୦୨୪ରେ ତାଙ୍କର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ ତାମିଲନାଡୁରେ ହେଉଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଆଜିର ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ତାମିଲନାଡୁର ପ୍ରଗତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି ଏବଂ ସଡ଼କ ପଥ, ରେଳପଥ, ବନ୍ଦର, ବିମାନବନ୍ଦର, ଶକ୍ତି ଏବଂ ପେଟ୍ରୋଲିୟମ ପାଇପ ଲାଇନ କ୍ଷେତ୍ରର ପ୍ରକଳ୍ପ ପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅନେକ ବିକାଶ ଯାତ୍ରାକୁ ପ୍ରୋତ୍ସାହିତ କରିବ ଏବଂ ରାଜ୍ୟରେ ହଜାର ହଜାର ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

 

ତାମିଲନାଡୁ ପାଇଁ ଗତ ତିନି ଟି କଠିନ ସପ୍ତାହ ବିଷୟରେ ଉଲ୍ଲେଖ କରାଯାଇଛି ଯେତେବେଳେ ପ୍ରବଳ ବର୍ଷା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ସମ୍ପତ୍ତିର ମଧ୍ୟ ଯଥେଷ୍ଟ କ୍ଷୟକ୍ଷତି ହୋଇଥିଲା । ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ତାମିଲନାଡୁବାସୀଙ୍କ ସହ ଛିଡ଼ା ହୋଇଛନ୍ତି । "ଆମେ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ପ୍ରଦାନ କରୁଛୁ", ସେ କହିଛନ୍ତି ।

ନିକଟରେ ପରଲୋକ ଗମନ କରିଥିବା ଥିରୁ ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ କେବଳ ସିନେମା କ୍ଷେତ୍ରରେ ନୁହେଁ ବରଂ ରାଜନୀତିରେ ମଧ୍ୟ ଜଣେ ନାଏକ ଥିଲେ । ସେ ନିଜ କାମ ଓ ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିଲେ ଏବଂ ଜାତୀୟ ସ୍ୱାର୍ଥକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ । ଦେଶ ପାଇଁ ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡକ୍ଟର ଏମ୍‌ଏସ୍ ସ୍ୱାମୀନାଥନ୍‌ଙ୍କ ଅବଦାନକୁ ମଧ୍ୟ ସେ ସ୍ମରଣ କରିବା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଆଗାମୀ ୨୫ ବର୍ଷ ପାଇଁ ଆଜାଦି କା ଅମୃତ କାଳ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ ବିକଶିତ ଭାରତ ପ୍ରସଙ୍ଗରେ ଉଭୟ ଅର୍ଥନୈତିକ ଏବଂ ସାଂସ୍କୃତିକ ଦିଗ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ତାମିଲନାଡୁ ଭାରତର ସମୃଦ୍ଧି ଏବଂ ସଂସ୍କୃତିର ପ୍ରତିଫଳନ । "ତାମିଲନାଡୁ ତାମିଲର ପ୍ରାଚୀନ ଭାଷାର ଆବାସ ଏବଂ ଏହା ସାଂସ୍କୃତିକ ଐତିହ୍ୟର ଭଣ୍ଡାର । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚମତ୍କାର ସାହିତ୍ୟ ସୃଷ୍ଟି କରିଥିବା ସନ୍ଥ ଥିରୁ ବଲ୍ଲଭର ଏବଂ ସୁବ୍ରମଣ୍ୟମ ଭାରତୀ ସଦା ସ୍ମରଣୀୟ ଓ ନମସ୍ୟ । ସେ ଆହୁରି କହିଥିଲେ ଯେ ତାମିଲନାଡୁରେ ସି.ଭି ,ରାମନଙ୍କ ପରି ବୈଜ୍ଞାନିକ ଏବଂ ବୈଷୟିକ ମସ୍ତିଷ୍କ ଏବଂ ଅନ୍ୟ ବୈଜ୍ଞାନିକମାନଙ୍କ ବାସ ସ୍ଥାନ । ମୁଁ ଯେତେବେଳେ ଏହି ରାଜ୍ୟ ଗସ୍ତ କରେ ସେତେବେଳେ ସେମାନଙ୍କ ଜୀବନରୁ ପ୍ରେରଣା ପାଏ ।

 

ତିରୁଚିରାପଲ୍ଲୀର ସମୃଦ୍ଧ ଐତିହ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏଠାରେ ଆମେ ପଲ୍ଲବ, ଚୋଳ, ପାଣ୍ଡ୍ୟ ଏବଂ ନାୟକ ରାଜବଂଶ ଭଳି ରାଜବଂଶର ଶାସକଙ୍କ ସୁଶାସନ ନମୁନାପାଇଥାଉ । ସେ କହିଛନ୍ତି ଯେ ସେ ତାଙ୍କ ବିଦେଶ ଗସ୍ତ ସମୟରେ ସୁଯୋଗ ପାଇଲା ମାତ୍ରେ ତାମିଲ ସଂସ୍କୃତି ବିଷୟରେ ଉଲ୍ଲେଖ କରନ୍ତି । "ଦେଶର ବିକାଶ ଏବଂ ଐତିହ୍ୟରେ ତାମିଲ ସାଂସ୍କୃତିକ ପ୍ରେରଣାର ଅବଦାନର କ୍ରମାଗତ ବିସ୍ତାରରେ ମୁଁ ବିଶ୍ୱାସ କରେ ବୋଲି ସେ କହିଥିଲେ । ନୂତନ ସଂସଦ ଭବନ, କାଶୀ ତାମିଲ ସଙ୍ଗମ୍ ଏବଂ କାଶୀ ସୌରାଷ୍ଟ୍ର ସଙ୍ଗମରେ ପବିତ୍ର ସିଙ୍ଗୋଲ ପ୍ରତିଷ୍ଠାକୁ ସେ ଉଲ୍ଲେଖ କରିଥିଲେ ଯାହା ସମଗ୍ର ଦେଶରେ ତାମିଲ ସଂସ୍କୃତି ପ୍ରତି ଉତ୍ସାହ ବଢ଼ାଇଛି ।

ଭୌତିକ ଭିତ୍ତିଭୂମି ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ଅଗ୍ରାଧିକାର ଦେବା ଅବସରରେ ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷ ମଧ୍ୟରେ ସଡ଼କ ପଥ, ରେଳପଥ, ବନ୍ଦର, ବିମାନବନ୍ଦର, ଗରିବଙ୍କ ପାଇଁ ଘର ଏବଂ ଡାକ୍ତରଖାନା ଭଳି କ୍ଷେତ୍ରରେ ଭାରତର ବିପୁଳ ପୁଞ୍ଜିନିବେଶ ବିଷୟରେ ସୂଚନା ଦେଇଥିଲେ । ଭାରତ ବିଶ୍ୱର ଶ୍ରେଷ୍ଠ ୫ଟି ଅର୍ଥନୀତିରେ ସ୍ଥାନ ପାଇବା ପରେ ବିଶ୍ୱ ପାଇଁ ଆଶାର କିରଣ ପାଲଟିଛି ବୋଲି ସେ ଉଲ୍ଲେଖ କରିଥିଲେ । ସମଗ୍ର ବିଶ୍ୱରୁ ଭାରତରେ ବିପୁଳ ପୁଞ୍ଜିନିବେଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାମିଲନାଡୁ ଏବଂ ଏହାର ଲୋକମାନେ ଏହାର ସିଧାସଳଖ ଫାଇଦା ନେଉଛନ୍ତି ; କାରଣ ରାଜ୍ୟ ମେକ୍ ଇନ୍ ଇଣ୍ଡିଆର ଏକ ପ୍ରମୁଖ ବ୍ରାଣ୍ଡ ୍ ଆମ୍ବାସାଡର ପାଲଟିଛି ।

 

ରାଷ୍ଟ୍ରର ବିକାଶରେ ରାଜ୍ୟର ବିକାଶ ପ୍ରତିଫଳିତ ହେଉଥିବା ସରକାରଙ୍କ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଗତ ବର୍ଷକ ମଧ୍ୟରେ କେନ୍ଦ୍ର ସରକାରଙ୍କ ୪୦ରୁ ଅଧିକ କେନ୍ଦ୍ରମନ୍ତ୍ରୀ ୪୦୦ରୁ ଅଧିକ ଥର ତାମିଲନାଡୁ ଗସ୍ତ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । "ତାମିଲନାଡୁର ପ୍ରଗତି ସହିତ ଭାରତ ପ୍ରଗତି କରିବ", ଶ୍ରୀ ମୋଦୀ କହିବା ସହ ଯୋଗାଯୋଗ ହେଉଛି ବିକାଶର ମାଧ୍ୟମ ଏବଂ ଏହା ବ୍ୟବସାୟକୁ ପ୍ରୋତ୍ସାହିତ କରେ ତଥା ଲୋକଙ୍କ ଜୀବନକୁ ସହଜ କରିଥାଏ ବୋଲି ମତ ଦେଇଥିଲେ । । ଆଜିର ପ୍ରକଳ୍ପଗୁଡ଼ିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂ ବିଷୟରେ ଉଲ୍ଲେଖ କରିଥିଲେ । ନୂଆ ଟର୍ମିନାଲ ଏହାର କ୍ଷମତାକୁ ତିନି ଗୁଣ ବୃଦ୍ଧି କରିବ ଏବଂ ପୂର୍ବ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ବିଶ୍ୱର ଅନ୍ୟ ।ନ୍ୟ ସ୍ଥାନକୁ ଯୋଗାଯୋଗକୁ ସୁଦୃଢ଼ କରିବ । ନୂତନ ଟର୍ମିନାଲ ବିଲ୍ଡିଂ ଉଦ୍‌ଘାଟନ ଦ୍ୱାରା ପୁଞ୍ଜିନିବେଶ, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ସେ ଉଲ୍ଲେଖ କରିଥିଲେ । ଏଲିଭେଟେଡ୍ ରୋଡ୍ ମାଧ୍ୟମରେ ବିମାନବନ୍ଦରର ଜାତୀୟ ରାଜପଥ ସହ ଯୋଗାଯୋଗ ବୃଦ୍ଧି ନେଇ ମଧ୍ୟ ସେ ଉଲ୍ଲେଖ କରିଥିଲେ । ତ୍ରିଚି ବିମାନବନ୍ଦର ଏହାର ଭିତ୍ତିଭୂମି ସହିତ ବିଶ୍ୱକୁ ତାମିଲ ସଂସ୍କୃତି ଏବଂ ଐତିହ୍ୟ ସହିତ ପରିଚିତ କରାଇବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ

୫ଟି ନୂଆ ରେଳ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ଶିଳ୍ପ ଏବଂ ବିଦ୍ୟୁତ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଏହି ନୂଆ ସଡ଼କ ପ୍ରକଳ୍ପ ଶ୍ରୀରଙ୍ଗମ୍‌, ଚିଦମ୍ବରମ୍‌, ରାମେଶ୍ୱରମ୍ ଏବଂ ଭେଲୋର ଭଳି ଆସ୍ଥା ଓ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରକୁ ସଂଯୋଗ କରିବ ।

 

ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବନ୍ଦର ଭିତ୍ତିକବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମତ୍ସ୍ୟଜୀବୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ମତ୍ସ୍ୟ ଚାଷ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଓ ବଜେଟ୍‌, ମତ୍ସ୍ୟଜୀବୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ, ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଡଙ୍ଗା ଆଧୁନିକୀକରଣର ପାଇଁ ସହାୟତା ଏବଂ ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ ।

ସାଗରମାଳା ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଦେଶର ବନ୍ଦରଗୁଡ଼ିକୁ ଉନ୍ନତ ସଡ଼କ ସହିତ ସଂଯୋଗ କରାଯାଉଛି । ସେ କହିଥିଲେ ବନ୍ଦରରେ ଜାହାଜ ଧାରଣା କ୍ଷମତା ଏବଂ ମାଲ ବୋଝେଇ ଓ ଖଲାସ ସମୟରେ ଯଥେଷ୍ଟ ଉନ୍ନତି ଘଟିଛି । କାମରାଜର ବନ୍ଦର ବିଷୟରେ ଉଲ୍ଲେଖ କରିଛନ୍ତି ଯେ ଏହାର କ୍ଷମତା ଦ୍ୱିଗୁଣିତ ହୋଇଛି । କାମରାଜର ବନ୍ଦରର ଜେନେରାଲ କାର୍ଗୋ ବର୍ଥ-୨ ର ଉଦଘାଟନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଏହା ଦ୍ୱାରା ତାମିଲନାଡୁର ଆମଦାନୀ ଏବଂ ରପ୍ତାନି, ବିଶେଷକରି ଅଟୋମୋବାଇଲ କ୍ଷେତ୍ରକୁ ସୁଦୃଢ଼ କରିବ । ସେ ଆଣବିକ ରିଆକ୍ଟର ଏବଂ ଗ୍ୟାସ ପାଇପଲାଇନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ତାମିଲନାଡୁ ପାଇଁ ରେକର୍ଡ ଖର୍ଚ୍ଚ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ୨୦୧୪ ପୂର୍ବ ଦଶନ୍ଧିରେ ରାଜ୍ୟମାନଙ୍କୁ ୩୦ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ବେଳେ ଗତ ୧୦ ବର୍ଷରେ ରାଜ୍ୟମାନଙ୍କୁ ୧୨୦ ଲକ୍ଷ କୋଟି ଟଙ୍କା କେନ୍ଦ୍ରରୁ ରୋଗାଇତ ଦିଆଯାଇଥିଲା । ତାମିଲନାଡୁକୁ ମଧ୍ୟ ୨୦୧୪ ପୂର୍ବ ୧୦ ବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ୨.୫ ଗୁଣ ଅଧିକ ଟଙ୍କା କେନ୍ଦ୍ରରୁ ମିଳିଛି । ଜାତୀୟ ରାଜପଥ ନିର୍ମାଣ ପାଇଁ ରାଜ୍ୟରେ ୩ ଗୁଣ ରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟରେ ରେଳ କ୍ଷେତ୍ରରେ ଅଢ଼େଇ ଗୁଣା ଅଧିକ ଅର୍ଥ ବ୍ୟୟ ହୋଇଛି । ରାଜ୍ୟର ଲକ୍ଷ ଲକ୍ଷ ପରିବାରମାଗଣା ରାସନ, ଚିକିତ୍ସା ସହ ପକ୍କା ଘର, ଶୌଚାଳୟ, ପାଇପ୍ ପାଣି ଭଳି ସୁବିଧା ପାଉଛନ୍ତି ।

 

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ସବକା ପ୍ରୟାସ ଦ୍ୱାରା ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ତାମିଲନାଡୁର ଯୁବକ ଏବଂ ଲୋକଙ୍କ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରିଥିଲେ । ତାମିଲନାଡୁର ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂଆ ଆଶାର ଉଦୟ ମୁଁ ଦେଖିପାରୁଛି । ଏହି ଆଶା ବିକଶିତ ଭାରତର ଶକ୍ତି ରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ତାମିଲନାଡୁ ରାଜ୍ୟପାଳ ଶ୍ରୀ ଆରଏନ ରବି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ ମୁରୁଗାନ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:

ତିରୁଚିରାପଲ୍ଲୀରେ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂକୁ ଉଦଘାଟନ କରିଥିଲେ । ୧୧୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ଏହି ଦୁଇସ୍ତରୀୟ ନୂତନ ଅନ୍ତର୍ଜାତୀୟ ଟର୍ମିନାଲ ବିଲ୍ଡିଂ ବାର୍ଷିକ ୪୪ ଲକ୍ଷରୁ ଅଧିକ ଯାତ୍ରୀ ଏବଂ ବ୍ୟସ୍ତ ବହୁଳ ସମୟରେ ପ୍ରାୟ ୩୫୦୦ ଯାତ୍ରୀଙ୍କୁ ସେବା ପ୍ରଦାନ କରିପାରିବ । ନୂଆ ଟର୍ମିନାଲରେ ଯାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ସୁବିଧା ଓ ସୁଯୋଗ ରହିଛି ।

ପ୍ରଧାନମନ୍ତ୍ରୀ ଏକାଧିକ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏଥିରେ ୪୧.୪ କିଲୋମିଟର ସେଲେମ-ମାଗ୍ନେସାଇଟ୍ ଜଙ୍କସନ-ଓମାଲୁର-ମେଟ୍ଟୁର ଡ୍ୟାମ ସେକ୍ସନର ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ମଦୁରାଇ - ତୁତିକୋରିନ ଠାରୁ ୧୬୦ କିଲୋମିଟର ରେଳ ଲାଇନ ସେକ୍ସନ ଦୋହରୀକରଣ ପାଇଁ ପ୍ରକଳ୍ପ,ଏବଂ ରେଳ ଲାଇନ୍ ବିଦ୍ୟୁତୀକରଣ ପାଇଁ ତିନୋଟି ପ୍ରକଳ୍ପ ଯଥା ତିରୁଚିରାପଲ୍ଲୀ- ମନମଦୁରାଇ- ବିରୁଧୁନଗର; ବିରୁଦ୍ଧଦ୍ଧନଗର - ତେଙ୍କାସି ଜଙ୍କସନ; ସେଙ୍ଗୋଟାଇ– ତେନକାସି ଜଙ୍କସନ - ତିରୁନେଲଭେଲି - ତିରୁଚେନ୍ଦୁର । ଏହି ରେଳ ପ୍ରକଳ୍ପଗୁଡ଼ିକ ମାଲ ପରିବହନ ଏବଂ ଯାତ୍ରୀ ପରିବହନ ପାଇଁ ରେଳ କ୍ଷମତାରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ତାମିଲନାଡୁରେ ଅର୍ଥନୈତିକ ବିକାଶ ଏବଂ ନିଯୁକ୍ତି ସୃଷ୍ଟିରେ ଯୋଗଦାନ କରିବ ।

 

ପ୍ରଧାନମନ୍ତ୍ରୀ ସଡ଼କ କ୍ଷେତ୍ରର ୫ଟି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ-୮୧ର ତ୍ରିଚି-କଲ୍ଲାଗାମ ସେକ୍ସନ ପାଇଁ ୩୯ କିଲୋମିଟର ଚାରି ଲେନ୍ ରାସ୍ତା ଅନ୍ତର୍ଭୁକ୍ତ । ଜାତୀୟ ରାଜପଥ-୮୧ର କଲ୍ଲାଗାମ୍ - ମୀନସୁରୁଟି ସେକ୍ସନର ୬୦ କିଲୋମିଟର ଲମ୍ବ ୪/୨ ଲେନ୍‌; ୭୮୫ ନମ୍ବର ଜାତୀୟ ରାଜପଥର ଚେଟ୍ଟିକୁଲମ- ନାଥମ ସେକ୍ସନର ୨୯ କିଲୋମିଟର ଚାରି ଲେନ୍ ରାସ୍ତା; ୫୩୬ ନମ୍ବର ଜାତୀୟ ରାଜପଥ, କରାଇକୁଡ଼ି- ରାମନାଥପୁରମ୍ ସେକ୍ସନର ପକ୍କା କାନ୍ଥ ସହ ୮୦ କିଲୋମିଟର ଲମ୍ବ । ଦୁଇ ଲେନ୍‌; ଏବଂ ଜାତୀୟ ରାଜପଥ-୧୭୯ଏ ସାଲେମ- ତିରୁପଥର - ବାନିଆମ୍ବାଡି ରୋଡର ୪୪ କିଲୋମିଟର ଲମ୍ବା ଚାରି ଲେନ୍ । ଏହି ସଡ଼କ ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ଲୋକଙ୍କ ସୁରକ୍ଷିତ ଏବଂ ଦ୍ରୁତ ଯାତ୍ରାକୁ ସହଜ କରିବ ଏବଂ ତ୍ରିଚି, ଶ୍ରୀରଙ୍ଗମ୍‌, ଚିଦମ୍ବରମ, ରାମେଶ୍ୱରମ୍‌, ଧନୁଷକୋଡ଼ି, ଉଥିରାକୋସାମଙ୍ଗେଇ, ଦେବୀପଟ୍ଟିନମ୍‌, ଏରୱାଡି, ମଦୁରାଇ ଆଦି ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡିକର ଯୋଗାଯୋଗରେ ଉନ୍ନତି ଆଣିବ ।ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ସଡକ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିରେ ୩୩୨-ଏ ନମ୍ବର ଜାତୀୟ ରାଜପଥର ମୁଗାୟୁରରୁ ମରାକ୍କାନମ୍ ପର୍ଯ୍ୟନ୍ତ ୩୧ କିଲୋମିଟର ଦୀର୍ଘ ୪ ଲେନ୍ ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ । ଏହି ରାସ୍ତା ତାମିଲନାଡୁର ପୂର୍ବ ଉପକୂଳରେ ଥିବା ବନ୍ଦରଗୁଡ଼ିକୁ ସଂଯୋଗ କରିବ । ବିଶ୍ୱ ଐତିହ୍ୟ ସ୍ଥଳ -ମାମଲ୍ଲାପୁରମକୁ ସଡ଼କ ସଂଯୋଗ ବୃଦ୍ଧି ପାଇବ ଏବଂ କଲପକ୍କମ୍ ଆଣବିକ ଶକ୍ତି କେନ୍ଦ୍ରକୁ ଉନ୍ନତ ସଡକ ସଂଯୋଗ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କାମରାଜର ବନ୍ଦରର ଜେନେରାଲ କାର୍ଗୋ ବର୍ଥ-୨ (ଅଟୋମୋବାଇଲ ରପ୍ତାନି/ଆମଦାନୀ ଟର୍ମିନାଲ-୨ ଏବଂ କ୍ୟାପିଟାଲ ଡ୍ରେଜିଂ ଫେଜ୍‌-୫)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଜେନେରାଲ କାର୍ଗୋ ବର୍ଥ-୨ର ଉଦଘାଟନ ଦେଶର ବାଣିଜ୍ୟ ସୁଦୃଢ଼ କରିବା ଦିଗରେ ଏକ ପଦକ୍ଷେପ ହେବ ଯାହା ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପକୁ ସମର୍ପିତ କରିବ ୯୦ କୋଟିରୁ ଅଧିକ ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଦୁଇଟି ପ୍ରକଳ୍ପ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍‌)ର ଆଇପି୧୦୧(ଚେଙ୍ଗଲପେଟ୍‌)ରୁ ଆଇପି ୧୦୫ (ସାୟାଲକୁଡି) ସେକ୍ସନ୍‌ର ଏନୋର - ଥିରୁଭାଲ୍ଲୁର - ବେଙ୍ଗାଲୁରୁ - ପୁଡୁଚେରୀ - ନାଗାପଟ୍ଟିନମ୍ - ମଦୁରାଇ - ଟୁଟିକୋରିନ୍ ପାଇପଲାଇନ୍ ପର୍ଯ୍ୟନ୍ତ ୪୮୮ କିଲୋମିଟର ଦୀର୍ଘ ପ୍ରାକୃତିକ ଗ୍ୟାସ୍ ପାଇପ୍ ଲାଇନ୍ ଅନ୍ତର୍ଭୁକ୍ତ । ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚସିଏଲ୍‌)ର ୬୯୭ କିଲୋମିଟର ଦୀର୍ଘ ବିଜୟୱାଡ଼ା-ଧର୍ମପୁରୀ ମଲ୍ଟିପ୍ରଡକ୍ଟ (ପିଓଏଲ୍‌) ପେଟ୍ରୋଲିୟମ୍ ପାଇପଲାଇନ୍ (ଭିଡିପିଏଲ୍‌) ଏଥିରେ ସ୍ଥାନ ପାଇଛି ।

 

ଏହାବ୍ୟତୀତ ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଇଛି । ସେଗୁଡ଼ିକ ମଧ୍ୟରେ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ଗେଲ୍‌) ଦ୍ୱାରା କୋଚି-କୁଟ୍ଟାନାଡ-ବାଙ୍ଗାଲୋର-ମାଙ୍ଗାଲୋର ଗ୍ୟାସ୍ ପାଇପଲାଇନ-୨ (କେକେବିଏମ୍ପିଏଲ୍‌-୨)ର କୃଷ୍ଣାଗିରିରୁ କୋଏମ୍ବାଟୁର ସେକ୍ସନ୍ ପର୍ଯ୍ୟନ୍ତ ୩୨୩ କିଲୋମିଟର ପ୍ରାକୃତିକ ଗ୍ୟାସ୍ ପାଇପ୍ ଲାଇନ୍‌ର ବିକାଶ ଅନ୍ତର୍ଭୁକ୍ତ । ଏହାଛଡା ଚେନ୍ନାଇର ଭାଲୁରଠାରେ ପ୍ରସ୍ତାବିତ ତୃଣମୂଳ ଟର୍ମିନାଲ ପାଇଁ କମନ୍ କରିଡରରେ ପିଓଏଲ ପାଇପ ଲାଇନ ବିଛାଯିବ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରର ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳରେ ଶକ୍ତିର ଶିଳ୍ପ, ଘରୋଇ ଏବଂ ବାଣିଜ୍ୟିକ ଆବଶ୍ୟକତା ପୂରଣ କରିବା ଦିଗରେ ଏକ ପଦକ୍ଷେପ ହେବ । ଏହା ଦ୍ୱାରା ଏହି ଅଞ୍ଚଳରେ ରୋଜଗାର ସୃଷ୍ଟି ହେବା ସହ ରୋଜଗାର ସୃଷ୍ଟି ରେ ସହାୟକ ହେବ ।

 କାଲପକ୍କମ ସ୍ଥିତ ଇନ୍ଦିରା ଗାନ୍ଧୀ ଆଣବିକ ଗବେଷଣା କେନ୍ଦ୍ର (ଆଇଜିସିଏଆ) ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ଫାଷ୍ଟ ରିଏକ୍ଟର ଇନ୍ଧନ ପୁନଃପ୍ରକ୍ରିୟାକରଣ ପ୍ଲାଣ୍ଟ (ଡିଏଫ୍‌ଆରପି)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ୪୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ଡିଏଫ୍‌ଆରପି ଏକ ଅନନ୍ୟ ଡିଜାଇନରେ ସଜ୍ଜିତ, ବିଶ୍ୱରେ ଏକମାତ୍ର ଏବଂ ଦ୍ରୁତ ରିଏକ୍ଟରରୁ ନିର୍ଗତ ଉଭୟ କାର୍ବାଇଡ୍ ଏବଂ ଅକ୍ସାଇଡ୍ ଇନ୍ଧନର ପୁନଃ ପ୍ରକ୍ରିୟାକରଣ ଏହି ବ୍ୟବସ୍ଥାରେ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି ଏବଂ ବୃହତ ବାଣିଜ୍ୟିକ ସ୍ତରର ଦ୍ରୁତ ରିଆକ୍ଟର ଇନ୍ଧନ ପୁନଃପ୍ରକ୍ରିୟାକରଣ କାରଖାନା ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀ ତିରୁଚିରାପଲ୍ଲୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି)ର ୫୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲକୁ ଉଦଘାଟନ କରିଥିଲେ ।

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.