ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ହସ୍ତାନ୍ତର କଲେ ଏକ ହଜାର କୋଟି ଟଙ୍କା, ଏହା ଦ୍ୱାରା ଉପକୃତ ହେବେ ୧୬ଲକ୍ଷ ମହିଳା
ପ୍ରଧାନମନ୍ତ୍ରୀ ପ୍ରଥମ ମାସର ବୃତ୍ତି ବ୍ୟବସାୟ ସହାୟିକା- ସକ୍ଷୀଙ୍କୁ ପ୍ରଦାନ କଲେ ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଏକ ଲକ୍ଷ ହିତାଧିକାରୀଙ୍କୁ କଲେ ଅର୍ଥ ହସ୍ତାନ୍ତରଣ
ପ୍ରଧାନମନ୍ତ୍ରୀ ୨୦୦ରୁ ଅଧିକ ପରିପୂରକ ପୌଷ୍ଟିକତା ନିର୍ମାଣକାରୀ ୟୁନିଟ୍‌ର କଲେ ଶିଳାନ୍ୟାସ
“ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଭଳି ସ୍କିମ ଗ୍ରାମାଞ୍ଚଳ, ଗରିବ ଓ ବାଳିକାମାନଙ୍କ ନିମନ୍ତେ ଏକ ବିରାଟ ଆସ୍ଥାର ମାଧ୍ୟମ”
“ଡବଲ ଇଞ୍ଜିନ ସରକାର ଯୋଗୁଁ ୟୁପିରେ ମହିଳାମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସମ୍ମାନ ଯେପରି ସୁନିଶ୍ଚିତ ହୋଇପାରିଛି ତାହା ତୁଳନା ନାହିଁ। ଉତ୍ତର ପ୍ରଦେଶର ମହିଳା ପୂର୍ବ ପରିସ୍ଥିତି ଫେରାଇ ନ ଆଣିବା ପାଇଁ ସଂକଳ୍ପବଦ୍ଧ”
“ମୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନର ଶ୍ରେଷ୍ଠ ବୋଲି ମନେ କରେ । ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ବାସ୍ତବରେ ଜାତୀୟ ସହାୟକ ଗୋଷ୍ଠୀ”
“ଝିଅମାନେ ମଧ୍ୟ ଚାହିଁଲେ ସେମାନଙ୍କ ତାଙ୍କ ପାଠ ପଢା ସହ ସମାନ ସୁଯୋଗ ପାଇବାକୁ ସମୟ ମିଳୁ । ସେଥିପାଇଁ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ଉଦ୍ୟମ ଚାଲିଛି,ଦେଶ ଝିଅମାନଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛି”
“ ୟୁପିର ମାଫିଆରାଜ ଓ ଆଇନ ଶୃ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି (୨୧.୧୨.୨୧ ) ପ୍ରୟାଗରାଜ ଗସ୍ତରେ ଯାଇ ବିଶେଷକରି ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ଓ ଏହା ଦ୍ୱାରା ପାଖାପାଖି ୧୬ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ । ଏହି ହସ୍ତାନ୍ତରଣ ଦିନ ଦୟାଲ ଅନ୍ତଦ୍ୟୋୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଜରିଆରେ ହେଉଛି । ଏହା ଦ୍ୱାରା ୮୦ହଜାର ଏସଏଚଜି ଗୋଷ୍ଠୀ ନିବେଶ ପାଣ୍ଠି (ଆଇଏଫ)ରେ ଏସଏଚଜି ପିଛା ୧.୧୦ଲକ୍ଷ ଟଙ୍କା ଓ ୬୦ହଜାର ଏସଏଚଜି ଚକ୍ରୀୟ ପାଣ୍ଠି ଜରିଆର ଏସଏଚଜି ପିଛା ୧୫ହଜାର ପାଇବେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବ୍ୟାପାର ସମ୍ବାଦଦାତା-ସାକ୍ଷୀ (ବି.ସି ସାକ୍ଷୀ) ପ୍ରତ୍ୟେକ ୪ହଜାର ଟଙ୍କାର ପ୍ରଥମ ଛାତ୍ରବୃତ୍ତି, ୨୦ହଜାର ଟଙ୍କା ବି.ସି. ସାକ୍ଷୀଙ୍କୁ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ‘ମୁଖ୍ୟମନ୍ତ୍ରୀ କନ୍ୟା ମଙ୍ଗଳ ଯୋଜନା’ର ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି । 

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ହିନ୍ଦୀ ସାହିତ୍ୟର ପ୍ରଥିତଯଶା ଲେଖକ ମହାବୀର ପ୍ରସାଦ ଦ୍ୱିବେଦୀଙ୍କ ମୃତ୍ୟୁବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଲେ ଯେ ପ୍ରୟାଗରାଜ ହେଉଛି ଗଙ୍ଗା, ଯମୁନା, ସରସ୍ୱତୀର ସଂଗମସ୍ଥଳ ଓ ହଜାର ହଜାର ବର୍ଷ ଧରି ଆମର ମାତୃଶକ୍ତିର ପ୍ରତୀକ ହୋଇ ରହିଆସିଛି । ଆଜି ଏହି ତୀର୍ଥସ୍ଥଳ ମାତୃଶକ୍ତିର ବିସ୍ମୟକର ସଂଗମ ଦେଖୁଛି ।

ଉତ୍ତରପ୍ରଦେଶରେ ମହିଳା ସଶକ୍ତିକରଣ ଦିଗରେ ଯାହାସବୁ ହୋଇଛି,  ସମଗ୍ର ଦେଶ ତାହାର ସାକ୍ଷୀ ରହିଛି । ମୁଖମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଯାହା ଅଧୀନରେ ଥିବା ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆଉ ଯେଉଁ କୋଟି କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି, ଏହା ଗ୍ରାମୀଣ ଗରିବ ଏବଂ ଝିଅମାନଙ୍କ ପାଇଁ ଏକ ଆସ୍ଥାର ବିଷୟ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଯୋଗୁଁ ଉତ୍ତରପ୍ରଦେଶରେ ମହିଳାମାନଙ୍କ ସମ୍ମାନ, ମର୍ଯ୍ୟାଦା ଓ ସୁରକ୍ଷା ଯେପରି ସୁନିଶ୍ଚିତ ହୋଇପାରିଛି ତାହା ଅତୁଳନୀୟ । ଉତ୍ତରପ୍ରଦେଶର ମହିଳା ପୂର୍ବ ପରିସ୍ଥିତିର ପୁନରାବୃଦ୍ଧି ର ସୁଯୋଗ ଦେବେ ନାହିଁ ବୋଲି ସ୍ଥିର କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଟି ବଚାଓ, ବେଟୀ ପଢାଓ ଅଭିଯାନ ଅଧୀନରେ ସରକାର ଲିଙ୍ଗ ବାଛି ଗର୍ଭପାତ ନ କରିବା ନେଇ ସଚେତନତା ସୃଷ୍ଟି କରୁଛନ୍ତି । ଏହାଫଳରେ ଅନେକ ରାଜ୍ୟରେ ଝିଅମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ସରକାର ଗର୍ଭବତୀ ମହିଳାଙ୍କ ଟୀକାକରଣ ଉପରେ ଗୁରୁତ୍ୱଆରୋପ କରୁଥିବାବେଳେ ଆନୁଷ୍ଠାନିକ ପ୍ରସବ ଓ ଗର୍ଭବସ୍ଥାରେ ପୌଷ୍ଟିକତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଉପଯୁକ୍ତ ଆହାର ଯତ୍ନ ନିମନ୍ତେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ବ୍ୟାଙ୍କ ଖାତାରେ ପାଂଚହଜାର ଟଙ୍କା ଜମା କରାଯାଉଛି ।

ମହିଳାମାନଙ୍କ ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ନିଆଯାଉଥିବା କେତେକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସ୍ୱଚ୍ଛ ଭାରତ ମିଶନ ଅଧୀନରେ କୋଟି କୋଟି ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ସୁବିଧା, ଘରକୁ ପାଇପ ଯୋଗେ ଜଳ ଯାହାକି ଭଉଣୀମାନଙ୍କ ଜୀବନରେ ଏକ ନୂତନ ସୁବିଧା ଆଣି ଦେଇଛି ବୋଲି   ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଘର ସମ୍ପତ୍ତିବାଡି  କେବଳ  ପୁରୁଷମାନଙ୍କ ଅଧିକାର ବୋଲି ସାବ୍ୟସ୍ତ ହୋଇ ଆସୁଥିଲା । ଏହି ଅସାମନତା ଦୂର କରିବା ସରକାର ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏହାର ସର୍ବଶ୍ରେଷ୍ଠ ଉଦାହରଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ହେଉଥିବା ଅଧିକାଂଶ ଘର ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯାଉଛି ।

କର୍ମନିଯୁକ୍ତି ଓ ପରିବାରର ଆୟ ବୃଦ୍ଧି ଦିଗରେ ଲାଗୁ  ଯୋଜନାରେ ମହିଳାମାନଙ୍କୁ ସମଭାଗୀ କରାଯାଇଛି । ଆଜି ମୁଦ୍ରା ଯୋଜନା ଗ୍ରାମାଞ୍ଚଳରୁ ମଧ୍ୟ ମହିଳାମାନଙ୍କୁ ଉଦ୍ୟୋଗପତି ହେବାକୁ ପ୍ରୋତ୍ସାହିତ କରୁଛି । ଦିନଦୟାଲ ଅନ୍ତଦ୍ୟୋୟ ଯୋଜନା ଅଧୀନରେ ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମାଞ୍ଚଳ ସଂଗଠନ ସହ ଯୋଡାଯାଇଛି । “ମୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନର ଶ୍ରେଷ୍ଠ ବୋଲି ମନେ କରେ । ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ବାସ୍ତବରେ ଜାତୀୟ ସହାୟକ ଗୋଷ୍ଠୀ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ।

ଡବଲ ଇଞ୍ଜିନ ସରକାର କୌଣସି ବାଛବିଚାର ନ ରଖି ଝିଅମାନଙ୍କର ଭବିଷ୍ୟତକୁ ସଶକ୍ତ କରିବା ପାଇଁ ଅବିରତ ସଂଗ୍ରାମ କରି ଚାଲିଛି । ସେ ମଧ୍ୟ ଝିଅମାନଙ୍କ ଆଇନଗତ ବିବାହ ବୟସ ନେଇ ନିଆହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମଧ୍ୟ କହିଥିଲେ । “ଆଗରୁ ପୁଅମାନଙ୍କ ବିବାହ ବୟସ ଆଇନତଃ ୨୧ ଥିଲା, ମାତ୍ର ଝିଅମାନଙ୍କ କ୍ଷେତ୍ରରେ ଏହା ୧୮ ଥିଲା । ଝିଅମାନେ ମଧ୍ୟ ସେମାନଙ୍କ ପାଠପଢିବା ଓ ସମାନ ସୁଯୋଗ ପାଇଁ ଚାହୁଁଥିଲେ । ସେଥିପାଇଁ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ଉଦ୍ୟମ ଚାଲିଛି । ଦେଶ ଝିଅମାନଙ୍କ ପାଇଁ ଏ ନିଷ୍ପତ୍ତି ନେଉଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ନିକଟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ । ମାଫିଆରାଜ ଓ ଆଇନ ଶାସନ ହୀନତାର ମୂଳୋତ୍ପାଟନର ସବୁଠାରୁ ଅଧିକ ସୁବିଧା ୟୁପିର ଝିଅମାନେ ପାଉଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଉତ୍ତପ୍ରଦେଶରେ ସୁରକ୍ଷା ଓ ଅଧିକାର ଉଭୟ ରହିଛି । ଆଜି ୟୁପିରେ ସମ୍ଭାବନା ଓ ବ୍ୟବସାୟ ଉଭୟ ରହିଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମାଆ ଓ ଉଭଣୀଙ୍କ ଆଶୀର୍ବାଦରେ କେହି ବି ଏହି ନୂତନ ୟୁପିକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇପାରିବେ ନାହିଁ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
But where is India’s economic growth?

Media Coverage

But where is India’s economic growth?
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."