ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ହସ୍ତାନ୍ତର କଲେ ଏକ ହଜାର କୋଟି ଟଙ୍କା, ଏହା ଦ୍ୱାରା ଉପକୃତ ହେବେ ୧୬ଲକ୍ଷ ମହିଳା
ପ୍ରଧାନମନ୍ତ୍ରୀ ପ୍ରଥମ ମାସର ବୃତ୍ତି ବ୍ୟବସାୟ ସହାୟିକା- ସକ୍ଷୀଙ୍କୁ ପ୍ରଦାନ କଲେ ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଏକ ଲକ୍ଷ ହିତାଧିକାରୀଙ୍କୁ କଲେ ଅର୍ଥ ହସ୍ତାନ୍ତରଣ
ପ୍ରଧାନମନ୍ତ୍ରୀ ୨୦୦ରୁ ଅଧିକ ପରିପୂରକ ପୌଷ୍ଟିକତା ନିର୍ମାଣକାରୀ ୟୁନିଟ୍‌ର କଲେ ଶିଳାନ୍ୟାସ
“ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଭଳି ସ୍କିମ ଗ୍ରାମାଞ୍ଚଳ, ଗରିବ ଓ ବାଳିକାମାନଙ୍କ ନିମନ୍ତେ ଏକ ବିରାଟ ଆସ୍ଥାର ମାଧ୍ୟମ”
“ଡବଲ ଇଞ୍ଜିନ ସରକାର ଯୋଗୁଁ ୟୁପିରେ ମହିଳାମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସମ୍ମାନ ଯେପରି ସୁନିଶ୍ଚିତ ହୋଇପାରିଛି ତାହା ତୁଳନା ନାହିଁ। ଉତ୍ତର ପ୍ରଦେଶର ମହିଳା ପୂର୍ବ ପରିସ୍ଥିତି ଫେରାଇ ନ ଆଣିବା ପାଇଁ ସଂକଳ୍ପବଦ୍ଧ”
“ମୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନର ଶ୍ରେଷ୍ଠ ବୋଲି ମନେ କରେ । ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ବାସ୍ତବରେ ଜାତୀୟ ସହାୟକ ଗୋଷ୍ଠୀ”
“ଝିଅମାନେ ମଧ୍ୟ ଚାହିଁଲେ ସେମାନଙ୍କ ତାଙ୍କ ପାଠ ପଢା ସହ ସମାନ ସୁଯୋଗ ପାଇବାକୁ ସମୟ ମିଳୁ । ସେଥିପାଇଁ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ଉଦ୍ୟମ ଚାଲିଛି,ଦେଶ ଝିଅମାନଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛି”
“ ୟୁପିର ମାଫିଆରାଜ ଓ ଆଇନ ଶୃ

ଭାରତ ମାତା କି ଜୟ,

ଭାରତ ମାତା କି ଜୟ,

କାର୍ଯ୍ୟକ୍ରମରେ ଉପସ୍ଥିତ ୟୁପିର ଶକ୍ତିଶାଳୀ ତଥା କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ପ୍ରୟାଗରାଜର ଦେଶର ଲୋକପ୍ରିୟ ନେତା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ଜୀ, ଶ୍ରୀମତୀ ଅନୁପ୍ରୀୟା ପଟେଲ ଜୀ, ରାଜେନ୍ଦ୍ର ପ୍ରତାପ ସିଂହ ମୋତି ଜୀ, ଶ୍ରୀ ସିଦ୍ଧାର୍ଥ ନାଥ ସିଂହ ଜୀ, ନବଗୋପାଳ ଗୁପ୍ତା ନନ୍ଦୀ ଜୀ, ଶ୍ରୀମତି ସ୍ୱାତୀ ସିଂ ଜୀ, ଶ୍ରୀମତୀ ଗୁଲାବୋ ଦେବୀ ଜୀ, ଶ୍ରୀମତୀ ନିଳିମା କାଟିୟାର ଜୀ, ସଂସଦରେ ମୋର ସହଯୋଗୀ ଭଉଣୀ ରୀତା ବହୁଗୁଣା ଜୀ, ଶ୍ରୀମତୀ ହେମା ମାଳିନୀ ଜୀ, ଶ୍ରୀମତୀ କେଶରୀ ଦେବୀ ପଟେଲ ଜୀ, ଡକ୍ଟର ସଂଘମିତ୍ରା ମୌର୍ଯ୍ୟ ଜୀ, ଶ୍ରୀମତୀ ସ୍ୱାମୀ ଦ୍ୱିବେଦୀ ଜୀ, ଡ. ରମେଶ ଚନ୍ଦ୍ର ବିନ୍ଦି ଜୀ, ପ୍ରୟାଗରାଜର ମେୟର ଶ୍ରୀମତୀ ଅଭିଳାଷା ଗୁପ୍ତା ଜୀ, ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଡକ୍ଟର ଭି.କେ. ସିଂହ ଜୀ, ସମସ୍ତ ବିଧାୟକଗଣ ଏବଂ ଏଠାରେ ଉପସ୍ଥିତ ୟୁପିର ସାମର୍ଥ୍ୟକୁ ବଢ଼ାଉଥିବା ଏଠାକାର ସାମର୍ଥ୍ୟର ପ୍ରତୀକ ମୋର ମା ଏବଂ ଭଉଣୀମାନେ । ଆପଣ ସମସ୍ତଙ୍କୁ ମୋର ପ୍ରଣାମ । ମାତା ଗଙ୍ଗା, ଯମୁନା, ସରସ୍ୱତୀଙ୍କ ପବିତ୍ର କୂଳରେ ଅବସ୍ଥିତ ପ୍ରୟାଗରାଜ ପୃଥିବୀରେ, ଆମେ ମୁଣ୍ଡା ନୁଅାଁଇ ପ୍ରଣାମ କରୁଛି । ଏହା ହେଉଛି ସେଇ ଦେଶ, ଯେଉଁଠାରେ ଧର୍ମ, ଜ୍ଞାନ ଏବଂ ନ୍ୟାୟର ତ୍ରୀବେଣୀ ପ୍ରବାହିତ ହେଉଛି । ତୀର୍ଥନ ତୀର୍ଥ, ପ୍ରୟାଗରାଜକୁ ଆସନ୍ତୁ, ସବୁବେଳେ ଏକ ଅପୂର୍ବ ଶୁଦ୍ଧତା ପବିତ୍ରତା ଏବଂ ଶକ୍ତି ଅନୁଭବ ହୋଇଥାଏ । ଗତବର୍ଷ ଫେବ୍ରୁୟାରୀରେ ଆମେ କୁମ୍ଭ ମା ଏହି ପବିତ୍ର ପୃଥିବୀରେ ଆସି ରହିଥିଲୁ, ସେତେବେଳେ ସଂଗମସ୍ଥଳରେ ବୁଡ଼ ପକାଇ ଏହାର ଅଲୌକିକ ଆନନ୍ଦର ଅନୁଭବ ପ୍ରାପ୍ତ କରିଥିଲୁ । ତୀର୍ଥରାଜ ପ୍ରୟାଗର ଏହି ପାବନ ଭୂମିକୁ ମୁଁ ହାତ ଯୋଡ଼ି ପ୍ରଣାମ କରୁଛି । ଆଜି ହିନ୍ଦି ସାହିତ୍ୟ ଜଗତର ପ୍ରସିଦ୍ଧ ଆରମ୍ଭ ମହାବୀର ପ୍ରସାଦ ଦ୍ୱିବେଦୀ ଜୀଙ୍କର ପୂଣ୍ୟ ତିଥି ମଧ୍ୟ ଅଛି । ପ୍ରୟାଗରାଜରୁ ସାହିତ୍ୟର ଯେଉଁ ସରସ୍ୱତୀ ପ୍ରବାହିତ ହେଲା, ଦ୍ୱିବେଦୀ ଜୀ ଦୀର୍ଘ ସମୟ ପର୍ଯ୍ୟନ୍ତ ତାହାର ସମ୍ପାଦକ ମଧ୍ୟ ଥିଲେ । ମୁଁ ତାଙ୍କ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମା ଏବଂ ଭଉଣୀମାନେ,

ପ୍ରୟାଗରାଜ ହଜାର ହଜାର ବର୍ଷ ଧରି ଆମର ମାତୃଶକ୍ତିର ପ୍ରତୀକ ମା, ଗଙ୍ଗା-ଯମୁନା-ସରସ୍ୱତୀଙ୍କ ମିଳନ ସ୍ଥଳ ରହିଛି। ଆଜି ଏହି ତୀର୍ଥ ନଗରୀ ନାରୀ-ଶକ୍ତିର ଏତେ ଅଦ୍ଭୁତ ସଂଗମର ମଧ୍ୟ ସଖୀ ହୋଇ ରହିଛି । ଏହା ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆପଣମାନେ ସମସ୍ତେ ମୋତେ ଆପଣଙ୍କର ସ୍ନେହ ଏବଂ ଆଶୀର୍ବାଦ ନେବାକୁ ଆସିଛି । ମା-ଭଉଣୀମାନେ, ମୁଁ ମଞ୍ଚକୁ ଆସିବା ପୂର୍ବରୁ ମୁଁ ବ୍ୟାକିଂ ସଖୀମାନଙ୍କ ସହ, ସ୍ୱୟଂ ସହାୟତା ସମୂହମାନଙ୍କ ସହ ଜଡ଼ିତ ଭଉଣୀମାନଙ୍କ ସହ ଏବଂ କନ୍ୟା ସୁମଂଗଲ । ଯୋଜନାର ଲାଭାର୍ଥୀ କନ୍ୟାମାନଙ୍କ ସହ କଥା ହେଲି, ଏମିତି ଭାବ, ଏମିତି ଆତ୍ମବିଶ୍ୱାସପୂର୍ଣ୍ଣ କଥା! ମା ଓ ଭଉଣୀମାନେ, ଆମର ଏଠାରେ ଏକ ପ୍ରବାଦ- “ପ୍ରତ୍ୟେକ୍ଷ କିମ୍ ପ୍ରମାଣମ୍ ।”

ତାହା ହେଉଛି, ଯାହା ପ୍ରତ୍ୟକ୍ଷ ଅଛି, ଯାହା ସାମ୍ନାରେ ଅଛି, ତାହାକୁ ପ୍ରମାଣିତ କରିବା ପାଇଁ କୌଣସି ପ୍ରମାଣର ଆବଶ୍ୟକତା ପଡ଼ିବ ନାହିଁ । ୟୁପିରେ ବିକାଶ ପାଇଁ, ମହିଳାଙ୍କ ସଶକ୍ତିକରଣ ତାହାକୁ ସମଗ୍ର ଦେଶ ଦେଖୁଛି । ବର୍ତ୍ତମାନ ଏଠାରେ ମୁଁ ମୁଖ୍ୟମନ୍ତ୍ରୀ କନ୍ୟା ସୁମଂଗଲା ଯୋଜନାର ଏକ ଲକ୍ଷରୁ ଅଧିକ ହିତାଧିକାରୀ ଝିଅମାନଙ୍କ ଖାତାକୁ କୋଟି କୋଟି ଟଙ୍କା ସ୍ଥାନାନ୍ତର କରିବାର ସୌଭାଗ୍ୟ ମିଳିଲା । ଏହି ଯୋଜନା ଗାଁର ଗରିବମାନଙ୍କ ପାଇଁ, ଝିଅମାନଙ୍କ ପାଇଁ ବହୁତ ବଡ଼ ବିଶ୍ୱାସର ମାଧ୍ୟମ ପାଲଟିଛି । ୟୁପି ଦ୍ୱାରା ବ୍ୟାଙ୍କ ସଖୀର ମଧ୍ୟ ମହିଳାମାନଙ୍କ ପାଇଁ ଯେଉଁ ଅଭିଯାନ ରୋଜଗାରର ସୁଯୋଗ ସହିତ ସେମାନଙ୍କ ଜୀବନରେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଛି । ସିଧାସଳଖ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରୁ ଆସୁଥିବା ଟଙ୍କା ଆକାଉଣ୍ଟକୁ ଆସୁଛି, ଏହି ପଇସା ଉଠାଇବାକୁ ଏବେ ଆଉ ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ, ବ୍ୟାଙ୍କ ସଖୀଙ୍କ ସାହାଯ୍ୟରେ ଏହି ଟଙ୍କା ଗାଁରେ, ନିଜ ଘରେ ହିଁ ମିଳିଯାଉଛି । ଅର୍ଥାତ, ବ୍ୟାଙ୍କ ସଖୀ ବ୍ୟାଙ୍କକୁ ଗାଁ ପର୍ଯ୍ୟନ୍ତ ନେଇ ଆସିଛି ଏବଂ ଯେଉଁମାନେ ଭାବୁଥିବେ ଯେ ଏହା ଏକ ଛୋଟ କାମ ଅଟେ, ମୁଁ ମଧ୍ୟ ସେମାନଙ୍କୁ କହିବାକୁ ଚାହିଁବି ଯେ ବ୍ୟାଙ୍କ ସଖୀମାନଙ୍କର କାର୍ଯ୍ୟ କେତେ ବଡ଼ । ୟୁପି ସରକାର ଏହି ବ୍ୟାଙ୍କ ସଖୀମାନଙ୍କ ଉପରେ ପ୍ରାୟ ୭୫ ହଜାର କୋଟି ଟଙ୍କାର ନେଣ-ଦେଣର ଦାୟିତ୍ୱ ନେଇଛି । ୭୫ ହଜାର କୋଟଇ ଟଙ୍କାର କାରବାର ସେହି ଗାଁରେ ରହୁଥିବା ମୋ ଭଉଣୀ ଝିଅମାନେ କରୁଛନ୍ତି । ଯେତେ ନେଣ-ଦେଣ ବା କାରବାର ଗାଁରେ ହେବ, ସେତିକି ହିଁ ଆମଦାନୀ ସେମାନଙ୍କର ହେବ, ଏହି ବ୍ୟାଙ୍କ ବନ୍ଧୁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭଉଣୀ, ଯେଉଁମାନଙ୍କର କିଛି ବର୍ଷ ପୂର୍ବେ ସେମାନଙ୍କର ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନ ଥିଲା । କିନ୍ତୁ ଆଜି ସେମାନଙ୍କ ହାତରେ ବ୍ୟାଙ୍କିଙ୍ଗ୍ ହେଲା, ଡିଜିଟାଲ ବ୍ୟାଙ୍କଙ୍ଗ୍ ଶକ୍ତି ଏହି ମହିଳାମାନଙ୍କ ହାତକୁ ଆସିଯାଇଛି । ସେଥିପାଇଁ, ଦେଶ ଦେଖୁଛି ଯେ ୟୁପିରେ କେମିତି କାମ ହେଉଛି ଏବଂ ସେଥିପାଇଁ ମୁଁ କହୁଛି, “ପ୍ରତ୍ୟକ୍ଷେ କିମ୍ ପ୍ରମାଣମ୍ ।”

ମା  ଭଉଣୀମାନେ

ୟୁପି ସରକାର ଟେକ୍ ହୋମ୍ ରାସନ, ସମସ୍ତଙ୍କୁ ଦିଆଯିବାକୁ ଥିବା ପୋଷଣକୁ ପ୍ରସ୍ତୁତ କରିବାର ଦାୟିତ୍ୱ ମଧ୍ୟ ମହିଳାମାନଙ୍କ ହାତକୁ ନେଇଛି । ଏହି ପୁଷ୍ଟିକର ଖାଦ୍ୟ ଏବଂ ଆହାର ଏବେ ସ୍ୱୟଂସହାୟକ ଗୋଷ୍ଠୀରେ ଏକତ୍ରିତ ଭାବେ ମହିଳାମାନେ ନିଜେ ପ୍ରସ୍ତୁତ କରିବେ । ଏହା ମଧ୍ୟ ଏକ ବଡ଼ କାର୍ଯ୍ୟ ଅଟେ, ଯେଉଁ ୨ଠ୨ ପୁଷ୍ଟିକର ଉତ୍ପାଦନ ୟୁନିଟର ଆଜି ଶିଳାନ୍ୟାସ ହୋଇଛି, ସେଥିରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କର ଆମଦାନୀ ମଧ୍ୟ ହେବ, ଏବଂ ଗାଁର ଚାଷୀମାନେଙ୍କ ମଧ୍ୟ ବହୁତ ବଡ଼ ଲାଭ ପାଇବେ । ଗାଁର ମହିଳାମାନେ ନିଜ କାରଖାନାରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଫସଲ-ଶସ୍ୟ ଗାଁରୁ ହିଁ କିଣିବେ । ଏହା ସଶକ୍ତିକରଣର ସେହି ପ୍ରୟାସ ଅଟେ ଯାହା ୟୁପିର ମହିଳାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଛି । ସରକାର ଭିନ୍ନ-ଭିନ୍ନ କ୍ଷେତ୍ରରୁ, ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଯେଉଁ ସହାୟତା ପ୍ରଦାନ କରୁଛି, ଏହାର ଏକ କିସ୍ତି ଭାବରେ ଆଜି ମୁଁ ଏକ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବାର ସୌଭାଗ୍ୟ ପାଇଛି । ବର୍ତ୍ତମାନ ୟୁପିର ବିକାଶର ଧାରାକୁ କେହି ରୋକିଲେ ତାହା ବନ୍ଦ ହେବ ନାହିଁ । ଉତ୍ତର ପ୍ରଦେଶର ମହିଳାମାନେ, ମା-ଭଉଣୀମାନେ- ଝିଅମାନେ ନିଷ୍ପତ୍ତି ନେଇଛନ୍ତି ବର୍ତ୍ତମାନ ସେମାନେ ପୂର୍ବ ସରକାରର ଯୁଗକୁ ଫେରିବାକୁ ଦେବେ ନାହିଁ । ଡବଲ ଇଞ୍ଜିନ ସରକାର ୟୁପିର ମହିଳାମାନଙ୍କୁ ଯେଉଁ ସୁରକ୍ଷା ଦେଇଛି, ଯେଉଁ ସମ୍ମାନ ଦେଇଛି, ସେମାନଙ୍କର ସମ୍ମାନ ବୃଦ୍ଧି କରିଛି, ଯାହା ଅଦ୍ଭୁତପୂର୍ବ ଅଟେ ।

ଭାଇ  ଭଉଣୀମାନେ,

ମା- ଭଉଣୀମାନେ- ଝିଅମାନଙ୍କର ଜୀବନ ହେଉଛି ଏକ ଜୀବନ ଯାହା ପିଢ଼ି ପରେ ପିଢ଼ିକୁ ପ୍ରଭାବିତ କରିଥାଏ । ଯୁଗ ନିର୍ମାଣ କରିବାର ଜୀବନ ଦେଇଥାଏ । ଗୋଟିଏ ଝିଅର ସାମର୍ଥ୍ୟ, ତା’ର ଶିକ୍ଷା, ତାର ଦକ୍ଷତା, କେବଳ ପରିବାର ନୁହେଁ ସମାଜର, ଦେଶର ଦିର୍ଗ ନିର୍ଣ୍ଣୟ କରିଥାଏ । ସେଥିପାଇଁ, ୨ଠ୧୪ରେ ଯେତେବେଳେ ଆମେ ମା ଭାରତୀଙ୍କ ବଡ଼ ସ୍ୱପ୍ନକୁ, ବଡ଼ ଆକାଂକ୍ଷାକୁ ସାକାର କରିବା ପାଇଁ ପଦକ୍ଷେପ ନେଇଥିଲୁ, ସେତେବେଳେ ଆମେ ପ୍ରଥମେ ଦେଶର ଝିଅମାନଙ୍କର ବିଶ୍ୱାସକୁ ନୂତନ ଶକ୍ତି ଦେବା ପାଇଁ ପ୍ରୟାସ ଆରମ୍ଭ କରିଥିଲୁ । ତେଣୁ, ଆମେ ଏକ ଝିଅର ଜନ୍ମରୁ ଜୀବନର ଚକ୍ରରେ ପ୍ରତ୍ୟେକ ପର୍ଯ୍ୟାୟରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯୋଜନା ତିଆରି କଲୁ, ଅଭିଯାନ ଚଳାଇଲୁ ।

 

ସାଥୀମାନେ,

ଝିଅମାନଙ୍କୁ ଗର୍ଭରେ ହତ୍ୟା କରନ୍ତୁ ନାହିଁ, ସେମାନେ ଜନ୍ମ ନିଅନ୍ତୁ, ଏଥିପାଇଁ ଆମେ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ମାଧ୍ୟମରେ ସମାଜର ଚେତନା ଜାଗ୍ରତ କରିବାକୁ ଚେଷ୍ଟା କରିଥିଲୁ । ଆଜି ପରିଣାମସ୍ୱରୂପ ଦେଶର ଅନେକ ରାଜ୍ୟରେ ଝିଅମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ପ୍ରସବ ପରେ ମଧ୍ୟ ଚିନ୍ତା ନ କରି ନିଜ ସନ୍ତାନର ପ୍ରାରମ୍ଭିକ ଯତ୍ନ କରିପାରିବେ, ମାଆମାନେ ନିଜର କାମ ମଧ୍ୟ ଜାରି ରଖିପାରିବେ, ଏଥିପାଇଁ ମହିଳାମାନଙ୍କ ଛୁଟିକୁ ୬ ମାସ ବୃଦ୍ଧି କରାଯାଇଛି ।

ସାଥୀମାନେ,

ଗର୍ଭାବସ୍ଥା ସମୟରେ ଗରିବ ପରିବାରମାନଙ୍କରେ ମାତୃ ସ୍ୱାସ୍ଥ୍ୟ ଚିନ୍ତାର ଏକ ପ୍ରମୁଖ କାରଣ ରହିଛି । ସେଥିପାଇଁ ଆମେ ଗର୍ଭବତୀ ମହିଳାମାନଙ୍କର ଟିକାକରଣ, ଚିକିତ୍ସାଳୟରେ ପ୍ରସବ ଏବଂ ଗର୍ଭାବସ୍ଥା ସମୟରେ ପୁଷ୍ଟିକର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେଇଥିଲୁ । ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅନ୍ତର୍ଗତ ଗର୍ଭାବସ୍ଥା ସମୟରେ ୫ ହଜାର ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଥାଏ, ଯାହା ଦ୍ୱାରା ଉଚିତ ଖାଦ୍ୟପେୟର ଧ୍ୟାନ ରଖିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟିରୁ ଅଧିକ ଭଉଣୀମାନଙ୍କୁ ପ୍ରାୟ ୧ଠ ହଜାର କୋଟି ଟଙ୍କା ଦିଆଯାଇଛି ।

ସାଥୀମାନେ,

ଝିଅମାନେ ସଠିକ ଭାବରେ ଅଧ୍ୟୟନ କିପରି କରିପାରିବେ, ତାଙ୍କର ସ୍କୁଲ ଯେପରି ଅଧାରୁ ବନ୍ଦ ନ ହୁଏ, ଏହା ଉପରେ ଆମେ ନିରନ୍ତର କାର୍ଯ୍ୟ କରିଛୁ । ବିଦ୍ୟାଳୟରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ନିର୍ମାଣ ହେଉ କିମ୍ବା ଗରୀବରୁ ଅତି ଗରୀବ ଝିଅମାନଙ୍କ ପାଇଁ ସାନିଟାରୀ ପ୍ୟାଡ୍ ସୁଲଭ କରିବା ହେଉ, ଆମ ସରକାର କୌଣସି କାର୍ଯ୍ୟରେ ପଛରେ ରହିନାହାନ୍ତି । ‘ସୁକନ୍ୟା ସମୃଦ୍ଧି’ ଯୋଜନା ଅନ୍ତର୍ଗତ ପ୍ରାୟ ୨.୫ କୋଟି ଝିଅମାନଙ୍କର ଆକାଉଣ୍ଟ ଖୋଲାଯାଇଛି । ବଡ଼ ହେଲେ ତାଙ୍କର ସ୍ୱପ୍ନକୁ ଏହି ପଇସା ପୂରଣ କରିବ, ଏଥିପାଇଁ ଏହି ଟଙ୍କା ଉପରେ ସୁଧ ହାର ମଧ୍ୟ ଅଧିକ ରଖାଯାଇଛି । ସ୍କୁଲ- କଲେଜ ପରେ କ୍ୟାରିଅର ଆରମ୍ଭ କରି ଘର ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ମହିଳାଙ୍କ ସୁବିଧା ଏବଂ ସ୍ୱାସ୍ଥ୍ୟ ପାଇଁ ଯତ୍ନ ନିଆଯାଉଛି । ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ କୋଟି କୋଟି ଶୌଚାଳୟ ନିର୍ମାଣ ହେବା, ଉଜ୍ୱଳା ଯୋଜାନା ଅନ୍ତର୍ଗତ ଗରୀବ ଭଉଣୀମାନଙ୍କୁ ଗ୍ୟାସ ସଂଯୋଗର ସୁବିଧା, ଘରେ ଟ୍ୟାପରୁ ପାଣି ଆସିବା ଦ୍ୱାରା ଭଉଣୀମାନଙ୍କ ଜୀବନରେ ସୁବିଧା ମଧ୍ୟ ଆସିପାରୁଛି ଏବଂ ସେମାନଙ୍କ ସମ୍ମାନରେ ବୃଦ୍ଧି ଘଟୁଛି ।

ସାଥୀମାନେ,

ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଯଦି କେହି ଅଧିକ ଲାଭବାନ ହୁଅନ୍ତି, ତେବେ ସେ ଆମର ଭଉଣୀ ହିଁ ଅଟନ୍ତି । ଏହା ହସ୍ପିଟାଲରେ ପ୍ରସବ ହେଉ କିମ୍ବା ଅନ୍ୟାନ୍ୟ ଚିକିତ୍ସା, ପୂର୍ବରୁ ଅର୍ଥ ଅଭାବରୁ ଭଉଣୀମାନଙ୍କ ଜୀବନରେ ଏକ ସଙ୍କଟ ରହୁଥିଲା । ବର୍ତ୍ତମାନ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସାର ସୁବିଧା ମିଳୁଥିବାରୁ ତାଙ୍କର ଚିନ୍ତା ଦୂର ହୋଇଯାଇଛି । ଭାରତୀୟ ସମାଜରେ ମା ଓ ଭଉଣୀମାନଙ୍କୁ ସର୍ବଦା ପ୍ରାଥମିକ ମାନ୍ୟତା ଦିଆଯାଇଥାଏ । କିନ୍ତୁ ଆଜି ମୁଁ ମଧ୍ୟ ଗୋଟିଏ ତଥ୍ୟ ପ୍ରତି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ଆମର ଏଠାରେ ପରମ୍ପରାରେ ଶତାବ୍ଦୀ ଧରି, ଦଶନ୍ଧି ଧରି, ଏପରି ଏକ ଅବସ୍ଥା ଥିଲା ଯେ ଘର ଏବଂ ଘରର ପ୍ରତ୍ୟେକ ସମ୍ପତ୍ତି କେବଳ ପୁରୁଷଙ୍କ ଅଧିକାର ଭାବରେ ବିବେଚନା କରାଯାଉଥିଲା । ଯଦି ଘର ଅଛି କାହା ନାମରେ? ପୁରୁଷଙ୍କ ନାମରେ । କ୍ଷେତ ଅଛି ତ କାହା ନାମରେ? ପୁରୁଷଙ୍କ ନାମରେ । ଚାକିରି, ଦୋକାନ ଉପରେ କାହାର ଅଧିକାର? ପୁରୁଙ୍କର । ଆଜି ଆମର ସରକାରଙ୍କ ଯୋଜନା ଏହି ଅସମାନତାକୁ ଦୂର କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ଏହାର ସବୁଠାରୁ ବଡ଼ ଉଦାହରଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଦିଆଯାଉଥିବା ଘରଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ମହିଳାଙ୍କ ନାମରେ ନିର୍ମାଣ କରାଯାଉଛି । ଯଦି ମୁଁ ୟୁପି ବିଷୟରେ କହିବି, ତେବେ ୟୁପିରେ ୩ଠ ଲକ୍ଷରୁ ଅଧିକ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ନିର୍ମାଣ କରାଯାଇଛି । ଏଥିମଧ୍ୟରୁ ମହିଳାମାନଙ୍କ ନାମ ପ୍ରାୟ ୨୫ ଲକ୍ଷ ଘରର ରେଜିଷ୍ଟ୍ରିରେ ଅଛି । ଆପଣ ଅନୁମାନ କରିପାରିବେ, ପ୍ରଥମ ଥର ପାଇଁ ୟୁପିରେ ୨୫ ଲକ୍ଷ ମହିଳା ସେମାନଙ୍କ ଘର ପାଇଛନ୍ତି, ଯେଉଁ ଘରଗୁଡ଼ିକ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ କୌଣସି ସମ୍ପତ୍ତି ମହିଳାଙ୍କ ନାମରେ ନ ଥିଲା, ଆଜି ସେହି ପୁରା ଘର, କୌଣସି ମହିଳାଙ୍କ ନାମରେ ହିଁ ଅଛି । ଏହା ହେଉଛି ମହିଳା ସଶକ୍ତିକରଣ, ପ୍ରକୃତ ସଶକ୍ତିକରଣ, ଏହା ହେଉଛି ବିକାଶ ।

ମା  ଭଉଣୀମାନେ,

ମୁଁ ଆଜି ଆପଣମାନଙ୍କୁ ଆଉ ଏକ ଯୋଜନା ସମ୍ପର୍କରେ କହିବାକୁ ଚାହୁଁଛି । ଏହି ଯୋଜନା ହେଉଛି- କେନ୍ଦ୍ର ସରକାରଙ୍କ ସ୍ୱାମୀତ୍ୱ ଯୋଜନା । ସ୍ୱାମୀତ ଯୋଜନା ଅଧିନରେ ଦେଶରେ ଗ୍ରାମଗୁଡ଼ିକରେ ଘର, ଡ୍ରୋନ୍ ମାଧ୍ୟରେ ଜମିର ଫଟୋ ଦେଇ ଘରର ମାଲିକମାନଙ୍କୁ ସମ୍ପତ୍ତିର କାଗଜପତ୍ର ଦିଆଯାଉଛି, ଘର ଦିଆଯାଉଛି । ଏହି ଘର ଦେବାରେ ଘରର ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଉଛି । ଆଗାମୀ କିଛି ବର୍ଷ ମଧ୍ୟରେ ଯୋଗୀ ଜୀ ସରକାର ଉତ୍ତର ପ୍ରଦେଶର ପ୍ରତ୍ୟେକ ଘରର ମ୍ୟାପିଂ କରି ଘର ଦେବାର କାମ ପୂରା କରିବେ । ପୁଣି ନିର୍ମିତ ହୋଇଥିବା ଯେଉଁ ଘର ଅଛି ତାହାର କାଗଜପତ୍ର ମଧ୍ୟ ମହିଳାମାନଙ୍କ ନାମରେ ହେବ ଘରର ମା’ମାନଙ୍କ ନାମରେ ହେବ ।

ସାଥିମାନେ,

ରୋଜଗାର ପାଇଁ, ପରିବାରର ଆମଦାନୀ ବୃଦ୍ଧି କରିବା ପାଇଁ ଯେଉଁ ଯୋଜନାଗୁଡ଼ିକ ଦେଶ ଚଳାଉଛି, ସେଥିରେ ମଧ୍ୟ ମହିଳାମାନଙ୍କୁ ସମାନଭାବେ ଅଂଶୀଦାର କରାଯାଉଛି । ଆଜି ମୁଦ୍ରା ଯୋଜନା ଗାଁ-ଗାଁରେ, ଗରିବ ପରିବାରରୁ ମଧ୍ୟ ନୂତନ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ କରୁଛି । ଏହି ଯୋଜନା ଅନ୍ତର୍ଗତ ମିଳିଥିବା ମୋଟ ଋଣର ପ୍ରାୟ ୭୦ ପ୍ରତିଶତ ମହିଳାମାନଙ୍କୁ ଦିଆଯାଇଛି । ଦିନ୍ ଦୟାଲ ଅନ୍ତୋଦୟ ଯୋଜନା ମାଧ୍ୟମରେ ମଧ୍ୟ ଦେଶରେ ମହିଳାମାନଙ୍କୁ ସ୍ୱୟଂ ସହାୟତା ଗୋଷ୍ଠୀ ଏବଂ ଗ୍ରାମୀଣ ସଂଗଠନ ସହିତ ସଂଯୁକ୍ତ କରାଯାଉଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ମୁଁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଚାମ୍ପିଅନ ବୋଲି ବିବେଚନା କରୁଛି । ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପ୍ରକୃତରେ ଜାତୀୟ ସହାୟତା ଗୋଷ୍ଠୀ ଅଛନ୍ତି । ତେଣୁ ୨ଠ୧୪ ପୂର୍ବରୁ ୫ ବର୍ଷ ମଧ୍ୟରେ ଜାତୀୟ ଜୀବିକା ମିଶନ ଅଧିନରେ ଦିଆଯାଇଥିବା ସହାୟତା ଗତ ୭ ବର୍ଷରେ ପ୍ରାୟ ୧୩ ଗଣ ବୃଦ୍ଧି ପାଇଛି । ଯେଉଁଠାରେ ପୂର୍ବରୁ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ଗ୍ୟାରେଣ୍ଟିରେ ୧ଠ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଥିଲା, ବର୍ତ୍ତମାନ ଏହସି ସୀମା ମଧ୍ୟ ଦ୍ୱିଗୁଣିତ ହୋଇ ୨ଠ ଲକ୍ଷକୁ ବୃଦ୍ଧି ପାଇଛି ।

ମା  ଭଉଣୀମାନେ,

ସହର ହେଉ କିମ୍ବା ଗାଁ, ଆମ ସରକାର ମହିଳାମାନଙ୍କ ପାଇଁ ପ୍ରତ୍ୟେକ ଛୋଟ-ବଡ଼ ସମସ୍ୟାକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଉଛନ୍ତି । କରୋନାର ଏହି କାଳରେ, ଆପଣଙ୍କ ଘରର ଚୁଲି ଜଳିବା ପାଇଁ ଆମ ସରକାର ମାଗଣା ରାସନ ଯୋଗାଇବା ପାଇଁ ବ୍ୟବସ୍ଥା କରିଥିଲେ । ମହିଳାମାନେ କିପରି ରାତ୍ରି ସିଫ୍ଟରେ ମଧ୍ୟ କାମ କରି ପାରିବେ, ସେଥିପାଇଁ ନିୟମକୁ ଆମ ସରକାର ସହଜ କରିବା ପାଇଁ କାର୍ଯ୍ୟ କରିଥିଲେ । ଜାଣିଲେ ମହିଳାଙ୍କ କାର୍ଯ୍ୟରେ ଯେଉଁ କେତେକ ପ୍ରତିବନ୍ଧକ ଥିଲା, ତାହା ଆମ ସରକାର ହଟାଇ ଦେଇଛନ୍ତି । ଝିଅମାନଙ୍କ ପାଇଁ ସାରା ଦେଶରେ ସୈନିକ ସ୍କୁଲ୍ର ଦ୍ୱାରା ଖୋଲିବା ପାଇଁ ଆମ ସରକାର କାର୍ଯ୍ୟ କରିଛନ୍ତି । ବଳାକ୍ରାର ଭଳି ଜଘନ୍ୟ ଅପରାଧର ଯଥାଶୀଘ୍ର ବିଚାର କରିବ ପାଇଁ ଆମ ସରକାର ଦେଶରେ ପ୍ରାୟ ୭ଠଠ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିଛନ୍ତି । ମୁସଲମାନ ଭଉଣୀମାନଙ୍କୁ ଅତ୍ୟାଚାରରୁ ବଞ୍ଚାଇବା ପାଇଁ ଆମ ସକରାର ତିନ୍ ତଲାକ ବିରୋଧରେ ଏକ ଆଇନ୍ ପ୍ରସ୍ତୁତ କରିଥିଲେ ।

ସାଥିମାନେ,

କୌଣସି ଭେଦଭାବ ବିନା, କୌଣସି ପକ୍ଷପାତିତା ନ କରି, ଡବଲ ଇଞ୍ଜିନ୍ ସରକାର, ଝିଅମାନଙ୍କର ଭବିଷ୍ୟତକୁ ସଶକ୍ତ କରିବାକୁ ନିରନ୍ତର କାର୍ଯ୍ୟ କରୁଛନ୍ତି । ଏବେ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ପୂର୍ବେ ପୁଅମାନଙ୍କ ପାଇଁ ବିବାହର ଆଇନଗତ ବୟସ ୨୧ ବର୍ଷ ଥିଲା । କିନ୍ତୁ ଝିଅମାନଙ୍କ ପାଇଁ ୧୮ ବର୍ଷ ଥିଲା । ଝିଅମାନେ ମଧ୍ୟ ଚାହୁଁଥିଲେ ଯେ ତାଙ୍କୁ ମଧ୍ୟ ପାଠପଢ଼ିବା ପାଇଁ, ସୁଯୋଗ ମିଳୁ । ତେଣୁ ଝିଅମାନଙ୍କ ପାଇଁ ବିବାହର ବୟସକୁ ୨୧ ବର୍ଷକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି । ଝିଅମାନଙ୍କ ପାଇଁ ଦେଶ ଏହି ନିଷ୍ପତ୍ତି ହେଉଛି, କିନ୍ତୁ ଏହି କାରଣରୁ କାହାକୁ ଏଥିରେ କଷ୍ଟ ଲାଗୁଛି, ସମସ୍ତେ ତାହା ଦେଖୁଛନ୍ତି ।

ଭାଇ  ଭଉଣୀମାନେ,

୫ ବର୍ଷ ପୂର୍ବେ ୟୁପି ରାସ୍ତାରେ ମାଫିଆ ରାଜ୍ ଥିଲା! ୟୁପିରେ ଗୁଣ୍ଡାମାନେ କ୍ଷମତାରେ ଥିଲେ । ଏହାର ସବୁଠାରୁ ବଡ଼ ଭୁକ୍ତଭୋଗୀ କିଏ ଥିଲା? ମୋର ୟୁପିର ଭଉଣୀ ଓ ଝିଅମାନେ ଥିଲେ । ରାସ୍ତାରେ ଯିବା-ଆସିବା କରିବା ବହୁତ କଷ୍ଟସାଧ୍ୟ ଥିଲା । ସ୍କୁଲ୍ କଲେଜ ଯିବା ପାଇଁ କଷ୍ଟକର ଥିଲା । ଆପଣ କିଛି କହିପାରିବେ ନାହିଁ, କାରଣ ଥାନାକୁ ଗଲେ ଅପରାଧୀ, ବଳାକ୍ରାରୀଙ୍କ ସୁପାରିସରେ କାହାର ଫୋନ୍ ଆସି ଯାଉଥିଲା । ଯୋଗୀ ଜୀ ଆଜି ସେହି ଗୁଣ୍ଡାଗୁଡ଼ିଙ୍କୁ ତାଙ୍କର ଉପଯୁକ୍ତ ସ୍ଥାନକୁ ପଠାଇ ଦେଇଛନ୍ତି । ଆଜି ୟୁପିରେ ସୁରକ୍ଷା ମଧ୍ୟ ଅଛି । ଯୁପିରେ ଅଧିକାର ମଧ୍ୟ ଅଛି । ଆଜି ୟୁପିରେ ସମ୍ଭାବନା ଅଛି । ଆଜି ୟୁପିରେ ବ୍ୟବସାୟ ମଧ୍ୟ ଅଛି । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି । ଯେତେବେଳେ ଆମର ମା ଓ ଭଉଣୀମାନଙ୍କର ଆଶୀର୍ବାଦ ଅଛି, ଏହି ନୂଆ ୟୁପିକୁ କେହି ଅନ୍ଧାର ଭିତରକୁ ଠେଲି ଦେଇପାରିବେ ନାହିଁ । ଭାଇ-ଭଉଣୀମାନେ ଆସନ୍ତୁ, ପ୍ରୟାଗରାଜର ଏହି ପୂଣ୍ୟ ଭୂମିରୁ ଏହି ସଂକଳ୍ପ ନେବା, ଆମର ୟୁପି ଆଗକୁ ବଢ଼ିବ, ଆମର ୟୁନି ନୂତନ ଶିଖରକୁ ଛୁଇଁବ । ମା ଓ ଭଉଣୀମାନେ ଆପଣ ସମସ୍ତଙ୍କ ଆଶୀର୍ବାଦ ପାଇ, ଆପଣଙ୍କ ସମର୍ଥନ ପାଇ ୟୁପିୁକ ଆଗକୁ ବଢ଼ାଇବାରେ ଆପଣଙ୍କ ସହଭାଗିତା ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ଆଦରପୂର୍ବକ ନମସ୍କାର କରୁଛି । ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଦେଉଛି । ମୋ ସହିତ କୁହନ୍ତୁ, ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଭାରତ ମାତା କି ଜୟ । ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
173 years of Indian Railways: From steam engines to India’s first hydrogen train

Media Coverage

173 years of Indian Railways: From steam engines to India’s first hydrogen train
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.