ଇଣ୍ଡିଆନ ଅଏଲର ୫୧୮ କିଲୋମିଟର ହଳଦିଆ - ବାରାଉଣି ଅଶୋଧିତ ତୈଳ ପାଇପଲାଇନ ଉଦ୍‌ଘାଟିତ
ଖଡ଼ଗପୁରର ବିଦ୍ୟାସାଗର ଇଣ୍ଡଷ୍ଟ୍ରିଆଲ ପାର୍କରେ ୧୨୦ ଟିଏମଟିପିଏ କ୍ଷମତା ବିଶିଷ୍ଟ ଇଣ୍ଡିଆନ ଅଏଲର ଏଲପିଜି ବଟଲିଂ ପ୍ଲାଣ୍ଟ ଉଦ୍‌ଘାଟିତ
କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ପ୍ରାୟ ୨୬୮୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ପଶ୍ଚିମବଙ୍ଗରେ ବର୍ଜ୍ୟଜଳ ବିଶୋଧନ ଏବଂ ସ୍ୱେରେଜ୍ ସମ୍ବନ୍ଧୀୟ ତିନୋଟି ପ୍ରକଳ୍ପର ଉଦଘାଟନ
ଏକବିଂଶ ଶତାବ୍ଦୀର ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଆମେ ସମସ୍ତେ ମିଶି ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବାକୁ ଲକ୍ଷ୍ୟ ରଖିଛେ
ପଶ୍ଚିମବଙ୍ଗରେ ରେଳବାଇର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଦେଶର ଅନ୍ୟାନ୍ୟ ସ୍ଥାନ ଭଳି ଦ୍ରୁତ ଗତିରେ ପ୍ରୟାସ କରୁଛନ୍ତି
ପରିବେଶ ସହ ସମନ୍ୱୟ ରକ୍ଷା କରି କିପରି ବିକାଶ କରାଯାଇପାରିବ ତାହା ଭାରତ ବିଶ୍ୱକୁ ଦେଖାଇ ଦେଇଛି
"ରାଜ୍ୟରେ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ ହେଲେ ନିଯୁକ୍ତି ପାଇଁ ଏକାଧିକ ବାଟ ଖୋଲିଥାଏ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ହୁଗଳିର ଆରାମବାଗ ଠାରେ ୭,୨୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ରେଳ, ବନ୍ଦର, ତୈଳ ପାଇପଲାଇନ, ଏଲପିଜି ଯୋଗାଣ ଏବଂ ବର୍ଜ୍ୟ ଜଳ ବିଶୋଧନ ଭଳି କ୍ଷେତ୍ର ସହିତ ଜଡିତ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏକବିଂଶ ଶତାବ୍ଦୀର ଭାରତର ଦ୍ରୁତ ଅଭିବୃଦ୍ଧି ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ସଂକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ଯୁବ, ମହିଳା, କୃଷକ ଏବଂ ଗରିବଙ୍କ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରାଯିବା ସମ୍ପର୍କରେ ସେ ଦୋହରାଇ କହିଥିଲେ ଯେ, ଆମେ ସବୁବେଳେ ଗରିବଙ୍କ କଲ୍ୟାଣ ପାଇଁ ପ୍ରୟାସ କରିଆସୁଛୁ ଏବଂ ଏହାର ଫଳାଫଳ ଏବେ ସାରା ବିଶ୍ୱ ଦେଖୁଛି ବୋଲି ସେ କହିଛନ୍ତି । ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳିବା ସରକାରଙ୍କ ଦିଗ, ନୀତି ଓ ନିଷ୍ପତ୍ତିର ସଠିକତାକୁ ସୂଚାଉଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏସବୁର ମୁଖ୍ୟ କାରଣ ହେଉଛି ଏହା ପଛରେ ରହିଥିବା ମହତ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗର ବିକାଶ ଉଦ୍ଦେଶ୍ୟରେ ରେଳ, ବନ୍ଦର, ପେଟ୍ରୋଲିୟମ ଏବଂ ଜଳ ଶକ୍ତି ଭଳି ଅନେକ କ୍ଷେତ୍ରରେ ୭,୦୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ଏହି ଅଞ୍ଚଳରେ ପର୍ଯ୍ୟଟନ ଏବଂ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହିତ ରେଳ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଝାରଗ୍ରାମ - ସାଲଗାଝରୀକୁ ସଂଯୋଗ କରୁଥିବା ତୃତୀୟ ରେଳ ଲାଇନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ରେଳବାଇର ଆଧୁନିକୀକରଣ ପାଇଁ ଦେଶର ଅନ୍ୟ ସ୍ଥାନଗୁଡିକ ଭଳି ଦ୍ରୁତ ଗତିରେ ରେଳବାଇର ଆଧୁନିକୀକରଣ କରିବାକୁ ଚେଷ୍ଟା କରୁଛନ୍ତି । ସେ ସୋନଡାଲିଆ - ଚମ୍ପାପୁକୁର ଏବଂ ଦାନକୁନି - ଭଟ୍ଟନଗର - ବାଲଟିକୁରି ରେଳ ଲାଇନର ଦୋହରୀକରଣ ବିଷୟରେ ମଧ୍ୟ କହିଥିଲେ । କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିକାଶ ପ୍ରକଳ୍ପ ଏବଂ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନ୍ୟ ତିନୋଟି ପ୍ରକଳ୍ପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । 

 

ହଳଦିଆ ବରାଉଣି ଅଶୋଧିତ ପାଇପଲାଇନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ପରିବେଶ ସହ ସମନ୍ୱୟ ରକ୍ଷା କରି କିପରି ବିକାଶ କରାଯାଇପାରିବ ତାହା ଭାରତ ବିଶ୍ୱକୁ ଦେଖାଇ ଦେଇଛି । ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟ ଦେଇ ପାଇପ୍ ଲାଇନ୍ ଜରିଆରେ ୩ଟି ବିଶୋଧନାଗାରକୁ ଅଶୋଧିତ ତୈଳ ପରିବହନ କରାଯାଉଛି, ଯାହା ଫଳରେ ସଞ୍ଚୟ ଓ ପରିବେଶ ସୁରକ୍ଷା ହୋଇପାରିବ । ସେ କହିଛନ୍ତି ଯେ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ୭ଟି ରାଜ୍ୟକୁ ଉପକୃତ କରିବ ଏବଂ ଏହି ଅଞ୍ଚଳରେ ଏଲପିଜିର ଚାହିଦାକୁ ପୂରଣ କରିବ । ବର୍ଜ୍ୟ ଜଳ ଉପଚାର ପ୍ଲାଣ୍ଟ ଦ୍ୱାରା ଅନେକ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ । 

ପଶ୍ଚିମବଙ୍ଗରେ ରେଳବାଇର ବିକାଶ ପାଇଁ ଚଳିତ ବର୍ଷ ୧୩,୦୦୦ କୋଟି ରୁ ଅଧିକ ଟଙ୍କାର ବଜେଟ୍ ଆବଣ୍ଟନ , ଯାହା ୨୦୧୪ ତୁଳନାରେ ତିନି ଗୁଣା ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, "ରାଜ୍ୟରେ ଏକ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିବା ଦ୍ୱାରା ନିଯୁକ୍ତି ପାଇଁ ଏକାଧିକ ବାଟ ଖୋଲିଥାଏ" । ସେ କହିଛନ୍ତି ଯେ ସରକାର ରେଳ ଲାଇନର ବିଦ୍ୟୁତିକରଣ, ଯାତ୍ରୀ ସୁବିଧାର ଉନ୍ନତିକରଣ ଏବଂ ରେଳ ଷ୍ଟେସନର ପୁନଃବିକାଶକୁ ପ୍ରାଥମିକତା ଦେଉଛନ୍ତି । ପୂର୍ବରୁ ଅଟକି ରହିଥିବା ପ୍ରକଳ୍ପ ଗୁଡ଼ିକ ୧୦ ବର୍ଷ ମଧ୍ୟରେ ଶେଷ ହୋଇଥିବା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ , ପଶ୍ଚିମବଙ୍ଗରେ ୩,୦୦୦ କିଲୋମିଟରରୁ ଅଧିକ ରେଳ ଲାଇନକୁ ବିଦ୍ୟୁତିକରଣ କରାଯାଇଛି, ଅମୃତ ଷ୍ଟେସନ ଯୋଜନା ଅଧୀନରେ ତାରକେଶ୍ୱର ରେଳ ଷ୍ଟେସନ ସମେତ ୧୦୦ଟି ଷ୍ଟେସନ୍‌ର ପୁନଃନିର୍ମାଣ , ୧୫୦ରୁ ଅଧିକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯାଇଛି ଏବଂ ୫ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । 

 

ପଶ୍ଚିମବଙ୍ଗବାସୀଙ୍କ ଅବଦାନରେ ବିକଶିତ ଭାରତର ସଂକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିବା ସହ ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ନାଗରିକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଡ. ସି ଭି ଆନନ୍ଦ ବୋଷ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର ଉପସ୍ଥିତ ଥିଲେ । 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ୫୧୮ କିଲୋମିଟର ହଳଦିଆ - ବରାଉଣି ଅଶୋଧିତ ତୈଳ ପାଇପଲାଇନକୁ ଉଦଘାଟନ କରିଥିଲେ ଯାହା ପ୍ରାୟ ୨,୭୯୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି । ଏହି ପାଇପ୍‌ଲାଇନ୍ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ଯାଇଥାଏ । ଏହି ପାଇପଲାଇନ୍ ବାରାଉଣି ବିଶୋଧନାଗାର, ବଙ୍ଗାଇଗାଓଁ ବିଶୋଧନାଗାର ଏବଂ ଗୌହାଟୀ ବିଶୋଧନାଗାରକୁ ସୁରକ୍ଷିତ, ସୁଲଭ, ପରିବେଶ ଅନୁକୂଳ ଉପାୟରେ ଅଶୋଧିତ ତୈଳ ଯୋଗାଣ କରିବ ।

 

ଖଡ଼ଗପୁରର ବିଦ୍ୟାସାଗର ଇଣ୍ଡଷ୍ଟ୍ରିଆଲ ପାର୍କରେ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ୧୨୦ ଟିଏମଟିପିଏ କ୍ଷମତା ବିଶିଷ୍ଟ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଉଦଘାଟନ କରିଥିଲେ । ୨୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଏଲପିଜି ବଟଲିଂ ପ୍ଲାଣ୍ଟ ଏହି ଅଞ୍ଚଳର ପ୍ରଥମ ଏଲପିଜି ବଟଲିଂ ପ୍ଲାଣ୍ଟ ହେବ । ଏହା ପଶ୍ଚିମବଙ୍ଗର ପ୍ରାୟ ୧୪.୫ ଲକ୍ଷ ଗ୍ରାହକଙ୍କୁ ଏଲପିଜି ଯୋଗାଣ କରିବ ।

ପ୍ରଧାନମନ୍ତ୍ରୀ କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଯେଉଁ ପକଳ୍ପ ଗୁଡ଼ିକର ଶିଳାନ୍ୟାସ ହୋଇଛି ସେଗୁଡ଼ିକ ମଧ୍ୟରେ ରହିଛି ବର୍ଥ ନମ୍ବର ୮ ଏନଏସଡିର ପୁନଃନିର୍ମାଣ ଏବଂ କୋଲକାତା ଡକ୍ ସିଷ୍ଟମର ବର୍ଥ ନମ୍ବର ୭ ଓ ୮ ଏନଏସଡିର ଯାନ୍ତ୍ରିକୀକରଣ । ପ୍ରଧାନମନ୍ତ୍ରୀ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରର ହଳଦିଆ ଡକ୍ କମ୍ପେ୍ଲକ୍ସର ତୈଳ ଜେଟିରେ ଅଗ୍ନିନିର୍ବାପକ ବ୍ୟବସ୍ଥାର ଉନ୍ନତି ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । 

 

 

ନୂତନ ଭାବେ ସ୍ଥାପିତ ଏହି ଅଗ୍ନିନିର୍ବାପକ କେନ୍ଦ୍ର ହେଉଛି ଅତ୍ୟାଧୁନିକ ଗ୍ୟାସ୍ ଏବଂ ଫ୍ଲେମ୍ ସେନ୍ସର୍‌ରେ ସଜ୍ଜିତ ଏକ ଅତ୍ୟାଧୁନିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ସେଟ୍ ଅପ୍‌, ଯାହା ତୁରନ୍ତ ବିପଦ ଚିହ୍ନଟକୁ ସୁନିଶ୍ଚିତ କରେ । ପ୍ରଧାନମନ୍ତ୍ରୀ ହଳଦିଆ ଡକ୍ କମ୍ପେ୍ଲକ୍ସର ତୃତୀୟ ରେଳ ମାଉଣ୍ଟେଡ୍ କ୍ୱାଏ କ୍ରେନ୍ (ଆର୍‌ଏମ୍‌କ୍ୟୁସି)କୁ ୪୦ ଟନ୍ ଉତ୍ତୋଳନ କ୍ଷମତା ବିଶିଷ୍ଟ କରିବା ନିମନ୍ତେ ଉଦ୍ଦିଷ୍ଟ ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ । କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଏହି ନୂତନ ପ୍ରକଳ୍ପ ଗୁଡିକ ଦ୍ରୁତ ଏବଂ ସୁରକ୍ଷିତ କାର୍ଗୋ ପରିଚାଳନା ଏବଂ ସ୍ଥାନାନ୍ତରରେ ସାହାଯ୍ୟ କରି ବନ୍ଦରର ଉତ୍ପାଦକତାକୁ ଯଥେଷ୍ଟ ବୃଦ୍ଧି କରିବ ।

ପାଖାପାଖି ୨୬୮୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଝାରଗ୍ରାମ - ସାଲଗାଝରି (୯୦ କିଲୋମିଟର)କୁ ସଂଯୋଗ କରୁଥିବା ତୃତୀୟ ରେଳ ଲାଇନ ଅନ୍ତର୍ଭୁକ୍ତ । ସୋନଡାଲିଆ - ଚମ୍ପାପୁକୁର ରେଳ ଲାଇନ ଦୋହରୀକରଣ (୨୪ କିଲୋମିଟର); ଏବଂ ଦାନକୁନି - ଭଟ୍ଟନଗର - ବାଲଟିକୁରି ରେଳ ଲାଇନର ଦୋହରୀକରଣ (୯ କିଲୋମିଟର) ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଗୁଡ଼ିକ ଏହି ଅଞ୍ଚଳରେ ରେଳ ପରିବହନ ସୁବିଧାକୁ ସମ୍ପ୍ରସାରଣ କରିବ, ଗତିଶୀଳତାରେ ଉନ୍ନତି ଆଣିବ ଏବଂ ମାଲ ପରିବହନର ନିରବଚ୍ଛିନ୍ନ ସେବାକୁ ସୁଗମ କରିବ ଯାହା ଦ୍ୱାରା ଏହି ଅଞ୍ଚଳରେ ଅର୍ଥନୈତିକ ଏବଂ ଶିଳ୍ପ ଅଭିବୃଦ୍ଧି ଘଟିବ ।

 

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ବର୍ଜ୍ୟଜଳ ବିଶୋଧନ ଏବଂ ସ୍ୱେରେଜ୍ ସମ୍ବନ୍ଧୀୟ ତିନୋଟି ପ୍ରକଳ୍ପର ଉଦଘାଟନ କରିଥିଲେ । ପାଖାପାଖି ୬୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକୁ ବିଶ୍ୱବ୍ୟାଙ୍କ ପାଣ୍ଠି ଯୋଗାଉଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଟରସେପ୍ସନ୍ ଆଣ୍ଡ ଡାଇଭର୍ସନ୍ (ସୂଚନା ଓ ବିକାଶ) କାର୍ଯ୍ୟ ଏବଂ ହାୱଡ଼ାରେ ୬୫ ଏମଏଲଡି କ୍ଷମତା ବିଶିଷ୍ଟ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ଏବଂ ୩.୩ କିଲୋମିଟରର ସ୍ୱେରେଜ୍ ନେଟୱାର୍କ ଅନ୍ତର୍ଭୁକ୍ତ; ବାଲିଠାରେ ୬୨ ଏମଏଲଡି କ୍ଷମତା ବିଶିଷ୍ଟ ସୂଚନା ଓ ବିକାଶ କାର୍ଯ୍ୟ ଏବଂ ଏସଟିପି ଏବଂ ୧୧.୩ କିଲୋମିଟରର ସ୍ୱେରେଜ୍ ନେଟୱାର୍କ ଏବଂ କମାରହାଟି ଏବଂ ବରନଗରରେ ୬୦ ଏମଏଲଡି କ୍ଷମତା ବିଶିଷ୍ଟ ସୂଚନା ଓ ବିକାଶ କାର୍ଯ୍ୟ ଏବଂ ଏସଟିପି ଏବଂ ୮.୧୫ କିଲୋମିଟରର ସ୍ୱେରେଜ୍ ନେଟୱାର୍କ ଅନ୍ତର୍ଭୁକ୍ତ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Green energy boost as renewables account for 20% generation in July

Media Coverage

Green energy boost as renewables account for 20% generation in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on positive thoughts and constructive habits
August 31, 2026

The Prime Minister, Shri Narendra Modi today shared Sanskrit Subhashitam emphasising the importance of cultivating positive thoughts and constructive habits. It reminds us that sustained focus and repeated practice shape the tendencies of the mind and, ultimately, influence our actions and conduct:

“यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।। “

The Prime Minister posted on X:

यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।।